Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 16:20 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଏହି ପ୍ରକାରେ ସେ ପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ସାରିଲା ଉତ୍ତାରେ ସେହି ଜୀଅନ୍ତା ଛାଗକୁ ଆଣିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଏହି ପ୍ରକାରେ ସେ ପବିତ୍ର ସ୍ଥାନ ଓ ସମାଗମ-ତମ୍ଵୁ ଓ ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ସାରିଲା ଉତ୍ତାରେ ସେହି ଜୀଅନ୍ତା ଛାଗକୁ ଆଣିବ;

Gade chapit la Kopi

ଓଡିଆ ବାଇବେଲ

20 ଏହି ପ୍ରକାରେ ସେ ପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ସାରିଲା ଉତ୍ତାରେ ସେହି ଜୀଅନ୍ତା ଛାଗକୁ ଆଣିବ।

Gade chapit la Kopi

ପବିତ୍ର ବାଇବଲ

20 “ଏହି ପ୍ରକାରେ ସେ ମହାପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ କରି ସାରିଲା ଉତ୍ତାରେ ସେହି ଜୀଅନ୍ତା ଛାଗକୁ ଆଣିବ।

Gade chapit la Kopi




ଲେବୀୟ ପୁସ୍ତକ 16:20
12 Referans Kwoze  

ଆଉ, ଯେ ପ୍ରତ୍ୟେକ ଲୋକ ଭ୍ରାନ୍ତିରେ କୌଣସି କାର୍ଯ୍ୟ କରେ, ତାହାର ପାଇଁ ଓ ଯେଉଁ ଲୋକ ଅସତର୍କ, ତାହାର ପାଇଁ ତୁମ୍ଭେ ମାସର ସପ୍ତମ ଦିନରେ ଏହି ପ୍ରକାର କରିବ; ଏରୂପେ ତୁମ୍ଭେମାନେ ଗୃହ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।


ପୁଣି, ଇସ୍ରାଏଲ-ସନ୍ତାନଗଣର ଅଶୁଚିତା ଓ ସେମାନଙ୍କ ଅଧର୍ମ, ଅର୍ଥାତ୍‍, ସେମାନଙ୍କର ସମସ୍ତ ପାପ ସକାଶୁ ସେ ପବିତ୍ର ସ୍ଥାନ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ସେମାନଙ୍କ ଅଶୁଚିତା ମଧ୍ୟରେ ସେମାନଙ୍କ ସହିତ ବାସ କରେ ଯେଉଁ ସମାଗମ-ତମ୍ବୁ, ତାହା ନିମନ୍ତେ ସେହି ପ୍ରକାର କରିବ।


“ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି।


ଅତଏବ, ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ବରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ।


ପୁଣି, ତାହାଙ୍କ କ୍ରୁଶର ରକ୍ତରେ ସେ ଶାନ୍ତି ସ୍ଥାପନ କରି ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି, ହଁ, ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି।


ସେହି ସମ୍ମିଳନର ବାକ୍ୟ ଏହି, ଈଶ୍ବର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ; ସେ ଜଗତବାସୀଙ୍କର ଅପରାଧ ଗଣନା ନ କରି ସେହି ସମ୍ମିଳନର ବାକ୍ୟ ଆମ୍ଭମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି।


କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି।


ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି, ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ପୁନରୁତ୍ଥିତ ହେଲେ।


ତହୁଁ ସେ ତାକୁ ବଧ କଲେ; ପୁଣି ମୋଶା ରକ୍ତ ନେଇ ଅଙ୍ଗୁଳି ଦ୍ୱାରା ବେଦିର ଚାରିଆଡ଼େ ଶୃଙ୍ଗ ଉପରେ ଦେଇ ବେଦିକୁ ପବିତ୍ର କଲେ; ଆଉ, ବେଦି ମୂଳରେ ସେହି ରକ୍ତ ଢାଳିଦେଲେ ଓ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପବିତ୍ର କଲେ।


ମାତ୍ର ପବିତ୍ର ସ୍ଥାନରେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ଯେକୌଣସି ପାପାର୍ଥକ ବଳିର ରକ୍ତ ସମାଗମ-ତମ୍ବୁ ଭିତରକୁ ଅଣାଯାଏ, ତାହା ଭୋଜନ କରାଯିବ ନାହିଁ, ତାହା ଅଗ୍ନିରେ ଦଗ୍ଧ ହେବ।”


ପୁଣି, ସେ ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ସାତ ଥର ଛିଞ୍ଚି ତାହା ଶୁଚି କରିବ ଓ ଇସ୍ରାଏଲ-ସନ୍ତାନଗଣର ଅଶୁଚିତାରୁ ତାହା ଶୁଚି କରିବ।


ପୁଣି, ହାରୋଣ ସେହି ଜୀଅନ୍ତା ଛାଗର ମସ୍ତକରେ ଆପଣା ଦୁଇ ହସ୍ତର ନିର୍ଭର ଦେଇ ତାହା ଉପରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ୱୀକାର କରିବ; ଆଉ, ତାହାସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପ୍ରସ୍ତୁତ ଥିବା ମନୁଷ୍ୟ ହସ୍ତରେ ତାହାକୁ ପ୍ରାନ୍ତରକୁ ପଠାଇଦେବ।


Swiv nou:

Piblisite


Piblisite