Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 16:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ଭ୍ରାତା ହାରୋଣକୁ କୁହ, ଯେପରି ତାହାର ମୃତ୍ୟୁୁ ନ ହୁଏ, ଏଥିପାଇଁ ବିଚ୍ଛେଦ ବସ୍ତ୍ର ଭିତରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖସ୍ଥ ପବିତ୍ର ସ୍ଥାନରେ ସର୍ବଦା ପ୍ରବେଶ କରିବ ନାହିଁ; କାରଣ ଆମ୍ଭେ ପାପାଚ୍ଛାଦନ ଉପରେ ମେଘରେ ଦର୍ଶନ ଦେବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆପଣା ଭ୍ରାତା ହାରୋଣକୁ କୁହ, ଯେପରି ତାହାର ମୃତ୍ୟୁ ନ ହୁଏ, ଏଥିପାଇଁ ବିଚ୍ଛେଦବସ୍ତ୍ର ଭିତରେ ସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନ ସମ୍ମୁଖସ୍ଥ ପବିତ୍ର ସ୍ଥାନରେ ସର୍ବଦା ପ୍ରବେଶ କରିବ ନାହିଁ; କାରଣ ଆମ୍ଭେ ପାପାଚ୍ଛାଦନ ଉପରେ ମେଘରେ ଦର୍ଶନ ଦେବା।

Gade chapit la Kopi

ଓଡିଆ ବାଇବେଲ

2 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ଭ୍ରାତା ହାରୋଣକୁ କୁହ, ଯେପରି ତାହାର ମୃତ୍ୟୁୁ ନ ହୁଏ, ଏଥିପାଇଁ ବିଚ୍ଛେଦ ବସ୍ତ୍ର ଭିତରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖସ୍ଥ ପବିତ୍ର ସ୍ଥାନରେ ସର୍ବଦା ପ୍ରବେଶ କରିବ ନାହିଁ; କାରଣ ଆମ୍ଭେ ପାପାଚ୍ଛାଦନ ଉପରେ ମେଘରେ ଦର୍ଶନ ଦେବା।

Gade chapit la Kopi

ପବିତ୍ର ବାଇବଲ

2 “ତୁମ୍ଭେ ଆପଣା ଭ୍ରାତା ହାରୋଣଙ୍କୁ କୁହ, ଯେପରି ତାଙ୍କର ମୃତ୍ୟୁ ନ ହୁଏ, ଏଥିପାଇଁ ବିଚ୍ଛେଦ ବସ୍ତ୍ର ଭିତରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦକ ସମ୍ମୁଖରେ ପବିତ୍ର ସ୍ଥାନରେ ସର୍ବଦା ପ୍ରବେଶ କରିବେ ନାହିଁ। କାରଣ ଆମ୍ଭେ ପାପାଚ୍ଛାଦକ ଉପରେ ମେଘର ଦର୍ଶନ ଦେବା।

Gade chapit la Kopi




ଲେବୀୟ ପୁସ୍ତକ 16:2
26 Referans Kwoze  

ପୁଣି, ହାରୋଣ ବର୍ଷ ମଧ୍ୟରେ ଥରେ ତହିଁର ଶୃଙ୍ଗ ଉପରେ ପ୍ରାୟଶ୍ଚିତ୍ତ କରିବ; ସେ ପ୍ରାୟଶ୍ଚିତ୍ତାର୍ଥକ ପାପବଳିର ରକ୍ତ ଦ୍ୱାରା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ବର୍ଷକେ ଥରେ ତହିଁ ଉପରେ ପ୍ରାୟଶ୍ଚିତ୍ତ କରିବ। ଏହି ବେଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାପବିତ୍ର ଅଟେ।”


ମହାଯାଜକ ଯେପରି ଅନ୍ୟର ରକ୍ତ ଘେନି ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, ସେହିପରି ସେ ଯେ ଥରକୁଥର ଆପଣାକୁ ଉତ୍ସର୍ଗ କରିବେ, ତାହା ନୁହେଁ;


ପୁଣି, ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା,


ଯେ, ଯାଜକମାନେ ସେହି ମେଘ ସକାଶୁ ପରିଚର୍ଯ୍ୟା କରିବାକୁ ଠିଆ ହୋଇ ପାରିଲେ ନାହିଁ; କାରଣ ସଦାପ୍ରଭୁଙ୍କ ପ୍ରତାପ ପରମେଶ୍ୱରଙ୍କ ଗୃହକୁ ପରିପୂର୍ଣ୍ଣ କଲା।


ଏଉତ୍ତାରେ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତାହାର ସ୍ୱ ସ୍ଥାନକୁ, ଅର୍ଥାତ୍‍, ଗୃହର ମହାପବିତ୍ର ସ୍ଥାନ ମହାପବିତ୍ର ସ୍ଥାନସ୍ଥ କିରୂବମାନଙ୍କ ପକ୍ଷ ତଳକୁ ଆଣିଲେ।


ପୁଣି, ଦ୍ୱିତୀୟ ଯବନିକାର ପଶ୍ଚାତରେ ତମ୍ବୁର ଯେଉଁ ଭାଗ ଥିଲା, ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି;


ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭ ବିରୁଦ୍ଧରେ ଏହି ବିଦ୍ରୋହୀ ସନ୍ତାନଗଣର ବଚସା ଯେପରି ନିବୃତ୍ତ ହୁଏ ଓ ସେମାନଙ୍କର ମୃତ୍ୟୁୁ ନ ହୁଏ, ଏଥିପାଇଁ ସେମାନଙ୍କ ବିରୁଦ୍ଧରେ ଚିହ୍ନ ସ୍ୱରୂପେ ରଖାଯିବା ନିମନ୍ତେ ତୁମ୍ଭେ ହାରୋଣଙ୍କ ଯଷ୍ଟି ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ରଖ।”


ମାତ୍ର ସେମାନେ ମହାପବିତ୍ର ସ୍ଥାନର ନିକଟବର୍ତ୍ତୀ ହେଲା ସମୟରେ ଯେପରି ନ ମରି ବଞ୍ଚନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ସେମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା ସେବାରେ ଓ ଭାର ବହନରେ ନିଯୁକ୍ତ କରିବେ।


“ସେହି ସପ୍ତମ ମାସର ଦଶମ ଦିନ ଅବଶ୍ୟ ପ୍ରାୟଶ୍ଚିତ୍ତର ଦିନ ହେବ; ସେହି ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହେବ, ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଲେଶ ଦେବ; ପୁଣି ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ।


ସଦାପ୍ରଭୁଙ୍କ ସମ୍ମୁଖରେ ଅଗ୍ନି ଉପରେ ସେହି ସୁଗନ୍ଧି ଧୂପ ଦେବ, ତହିଁରେ ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ଧୂପର ଧୂମ ମେଘରେ ଆଚ୍ଛନ୍ନ ହେଲେ ସେ ମରିବ ନାହିଁ।


ପୁଣି, ତୁମ୍ଭେମାନେ ଯେପରି ନ ମର, ଏଥିପାଇଁ ସାତ ଦିନ ପର୍ଯ୍ୟନ୍ତ ସମାଗମ-ତମ୍ବୁର ଦ୍ୱାରରେ ଦିବାରାତ୍ର ରହିବ ଓ ସଦାପ୍ରଭୁଙ୍କର ରକ୍ଷଣୀୟ ରକ୍ଷା କରିବ। କାରଣ ଏହିପରି ଆମ୍ଭେ ଆଜ୍ଞା ପାଇଅଛୁ।”


ସେହି ଭରସା ଆମ୍ଭମାନଙ୍କ ଆତ୍ମାର ଲଙ୍ଗର ସ୍ୱରୂପ, ତାହା ବିଚ୍ଛେଦବସ୍ତ୍ରାବୃତ ସ୍ଥାନରେ ପ୍ରବେଶ କରି ଦୃଢ଼ ଓ ଅଟଳ ହୋଇଅଛି,


ଆଉ ତାହା ଉପରେ ପାପାଚ୍ଛାଦନକୁ ଛାୟା କରୁଥିବା ଈଶ୍ବରଙ୍କ ଗୌରବସୂଚକ ଦୁଇଟି କିରୂବ ଥିଲେ; ସେହିସବୁ ବିଷୟରେ ଏବେ ଆମ୍ଭେମାନେ ସବିଶେଷ କହି ନ ପାରୁ।


ଆଉ ଈଶ୍ବରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରିପାରିଲେ ନାହିଁ।


ଛାଉଣି ଅଗ୍ରସର ହେବା ସମୟରେ ହାରୋଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର ନେଇ ସାକ୍ଷ୍ୟ-ସିନ୍ଦୁକ ଢାଙ୍କିବେ


ପୁଣି, ସେ ଗୃହର ପଶ୍ଚାତ୍‍ଭାଗ କୋଡ଼ିଏ ହାତ କରି ଚଟାଣରୁ କାନ୍ଥ ପର୍ଯ୍ୟନ୍ତ ଏରସ କାଷ୍ଠର ପଟା ଦେଲେ; ସେ ଭିତରେ ମହାପବିତ୍ର ସ୍ଥାନ, ଅର୍ଥାତ୍‍, ମହାପବିତ୍ର ସ୍ଥାନ ନିମନ୍ତେ ତାହା ପ୍ରସ୍ତୁତ କଲେ।


ପୁଣି, ଇସ୍ରାଏଲ-ସନ୍ତାନଗଣ ନିମନ୍ତେ ସେମାନଙ୍କର ସମସ୍ତ ପାପ ସକାଶୁ ବର୍ଷ ମଧ୍ୟରେ ଏକ ଥର ପ୍ରାୟଶ୍ଚିତ୍ତ କରିବାର ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ।” ତହୁଁ ହାରୋଣ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ।


ଏଣୁ ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ, ତୁମ୍ଭେମାନେ ବେଦି ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦ ବସ୍ତ୍ର ଭିତରେ ଆପଣାର ଯାଜକତ୍ୱ ପାଳନ କରିବ ଓ ତୁମ୍ଭେମାନେ ସେବା କରିବ। ଆମ୍ଭେ (ଆପଣା) ଦାନଜନିତ ସେବା ରୂପେ ତୁମ୍ଭମାନଙ୍କୁ ଯାଜକତ୍ୱ ପଦ ଦେଲୁ; ମାତ୍ର ଯେଉଁ ଅନ୍ୟ ବଂଶୀୟ ଲୋକ ନିକଟକୁ ଆସେ, ତାହାର ପ୍ରାଣଦଣ୍ଡ ହେବ।”


Swiv nou:

Piblisite


Piblisite