Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 4:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପୁଣି ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ସିନ୍ଦୁକ ସମ୍ମୁଖରେ ଯର୍ଦ୍ଦନ ମଧ୍ୟକୁ ଯାଅ ଓ ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଇସ୍ରାଏଲ-ସନ୍ତାନଗଣର ବଂଶ ସଂଖ୍ୟାନୁସାରେ ଏକ ଏକ ପଥର ଆପଣା ଆପଣା କାନ୍ଧରେ ଘେନ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପୁଣି ଯିହୋଶୂୟ ସେମାନଙ୍କୁ କହିଲେ, ତୁମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ସିନ୍ଦୁକ ସମ୍ମୁଖରେ ଯର୍ଦ୍ଦନ ମଧ୍ୟକୁ ଯାଅ ଓ ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଇସ୍ରାଏଲ-ସନ୍ତାନଗଣର ବଂଶ ସଂଖ୍ୟାନୁସାରେ ଏକ ଏକ ପଥର ଆପଣା ଆପଣା କାନ୍ଧରେ ଘେନ;

Gade chapit la Kopi

ଓଡିଆ ବାଇବେଲ

5 ପୁଣି ଯିହୋଶୂୟ ସେମାନଙ୍କୁ କହିଲେ, ତୁମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ସିନ୍ଦୁକ ସମ୍ମୁଖରେ ଯର୍ଦ୍ଦନ ମଧ୍ୟକୁ ଯାଅ ଓ ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଇସ୍ରାଏଲ ସନ୍ତାନଗଣର ବଂଶ ସଂଖ୍ୟାନୁସାରେ ଏକ ଏକ ପଥର ଆପଣା ଆପଣା କାନ୍ଧରେ ଘେନ;

Gade chapit la Kopi

ପବିତ୍ର ବାଇବଲ

5 ଯିହୋଶୂୟ ସେହି ବାର ଜଣ ଲୋକଙ୍କୁ କହିଲେ, “ଯର୍ଦ୍ଦନ ନଦୀର ମଝିକୁ ଯାଅ ଯେଉଁଠାରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଠିଆ ହୋଇ ଥିଲେ, ତୁମ୍ଭେମାନେ ବାରଟି ଶିଳାଖଣ୍ତ ପାଇବା ଉଚିତ୍। ସେଠାରୁ ତୁମ୍ଭେମାନେ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଶିଳା ତୁମ୍ଭ କାନ୍ଧରେ ବହି ଆଣିବ।

Gade chapit la Kopi




ଯିହୋଶୂୟ 4:5
7 Referans Kwoze  

ତେବେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣର ପ୍ରତ୍ୟେକ ବଂଶରୁ ଏକ ଏକ ଜଣ କରି ଯେଉଁ ବାର ଜଣ ନିରୂପଣ କରିଥିଲେ, ସେମାନଙ୍କୁ ଡାକିଲେ;


ତାହା ତୁମ୍ଭମାନଙ୍କ ମଧ୍ୟରେ ଚିହ୍ନସ୍ୱରୂପ ହେବ, ପୁଣି ‘ତୁମ୍ଭମାନଙ୍କର ଏସବୁ ପଥର କʼଣ?’ ଭବିଷ୍ୟତ କାଳରେ ତୁମ୍ଭମାନଙ୍କ ସନ୍ତାନଗଣ ଏହା ପଚାରିଲେ,


ପୁଣି, ଯାକୁବ ଆପଣା କୁଟୁମ୍ବମାନଙ୍କୁ କହିଲା, “ତୁମ୍ଭେମାନେ ପ୍ରସ୍ତର ସଂଗ୍ରହ କର;” ତହିଁରେ ସେମାନେ ପ୍ରସ୍ତର ଆଣି ଗୋଟିଏ ରାଶି କରନ୍ତେ, ସମସ୍ତେ ସେହି ସ୍ଥାନରେ ସେହି ରାଶି ଉପରେ ଭୋଜନ କଲେ।


ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ, ପୁଣି, ପ୍ରଭାତରେ ଉଠି ପର୍ବତ ତଳେ ଗୋଟିଏ ଯଜ୍ଞବେଦି ଓ ଇସ୍ରାଏଲର ଦ୍ୱାଦଶ ବଂଶାନୁସାରେ ଦ୍ୱାଦଶ ସ୍ତମ୍ଭ ନିର୍ମାଣ କଲେ।


ହେ ଇସ୍ରାଏଲ, ଶୁଣ ତୁମ୍ଭେ ଆପଣାଠାରୁ ଅଧିକ ପ୍ରବଳ ଓ ବଳବାନ ଗୋଷ୍ଠୀୟ ଲୋକମାନଙ୍କୁ, ଆଉ ପ୍ରାଚୀର-ବେଷ୍ଟିତ ବୃହତ ଓ ଗଗନସ୍ପର୍ଶୀ ନଗରମାନଙ୍କୁ ଅଧିକାର କରିବା ପାଇଁ ଆଜି ଯର୍ଦ୍ଦନ ପାର ହୋଇ ଯାଉଅଛ;


ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭେ ଯେଉଁ ଦିନ ଯର୍ଦ୍ଦନ ପାର ହୋଇ ସେଠାରେ ଉପସ୍ଥିତ ହେବ, ସେହି ଦିନ ଆପଣା ନିମନ୍ତେ କେତେକ ବୃହତ ପ୍ରସ୍ତର ସ୍ଥାପନ କରିବ ଓ ତାହା ଚୂନରେ ଲେପିବ।


ପୁଣି ଯେତେବେଳେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ କିଣାନ ଦେଶାନ୍ତର୍ଗତ ଯର୍ଦ୍ଦନ ସୀମାରେ ଉପସ୍ଥିତ ହେଲେ, ସେତେବେଳେ ସେମାନେ ସେଠାରେ ଯର୍ଦ୍ଦନ ନିକଟରେ ଗୋଟିଏ ଯଜ୍ଞବେଦି ନିର୍ମାଣ କଲେ, ସେହି ବେଦି ଦେଖିବାକୁ ବଡ଼।


Swiv nou:

Piblisite


Piblisite