Biblia Todo Logo
Bib sou entènèt

- Piblisite -




ଯୋୟେଲ 3:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ପୁଣି, ସଦାପ୍ରଭୁ ସିୟୋନରୁ ଗର୍ଜ୍ଜନ କରିବେ ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ; ତହିଁରେ ଆକାଶମଣ୍ଡଳ ଓ ପୃଥିବୀ କମ୍ପିତ ହେବେ; ମାତ୍ର ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଆଶ୍ରୟ ହେବେ ଓ ଇସ୍ରାଏଲ-ସନ୍ତାନଗଣ ପ୍ରତି ଦୃଢ଼ ଦୁର୍ଗ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ପୁଣି, ସଦାପ୍ରଭୁ ସିୟୋନରୁ ଗର୍ଜନ କରିବେ ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ; ତହିଁରେ ଆକାଶମଣ୍ତଳ ଓ ପୃଥିବୀ କମ୍ପିତ ହେବେ; ମାତ୍ର ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଆଶ୍ରୟସ୍ଵରୂପ ହେବେ ଓ ଇସ୍ରାଏଲ-ସନ୍ତାନଗଣ ପ୍ରତି ଦୃଢ଼ ଦୁର୍ଗସ୍ଵରୂପ ହେବେ।

Gade chapit la Kopi

ଓଡିଆ ବାଇବେଲ

16 ପୁଣି, ସଦାପ୍ରଭୁ ସିୟୋନରୁ ଗର୍ଜ୍ଜନ କରିବେ ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ; ତହିଁରେ ଆକାଶମଣ୍ଡଳ ଓ ପୃଥିବୀ କମ୍ପିତ ହେବେ; ମାତ୍ର ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଆଶ୍ରୟ ହେବେ ଓ ଇସ୍ରାଏଲ ସନ୍ତାନଗଣ ପ୍ରତି ଦୃଢ଼ ଦୁର୍ଗ ହେବେ।

Gade chapit la Kopi

ପବିତ୍ର ବାଇବଲ

16 ପୁଣି ସଦାପ୍ରଭୁ ପରମେଶ୍ୱର ସିୟୋନରୁ ଚିତ୍କାର କରିବେ, ସେ ଯିରୁଶାଲମରୁ ମଧ୍ୟ ଚିତ୍କାର କରିବେ। ସେହି ଚିତ୍କାରରେ ଆକାଶ ଓ ପୃଥିବୀ ଥରି ଉଠିବ। ମାତ୍ର ସଦାପ୍ରଭୁ ପରମେଶ୍ୱର ତାଙ୍କ ସନ୍ତାନଗଣଙ୍କ ପାଇଁ ନିରାପଦ ସ୍ଥାନ ହେବ। ସେ ମଧ୍ୟ ଇସ୍ରାଏଲର ଲୋକମାନଙ୍କ ପାଇଁ ନିରାପଦ ସ୍ଥାନ ହେବେ।

Gade chapit la Kopi




ଯୋୟେଲ 3:16
31 Referans Kwoze  

ପୁଣି ସେ କହିଲେ, “ସଦାପ୍ରଭୁ ସିୟୋନରୁ ଗର୍ଜ୍ଜନ କରିବେ ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ; ତହିଁରେ ମେଷପାଳକମାନଙ୍କର ଚରାଣି ସ୍ଥାନସକଳ ଶୋକ କରିବ ଓ କର୍ମିଲର ଶିଖର ଶୁଷ୍କ ହେବ।”


କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଆଉ ଥରେ ଅଳ୍ପ କାଳ ମଧ୍ୟରେ ଆମ୍ଭେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ଶୁଷ୍କ ଭୂମିକୁ ହଲାଇବା;


ହେ ମୋର ବଳ, ମୋର ଦୃଢ଼ ଦୁର୍ଗ ଓ ବିପଦ ସମୟରେ ମୋର ଆଶ୍ରୟ ସ୍ୱରୂପ ସଦାପ୍ରଭୁ, ପୃଥିବୀର ପ୍ରାନ୍ତସକଳରୁ ନାନା ଦେଶୀୟମାନେ ତୁମ୍ଭ ନିକଟକୁ ଆସି କହିବେ, “ଆମ୍ଭମାନଙ୍କର ପୂର୍ବପୁରୁଷମାନେ କେବଳ ମିଥ୍ୟା, ଅର୍ଥାତ୍‍, ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି।


ସଦାପ୍ରଭୁ ବୀର ତୁଲ୍ୟ ବିଜେ କରିବେ; ସେ ଯୋଦ୍ଧାର ନ୍ୟାୟ ଆପଣା ଉଦ୍‍ଯୋଗ ଉତ୍ତେଜିତ କରିବେ; ସେ ଉଚ୍ଚସ୍ୱର କରିବେ, ହଁ, ସେ ମହାନାଦ କରିବେ; ସେ ଆପଣା ଶତ୍ରୁଗଣର ପ୍ରତିକୂଳରେ ପ୍ରବଳ ରୂପରେ କାର୍ଯ୍ୟ କରିବେ।


