Biblia Todo Logo
Bib sou entènèt

- Piblisite -




ବିଳାପ 3:53 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

53 ସେମାନେ ଗର୍ତ୍ତରେ ମୋର ପ୍ରାଣ ସଂହାର କରି ମୋʼ ଉପରେ ପ୍ରସ୍ତର ପକାଇଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

53 ସେମାନେ କୂପରେ ମୋର ପ୍ରାଣ ସଂହାର କରି ମୋʼ ଉପରେ ପ୍ରସ୍ତର ପକାଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

53 ସେମାନେ ଗର୍ତ୍ତରେ ମୋର ପ୍ରାଣ ସଂହାର କରି ମୋ’ ଉପରେ ପ୍ରସ୍ତର ପକାଇ ଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

53 ସେମାନେ ମୋତେ କୂପରେ ନିକ୍ଷେପ କରିଛନ୍ତି ଓ ମୋତେ ସଂହାର କରିବାକୁ ମୋ’ ଉପରେ ପ୍ରସ୍ତର ପକାଇ ଅଛନ୍ତି।

Gade chapit la Kopi




ବିଳାପ 3:53
9 Referans Kwoze  

ପୁଣି, ଏକ ପଥର ଅଣାଯାଇ ଗର୍ତ୍ତ ମୁଖରେ ଥୁଆଗଲା; ଆଉ, ଦାନିୟେଲଙ୍କ ବିଷୟରେ ଯେପରି କୌଣସି ପରିବର୍ତ୍ତନ ନ ହେବ, ଏଥିପାଇଁ ରାଜା ଆପଣାର ମୁଦ୍ରାରେ ଓ ଆପଣା ଅମାତ୍ୟଗଣର ମୁଦ୍ରାରେ ତାହା ଅଙ୍କିତ କଲା।


“ହେ ଆମ୍ଭର ପ୍ରଭୁ ମହାରାଜ, ଏହି ଲୋକମାନେ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ପ୍ରତି ନିତାନ୍ତ ମନ୍ଦ ବ୍ୟବହାର କରିଅଛନ୍ତି, ସେମାନେ ତାଙ୍କୁ କୂପରେ ପକାଇଅଛନ୍ତି; ସେ ଯେଉଁଠାରେ ଅଛନ୍ତି, ଦୁର୍ଭିକ୍ଷ ସକାଶୁ ସେଠାରେ ସେ ମଲା ପରି ଅଛନ୍ତି, କାରଣ ନଗରରେ ଆଉ ରୁଟି ନାହିଁ।”


ତହିଁରେ ସେମାନେ ଯିରିମୀୟଙ୍କୁ ଧରି ପ୍ରହରୀ ପ୍ରାଙ୍ଗଣସ୍ଥିତ, ମଲ୍‍କୀୟ ରାଜପୁତ୍ରର କୂପରେ ପକାଇଦେଲେ; ଅର୍ଥାତ୍‍, ସେମାନେ ରଜ୍ଜୁ ଦ୍ୱାରା ଯିରିମୀୟଙ୍କୁ ଓହ୍ଲାଇ ଦେଲେ। ପୁଣି, ସେହି କୂପରେ ଜଳ ନ ଥିଲା, କେବଳ ପଙ୍କ ଥିଲା। ଆଉ, ଯିରିମୀୟ ସେହି ପଙ୍କରେ ମଗ୍ନପ୍ରାୟ ହେଲେ।


ଯିରିମୀୟ ସେହି କାରାକୂପ ଓ ତହିଁର କ୍ଷୁଦ୍ର କୋଠରିରେ ପ୍ରବେଶ କରି ଅନେକ ଦିନ ସେଠାରେ ରହିଲେ।


ତେଣୁ ସେମାନେ ଯାଇ ପ୍ରହରୀ-ଦଳ ସହିତ ସେହି ପ୍ରସ୍ତରରେ ମୁଦ୍ରାଙ୍କ ଦେଇ ସମାଧି ସୁରକ୍ଷିତ କଲେ।


ଆପଣାର ଯେଉଁ ନୂତନ ସମାଧି ପାହାଡ଼ରେ ଖୋଳିଥିଲେ, ସେଥିମଧ୍ୟରେ ତାହା ଥୋଇଲେ, ଆଉ ସମାଧି ଦ୍ୱାରରେ ଖଣ୍ଡିଏ ବଡ଼ ପଥର ଗଡ଼ାଇଦେଇ ଚାଲିଗଲେ।


ଏବେ ହେ ମୋର ପ୍ରଭୁ, ମହାରାଜ, ବିନୟ କରୁଅଛି, ଶ୍ରବଣ କରନ୍ତୁ; ଆପଣ ଯୋନାଥନ ଲେଖକର ଗୃହକୁ ମୋତେ ଫେରି ନ ପଠାଉନ୍ତୁ, ନୋହିଲେ ମୁଁ ସେଠାରେ ମରିଯିବି; ବିନୟ କରୁଅଛି, ମୋର ଏହି ନିବେଦନ ଆପଣଙ୍କ ଛାମୁରେ ସୁଗ୍ରାହ୍ୟ ହେଉ।”


ସେତେବେଳେ ଯୂନସ ସେହି ମତ୍ସ୍ୟ ଉଦରରେ ଥାଇ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ।


ଏଉତ୍ତାରେ ରାଜା ଆପଣା ଅଟ୍ଟାଳିକାକୁ ଯାଇ ଉପବାସରେ ରାତ୍ରି କ୍ଷେପଣ କଲା ଓ ବାଦ୍ୟଯନ୍ତ୍ରାଦି ତାହା ନିକଟକୁ ଅଣାଗଲା ନାହିଁ; ଆଉ, ତାହାର ନିଦ୍ରା ନୋହିଲା।


Swiv nou:

Piblisite


Piblisite