Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 6:22 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ମାତ୍ର ଯେଉଁ ଦୁଇ ବ୍ୟକ୍ତି ଦେଶ ଅନୁସନ୍ଧାନ କରିଥିଲେ, ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେହି ବେଶ୍ୟାର ଘରକୁ ଯାଅ, ପୁଣି ତାହା ନିକଟରେ ଯେଉଁ ଶପଥ କରିଅଛ, ତଦନୁସାରେ ସେହି ସ୍ତ୍ରୀକୁ ଓ ତାହାର ଯାହା ଯାହା ଅଛି, ସେସବୁକୁ ସେଠାରୁ ବାହାର କରି ଆଣ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ମାତ୍ର ଯେଉଁ ଦୁଇ ବ୍ୟକ୍ତି ଦେଶ ଅନୁସନ୍ଧାନ କରିଥିଲେ, ଯିହୋଶୂୟ ସେମାନଙ୍କୁ କହିଲେ, ତୁମ୍ଭେମାନେ ସେହି ବେଶ୍ୟାର ଘରକୁ ଯାଅ, ପୁଣି ତାହା ନିକଟରେ ଯେଉଁ ଶପଥ କରିଅଛ, ତଦନୁସାରେ ସେହି ସ୍ତ୍ରୀକି ଓ ତାହାର ଯାହା ଯାହା ଅଛି, ସେସବୁକୁ ସେଠାରୁ ବାହାର କରି ଆଣ।

Gade chapit la Kopi

ଓଡିଆ ବାଇବେଲ

22 ମାତ୍ର ଯେଉଁ ଦୁଇ ବ୍ୟକ୍ତି ଦେଶ ଅନୁସନ୍ଧାନ କରିଥିଲେ, ଯିହୋଶୂୟ ସେମାନଙ୍କୁ କହିଲେ, ତୁମ୍ଭେମାନେ ସେହି ବେଶ୍ୟାର ଘରକୁ ଯାଅ, ପୁଣି ତାହା ନିକଟରେ ଯେଉଁ ଶପଥ କରିଅଛ, ତଦନୁସାରେ ସେହି ସ୍ତ୍ରୀକୁ ଓ ତାହାର ଯାହା ଯାହା ଅଛି, ସେସବୁକୁ ସେଠାରୁ ବାହାର କରି ଆଣ।

Gade chapit la Kopi

ପବିତ୍ର ବାଇବଲ

22 ଯିହୋଶୂୟ ଦୁଇ ଜଣ ଗୁପ୍ତଚରଙ୍କୁ ଡାକି କହିଲେ, “ତୁମ୍ଭେ ସେ ବେଶ୍ୟା ଗୃହକୁ ଯାଅ ଓ ତାକୁ ବାହାରକୁ ଆଣ ଏବଂ ତାହା ସହିତ ଥିବା ସମସ୍ତ ଲୋକଙ୍କୁ ମଧ୍ୟ ବାହାରକୁ ଆଣ। ଏହିପରି କର କାରଣ ତୁମ୍ଭେ ସେମାନଙ୍କ ସହିତ ଏହିପରି ପ୍ରତିଜ୍ଞା କରିଅଛ।”

Gade chapit la Kopi




ଯିହୋଶୂୟ 6:22
13 Referans Kwoze  

ବିଶ୍ୱାସ ଦ୍ୱାରା ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆଶ୍ରୟ ଦେବାରୁ ଅନାଜ୍ଞାବହମାନଙ୍କ ସହିତ ବିନଷ୍ଟ ହେଲେ ନାହିଁ।


ମାତ୍ର ନଗର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ; କେବଳ ରାହାବ ବେଶ୍ୟା, ସେ ଓ ଗୃହରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ, କାରଣ ସେ ଆମ୍ଭମାନଙ୍କ ପ୍ରେରିତ ଗୁପ୍ତଚରଙ୍କୁ ଲୁଚାଇ ରଖିଥିଲା।


ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯେଉଁ ରାଜା ତାହାକୁ ରାଜା କଲା, ଯାହାର ଶପଥ ସେ ତୁଚ୍ଛ କଲା ଓ ଯାହାର ନିୟମ ସେ ଭାଙ୍ଗିଲା, ସେହି ରାଜାର ବାସସ୍ଥାନ ବାବିଲ ମଧ୍ୟରେ ଓ ତାହାର ନିକଟରେ, ସେ ନିଶ୍ଚୟ ମରିବ।


