Biblia Todo Logo
Bib sou entènèt

- Piblisite -




ଯୋହନ 6:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କଅଣ କରିବାକୁ ଯାଉଅଛନ୍ତି, ତାହା ସେ ନିଜେ ଜାଣିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କଅଣ କରିବାକୁ ଯାଉଅଛନ୍ତି, ତାହା ସେ ନିଜେ ଜାଣିଥିଲେ।

Gade chapit la Kopi

ଓଡିଆ ବାଇବେଲ

6 କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କ'ଣ କରିବାକୁ ଯାଉଅଛନ୍ତି, ତାହା ସେ ନିଜେ ଜାଣିଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 (ଫିଲିପ୍‌ଙ୍କୁ ପରୀକ୍ଷା କରିବା ପାଇଁ ସେ ଏକଥା କହିଥିଲେ- କାରଣ ସେ ନିଜେ କ’ଣ କରିବେ, ଜାଣିଥିଲେ।)

Gade chapit la Kopi

ପବିତ୍ର ବାଇବଲ

6 ସେ ଏ କଥା ଫିଲି‌ପ୍‌ପଙ୍କୁ ପରୀକ୍ଷା କରିବା ପାଇଁ ପଗ୍ଭରିଲେ, କାରଣ ସେ ତାହାଙ୍କ ନିଜ ଯୋଜନା ବିଷୟରେ ଜାଣିଥିଲେ।

Gade chapit la Kopi




ଯୋହନ 6:6
8 Referans Kwoze  

ଏହି ସମସ୍ତ ଘଟଣା ଉତ୍ତାରେ ପରମେଶ୍ୱର ଅବ୍ରହାମଙ୍କର ପରୀକ୍ଷା ନିମନ୍ତେ କହିଲେ, “ହେ ଅବ୍ରହାମ।” ତହିଁରେ ସେ ଉତ୍ତର କଲେ, “ଦେଖନ୍ତୁ, ମୁଁ ଏଠାରେ ଅଛି।”


ତଥାପି ଦେଶରେ ଯେଉଁ ଅଦ୍ଭୁତ କାର୍ଯ୍ୟ ହୋଇଥିଲା, ତହିଁର ବିବରଣ ପଚାରିବା ନିମିତ୍ତ ତାଙ୍କ ନିକଟକୁ ବାବିଲୀୟ ଅଧିପତିମାନଙ୍କ ପ୍ରେରିତ ଦୂତମାନଙ୍କ କାର୍ଯ୍ୟ ସମ୍ବନ୍ଧରେ ଯେପରି ସେ ଆପଣା ଅନ୍ତଃକରଣର ସମସ୍ତ ଭାବ ଜାଣି ପାରିବେ, ଏଥିପାଇଁ ପରମେଶ୍ୱର ତାଙ୍କର ପରୀକ୍ଷା ନେବା ସକାଶେ ତାଙ୍କୁ ଛାଡ଼ିଦେଲେ।


ତେବେ ତୁମ୍ଭେ ସେହି ଭବିଷ୍ୟଦ୍‍ବକ୍ତାର କି ସ୍ୱପ୍ନଦର୍ଶକର କଥା ଶୁଣିବ ନାହିଁ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରୁଅଛ କି ନାହିଁ; ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି।


ଯେ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ମାନ୍ନା ଦ୍ୱାରା ପ୍ରାନ୍ତରରେ ତୁମ୍ଭକୁ ପ୍ରତିପାଳନ କଲେ, ଏପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ତୁମ୍ଭେ ପାସୋରି ଯିବ।


ପୁଣି, ସେ ଲେବୀ ବିଷୟରେ କହିଲେ, “ତୁମ୍ଭର ତୁମ୍ମୀମ୍‍ ଓ ଉରୀମ୍‍ ତୁମ୍ଭ ଧାର୍ମିକ ପୁରୁଷ ସହିତ ଅଛି, ତୁମ୍ଭେ ମଃସାରେ ତାହାର ପରୀକ୍ଷା କଲ, ମିରୀବାଃ ଜଳ ନିକଟରେ ତୁମ୍ଭେ ତାହା ସଙ୍ଗେ ବିରୋଧ କଲ।”


ପୁଣି ତୁମ୍ଭେ ତାହାଙ୍କ ଆଜ୍ଞା ପାଳନ କରିବ କି ନାହିଁ, ଏ ବିଷୟରେ ତୁମ୍ଭର ପରୀକ୍ଷା ନେବା ପାଇଁ, ତୁମ୍ଭର ମାନସ ଜାଣିବା ପାଇଁ ଓ ତୁମ୍ଭକୁ ନମ୍ର କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଚାଳିଶ ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭକୁ ଯେଉଁ ସକଳ ପଥରେ ଗମନ କରାଇଅଛନ୍ତି, ତାହା ସ୍ମରଣ କର।


ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର କିମ୍ବା ଯୀଶୁ ଖ୍ରୀଷ୍ଟ ଯେ ତୁମ୍ଭମାନଙ୍କଠାରେ ଅଛନ୍ତି, ଏହା କି ତୁମ୍ଭେମାନେ ନିଜ ନିଜ ବିଷୟରେ ଜାଣ ନାହିଁ? ଯଦି ଏହା ନ ହୁଏ, ତାହାହେଲେ ତୁମ୍ଭେମାନେ ପରୀକ୍ଷାସିଦ୍ଧ ନୁହଁ।


ଆମ୍ଭେ ତୁମ୍ଭର କର୍ମ, ପରିଶ୍ରମ ଓ ଧୈର୍ଯ୍ୟ ଜାଣୁ; ପୁଣି, ତୁମ୍ଭେ ଯେ ଦୁଷ୍ଟମାନଙ୍କର କ୍ରିୟା ସହି ନ ପାର, ଆଉ ଯେଉଁମାନେ ଆପଣା ଆପଣାକୁ ପ୍ରେରିତ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ପ୍ରେରିତ ନୁହଁନ୍ତି, ସେମାନଙ୍କୁ ପରୀକ୍ଷା କରି ମିଥ୍ୟାବାଦୀ ବୋଲି ଚିହ୍ନିଅଛ,


Swiv nou:

Piblisite


Piblisite