Biblia Todo Logo
Bib sou entènèt

- Piblisite -




ଯୋହନ 5:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଯିରୂଶାଲମ ସହରର ମେଷଦ୍ୱାର ନିକଟରେ ଗୋଟିଏ ପୋଖରୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍‍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଯିରୂଶାଲମର ମେଷଦ୍ଵାର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ତପ।

Gade chapit la Kopi

ଓଡିଆ ବାଇବେଲ

2 ଯିରୂଶାଲମର ମେଷଦ୍ୱାର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍‍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 ସେଠାରେ “ମେଷଦ୍ୱାର” ନିକଟରେ ବେଥଜାଥା ନାମକ ଗୋଟିଏ ପୁଷ୍କରିଣୀ ଥିଲା। ପୁଷ୍କରିଣୀର ପାଞ୍ଚଟି ମଣ୍ଡପ ଥିଲା

Gade chapit la Kopi

ପବିତ୍ର ବାଇବଲ

2 ଯିରୁଶାଲମରେ ପାଞ୍ଚୋଟି ମଣ୍ଡପ ଥିବା ଗୋଟିଏ ପୋଖରୀ ଥିଲା। ଯିହୂଦୀ ଭାଷାରେ ଏହାକୁ ବେ‌‌ଥ୍‌‌ସଦା ବା ଦୟାଗୃହ କହନ୍ତି। ଏହା ମେଷଦ୍ୱାର ପାଖରେ ଥିଲା।

Gade chapit la Kopi




ଯୋହନ 5:2
14 Referans Kwoze  

ଆଉ, ଇଫ୍ରୟିମ-ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟଦ୍ୱାର ଓ ହନନେଲ ଦୁର୍ଗ ଓ ହମିୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ; ଆଉ, ସେମାନେ ପ୍ରହରୀ-ଦ୍ୱାରରେ ଠିଆ ହୋଇ ରହିଲେ।


ଏହାପରେ ଇଲୀୟାଶୀବ ମହାଯାଜକ ଓ ତାହାର ଯାଜକ ଭାଇମାନେ ଉଠି ମେଷଦ୍ୱାର ଗଢ଼ିଲେ; ସେମାନେ ତାହା ପବିତ୍ର କରି ତହିଁର କବାଟସବୁ ସ୍ଥାପନ କଲେ; ହମ୍ମେୟା ଦୁର୍ଗ ଓ ହନନେଲ ଦୁର୍ଗ ପର୍ଯ୍ୟନ୍ତ ସେମାନେ ପବିତ୍ର କଲେ।


ପୁଣି, କୋଣର ଉଠାଣି ଓ ମେଷଦ୍ୱାର ମଧ୍ୟରେ ସ୍ୱର୍ଣ୍ଣକାର ଓ ବଣିକମାନେ ମରାମତି କଲେ।


ମଧ୍ୟ ତୁମ୍ଭେମାନେ ପୁରାତନ ପୁଷ୍କରିଣୀର ଜଳ ନିମନ୍ତେ ଦୁଇ ପ୍ରାଚୀରର ମଧ୍ୟସ୍ଥାନରେ ଜଳାଶୟ ପ୍ରସ୍ତୁତ କଲ; ମାତ୍ର ଯେ ଏହା ସାଧନ କଲେ, ତୁମ୍ଭେମାନେ ତାହାଙ୍କ ପ୍ରତି ଅନାଇଲ ନାହିଁ, କିଅବା ଯେ ଦୀର୍ଘକାଳରୁ ଏଥିର ସଂକଳ୍ପ କଲେ, ତୁମ୍ଭେମାନେ ତାହାଙ୍କୁ ଆଦର କଲ ନାହିଁ।


ସେ ଅନୁମତି ଦେବାରୁ ପାଉଲ ସୋପାନରେ ଠିଆ ହୋଇ ଲୋକମାନଙ୍କୁ ହସ୍ତ ଦ୍ୱାରା ସଙ୍କେତ କଲେ; ଆଉ ସମସ୍ତେ ନୀରବ ହେଲା ଉତ୍ତାରେ ସେ ଏବ୍ରୀ ଭାଷାରେ ସେମାନଙ୍କୁ କହିବାକୁ ଲାଗିଲେ,


ଯୀଶୁ ତାହାଙ୍କୁ କହିଲେ, “ମରୀୟମ।” ସେ ବୁଲିପଡ଼ି ଏବ୍ରୀ ଭାଷାରେ ତାହାଙ୍କୁ କହିଲେ, ରାବ୍ବୂନୀ, ଅର୍ଥାତ୍‍, ହେ ଗୁରୁ।


ତହିଁରେ ସେମାନେ ଯୀଶୁଙ୍କୁ ଘେନିଗଲେ; ଆଉ, ଯୀଶୁ ଆପେ କ୍ରୁଶ ବହି କପାଳସ୍ଥଳ ନାମକ ସ୍ଥାନ, ଯାହାକୁ ଏବ୍ରୀ ଭାଷାରେ ଗଲ୍‌ଗଥା ବୋଲି କହନ୍ତି, ସେଠାକୁ ବାହାରିଗଲେ।


ଅତଏବ, ପୀଲାତ ଏହି ସମସ୍ତ କଥା ଶୁଣି ଯୀଶୁଙ୍କୁ ବାହାର କରି ଆଣି “ପ୍ରସ୍ତରମଣ୍ଡପ” ଯାହାକୁ ଏବ୍ରୀ ଭାଷାରେ “ଗବ୍‍ବଥା” ବୋଲି କହନ୍ତି, ସେହି ସ୍ଥାନରେ ବିଚାରାସନରେ ଉପବିଷ୍ଟ ହେଲେ।


ଆଉ, ଦାଉଦ-ନଗରର ଭଗ୍ନ ସ୍ଥାନ ଅନେକ ବୋଲି ତୁମ୍ଭେମାନେ ଦେଖିଲ ଓ ନୀଚସ୍ଥ ପୁଷ୍କରିଣୀର ଜଳସବୁ ଏକତ୍ର କଲ।


ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଏହି ଅଭିଯୋଗପତ୍ର ପାଠ କଲେ, କାରଣ ଯେଉଁ ସ୍ଥାନରେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଇଥିଲା, ତାହା ନଗରର ନିକଟରେ ଥିଲା; ପୁଣି, ସେହି ପତ୍ର ଏବ୍ରୀ, ଲାଟୀନ୍‍ ଓ ଗ୍ରୀକ୍‍ ଭାଷାରେ ଲେଖା ହୋଇଥିଲା।


ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ିରହୁଥିଲେ। [ସେମାନେ ଜଳସଞ୍ଚଳନ ଅପେକ୍ଷାରେ ରହୁଥିଲେ;


ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଗୋଟିଏ କର୍ମ କଲି, ଆଉ ତୁମ୍ଭେମାନେ ସମସ୍ତେ ଚମତ୍କୃତ ହୋଇଅଛ।


ପାତାଳକୁଣ୍ଡର ଦୂତ ସେମାନଙ୍କର ରାଜା, ତାହାଙ୍କର ନାମ ଏବ୍ରୀ ଭାଷାରେ ଆବଦ୍ଦୋନ୍ ଓ ଗ୍ରୀକ୍‍ ଭାଷାରେ ଅପଲ୍ଲିୟୋନ୍।


ସେହି ଅପବିତ୍ର ଆତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ ହର୍ମିଗିଦ୍ଦୋନ୍ ନାମକ ଏକ ସ୍ଥାନରେ ଏକତ୍ର କଲେ।


Swiv nou:

Piblisite


Piblisite