Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 22:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ପ୍ରତିଜ୍ଞାନୁସାରେ ତୁମ୍ଭମାନଙ୍କ ଭ୍ରାତୃଗଣକୁ ବିଶ୍ରାମ ଦେଇଅଛନ୍ତି; ଏନିମନ୍ତେ ସଦାପ୍ରଭୁଙ୍କ ସେବକ ମୋଶା ଯର୍ଦ୍ଦନ ସେପାରିରେ ତୁମ୍ଭମାନଙ୍କ ଯେଉଁ ଅଧିକାର ଦେଇଅଛନ୍ତି, ତୁମ୍ଭେମାନେ ଏବେ ଆପଣାମାନଙ୍କୁ ସେହି ଅଧିକୃତ ଦେଶକୁ ଓ ଆପଣା ଆପଣା ତମ୍ବୁକୁ ଫେରିଯାଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ଆପଣା ପ୍ରତିଜ୍ଞାନୁସାରେ ତୁମ୍ଭମାନଙ୍କ ଭ୍ରାତୃଗଣକୁ ବିଶ୍ରାମ ଦେଇଅଛନ୍ତି; ଏ ନିମନ୍ତେ ସଦାପ୍ରଭୁଙ୍କ ସେବକ ମୋଶା ଯର୍ଦ୍ଦନ ସେପାରିରେ ତୁମ୍ଭମାନଙ୍କ ଯେଉଁ ଅଧିକାର ଦେଇଅଛନ୍ତି, ତୁମ୍ଭେମାନେ ଏବେ ଆପଣାମାନଙ୍କୁ ସେହି ଅଧିକୃତ ଦେଶକୁ ଓ ଆପଣା ଆପଣା ତୁମ୍ଵୁକୁ ଫେରିଯାଅ।

Gade chapit la Kopi

ଓଡିଆ ବାଇବେଲ

4 ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ପ୍ରତିଜ୍ଞାନୁସାରେ ତୁମ୍ଭମାନଙ୍କ ଭ୍ରାତୃଗଣକୁ ବିଶ୍ରାମ ଦେଇଅଛନ୍ତି; ଏ ନିମନ୍ତେ ସଦାପ୍ରଭୁଙ୍କ ସେବକ ମୋଶା ଯର୍ଦ୍ଦନ ସେପାରିରେ ତୁମ୍ଭମାନଙ୍କ ଯେଉଁ ଅଧିକାର ଦେଇଅଛନ୍ତି, ତୁମ୍ଭେମାନେ ଏବେ ଆପଣାମାନଙ୍କୁ ସେହି ଅଧିକୃତ ଦେଶକୁ ଓ ଆପଣା ଆପଣା ତମ୍ବୁକୁ ଫେରିଯାଅ।

Gade chapit la Kopi

ପବିତ୍ର ବାଇବଲ

4 ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲବାସୀଙ୍କୁ ଶାନ୍ତି ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ଏବଂ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟ ରକ୍ଷା କରିଛନ୍ତି। ତେଣୁ ତୁମ୍ଭେମାନେ ବର୍ତ୍ତମାନ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରି ପାରିବ। ସଦାପ୍ରଭୁଙ୍କର ସେବକ ମୋଶା ଯର୍ଦ୍ଦନ ନଦୀର ପୂର୍ବ ପାର୍ଶ୍ୱରେ ତୁମ୍ଭମାନଙ୍କୁ ଭୂମି ଦେଇଛନ୍ତି। ବର୍ତ୍ତମାନ ତୁମ୍ଭେମାନେ ସେଠାକୁ ତୁମ୍ଭମାନଙ୍କର ସ୍ୱଗୃହକୁ ଯାଇପାର।

Gade chapit la Kopi




ଯିହୋଶୂୟ 22:4
16 Referans Kwoze  

ତାହା ସଙ୍ଗେ ରୁବେନୀୟ ଓ ଗାଦୀୟ ଲୋକମାନେ ଯର୍ଦ୍ଦନର ପୂର୍ବପାରିରେ ମୋଶାଦତ୍ତ ଆପଣା ଆପଣା ଅଧିକାର ପାଇଅଛନ୍ତି, ଯେହେତୁ ସଦାପ୍ରଭୁଙ୍କ ସେବକ ମୋଶା ସେମାନଙ୍କୁ,


ଇସ୍ରାଏଲ-ସନ୍ତାନଗଣଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ନ ପାଇବା ପର୍ଯ୍ୟନ୍ତ ଆମ୍ଭେମାନେ ଆପଣା ଆପଣା ଗୃହକୁ ଫେରି ଆସିବୁ ନାହିଁ।


