Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 15:13 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଆଉ, ପ୍ରମେହୀ ଯେତେବେଳେ ଆପଣା ପ୍ରମେହରୁ ଶୁଚି ହୁଏ, ସେତେବେଳେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ସାତ ଦିନ ଗଣନା କରିବ ଓ ଆପଣା ବସ୍ତ୍ର ଧୋଇବ ଓ ସ୍ରୋତଜଳରେ ସ୍ନାନ କରିବ; ତହୁଁ ସେ ଶୁଚି ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଆଉ, ପ୍ରମେହୀ ଯେତେବେଳେ ଆପଣା ପ୍ରମେହରୁ ଶୁଚି ହୁଏ, ସେତେବେଳେ ସେ ଆପଣାର ଶୌଚକ୍ରିୟା ନିମନ୍ତେ ସାତ ଦିନ ଗଣନା କରିବ ଓ ଆପଣା ବସ୍ତ୍ର ଧୋଇବ ଓ ସ୍ରୋତଜଳରେ ସ୍ନାନ କରିବ; ତହୁଁ ଶୁଚି ହେବ।

Gade chapit la Kopi

ଓଡିଆ ବାଇବେଲ

13 ଆଉ, ପ୍ରମେହୀ ଯେତେବେଳେ ଆପଣା ପ୍ରମେହରୁ ଶୁଚି ହୁଏ, ସେତେବେଳେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ସାତ ଦିନ ଗଣନା କରିବ ଓ ଆପଣା ବସ୍ତ୍ର ଧୋଇବ ଓ ସ୍ରୋତଜଳରେ ସ୍ନାନ କରିବ; ତହୁଁ ସେ ଶୁଚି ହେବ।

Gade chapit la Kopi

ପବିତ୍ର ବାଇବଲ

13 “କ୍ଷରଣକାରୀ ଯେତେବେଳେ ନିଜ କ୍ଷରଣ ସକାଶେ ଶୁଚି ହୁଏ, ସେତେବେଳେ ସେ ଶୌଚକ୍ରିୟା ନିମନ୍ତେ ସାତ ଦିନ ଅପେକ୍ଷା କରିବା ଉଚିତ୍। ସେ ନିଜର ବସ୍ତ୍ର ଧୋଇବ ଓ ସ୍ରୋତ ଜଳରେ ସ୍ନାନ କରିବ। ତେବେ ସେ ଶୁଚି ହେବ।

Gade chapit la Kopi




ଲେବୀୟ ପୁସ୍ତକ 15:13
16 Referans Kwoze  

ତହୁଁ ସେହି ଶୁଚିଯୋଗ୍ୟ ଲୋକ ଆପଣା ବସ୍ତ୍ର ଧୋଇ ଓ ସମସ୍ତ କେଶ କ୍ଷୌର କରି ଜଳରେ ସ୍ନାନ କରିବ, ତହିଁରେ ସେ ଶୁଚି ହେବ; ତହିଁ ଉତ୍ତାରେ ସେ ଛାଉଣି ଭିତରକୁ ଆସିବ, ମାତ୍ର ସେ ସାତ ଦିନ ଆପଣା ତମ୍ବୁର ବାହାରେ ରହିବ।


ଆଉ, ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ, ଅର୍ଥାତ୍‍, ତୁମ୍ଭମାନଙ୍କ ପଦନିଯୋଗ ଦିନର ସମାପ୍ତି ପର୍ଯ୍ୟନ୍ତ ସମାଗମ-ତମ୍ବୁର ଦ୍ୱାରରୁ ବାହାରକୁ ଯିବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ସାତ ଦିନ ପର୍ଯ୍ୟନ୍ତ ପଦରେ ନିଯୁକ୍ତ କରିବେ।


ମାତ୍ର ସେହି ସ୍ତ୍ରୀର ରକ୍ତସ୍ରାବ ବନ୍ଦ ହେଲେ, ସେ ଆପଣା ନିମନ୍ତେ ସାତ ଦିନ ଗଣନା କରିବ, ତହିଁ ଉତ୍ତାରେ ସେ ଶୁଚି ହେବ।


ପୁଣି, ଯେକେହି ତାହାର ଶଯ୍ୟା ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି,


ଈଶ୍ବରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ। ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର।


ଅତଏବ, ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞାପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି, ଈଶ୍ବରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ।


ପୁଣି, ସେମାନେ ଆପଣାମାନଙ୍କର ଯେଉଁ ଅଧର୍ମ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କରିଅଛନ୍ତି; ସେସବୁରୁ ଆମ୍ଭେ ସେମାନଙ୍କୁ ଶୁଚି କରିବା ଓ ସେମାନେ ଆପଣାମାନଙ୍କର ଯେଉଁ ଅଧର୍ମାଚରଣ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କରିଅଛନ୍ତି ଓ ଯଦ୍ଦ୍ୱାରା ସେମାନେ ଆମ୍ଭର ଆଜ୍ଞାଲଙ୍ଘନ କରିଅଛନ୍ତି, ଆମ୍ଭେ ସେସବୁ କ୍ଷମା କରିବା।


ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯଦି ତାହାର ପିତା ତାହାର ମୁଖରେ କେବଳ ଛେପ ପକାଇଥାʼନ୍ତା, ତେବେ ସେ କି ସାତ ଦିନ ଲଜ୍ଜିତା ହୁଅନ୍ତା ନାହିଁ? ସେ ସାତ ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ ରୁଦ୍ଧା ହୋଇ ରହୁ; ତହିଁ ଉତ୍ତାରେ ସେ ଭିତରକୁ ଅଣାଯିବ।”


ପୁଣି, ଅଷ୍ଟମ ଦିନରେ ଦୁଇ ନିଖୁନ୍ତ ମେଷବତ୍ସ, ଏକବର୍ଷୀୟା ଏକ ନିଖୁନ୍ତ ମେଷବତ୍ସା ଓ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍‍ ତୈଳ ନେବ।


ଏଥିଉତ୍ତାରେ ଅଷ୍ଟମ ଦିନରେ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଡାକିଲେ,


ତୁମ୍ଭେ ବେଦି ନିମନ୍ତେ ସାତ ଦିନ ପ୍ରାୟଶ୍ଚିତ୍ତ କରି ତାହା ପବିତ୍ର କରିବ; ତହିଁରେ ବେଦି ମହାପବିତ୍ର ହେବ, ପୁଣି, ଯାହା କିଛି ବେଦି ସ୍ପର୍ଶ କରେ, ସେସବୁ ପବିତ୍ର ହେବ।


ଆମ୍ଭେ ତୁମ୍ଭକୁ ଯେପରି ଆଜ୍ଞା ଦେଇଅଛୁ, ତଦନୁସାରେ ତୁମ୍ଭେ ହାରୋଣ ପ୍ରତି ଓ ତାହାର ପୁତ୍ରଗଣ ପ୍ରତି କରିବ; ସେମାନଙ୍କ ଉତ୍ସର୍ଗୀକୃତରେ ସାତ ଦିନ ଲାଗିବ।


Swiv nou:

Piblisite


Piblisite