Biblia Todo Logo
Bib sou entènèt

- Piblisite -




ଯୋୟେଲ 1:18 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ପଶୁଗଣ କିପରି ଆର୍ତ୍ତସ୍ୱର କରନ୍ତି! ଚରା ନ ଥିବାରୁ ଗୋରୁପଲ ବ୍ୟାକୁଳ ହେଉଅଛନ୍ତି; ମେଷପଲ ଦଣ୍ଡ ପାଉଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ପଶୁଗଣ କିପରି ଆର୍ତ୍ତସ୍ଵର କରନ୍ତି ! ଚରା ନ ଥିବାରୁ ଗୋରୁପଲ ବ୍ୟାକୁଳ ହେଉଅଛନ୍ତି; ମେଷପଲ ନଷ୍ଟ ହେଉଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

18 ପଶୁଗଣ କିପରି ଆର୍ତ୍ତସ୍ୱର କରନ୍ତି ! ଚରା ନ ଥିବାରୁ ଗୋରୁପଲ ବ୍ୟାକୁଳ ହେଉଅଛନ୍ତି; ମେଷପଲ ଦଣ୍ଡ ପାଉଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

18 ପଶୁଗଣ କ୍ଷୁଧାରେ ବିଳାପ କରୁଛନ୍ତି। ଗୋରୁପଲ ଏଣେତେଣେ ବିଚରଣ କରୁଛନ୍ତି, ଘାସ ନ ପାଇ ବ୍ୟାକୁଳ ହେଉଛନ୍ତି। ମେଷପଲ ମଧ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି।

Gade chapit la Kopi




ଯୋୟେଲ 1:18
10 Referans Kwoze  

ଏଥିପାଇଁ ଦେଶ ବିଳାପ କରିବ ଓ ତହିଁର ନିବାସୀ ପ୍ରତ୍ୟେକ ଲୋକ, କ୍ଷେତ୍ରସ୍ଥ ବନ୍ୟ ପଶୁ ଓ ଆକାଶସ୍ଥ ପକ୍ଷୀଗଣ ସହିତ ଦୁର୍ବଳ ହେବେ; ହଁ, ସମୁଦ୍ରର ମତ୍ସ୍ୟଗଣ ମଧ୍ୟ ଦୂରୀକୃତ ହେବେ।


କେତେ କାଳ ଦେଶ ଶୋକ କରିବ ଓ ସମୁଦାୟ ଦେଶର ତୃଣ ଶୁଷ୍କ ହେବ? ତହିଁର ନିବାସୀମାନଙ୍କର ଦୁଷ୍ଟତା ସକାଶୁ ପଶୁ ଓ ପକ୍ଷୀସବୁ କ୍ଷୟ ପାଉଅଛନ୍ତି; କାରଣ ଲୋକମାନେ କହିଲେ, “ସେ ଆମ୍ଭମାନଙ୍କର ଶେଷ ଗତି ଦେଖିବ ନାହିଁ।”


କାରଣ ସମସ୍ତ ସୃଷ୍ଟି ଯେ ଆଜି ପର୍ଯ୍ୟନ୍ତ ଏକସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହେଉଅଛି, ଏହା ଆମ୍ଭେମାନେ ଜାଣୁ।


ହଁ, କ୍ଷେତ୍ରସ୍ଥ ପଶୁସକଳ ତୁମ୍ଭ ନିକଟରେ ଧଇଁସଇଁ ହେଉଅଛନ୍ତି; ଯେହେତୁ ଜଳସ୍ରୋତସବୁ ଶୁଷ୍କ ହୋଇଅଛି ଓ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନସବୁ ଗ୍ରାସ କରିଅଛି।


ପୁଣି, ଆହାବ ଓବଦୀୟକୁ କହିଲେ, “ଦେଶ ମଧ୍ୟଦେଇ ସବୁ ଜଳ ନିର୍ଝର ଓ ସବୁ ନଦୀ ନିକଟକୁ ଯାଅ; ହୋଇପାରେ, ଆମ୍ଭେମାନେ ଅଶ୍ୱ ଓ ଖଚରମାନଙ୍କୁ ବଞ୍ଚାଇ ରଖିବା ପାଇଁ ତୃଣ ପାଇ ପାରିବା, ତାହାହେଲେ ପଶୁମାନଙ୍କୁ ହରାଇବା ନାହିଁ।”


ତହୁଁ ରାଜା ଶଲୋମନ ଓ ତାଙ୍କ ସହିତ ତାଙ୍କ ନିକଟରେ ଏକତ୍ରିତ ସମଗ୍ର ଇସ୍ରାଏଲ-ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ମେଷ ଓ ଗୋରୁ ବଳିଦାନ କଲେ, ତାହା ବାହୁଲ୍ୟ ହେତୁ ଅସଂଖ୍ୟ ଓ ଅପରିମେୟ ଥିଲା।


ପୁଣି ସେ କହିଲେ, “ସଦାପ୍ରଭୁ ସିୟୋନରୁ ଗର୍ଜ୍ଜନ କରିବେ ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ; ତହିଁରେ ମେଷପାଳକମାନଙ୍କର ଚରାଣି ସ୍ଥାନସକଳ ଶୋକ କରିବ ଓ କର୍ମିଲର ଶିଖର ଶୁଷ୍କ ହେବ।”


କାରଣ ଯଦ୍ୟପି ଡିମ୍ବିରିବୃକ୍ଷ ପୁଷ୍ପିତ ନୋହିବ, କିଅବା ଦ୍ରାକ୍ଷାଲତାରେ ଫଳ ନ ଧରିବ; ଜୀତବୃକ୍ଷ ଫଳ ନ ଫଳିବ ଓ କ୍ଷେତ୍ର ଖାଦ୍ୟଦ୍ରବ୍ୟ ଉତ୍ପନ୍ନ ନ କରିବ; ଖୁଆଡ଼ରୁ ମେଷପଲ ଉଚ୍ଛିନ୍ନ ହେବ, ଆଉ ଗୋଠରେ ଗୋରୁପଲ ନ ଥିବ;


ଏଥିପାଇଁ ତୁମ୍ଭମାନଙ୍କ ସକାଶୁ ଆକାଶ ଶିଶିରରହିତ ହୋଇଅଛି ଓ ପୃଥିବୀ ଆପଣା ଫଳରହିତ ହୋଇଅଛି।


Swiv nou:

Piblisite


Piblisite