Biblia Todo Logo
Bib sou entènèt

- Piblisite -




ବିଳାପ 4:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ହାୟ! ନିର୍ମଳ ସୁବର୍ଣ୍ଣ ତୁଲ୍ୟ ଯେ ସିୟୋନର ସନ୍ତାନଗଣ, ସେମାନେ କିପରି କୁମ୍ଭାରର ହସ୍ତକୃତ ମୃତ୍ତିକାର କଳସ ତୁଲ୍ୟ ଗଣିତ ହୋଇଅଛନ୍ତି!

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ହାୟ ! ନିର୍ମଳ ସୁବର୍ଣ୍ଣ ତୁଲ୍ୟ ଯେ ସିୟୋନର ସନ୍ତାନଗଣ, ସେମାନେ କିପରି କୁମ୍ଭାର ହସ୍ତକୃତ ମୃତ୍ତିକାର କଳସ ତୁଲ୍ୟ ଗଣିତ ହୋଇଅଛନ୍ତି !

Gade chapit la Kopi

ଓଡିଆ ବାଇବେଲ

2 ହାୟ ! ନିର୍ମଳ ସୁବର୍ଣ୍ଣ ତୁଲ୍ୟ ଯେ ସିୟୋନର ସନ୍ତାନଗଣ, ସେମାନେ କିପରି କୁମ୍ଭାରର ହସ୍ତକୃତ ମୃତ୍ତିକାର କଳସ ତୁଲ୍ୟ ଗଣିତ ହୋଇଅଛନ୍ତି !

Gade chapit la Kopi

ପବିତ୍ର ବାଇବଲ

2 ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ ସିୟୋନର ସନ୍ତାନଗଣ ଥିଲେ। ମାତ୍ର ଶତ୍ରୁମାନେ ସେମାନଙ୍କୁ କୁମ୍ଭକାରର ହସ୍ତକୃତ ମାଟି କଳସ ତୁଲ୍ୟ ଗଣନା କରିଛନ୍ତି।

Gade chapit la Kopi




ବିଳାପ 4:2
12 Referans Kwoze  

ପୁଣି, ଯେପରି କୁମ୍ଭକାରର ପାତ୍ର ଭଙ୍ଗାଯାଏ, ସେହିପରି ସେ କିଛି ଦୟା ନ କରି ତାହା ଚୂର୍ଣ୍ଣ କରି ଭାଙ୍ଗି ପକାଇବେ; ତହିଁରେ ଚୁଲ୍ଲୀରୁ ଅଗ୍ନି କିଅବା କୁଣ୍ଡରୁ ଜଳ ନେବା ଭଳି ଖଣ୍ଡେ ଖପରା ହିଁ ତହିଁରୁ ମିଳିବ ନାହିଁ।”


‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଯେପରି କେହି କୁମ୍ଭକାରର ପାତ୍ର ଭାଙ୍ଗି ପକାଇଲେ ତାହା ପୁନର୍ବାର ଯୋଡ଼ାଯାଇ ନ ପାରେ, ଆମ୍ଭେ ସେହିପରି ଏହି ଲୋକମାନଙ୍କୁ ଓ ଏହି ନଗରକୁ ଭାଙ୍ଗି ପକାଇବା; ତହିଁରେ କବର ସ୍ଥାନର ଅଭାବ ନ ହେବା ଯାଏ ଲୋକମାନେ ତୋଫତ୍‍ରେ କବର ଦେବେ।


ଗୋଟିଏ ବଡ଼ ଘରେ ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ, ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ; କେତେକ ସମାଦର ଓ କେତେକ ଅନାଦର ନିମନ୍ତେ ଥାଏ।


ମାତ୍ର ମହାଶକ୍ତି ଯେ ଈଶ୍ବରଙ୍କର, ପୁଣି, ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥିନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ;


କାରଣ ଆମ୍ଭେ ଆପଣା ନିମନ୍ତେ ଧନୁ ସ୍ୱରୂପ ଯିହୁଦାକୁ ବଙ୍କା କରିଅଛୁ ଓ ତୀର ସ୍ୱରୂପ ଇଫ୍ରୟିମରେ ତାହା ସଂଯୁକ୍ତ କରିଅଛୁ; ଆଉ, ହେ ସିୟୋନ, ଆମ୍ଭେ ତୁମ୍ଭର ସନ୍ତାନଗଣକୁ, ହେ ଗ୍ରୀସ୍‍, ତୁମ୍ଭ ସନ୍ତାନଗଣ ବିରୁଦ୍ଧରେ ଉତ୍ତେଜିତ କରିବା ଓ ତୁମ୍ଭକୁ ବୀରର ଖଡ୍ଗ ସ୍ୱରୂପ କରିବା।


ଅଧିପତିମାନେ ସେମାନଙ୍କ ହସ୍ତ ଦ୍ୱାରା ଟଙ୍ଗା ହୋଇଥିଲେ; ପ୍ରାଚୀନ ଲୋକମାନଙ୍କ ମୁଖ ସମାଦୃତ ନୋହିଲା।


ସେ ଯେଉଁ ପୁତ୍ରଗଣକୁ ପ୍ରସବ କରିଅଛି, ସେ ସମସ୍ତଙ୍କ ମଧ୍ୟରେ ତାହାକୁ କଢ଼ାଇ ନେବାକୁ କେହି ନାହିଁ; କିଅବା ସେ ଯେଉଁ ପୁତ୍ରଗଣକୁ ପ୍ରତିପାଳନ କରିଅଛି, ସେ ସମସ୍ତଙ୍କ ମଧ୍ୟରେ ତାହାର ହସ୍ତ ଧରି ନେବା ପାଇଁ କେହି ନାହିଁ।


ଯୁବକ ଓ ବୃଦ୍ଧ ଲୋକ ବାଟର ଭୂମିରେ ପଡ଼ିଅଛନ୍ତି; ଆମ୍ଭର କୁମାରୀ ଓ ଯୁବକଗଣ ଖଡ୍ଗରେ ହତ ହୋଇ ପଡ଼ିଅଛନ୍ତି; ତୁମ୍ଭେ ସେମାନଙ୍କୁ ଆପଣା କ୍ରୋଧର ଦିନରେ ବଧ କରିଅଛ; ତୁମ୍ଭେ ଦୟା ନ କରି ହତ୍ୟା କରିଅଛ।


ଏହି କନୀୟ କି ତୁଚ୍ଛୀକୃତ ଭଗ୍ନ ପାତ୍ର? ସେ କି ଅପ୍ରୀତିକର ପାତ୍ର? ସେ ଓ ତାହାର ବଂଶ କାହିଁକି ଦୂରୀକୃତ ହୋଇ ସେମାନଙ୍କ ଅଜ୍ଞାତ ଦେଶରେ ନିକ୍ଷିପ୍ତ ହେଲେ।


ସଦାପ୍ରଭୁ ଏହି କଥା କହିଲେ, “ତୁମ୍ଭେ ଯାଇ କୁମ୍ଭକାରର ଏକ ମୃତ୍ତିକା ପାତ୍ର କ୍ରୟ କର, ଆଉ ଲୋକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ନେଇ,


ଇସ୍ରାଏଲ ଗ୍ରାସିତ ହୋଇଅଛି; ଏବେ ସେମାନେ ଅପ୍ରୀତିକର ପାତ୍ର ତୁଲ୍ୟ ନାନା ଗୋଷ୍ଠୀ ମଧ୍ୟରେ ଅଛନ୍ତି।


Swiv nou:

Piblisite


Piblisite