Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 13:22 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଇସ୍ରାଏଲ-ସନ୍ତାନଗଣ ଖଡ୍ଗଧାରରେ ଯେଉଁମାନଙ୍କୁ ବଧ କରିଥିଲେ, ସେମାନଙ୍କ ମଧ୍ୟରେ ବିୟୋରର ପୁତ୍ର ମନ୍ତ୍ରଜ୍ଞ ବିଲୀୟମ୍‍କୁ ମଧ୍ୟ ବଧ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଇସ୍ରାଏଲ-ସନ୍ତାନଗଣ ଖଡ଼୍‍ଗଧାରରେ ଯେଉଁମାନଙ୍କୁ ବଧ କରିଥିଲେ, ସେମାନଙ୍କ ମଧ୍ୟରେ ବିୟୋରର ପୁତ୍ର ମନ୍ତ୍ରଜ୍ଞ ବିଲୀୟମ୍କୁ ମଧ୍ୟ ବଧ କରିଥିଲେ।

Gade chapit la Kopi

ଓଡିଆ ବାଇବେଲ

22 ଇସ୍ରାଏଲ ସନ୍ତାନଗଣ ଖଡ୍ଗଧାରରେ ଯେଉଁମାନଙ୍କୁ ବଧ କରିଥିଲେ, ସେମାନଙ୍କ ମଧ୍ୟରେ ବିୟୋରର ପୁତ୍ର ମନ୍ତ୍ରଜ୍ଞ ବିଲୀୟମ୍‍କୁ ମଧ୍ୟ ବଧ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ

22 ଇସ୍ରାଏଲ ସନ୍ତାନଗଣ ଖଣ୍ଡାରେ ଯେଉଁମାନଙ୍କୁ ହତ୍ୟା କରିଥିଲେ, ସେମାନଙ୍କ ମଧ୍ୟରେ ଥିଲେ, ବିୟୋରର ପୁତ୍ର ମନ୍ତ୍ରଜ୍ଞ ବିଲିୟମକୁ ମଧ୍ୟ ହତ୍ୟା କରିଥିଲେ।

Gade chapit la Kopi




ଯିହୋଶୂୟ 13:22
10 Referans Kwoze  

ଆଉ ଅନ୍ୟାନ୍ୟ ହତ ଲୋକଙ୍କ ସହିତ ସେମାନେ ମିଦୀୟନୀୟ ରାଜାମାନଙ୍କୁ, ଅର୍ଥାତ୍‍ ଇବି, ରେକମ୍‍, ସୂର୍‍, ହୂର ଓ ରେବା, ଏହି ମିଦୀୟନୀୟ ପାଞ୍ଚ ରାଜାଙ୍କୁ ବଧ କଲେ; ବିୟୋରର ପୁତ୍ର ବିଲୀୟମ୍‍କୁ ମଧ୍ୟ ସେମାନେ ଖଡ୍ଗରେ ବଧ କଲେ।


କିନ୍ତୁ ତୁମ୍ଭ ବିରୁଦ୍ଧରେ ଆମ୍ଭର କଥା ଅଛି, ଯେଉଁ ବିଲୀୟାମ ଦେବପ୍ରସାଦ ଭୋଜନ ଓ ବେଶ୍ୟାଗମନରୂପ ଫାନ୍ଦ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପକାଇବାକୁ ବାଲାକକୁ ଶିକ୍ଷା ଦେଇଥିଲା, ତାହାର ମତାବଲମ୍ବୀ କେତେକ ଜଣ ତୁମ୍ଭ ମଧ୍ୟରେ ସେଠାରେ ଅଛନ୍ତି।


ହାୟ, ସେମାନେ ସନ୍ତାପର ପାତ୍ର, କାରଣ ସେମାନେ କୟିନର ପଥରେ ଚାଲିଯାଇଅଛନ୍ତି, ଅର୍ଥଲୋଭ ସକାଶେ ବିଲୀୟାମ ଭ୍ରାନ୍ତିରେ ପଡ଼ିଯାଇଅଛନ୍ତି ଓ କୋରହ ସଦୃଶ ବିଦ୍ରୋହ କରି ବିନଷ୍ଟ ହୋଇଅଛନ୍ତି।


ସେମାନେ ଅନ୍ୟାୟ ବେତନର ଲାଳସାକାରୀ ବିୟୋରର ପୁତ୍ର ବିଲୀୟାମର ମାର୍ଗ ଅନୁସରଣ କଲେ ଓ ସତ୍ୟ ମାର୍ଗ ପରିତ୍ୟାଗ କରି ବିପଥଗାମୀ ହେଲେ;


ଏଥିଉତ୍ତାରେ ଇସ୍ରାଏଲକୁ ଆଶୀର୍ବାଦ କରିବା ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ, ଏହା ଦେଖି ବିଲୀୟମ୍‍ ପୂର୍ବ ପରି ଗଣକତା ସାଧିବା ପାଇଁ ଗଲା ନାହିଁ, ମାତ୍ର ପ୍ରାନ୍ତର ଆଡ଼େ ଆପଣା ମୁଖ ରଖିଲା।


ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ଡ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟକର୍ମଗୁଡ଼ିକ କରି ତଦ୍ୱାରା ପଶୁର ମୁଦ୍ରାଙ୍କ ପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ।


ନିତାନ୍ତ ଯାକୁବ ପାଇଁ କୌଣସି ଗଣକତା ନାହିଁ, କିଅବା ଇସ୍ରାଏଲ ପାଇଁ କୌଣସି ମନ୍ତ୍ର ନାହିଁ; ଏହିକ୍ଷଣି ଯାକୁବ ଓ ଇସ୍ରାଏଲ ବିଷୟରେ କୁହାଯିବ, ‘ପରମେଶ୍ୱର କି କର୍ମ କରିଅଛନ୍ତି!’


ଏବେ ଦେଖ, ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛି; ଆସ, ଏହି ଲୋକମାନେ ଭବିଷ୍ୟତରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା କରିବେ, ତାହା ମୁଁ ତୁମ୍ଭକୁ ଜ୍ଞାତ କରାଇବି।”


ଆଉ ଯର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନ୍‍-ସନ୍ତାନଗଣର ସୀମା ଥିଲା, ରୁବେନ୍‍-ସନ୍ତାନମାନଙ୍କ ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା।


Swiv nou:

Piblisite


Piblisite