Biblia Todo Logo
Bib sou entènèt

- Piblisite -




ଯୋୟେଲ 2:22 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ହେ କ୍ଷେତ୍ରସ୍ଥ ପଶୁଗଣ, ତୁମ୍ଭେମାନେ ଭୟ କର ନାହିଁ; କାରଣ ପ୍ରାନ୍ତରସ୍ଥ ଚରାଣି ସ୍ଥାନସବୁ ଅଙ୍କୁରିତ ହେଉଅଛି, ବୃକ୍ଷ ଫଳ ଫଳୁଅଛି, ଡିମ୍ବିରିବୃକ୍ଷ ଓ ଦ୍ରାକ୍ଷାଲତା ଆପଣା ଶକ୍ତି ପ୍ରକାଶ କରୁଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ହେ କ୍ଷେତ୍ରସ୍ଥ ପଶୁଗଣ, ତୁମ୍ଭେମାନେ ଭୟ କର ନାହିଁ; କାରଣ ପ୍ରାନ୍ତରସ୍ଥ ଚରାଣି-ସ୍ଥାନସବୁ ଅଙ୍କୁରିତ ହେଉଅଛି, ବୃକ୍ଷ ଫଳ ଧରୁଅଛି, ଡିମିରି ବୃକ୍ଷ ଓ ଦ୍ରାକ୍ଷାଲତା ଆପଣା ଶକ୍ତି ପ୍ରକାଶ କରୁଅଛି।

Gade chapit la Kopi

ଓଡିଆ ବାଇବେଲ

22 ହେ କ୍ଷେତ୍ରସ୍ଥ ପଶୁଗଣ, ତୁମ୍ଭେମାନେ ଭୟ କର ନାହିଁ; କାରଣ ପ୍ରାନ୍ତରସ୍ଥ ଚରାଣି ସ୍ଥାନ ସବୁ ଅଙ୍କୁରିତ ହେଉଅଛି, ବୃକ୍ଷ ଫଳ ଫଳୁଅଛି, ଡିମ୍ବିରି ବୃକ୍ଷ ଓ ଦ୍ରାକ୍ଷାଲତା ଆପଣା ଶକ୍ତି ପ୍ରକାଶ କରୁଅଛି।

Gade chapit la Kopi

ପବିତ୍ର ବାଇବଲ

22 ହେ କ୍ଷେତ୍ରସ୍ଥ ପଶୁଗଣ, ଭୟଭୀତ ହୁଅ ନାହିଁ। ମରୁପ୍ରାୟ ଗ୍ଭରଣଭୂମି ତୃଣାଚ୍ଛାଦିତ ହେବ। ବୃକ୍ଷଗୁଡ଼ିକ ଫଳ ଧାରଣ କରିବେ। ଡିମ୍ବିରି ବୃକ୍ଷ ଓ ଦ୍ରାକ୍ଷାଲତା ପ୍ରଚୁର ଫଳ ଧାରଣ କରିବ।

Gade chapit la Kopi




ଯୋୟେଲ 2:22
25 Referans Kwoze  

କାରଣ ଶାନ୍ତିଯୁକ୍ତ ବୀଜ ବୁଣାଯିବ। ଦ୍ରାକ୍ଷାଲତା ଫଳବତୀ ହେବ ଓ ଭୂମି ଆପଣା ଫଳ ଉତ୍ପନ୍ନ କରିବ, ଆଉ ଆକାଶ ଆପଣା ଶିଶିର ଦାନ କରିବ ଓ ଆମ୍ଭେ ଏହି ଅବଶିଷ୍ଟାଂଶ ଲୋକମାନଙ୍କୁ ଏହି ସମସ୍ତର ଅଧିକାରୀ କରାଇବା।


ତାହା ପ୍ରାନ୍ତରସ୍ଥ ଚରାସ୍ଥାନ ଉପରେ କ୍ଷରେ ଓ ଗିରିଗଣ ଆନନ୍ଦରୂପ କଟିବନ୍ଧନ ପାଆନ୍ତି।


କାରଣ ସଦାପ୍ରଭୁ ସିୟୋନକୁ ସାନ୍ତ୍ୱନା କରିଅଛନ୍ତି; ସେ ତାହାର ଉତ୍ସନ୍ନ ସ୍ଥାନସବୁକୁ ସାନ୍ତ୍ୱନା କରିଅଛନ୍ତି; ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିଅଛନ୍ତି; ଆନନ୍ଦ ଓ ଉଲ୍ଲାସ, ଧନ୍ୟବାଦ ଓ ସଙ୍ଗୀତ ଧ୍ୱନି ତହିଁ ମଧ୍ୟରେ ହେବ।