ସଦାପ୍ରଭୁଙ୍କ ନାମ ଦୃଢ଼ ଗଡ଼; ଧାର୍ମିକ ଲୋକ ତହିଁକୁ ପଳାଇ ରକ୍ଷା ପାଏ।


କାରଣ ଆମ୍ଭେ ଆପଣା ଅନ୍ତର୍ଜ୍ୱାଳା ଓ କୋପାନଳରେ କହିଅଛୁ, ଅବଶ୍ୟ ସେହି ଦିନ ଇସ୍ରାଏଲ ଦେଶରେ ମହାକମ୍ପ ହେବ;


ପୁଣି, ଆକାଶମଣ୍ଡଳ ରୋପଣ କରିବାର, ପୃଥିବୀର ଭିତ୍ତିମୂଳ ସ୍ଥାପନ କରିବାର ଓ ‘ତୁମ୍ଭେ ଆମ୍ଭର ଲୋକ,’ ଏହା ସିୟୋନକୁ କହିବା ପାଇଁ ଆମ୍ଭେ ତୁମ୍ଭ ମୁଖରେ ଆପଣା ବାକ୍ୟ ରଖିଅଛୁ ଓ ଆପଣା ହସ୍ତର ଛାୟାରେ ତୁମ୍ଭକୁ ଆଚ୍ଛାଦନ କରିଅଛୁ।”


କାରଣ ତୁମ୍ଭେ ମୋʼ ନିମନ୍ତେ ଆଶ୍ରୟ ଓ ଶତ୍ରୁଠାରୁ ଦୃଢ଼ ଦୁର୍ଗ ସ୍ୱରୂପ ହୋଇଅଛ।


ସେତେବେଳେ ବିଦ୍ୟୁତ୍, ବିଭିନ୍ନ ସ୍ୱର ଓ ବଜ୍ରଧ୍ୱନୀ ହେଲା, ପୁଣି, ମହା ଭୂମିକମ୍ପ ହେଲା; ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟଠାରୁ ଏପରି ଭୟଙ୍କର ଭୂମିକମ୍ପ ଆଉ କେବେ ହୋଇ ନ ଥିଲା।


ସଦାପ୍ରଭୁ ମୋହର ଶୈଳ, ମୋହର ଗଡ଼ ଓ ମୋହର ଉଦ୍ଧାରକର୍ତ୍ତା; ମୋହର ପରମେଶ୍ୱର, ମୋହର ଦୃଢ଼ ଶୈଳ, ମୁଁ ତାହାଙ୍କଠାରେ ଶରଣ ନେବି; ମୋହର ଢାଲ ଓ ମୋହର ପରିତ୍ରାଣର ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ।


ସେ ଉଚ୍ଚସ୍ଥାନରେ ବାସ କରିବ; ଶୈଳଗଣର ଦୁରାକ୍ରମ ସ୍ଥାନ ତାହାର ଦୁର୍ଗ ସ୍ୱରୂପ ହେବ; ତାହାର ଭକ୍ଷ୍ୟ ତାହାକୁ ଦିଆଯିବ; ତାହାର ଜଳର ଅଭାବ ହେବ ନାହିଁ।


ସଦାପ୍ରଭୁ ଆପଣା ଲୋକମାନଙ୍କୁ ବଳ ଦେବେ; ସଦାପ୍ରଭୁ ଆପଣା ଲୋକମାନଙ୍କୁ ଶାନ୍ତି ଦେଇ ଆଶୀର୍ବାଦ କରିବେ।


ଆହୁରି ଇସ୍ରାଏଲର ବିଶ୍ୱାସଭୂମି ମିଥ୍ୟା କହିବେ ନାହିଁ, କି ମତ ପରିବର୍ତ୍ତନ କରିବେ ନାହିଁ; କାରଣ ସେ ମନୁଷ୍ୟ ନୁହନ୍ତି ଯେ, ସେ ଦ୍ୱିମତ ହେବେ।”


ସେତେବେଳେ ସ୍ୱର୍ଗରେ ଥିବା ଈଶ୍ବରଙ୍କ ମନ୍ଦିର ଉନ୍ମୁକ୍ତ ହେଲା ଓ ତାହାଙ୍କ ମନ୍ଦିର ମଧ୍ୟରେ ତାହାଙ୍କ ନିୟମ-ସିନ୍ଦୁକ ଦେଖାଗଲା, ପୁଣି, ବିଦ୍ୟୁତ୍, ବିଭିନ୍ନ ସ୍ୱର, ମେଘଗର୍ଜ୍ଜନ, ଭୂମିକମ୍ପ ଓ ମହା ଶିଳାବୃଷ୍ଟି ହେଲା।


ସେହି ସମୟରେ ମହା ଭୂମିକମ୍ପ ହେଲା ଓ ନଗରୀର ଦଶମାଂଶ ଭୂମିସାତ୍‍ ହେଲା, ପୁଣି, ଭୂମିକମ୍ପରେ ସାତ ହଜାର ଲୋକ ନିହତ ହେଲେ ଏବଂ ଅବଶିଷ୍ଟ ଲୋକ ଭୀତ ହୋଇ ସ୍ୱର୍ଗସ୍ଥ ଈଶ୍ବରଙ୍କ ମହିମା କୀର୍ତ୍ତନ କଲେ।


