Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 2:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତହିଁରେ ଯିରୀହୋର ରାଜା ରାହାବ ନିକଟକୁ କହି ପଠାଇଲେ, “ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସି ତୁମ୍ଭ ଗୃହରେ ପ୍ରବେଶ କରିଅଛନ୍ତି, ସେମାନଙ୍କୁ ବାହାର କରି ଆଣ, ଯେହେତୁ ସେମାନେ ସମସ୍ତ ଦେଶ ଅନୁସନ୍ଧାନ କରିବାକୁ ଆସିଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତହିଁରେ ଯିରୀହୋ-ରାଜା ରାହାବ ନିକଟକୁ କହି ପଠାଇଲେ, ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସି ତୁମ୍ଭ ଗୃହରେ ପ୍ରବେଶ କରିଅଛନ୍ତି, ସେମାନଙ୍କୁ ବାହାର କରି ଆଣ, ଯେହେତୁ ସେମାନେ ସମସ୍ତ ଦେଶ ଅନୁସନ୍ଧାନ କରିବାକୁ ଆସିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

3 ତହିଁରେ ଯିରୀହୋର ରାଜା ରାହାବ ନିକଟକୁ କହି ପଠାଇଲେ, ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସି ତୁମ୍ଭ ଗୃହରେ ପ୍ରବେଶ କରିଅଛନ୍ତି, ସେମାନଙ୍କୁ ବାହାର କରି ଆଣ, ଯେହେତୁ ସେମାନେ ସମସ୍ତ ଦେଶ ଅନୁସନ୍ଧାନ କରିବାକୁ ଆସିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

3 ତେଣୁ ଯିରୀହୋର ରାଜା ଏହି ବାର୍ତ୍ତା ରାହାବ ନିକଟକୁ ପଠାଇଲେ, “ଯେଉଁ ଲୋକମାନେ ଆସି ତୁମ୍ଭ ଗୃହରେ ପ୍ରବେଶ କରିଛନ୍ତି, ସେମାନଙ୍କୁ ବାହାର କରି ଆଣ। ଯେହେତୁ ସେମାନେ ସମସ୍ତେ ଦେଶ ଅନୁସନ୍ଧାନରେ ଆସିଛନ୍ତି।”

Gade chapit la Kopi




ଯିହୋଶୂୟ 2:3
15 Referans Kwoze  

ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ସେମାନଙ୍କ ପ୍ରଭୁ ହାନୂନ୍‍କୁ କହିଲେ, “ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାଙ୍କର ସମ୍ଭ୍ରମ କରୁଅଛି, ଏହା କି ଆପଣ ବିଚାର କରନ୍ତି? ଦାଉଦ କି ନଗର ଅନୁସନ୍ଧାନ କରିବା ଅଭିପ୍ରାୟରେ ତହିଁରେ ଭ୍ରମଣ କରିବାକୁ ଓ ତାହା ନାଶ କରିବାକୁ ଆପଣା ଦାସମାନଙ୍କୁ ତୁମ୍ଭ କତିକି ପଠାଇ ନାହିଁ?”


ପରେ ହେରୋଦ ଯେଉଁ ଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ ଦୁଇଟା ଜଞ୍ଜିରରେ ବନ୍ଧା ହୋଇ ଦୁଇ ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ, ଆଉ ପ୍ରହରୀମାନେ ଦ୍ୱାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ।


ପରେ ସେ ତାହାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ, ପୁଣି, ନିସ୍ତାର ପର୍ବ ଉତ୍ତାରେ ସେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ ଚାରି ଜଣ ଲେଖାଏଁ ଥିବା ଚାରୋଟି ସେନାଦଳ ନିକଟରେ ତାହାଙ୍କୁ ଜଗିବା ପାଇଁ ସମର୍ପଣ କଲେ।


ପୀଲାତ ପୁନର୍ବାର ବାହାରକୁ ଯାଇ ସେମାନଙ୍କୁ କହିଲେ, ଦେଖ, ଆମ୍ଭେ ଯେ ତାହାଠାରେ କୌଣସି ଦୋଷ ପାଉ ନାହୁଁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିନିମନ୍ତେ ଆମ୍ଭେ ତାହାକୁ ତୁମ୍ଭମାନଙ୍କ ନିକଟକୁ ବାହାର କରି ଆଣୁଅଛୁ।


ଦୁଷ୍ଟ ଲୋକ ବିପଦର ଦିନ ପର୍ଯ୍ୟନ୍ତ ରକ୍ଷିତ? ଓ ସେମାନେ କୋପର ଦିନ ପର୍ଯ୍ୟନ୍ତ ଘେନାଯାʼନ୍ତି?


ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ହାନୂନ୍‍କୁ କହିଲେ, “ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାର ସମ୍ଭ୍ରମ କରୁଅଛି, ଏହା କʼଣ ଆପଣ ବିଚାର କରନ୍ତି? ତାହାର ଦାସମାନେ କʼଣ ଦେଶ ଅନୁସନ୍ଧାନ କରିବାକୁ ଓ ନାଶ କରିବାକୁ ଓ ତହିଁରେ ଭ୍ରମଣ କରିବାକୁ ଆପଣଙ୍କ ନିକଟକୁ ଆସି ନାହାନ୍ତି?”


ତହିଁରେ ସେମାନେ ସେପରି କଲେ, ପୁଣି ଯିରୂଶାଲମର ରାଜାକୁ, ହିବ୍ରୋଣର ରାଜାକୁ, ଯର୍ମୂତର ରାଜାକୁ, ଲାଖୀଶ୍‍ର ରାଜାକୁ, ଇଗ୍ଲୋନ୍‍ର ରାଜାକୁ, ଏହି ପାଞ୍ଚ ରାଜାଙ୍କୁ ସେହି ଗୁମ୍ଫାରୁ ବାହାର କରି ତାଙ୍କ ନିକଟକୁ ଆଣିଲେ।


“ଯେଉଁ ଲୋକ ଅଭିଶାପ ଦେଇଅଛି, ତାହାକୁ ଛାଉଣି ବାହାରକୁ ଆଣ; ପୁଣି ଯେଉଁମାନେ ତାହାର କଥା ଶୁଣିଅଛନ୍ତି, ସେମାନେ ସମସ୍ତେ ତାହାର ମସ୍ତକରେ ହସ୍ତ ଦିଅନ୍ତୁ, ପୁଣି ସମୁଦାୟ ମଣ୍ଡଳୀ ପଥର ମାରି ତାହାକୁ ବଧ କରନ୍ତୁ।


ତହିଁରେ ଆମ୍ଭେମାନେ ତାକୁ କହିଲୁ, ‘ଆମ୍ଭେମାନେ ସଚ୍ଚୋଟ ଲୋକ, ଚୋର ନୋହୁଁ,


ଆଉ ପ୍ରାୟ ତିନି ମାସ ଉତ୍ତାରେ କେହି ଯିହୁଦାକୁ କହିଲା, “ତୁମ୍ଭର ପୁତ୍ରବଧୂ ତାମର ବ୍ୟଭିଚାରିଣୀ ହୋଇଅଛି; ଆଉ ବ୍ୟଭିଚାର କ୍ରମେ ତାହାର ଗର୍ଭ ହୋଇଅଛି।” ତହିଁରେ ଯିହୁଦା କହିଲା, “ତାକୁ ବାହାରକୁ ଆଣି ଅଗ୍ନିରେ ଦଗ୍ଧ କର।”


ଏଥିରେ କେହି ଯିରୀହୋ-ରାଜାଙ୍କୁ କହିଲା, “ଦେଖ, ଆଜି ରାତ୍ର ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲୋକେ ଦେଶ ଅନୁସନ୍ଧାନ କରିବା ପାଇଁ ଏହି ସ୍ଥାନକୁ ଆସିଅଛନ୍ତି।”


ଏଥିରେ ସେ ସ୍ତ୍ରୀ ସେହି ଦୁଇ ଲୋକଙ୍କୁ ନେଇ ଲୁଚାଇ ରଖିଲା; ଆଉ ସେ କହିଲା, “ହଁ, ସେହି ଲୋକମାନେ ମୋʼ କତିକି ଆସିଥିଲେ, ମାତ୍ର ସେମାନେ କେଉଁଠାର ଲୋକ, ତାହା ମୁଁ ଜାଣେ ନାହିଁ।


ଏଉତ୍ତାରେ ଅବଶାଲୋମର ଦାସମାନେ ସେହି ସ୍ତ୍ରୀର ଗୃହକୁ ଆସି ପଚାରିଲେ, “ଅହୀମାସ୍‍ ଓ ଯୋନାଥନ କାହାନ୍ତି?” ତହିଁରେ ସେ ସ୍ତ୍ରୀ ସେମାନଙ୍କୁ କହିଲା, “ସେମାନେ ନଦୀ ପାର ହୋଇ ଗଲେଣି।” ତହୁଁ ସେମାନେ ଖୋଜି ନ ପାଇବାରୁ ଯିରୂଶାଲମକୁ ଫେରିଗଲେ।


ଏଉତ୍ତାରେ ସୀଷରା ତାହାକୁ କହିଲା, “ତୁମ୍ଭେ ତମ୍ବୁ ଦ୍ୱାରରେ ଛିଡ଼ା ହୋଇଥାଅ, ଯେବେ କେହି ଆସି ତୁମ୍ଭକୁ ପଚାରି କହେ, ‘ଏଠାରେ କୌଣସି ମନୁଷ୍ୟ ଅଛି କି?’ ତେବେ ତୁମ୍ଭେ କହିବ, ‘କେହି ନାହିଁ।’”


Swiv nou:

Piblisite


Piblisite