ପୁଣି, ରାଜ୍ୟ ଯେପରି ଅବନତ ହୋଇ ଆଉ ଉନ୍ନତ ନୋହିବ, ମାତ୍ର ତାହାର ନିୟମ ପାଳନ କରି ଯେପରି ସ୍ଥିର ହେବ, ଏଥିପାଇଁ


ଯାହାର ଦୃଷ୍ଟିରେ ପାମର ତୁଚ୍ଛୀକୃତ ହୁଏ; ମାତ୍ର ଯେ ସଦାପ୍ରଭୁଙ୍କ ଭୟକାରୀମାନଙ୍କୁ ସମାଦର କରେ। ଯେ ଶପଥ କରି ଆପଣାର କ୍ଷତି ହେଲେ ହେଁ ତାହା ଅନ୍ୟଥା କରେ ନାହିଁ।


ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍‍ଙ୍କୁ ରାଜା ରକ୍ଷା କଲେ, ଯେହେତୁ ସେମାନଙ୍କ ମଧ୍ୟରେ, ଅର୍ଥାତ୍‍, ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ଥିଲା।


ତହୁଁ ରାଜା ଗିବୀୟୋନୀୟ ଲୋକମାନଙ୍କୁ ଡକାଇ ସେମାନଙ୍କୁ କହିଲେ। (ଏହି ଗିବୀୟୋନୀୟ ଲୋକମାନେ ଇସ୍ରାଏଲ ସନ୍ତାନ ନ ଥିଲେ, ମାତ୍ର ଇମୋରୀୟମାନଙ୍କର ଅବଶିଷ୍ଟାଂଶ ମଧ୍ୟରେ ଥିଲେ; ପୁଣି ଇସ୍ରାଏଲ ସନ୍ତାନମାନେ ସେମାନଙ୍କୁ ବଧ ନ କରିବା ପାଇଁ ଶପଥ କରିଥିଲେ; ତଥାପି ଶାଉଲ ଇସ୍ରାଏଲ ଓ ଯିହୁଦା-ସନ୍ତାନଗଣ ପକ୍ଷରେ ଉଦ୍‍ଯୋଗୀ ହୋଇ ସେମାନଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ।)


ପୁଣି ଯିହୋଶୂୟ ସେମାନଙ୍କ ସହିତ ସନ୍ଧି କଲେ ଓ ସେମାନଙ୍କୁ ଜୀବିତ ରଖିବାକୁ ନିୟମ କଲେ, ଆଉ ମଣ୍ଡଳୀର ଅଧିପତିମାନେ ସେମାନଙ୍କ ନିକଟରେ ଶପଥ କଲେ।


ଏଥିରେ ସେହି ଯୁବା ଗୁପ୍ତଚରମାନେ ଗଲେ, ପୁଣି ରାହାବକୁ ଓ ତାହାର ପିତା ଓ ତାହାର ମାତା ଓ ତାହାର ଭାଇମାନଙ୍କୁ, ପୁଣି ଯାହା ଯାହା ତାହାର ଥିଲା, ସେସବୁ ବାହାର କରି ଆଣିଲେ, ମଧ୍ୟ ସେମାନେ ତାହାର ଜ୍ଞାତି ସମସ୍ତଙ୍କୁ ବାହାର କରି ଆଣିଲେ; ଆଉ ସେମାନଙ୍କୁ ଇସ୍ରାଏଲ-ଛାଉଣି ବାହାରେ ରଖିଲେ।


ତହୁଁ ସେ ସେମାନଙ୍କୁ ନଗରରେ ପ୍ରବେଶ କରିବା ପଥ ଦେଖାନ୍ତେ, ସେମାନେ ଖଡ୍ଗଧାରରେ ସେହି ନଗରକୁ ଆଘାତ କଲେ, ମାତ୍ର ସେହି ଲୋକକୁ ଓ ତାହାର ସବୁ ବଂଶକୁ ଛାଡ଼ିଦେଲେ।


Swiv nou:

Piblisite


Piblisite