Biblia Todo Logo
Bib sou entènèt

- Piblisite -




ଯୋହନ 5:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଅତଏବ, କେତେକ ଯିହୁଦୀ ନେତାମାନେ ସୁସ୍ଥ ହୋଇଥିବା ଲୋକକୁ କହିବାକୁ ଲାଗିଲେ, ଆଜି ବିଶ୍ରାମବାର, ଖଟିଆ ବୋହିନେଇଯିବା ତୁମ୍ଭ ନିମନ୍ତେ ବିଧିସଙ୍ଗତ ନୁହେଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଅତଏବ, ଯିହୁଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିବାକୁ ଲାଗିଲେ, ଆଜି ବିଶ୍ରାମବାର, ଖଟିଆ ବହିନେଇଯିବା ତୁମ୍ଭର ବିଧିସଙ୍ଗତ ନୁହେଁ।

Gade chapit la Kopi

ଓଡିଆ ବାଇବେଲ

10 ଅତଏବ, ଯିହୂଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିବାକୁ ଲାଗିଲେ, ଆଜି ବିଶ୍ରାମବାର, ଖଟିଆ ବୋହିନେଇଯିବା ତୁମ୍ଭ ନିମନ୍ତେ ବିଧିସଙ୍ଗତ ନୁହେଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ଏଣୁ ଇହୁଦୀ କର୍ତ୍ତୃପକ୍ଷମାନେ ସୁସ୍ଥ ହୋଇଥିବା ସେହି ଲୋକକୁ କହିଲେ: “ଆଜି ବିଶ୍ରାମବାର। ସୁତରାଂ ଆଜି ତୁମେ ବିଛଣା ବୋହି ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛ।”

Gade chapit la Kopi

ପବିତ୍ର ବାଇବଲ

10 ତେଣୁ ଯିହୂଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିଲେ, “ଆଜି ବିଶ୍ରାମବାର। ବିଶ୍ରାମବାରରେ ତୁମ୍ଭେ ବିଛଣା ବୋହି ନେଇ ଯିବା ଆମ୍ଭର ନିୟମ ବିରୁଦ୍ଧ କାର୍ଯ୍ୟ।”

Gade chapit la Kopi




ଯୋହନ 5:10
19 Referans Kwoze  

ତହୁଁ ଫାରୂଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ବରଙ୍କ ନିକଟରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ପାଳନ କରୁ ନାହିଁ। ଆଉ, କେହି କେହି କହିଲେ, ପାପୀ ଲୋକ କିପରି ଏହି ପ୍ରକାର ଆଶ୍ଚର୍ଯ୍ୟକର୍ମସବୁ କରିପାରେ? ଏହିପରି ଭାବେ ସେମାନଙ୍କ ମଧ୍ୟରେ ମତଭେଦ ହେଲା।


କିନ୍ତୁ ଫାରୂଶୀମାନଙ୍କ ମଧ୍ୟରୁ କେତେକ କହିଲେ, ବିଶ୍ରାମବାର ଦିନରେ ଯାହା କରିବା ବିଧିସଙ୍ଗତ ନାହିଁ, ତାହା ତୁମ୍ଭେମାନେ କାହିଁକି କରୁଅଛ?


ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୁଅ ଓ ବିଶ୍ରାମ ଦିନରେ କୌଣସି ଭାର ବହ ନାହିଁ, କିଅବା ଯିରୂଶାଲମର ଦ୍ୱାର ଦେଇ ତାହା ଭିତରକୁ ଆଣ ନାହିଁ;


କିନ୍ତୁ ଯୀଶୁ ବିଶ୍ରାମବାର ଦିନରେ ସୁସ୍ଥ କରିବାରୁ ସମାଜଗୃହର ଅଧ୍ୟକ୍ଷ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହିସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାର ଦିନରେ ଆସ ନାହିଁ।


ପୁଣି, ଯୀଶୁ ସେମାନଙ୍କୁ କହିଲେ, “ବିଶ୍ରାମବାର ଦିନରେ କଅଣ କରିବା ବିଧିସଙ୍ଗତ? ଭଲ କରିବା ନା ମନ୍ଦ କରିବା? ପ୍ରାଣ ରକ୍ଷା କରିବା ନା ବିନାଶ କରିବା?” କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ।


ଏଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାର ଦିନରେ ଯାହା କରିବା ବିଧିସଙ୍ଗତ ନୁହେଁ,


ତେଣୁ ଯୀଶୁ ବିଶ୍ରାମବାର ଦିନରେ ଏହା କରୁଥିବାରୁ ଯିହୁଦୀମାନେ ତାହାଙ୍କୁ ତାଡ଼ନା କରିବାକୁ ଲାଗିଲେ।


ମୋଶାଙ୍କର ବ୍ୟବସ୍ଥା ଲଙ୍ଘନ ନ ହେବା ନିମନ୍ତେ ଯଦି ବିଶ୍ରାମବାର ଦିନରେ ମନୁଷ୍ୟ ସୁନ୍ନତ ପ୍ରାପ୍ତ ହୁଏ, ତାହାହେଲେ ମୁଁ ବିଶ୍ରାମବାର ଦିନରେ ଜଣେ ମନୁଷ୍ୟକୁ ସର୍ବାଙ୍ଗ ସୁସ୍ଥ କରିବାରୁ ତୁମ୍ଭେମାନେ କାହିଁକି ମୋʼ ଉପରେ କ୍ରୋଧ କରୁଅଛ?


ପୁଣି, ସେମାନେ ବାହୁଡ଼ିଯାଇ ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ।


ମାତ୍ର ଯଦି ତୁମ୍ଭେମାନେ ଆମ୍ଭ ବାକ୍ୟରେ ଅବଧାନ ନ କରି ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ ନ କର ଓ ବିଶ୍ରାମ ଦିନରେ ବୋଝ ବହି ଯିରୂଶାଲମର ଦ୍ୱାରରେ ପ୍ରବେଶ କର, ତେବେ ଆମ୍ଭେ ତହିଁର ଦ୍ୱାରସମୂହରେ ଅଗ୍ନି ଜ୍ୱଳାଇବା, ପୁଣି ତାହା ଯିରୂଶାଲମର ଅଟ୍ଟାଳିକାସବୁ ଗ୍ରାସ କରିବ ଓ ତାହା ନିର୍ବାଣ ହେବ ନାହିଁ।’”


ତୁମ୍ଭେ ଯଦି ବିଶ୍ରାମବାର ଲଙ୍ଘନରୁ, ଆମ୍ଭ ପବିତ୍ର ଦିନରେ ନିଜ ଅଭିଳାଷ ଚେଷ୍ଟାରୁ ଆପଣା ପାଦ ଫେରାଅ; ପୁଣି, ବିଶ୍ରାମବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀୟ ବୋଲି କୁହ; ଆଉ, ନିଜ କାର୍ଯ୍ୟ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ:


ଆଉ ଦେଖ, ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା। ପୁଣି, ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ଉଦ୍ଦେଶ୍ୟରେ ତାହାଙ୍କୁ ପଚାରିଲେ, ବିଶ୍ରାମବାର ଦିନରେ ସୁସ୍ଥ କରିବା କଅଣ ବିଧିସଙ୍ଗତ?


ଆପଣ କିଏ, ଏହା ଯୋହନଙ୍କୁ ପଚାରିବା ନିମନ୍ତେ ଯିହୁଦୀ ନେତାମାନେ ଯେତେବେଳେ ଯିରୂଶାଲମ ସହରରୁ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ନିକଟକୁ ପଠାଇଲେ, ସେତେବେଳେ ସେ ଏହି ସାକ୍ଷ୍ୟ ଦେଲେ,


କିନ୍ତୁ, ସେ ସେମାନଙ୍କୁ ଉତ୍ତର ଦେଲା, ଯେ ମୋତେ ସୁସ୍ଥ କଲେ, ସେ ମୋତେ କହିଲେ, “ତୁମ୍ଭର ଖଟିଆ ଘେନି ଚାଲ।”


ସେହି ଲୋକ ଚାଲିଯାଇ, ଯେ ତାହାକୁ ସୁସ୍ଥ କରିଥିଲେ, ସେ ଯୀଶୁ ବୋଲି ଯିହୁଦୀମାନଙ୍କୁ କହିଲା।


Swiv nou:

Piblisite


Piblisite