ଏଉତ୍ତାରେ ସଦାପ୍ରଭୁ ତୁମ୍ଭମାନଙ୍କ ଭ୍ରାତୃଗଣକୁ ତୁମ୍ଭମାନଙ୍କ ତୁଲ୍ୟ ବିଶ୍ରାମ ଦେଲେ ଓ ଯର୍ଦ୍ଦନର ସେପାରିରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ଦେଶ ସେମାନଙ୍କୁ ଦେବେ, ସେମାନେ ମଧ୍ୟ ସେହି ଦେଶ ଅଧିକାର କଲେ ତୁମ୍ଭେମାନେ ପ୍ରତ୍ୟେକେ ମୋହର ଦତ୍ତ ଆପଣା ଆପଣା ଅଧିକାରକୁ ଫେରିଯିବ।”


ପୁଣି ମୋଶା ରୁବେନ୍‍ ବଂଶର ସନ୍ତାନଗଣକୁ ସେମାନଙ୍କ ବଂଶ ଅନୁସାରେ ଅଧିକାର ଦେଲେ।


ପୁଣି, ଆମ୍ଭେମାନେ ସେମାନଙ୍କ ଦେଶ ନେଇ ଅଧିକାର କରିବା ନିମନ୍ତେ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଦେଲୁ।


କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭକୁ ଯେଉଁ ବିଶ୍ରାମ ଓ ଅଧିକାର ଦେବେ, ତହିଁରେ ତୁମ୍ଭେମାନେ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହଁ।


କାରଣ ଯଦି ଯିହୋଶୂୟ ସେମାନଙ୍କୁ ବିଶ୍ରାମ ଦେଇଥାଆନ୍ତେ, ତେବେ ସେ ପରେ ଅନ୍ୟ ଦିନର କଥା କହି ନ ଥାଆନ୍ତେ।


ସେତେବେଳେ ସେ କହିଲେ, “ମୋହର ଉପସ୍ଥିତି ତୁମ୍ଭ ସହିତ ଗମନ କରିବ, ପୁଣି, ଆମ୍ଭେ ତୁମ୍ଭକୁ ବିଶ୍ରାମ ଦେବା।”


ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ଯେପରି ବିଶ୍ରାମ ଦେଇଅଛନ୍ତି, ସେପରି ତୁମ୍ଭମାନଙ୍କ ଭାଇମାନଙ୍କୁ ବିଶ୍ରାମ ଦେବା ଯାଏ, ମଧ୍ୟ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛନ୍ତି, ତାହା ସେମାନେ ଅଧିକାର କରିବା ଯାଏ ତୁମ୍ଭେମାନେ ସେମାନଙ୍କର ଉପକାର କରିବ; ତହିଁ ଉତ୍ତାରେ ଯର୍ଦ୍ଦନର ପୂର୍ବପାରିରେ ସୂର୍ଯ୍ୟୋଦୟ ଦିଗରେ ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ତୁମ୍ଭେମାନେ ଆପଣାମାନଙ୍କ ସେହି ଅଧିକୃତ ଦେଶକୁ ଫେରିଆସି ତାହା ଅଧିକାର କରିବ।”


ତୁମ୍ଭେମାନେ ବହୁଦିନାବଧି ଆଜି ପର୍ଯ୍ୟନ୍ତ ଆପଣା ଆପଣା ଭ୍ରାତୃଗଣକୁ ତ୍ୟାଗ କରି ନାହଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିଅଛ।


ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ଏମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁଙ୍କ ସେବକ ମୋଶା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଦେଲେ।


“ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର କʼଣ ତୁମ୍ଭମାନଙ୍କର ସହବର୍ତ୍ତୀ ନୁହନ୍ତି? ଓ ସେ କʼଣ ଚତୁର୍ଦ୍ଦିଗରେ ତୁମ୍ଭମାନଙ୍କୁ ବିଶ୍ରାମ ଦେଇ ନାହାନ୍ତି? ସେ ଦେଶ ନିବାସୀମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିଅଛନ୍ତି; ଆଉ ସଦାପ୍ରଭୁଙ୍କ ଓ ତାହାଙ୍କ ଲୋକମାନଙ୍କ ସମ୍ମୁଖରେ ଦେଶ ବଶୀଭୂତ ରହିଅଛି।


Swiv nou:

Piblisite


Piblisite