Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 22:24 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ବରଞ୍ଚ ଆମ୍ଭେମାନେ ଚିନ୍ତାଶୀଳ ହୋଇ ଓ ବିଚାର କରି ଏହା କରିଅଛୁ, ଆସନ୍ତା ସମୟରେ କେଜାଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସଙ୍ଗେ ତୁମ୍ଭମାନଙ୍କର କି ସମ୍ପର୍କ ଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ବରଞ୍ଚ ଆମ୍ଭେମାନେ ଚିନ୍ତାଶୀଳ ହୋଇ ଓ ବିଚାର କରି ଏହା କରିଅଛୁ, ଆସନ୍ତା ସମୟରେ କେଜାଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ସଙ୍ଗେ ତୁମ୍ଭମାନଙ୍କର କି ସମ୍ପର୍କ ଅଛି।

Gade chapit la Kopi

ଓଡିଆ ବାଇବେଲ

24 ବରଞ୍ଚ ଆମ୍ଭେମାନେ ଚିନ୍ତାଶୀଳ ହୋଇ ଓ ବିଚାର କରି ଏହା କରିଅଛୁ, ଆସନ୍ତା ସମୟରେ କେଜାଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସଙ୍ଗେ ତୁମ୍ଭମାନଙ୍କର କି ସମ୍ପର୍କ ଅଛି।

Gade chapit la Kopi

ପବିତ୍ର ବାଇବଲ

24 ତୁମ୍ଭେମାନେ କ’ଣ ବିଶ୍ୱାସ କରୁଛ ଯେ ଆମ୍ଭେମାନେ ଏହି ଯଜ୍ଞବେଦିରେ ହୋମ କି ଭକ୍ଷ୍ୟ ନୈବେଦ୍ୟ କି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ କ’ଣ ତିଆରି କରିଛୁ? ନାଁ ଆମ୍ଭେ ଏଥିପାଇଁ ଏହାକୁ ତିଆରି କରି ନାହୁଁ। ତେବେ କାହିଁକି ଆମ୍ଭେମାନେ ଯଜ୍ଞବେଦି ନିର୍ମାଣ କଲୁ? ଆମ୍ଭେମାନେ ଚିନ୍ତାଶୀଳ ହୋଇ ଓ ବିଗ୍ଭର କରି ଏହା କରିଅଛୁ। ଆସନ୍ତା ସମୟରେ କେଜାଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସଙ୍ଗେ କି ସମ୍ପର୍କ।

Gade chapit la Kopi




ଯିହୋଶୂୟ 22:24
7 Referans Kwoze  

ତାହା ତୁମ୍ଭମାନଙ୍କ ମଧ୍ୟରେ ଚିହ୍ନସ୍ୱରୂପ ହେବ, ପୁଣି ‘ତୁମ୍ଭମାନଙ୍କର ଏସବୁ ପଥର କʼଣ?’ ଭବିଷ୍ୟତ କାଳରେ ତୁମ୍ଭମାନଙ୍କ ସନ୍ତାନଗଣ ଏହା ପଚାରିଲେ,


“ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ସକଳ ପ୍ରମାଣ-ବାକ୍ୟ ଓ ବିଧି ଓ ଶାସନ ଦେଇଅଛନ୍ତି, ସେସବୁର ଅଭିପ୍ରାୟ କଅଣ?” ଏହା ଭବିଷ୍ୟତ କାଳରେ ତୁମ୍ଭର ସନ୍ତାନ ତୁମ୍ଭକୁ ପଚାରିଲେ,


ଆଉ ଭବିଷ୍ୟତ କାଳରେ ତୁମ୍ଭର ପୁତ୍ର ଯଦି ପଚାରିବ, ‘ଏହା କଅଣ?’ ତେବେ ତୁମ୍ଭେ କହିବ, ‘ସଦାପ୍ରଭୁ ଯେତେବେଳେ ଆମ୍ଭମାନଙ୍କୁ ଆପଣା ବାହୁ ବଳ ଦ୍ୱାରା ଦାସଗୃହ ସ୍ୱରୂପ ମିସରଠାରୁ ବାହାର କଲେ,


ଏଥିଉତ୍ତାରେ ଯେତେବେଳେ ତୁମ୍ଭ ସାକ୍ଷାତରେ ମୋହର ବେତନ ବିଷୟ ଉପସ୍ଥିତ ହେବ, ସେତେବେଳେ ମୋହର ଧାର୍ମିକତା ମୋʼ ବିଷୟରେ ସାକ୍ଷ୍ୟ ଦେବ, ଅର୍ଥାତ୍‍, ଛାଗଳମାନଙ୍କ ମଧ୍ୟରେ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛାଗଳ ଭିନ୍ନ ଓ ମେଷଗଣ ମଧ୍ୟରେ କଳାବର୍ଣ୍ଣର ମେଷ ଭିନ୍ନ ଯେତେ ଥିବେ, ତାହା ମୋହର ଚୋରି ରୂପେ ଗଣ୍ୟ ହେବ।”


ଯେହେତୁ ତାହାର ଭବିଷ୍ୟତ ସନ୍ତାନଗଣ ଓ ପରିବାରବର୍ଗ ଯେପରି ନ୍ୟାୟ ଓ ଧର୍ମାଚରଣ କରିବାକୁ ସଦାପ୍ରଭୁଙ୍କ ପଥରେ ଚାଲିବେ, ଏଥିପାଇଁ ସେମାନଙ୍କୁ ସେ ଯେପରି ଆଜ୍ଞା ଦେବ, ଏହି ଅଭିପ୍ରାୟରେ ଆମ୍ଭେ ତାହାକୁ ନିର୍ଦ୍ଧାରଣ କରିଅଛୁ; ତହିଁରେ ସଦାପ୍ରଭୁ ଅବ୍ରହାମଙ୍କ ବିଷୟରେ ଆପଣା କଥିତ ବାକ୍ୟ ସିଦ୍ଧ କରିବେ।”


ଯେବେ ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହେବା ପାଇଁ ଅବା ଏହି ଯଜ୍ଞବେଦି ଉପରେ ହୋମ କି ଭକ୍ଷ୍ୟ ନୈବେଦ୍ୟ କି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ତାହା ନିର୍ମାଣ କରିଥାଉ, ତେବେ ସଦାପ୍ରଭୁ ସ୍ୱୟଂ ତହିଁର ପ୍ରତିଫଳ ଦେଉନ୍ତୁ;


କାରଣ ହେ ରୁବେନ୍‍-ସନ୍ତାନଗଣ, ହେ ଗାଦ୍‍-ସନ୍ତାନଗଣ, ସଦାପ୍ରଭୁ ଆମ୍ଭ ଓ ତୁମ୍ଭ ମଧ୍ୟରେ ଯର୍ଦ୍ଦନକୁ ସୀମା କରିଅଛନ୍ତି; ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ;’ ଏରୂପେ ତୁମ୍ଭମାନଙ୍କ ସନ୍ତାନଗଣ କେଜାଣି ଆମ୍ଭମାନଙ୍କ ସନ୍ତାନଗଣକୁ ସଦାପ୍ରଭୁଙ୍କୁ ଭୟ କରିବାରୁ କ୍ଷାନ୍ତ କରାଇବେ;


Swiv nou:

Piblisite


Piblisite