ସେତେବେଳେ ଈଶ୍ବରଙ୍କ ସ୍ୱର ପୃଥିବୀକୁ ଟଳମଳ କଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରି କହିଅଛନ୍ତି, “ପୁନର୍ବାର ଆମ୍ଭେ ଯେ କେବଳ ପୃଥିବୀକୁ କମ୍ପାଇବା, ତାହା ନୁହେଁ, ମାତ୍ର ଆକାଶକୁ ମଧ୍ୟ କମ୍ପାଇବା।”


ପୁଣି, ଆମ୍ଭେ ସଦାପ୍ରଭୁଙ୍କଠାରେ ସେମାନଙ୍କୁ ବଳବାନ କରିବା ଓ ସେମାନେ ତାହାଙ୍କ ନାମରେ ଗମନାଗମନ କରିବେ,” ଏହା ସଦାପ୍ରଭୁ କହନ୍ତି।


ସିଂହ ଗର୍ଜ୍ଜନ କରିଅଛି, କିଏ ଭୟ ନ କରିବ? ପ୍ରଭୁ ସଦାପ୍ରଭୁ କଥା କହିଅଛନ୍ତି, କିଏ ଭବିଷ୍ୟଦ୍‍ବାକ୍ୟ ପ୍ରଚାର ନ କରିବ?”


ଆମ୍ଭେ ସିଂହ ତୁଲ୍ୟ ଗର୍ଜ୍ଜନ କଲେ, ସେମାନେ ସଦାପ୍ରଭୁଙ୍କର ପଶ୍ଚାଦ୍‍ଗମନ କରିବେ, ଆଉ ଆମ୍ଭେ ଗର୍ଜ୍ଜନ କଲେ ପଶ୍ଚିମ ଦିଗରୁ ସନ୍ତାନମାନେ ଥରଥର ହୋଇ ଆସିବେ।


ଆଉ, ଆମ୍ଭେ ଯିହୁଦା-ବଂଶକୁ ବଳବାନ କରିବା ଓ ଆମ୍ଭେ ଯୋଷେଫର ବଂଶକୁ ଉଦ୍ଧାର କରିବା ଓ ଆମ୍ଭେ ସେମାନଙ୍କୁ ପୁନର୍ବାର ଆଣିବା, କାରଣ ସେମାନଙ୍କ ପ୍ରତି ଆମ୍ଭର ଦୟା ଅଛି; ଆଉ, ଆମ୍ଭ ଦ୍ୱାରା ପରିତ୍ୟକ୍ତ ନୋହିଲା ଲୋକର ତୁଲ୍ୟ ସେମାନେ ହେବେ; କାରଣ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା।


ମାତ୍ର ସେଠାରେ ସଦାପ୍ରଭୁ ପ୍ରତାପରେ ଆମ୍ଭମାନଙ୍କର ସହବର୍ତ୍ତୀ ହେବେ, ପ୍ରଶସ୍ତ ନଦ-ନଦୀ ଓ ସ୍ରୋତସମୂହର ସ୍ଥାନ ସ୍ୱରୂପ ହେବେ; ସେହି ସ୍ଥାନରେ ଆହୁଲାଯୁକ୍ତ କୌଣସି ପୋତ ଗମନ କରିବ ନାହିଁ, କିଅବା ଭୟଙ୍କର ଜାହାଜ ତାହା ପାର ହେବ ନାହିଁ।


ମୋʼ ପ୍ରତି ତ୍ରାସଜନକ ହୁଅ ନାହିଁ; ବିପଦ ଦିନରେ ତୁମ୍ଭେ ମୋର ଆଶ୍ରୟ ଅଟ।


ସଦାପ୍ରଭୁ ମଙ୍ଗଳମୟ ଓ ସଙ୍କଟ ଦିନରେ ଦୃଢ଼ ଦୁର୍ଗ ଅଟନ୍ତି; ଆଉ, ଯେଉଁମାନେ ତାହାଙ୍କଠାରେ ନିର୍ଭର କରନ୍ତି; ସେମାନଙ୍କୁ ସେ ଜାଣନ୍ତି।


ପୁଣି, ଆମ୍ଭେ ସକଳ ଗୋଷ୍ଠୀଙ୍କୁ ହଲାଇବା, ଆଉ ସମସ୍ତ ଗୋଷ୍ଠୀର ବାଞ୍ଛନୀୟ ବିଷୟସକଳ ଆସିବ, ପୁଣି ଆମ୍ଭେ ଏହି ଗୃହକୁ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ କରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।


ହେ ଭରସାଯୁକ୍ତ ବନ୍ଦୀମାନେ, ତୁମ୍ଭେମାନେ ଦୃଢ଼ ଗଡ଼ ଆଡ଼େ ଫେରି ଆସ; ଆମ୍ଭେ ତୁମ୍ଭକୁ ଦୁଇଗୁଣ ମଙ୍ଗଳ ଦେବା ବୋଲି ଆଜି ପ୍ରକାଶ କରୁଅଛୁ।


Swiv nou:

Piblisite


Piblisite