ପୃଥିବୀ ନିଜ ଫଳ ଉତ୍ପନ୍ନ କରିଅଛି; ପରମେଶ୍ୱର, ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ।


ଅତଏବ, ଯେ ରୋପଣ କରେ କିମ୍ବା ଯେ ଜଳ ସେଚନ କରେ, ସେ କିଛି ନୁହେଁ, ମାତ୍ର ବୃଦ୍ଧି ସାଧନ କରନ୍ତି ଯେ ଈଶ୍ବର, ସେ ସାର।


ସେହି ସକଳ ସମୟରେ କେହି କୋଡ଼ିଏ ପରିମାଣବିଶିଷ୍ଟ ଶସ୍ୟ ଗଦା ନିକଟକୁ ଆସିଲେ, କେବଳ ତହିଁର ଦଶ ପରିମାଣ ହେଲା; କେହି ଦ୍ରାକ୍ଷାରସ କୁଣ୍ଡରୁ ପଚାଶ ପାତ୍ର ନେବାକୁ ଆସିଲେ, କେବଳ ତହିଁର କୋଡ଼ିଏ ପାତ୍ର ହେଲା।


ତେବେ ଯହିଁ ମଧ୍ୟରେ ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ନ ଜାଣିବାର ଏକ ଲକ୍ଷ କୋଡ଼ିଏ ହଜାରରୁ ଅଧିକ ଲୋକ ଓ ଅନେକ ପଶୁ ଅଛନ୍ତି, ସେହି ନୀନିବୀ ମହାନଗର ପ୍ରତି ଆମ୍ଭେ କି ଦୟା ନ କରିବା?”


ତହିଁରେ ଲୋକମାନେ କହିବେ, ‘ଏହି ଧ୍ୱଂସିତ ଦେଶ ଏଦନ ଉଦ୍ୟାନ ତୁଲ୍ୟ ହୋଇଅଛି; ଆଉ, ଏହି ଶୂନ୍ୟ, ଧ୍ୱଂସିତ ଓ ଉତ୍ପାଟିତ ନଗରସକଳ ପ୍ରାଚୀର-ବେଷ୍ଟିତ ଓ ବସତି ସ୍ଥାନ ହୋଇଅଛି।’


ପୁଣି, ଆମ୍ଭେ ବୃକ୍ଷର ଫଳ ଓ କ୍ଷେତ୍ରର ଶସ୍ୟ ବୃଦ୍ଧି କରିବା, ତହିଁରେ ତୁମ୍ଭେମାନେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଦୁର୍ଭିକ୍ଷ ସକାଶୁ ଆଉ ନିନ୍ଦା ପାଇବ ନାହିଁ।


ମାତ୍ର ହେ ଇସ୍ରାଏଲର ପର୍ବତଗଣ, ତୁମ୍ଭେମାନେ ଆପଣାମାନଙ୍କର ଶାଖା ବାହାର କରିବ ଓ ଆମ୍ଭର ଇସ୍ରାଏଲର ଲୋକଙ୍କ ନିମନ୍ତେ ଆପଣା ଆପଣାର ଫଳ ଉତ୍ପନ୍ନ କରିବ; କାରଣ ସେମାନଙ୍କର ଆଗମନ ସନ୍ନିକଟ।


ତୁମ୍ଭର ଧର୍ମ ପରମେଶ୍ୱରଙ୍କ ପର୍ବତଗଣ ତୁଲ୍ୟ; ତୁମ୍ଭର ଶାସନସବୁ ମହାବାରିଧି ସ୍ୱରୂପ; ହେ ସଦାପ୍ରଭୋ, ତୁମ୍ଭେ ମନୁଷ୍ୟ ଓ ପଶୁକୁ ରକ୍ଷା କରୁଅଛ।


ଭୂମିରେ କୃଷିକର୍ମ କଲେ ହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ; ତୁମ୍ଭେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେବ।”


ଚରାସ୍ଥାନସବୁ ମେଷପଲରେ ଭୂଷିତ ହୁଅନ୍ତି; ମଧ୍ୟ ଉପତ୍ୟକାସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି; ସେମାନେ ଜୟଧ୍ୱନି କରନ୍ତି, ମଧ୍ୟ ସେମାନେ ଗାନ କରନ୍ତି।


Swiv nou:

Piblisite


Piblisite