Biblia Todo Logo
Bib sou entènèt

- Piblisite -




ଯୋହନ 8:39 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ସେମାନେ ତାହାଙ୍କୁ ଉତ୍ତର ଦେଲେ, ଅବ୍ରହାମ ଆମ୍ଭମାନଙ୍କ ପିତା। ଯୀଶୁ ସେମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ଅବ୍ରହାମଙ୍କ ସନ୍ତାନ, ତେବେ ଅବ୍ରହାମଙ୍କ କର୍ମ କର;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ସେମାନେ ତାହାଙ୍କୁ ଉତ୍ତର ଦେଲେ, ଅବ୍ରହାମ ଆମ୍ଭମାନଙ୍କ ପିତା। ଯୀଶୁ ସେମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ଅବ୍ରହାମଙ୍କ ସନ୍ତାନ, ତେବେ ଅବ୍ରହାମଙ୍କ କର୍ମ କର;

Gade chapit la Kopi

ଓଡିଆ ବାଇବେଲ

39 ସେମାନେ ତାହାଙ୍କୁ ଉତ୍ତର ଦେଲେ, ଅବ୍ରହାମ ଆମ୍ଭମାନଙ୍କ ପିତା । ଯୀଶୁ ସେମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ଅବ୍ରହାମଙ୍କ ସନ୍ତାନ, ତେବେ ଅବ୍ରହାମଙ୍କ କର୍ମ କର;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

39 ସେମାନେ କହିଲେ, “ଆମ୍ଭମାନଙ୍କ ପିତା ଯେ ଅବ୍ରହାମ।” ଯୀଶୁ କହିଲେ: “ତୁମ୍ଭେମାନେ ଯଦି ପ୍ରକୃତରେ ଅବ୍ରହାମଙ୍କ ସନ୍ତାନ, ସେ ଯାହା କରିଥିଲେ, ତୁମ୍ଭେମାନେ ତାହା କରିଥାଆନ୍ତ।

Gade chapit la Kopi

ପବିତ୍ର ବାଇବଲ

39 ଯିହୂଦୀମାନେ କହିଲେ, “ଅବ୍ରହାମ ଆମ୍ଭମାନଙ୍କର ପିତା।” ଯୀଶୁ କହିଲେ, “ଯଦି ତୁମ୍ଭେ ପ୍ରକୃତରେ ଅବ୍ରହାମଙ୍କ ସନ୍ତାନ, ତେବେ ତୁମ୍ଭେମାନେ ଅବ୍ରହାମ କରିଥିବା କାର୍ଯ୍ୟମାନ କରିବ।

Gade chapit la Kopi




ଯୋହନ 8:39
13 Referans Kwoze  

ଅତଏବ ଯେଉଁମାନେ ବିଶ୍ୱାସୀ, ସେମାନେ ଅବ୍ରହାମଙ୍କର ସନ୍ତାନ।


କିଅବା ଅବ୍ରହାମଙ୍କ ବଂଶ ବୋଲି ଯେ ସମସ୍ତେ ସନ୍ତାନ, ତାହା ନୁହେଁ; କିନ୍ତୁ “ଇସ୍‌ହାକଙ୍କଠାରେ ତୁମ୍ଭର ବଂଶ ଖ୍ୟାତ ହେବ।”


ତୁମ୍ଭେମାନେ ଯେ ଅବ୍ରହାମଙ୍କର ବଂଶ, ତାହା ମୁଁ ଜାଣେ; କିନ୍ତୁ ମୋହର ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ନ ପାଇବାରୁ ତୁମ୍ଭେମାନେ ମୋତେ ବଧ କରିବାକୁ ଚେଷ୍ଟା କରୁଅଛ।


ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେବ; ସେ ତ ଦୁଷ୍ଟ ଓ ସନ୍ଥ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟ ଉଦୟ କରାନ୍ତି, ପୁଣି, ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି।


ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭାବ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି।


ଆଉ ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ତେବେ ତୁମ୍ଭେମାନେ ତ ଅବ୍ରହାମଙ୍କ ବଂଶ, ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ।


ଏଣୁ ଏହି ପ୍ରତିଜ୍ଞା ବିଶ୍ୱାସ ହେତୁ ପ୍ରାପ୍ତ ହୁଏ, ଯେପରି ତାହା ଅନୁଗ୍ରହ ଅନୁସାରେ ହୁଏ, ଆଉ ତଦ୍ୱାରା ସମସ୍ତ ବଂଶ ପକ୍ଷରେ, କେବଳ ବ୍ୟବସ୍ଥାବଲମ୍ବୀ ବଂଶ ପକ୍ଷରେ ନୁହେଁ, ମାତ୍ର ଅବ୍ରହାମଙ୍କ ବିଶ୍ୱାସାବଲମ୍ବୀ ବଂଶ ପକ୍ଷରେ ସୁଦ୍ଧା ସେହି ପ୍ରତିଜ୍ଞା ଅଟଳ ରହେ;


ପୁଣି, ଯେପରି ସେ ସୁନ୍ନତିମାନଙ୍କର ପିତା ହୋଇପାରନ୍ତି, ଅର୍ଥାତ୍‍ ଯେଉଁମାନେ ସୁନ୍ନତପ୍ରାପ୍ତ, କେବଳ ସେମାନଙ୍କର ନୁହେଁ, ମାତ୍ର ଅସୁନ୍ନତି ଅବସ୍ଥାରେ ଆମ୍ଭମାନଙ୍କ ପିତା ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା ସେଥିର ପଦଚିହ୍ନ ଦେଇ ଯେଉଁମାନେ ଗମନ କରନ୍ତି, ସେମାନଙ୍କର ମଧ୍ୟ।


ସେମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଅବ୍ରହାମଙ୍କର ବଂଶ, ଆଉ କେବେ ହେଁ କାହାରି ଦାସ ହୋଇ ନାହୁଁ, ତେବେ ତୁମ୍ଭେମାନେ ମୁକ୍ତ ହେବ ବୋଲି ତୁମ୍ଭେ କିପରି କହୁଅଛ?


ତୁମ୍ଭେମାନେ କାହିଁକି ମୋହର କଥା ବୁଝୁ ନାହଁ? ତୁମ୍ଭେମାନେ ତ ମୋହର ବାକ୍ୟ ଶୁଣି ପାରୁ ନାହଁ।


ତୁମ୍ଭମାନଙ୍କର ପିତା ଅବ୍ରହାମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ।”


Swiv nou:

Piblisite


Piblisite