Biblia Todo Logo
Bib sou entènèt

- Piblisite -




ଯୋହନ 16:30 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ଆପଣ ଯେ ସମସ୍ତ ବିଷୟ ଜାଣନ୍ତି, ପୁଣି, କେହି ଆପଣଙ୍କୁ ପ୍ରଶ୍ନ କରିବାର ଯେ ଆପଣଙ୍କର ପ୍ରୟୋଜନ ନାହିଁ, ତାହା ଏବେ ଆମ୍ଭେମାନେ ଜାଣିଲୁ; ଈଶ୍ବରଙ୍କ ନିକଟରୁ ଆପଣ ଆସିଅଛନ୍ତି ବୋଲି ଆମ୍ଭେମାନେ ଏହା ଦ୍ୱାରା ବିଶ୍ୱାସ କରୁଅଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

30 ଆପଣ ଯେ ସମସ୍ତ ବିଷୟ ଜାଣନ୍ତି, ପୁଣି କେହି ଆପଣଙ୍କୁ ପ୍ରଶ୍ନ କରିବାର ଯେ ଆପଣଙ୍କର ପ୍ରୟୋଜନ ନାହିଁ, ତାହା ଏବେ ଆମ୍ଭେମାନେ ଜାଣିଲୁ; ଈଶ୍ଵରଙ୍କ ନିକଟରୁ ଆପଣ ଆସିଅଛନ୍ତି ବୋଲି ଆମ୍ଭେମାନେ ଏହା ଦ୍ଵାରା ବିଶ୍ଵାସ କରୁଅଛୁ।

Gade chapit la Kopi

ଓଡିଆ ବାଇବେଲ

30 ଆପଣ ଯେ ସମସ୍ତ ବିଷୟ ଜାଣନ୍ତି, ପୁଣି, କେହି ଆପଣଙ୍କୁ ପ୍ରଶ୍ନ କରିବାର ଯେ ଆପଣଙ୍କର ପ୍ରୟୋଜନ ନାହିଁ, ତାହା ଏବେ ଆମ୍ଭେମାନେ ଜାଣିଲୁ; ଈଶ୍ୱରଙ୍କ ନିକଟରୁ ଆପଣ ଆସିଅଛନ୍ତି ବୋଲି ଆମ୍ଭେମାନେ ଏହା ଦ୍ୱାରା ବିଶ୍ୱାସ କରୁଅଛୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

30 ବର୍ତ୍ତମାନ ଆମେ ଜାଣୁଛ ଯେ ଆପଣ ସବୁ କଥା ଜାଣନ୍ତି। ଆପଣଙ୍କୁ କେହି କିଛି ପ୍ରଶ୍ନ ପଚାରିବା ଦରକାର ନାହିଁ। ଏଥିରୁ ଆମର ପୁରା ବିଶ୍ୱାସ ହେଉଛି, ଆପଣ ଈଶ୍ୱରଙ୍କ ପାଖରୁ ଆସିଛନ୍ତି।”

Gade chapit la Kopi

ପବିତ୍ର ବାଇବଲ

30 ଆମ୍ଭେ ବର୍ତ୍ତମାନ ଦେଖି ପାରୁଛୁ ଯେ ତୁମ୍ଭେ ସବୁକିଛି ଜାଣ। ତୁମ୍ଭେ ଜଣକୁ ତା'ର ପ୍ରଶ୍ନ ପଗ୍ଭରିବା ପୂର୍ବରୁ ଉତ୍ତର କହିପାର। ଏହା ଦ୍ୱାରା ଆମ୍ଭର ବିଶ୍ୱାସ ହୋଇଛି ଯେ ତୁମ୍ଭେ ପରମେଶ୍ୱରଙ୍କଠାରୁ ଆସିଛ।”

Gade chapit la Kopi




ଯୋହନ 16:30
12 Referans Kwoze  

ସେ ତୃତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ? ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ,” ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ଯୀଶୁ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ଚରାଅ।


ଈଶ୍ବରଙ୍କ ଦୃଷ୍ଟିରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଗ୍ନ ଓ ଅନାବୃତ ଅଟେ।


କାରଣ ତୁମ୍ଭେ ମୋତେ ଯେ ସମସ୍ତ ବାକ୍ୟ ଦାନ କଲ, ମୁଁ ସେମାନଙ୍କୁ ସେହିସବୁ ଦାନ କରିଅଛି, ଆଉ ସେମାନେ ଗ୍ରହଣ କରିଅଛନ୍ତି, ପୁଣି, ମୁଁ ଯେ ତୁମ୍ଭ ନିକଟରୁ ଆସିଅଛି, ତାହା ସତ୍ୟ ରୂପେ ଜାଣିଅଛନ୍ତି ଓ ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ବିଶ୍ୱାସ କରିଅଛନ୍ତି।


ସେଥିରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେହି କେହି ପରସ୍ପର କହିଲେ, “ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଦେଖିବ ନାହିଁ, ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ ଓ ମୁଁ ପିତାଙ୍କ ନିକଟକୁ ଯାଉଅଛି,” ଏହି ଯେଉଁ କଥା ସେ ଆମ୍ଭମାନଙ୍କୁ କହୁଅଛନ୍ତି, ଏହା କଅଣ?


କାରଣ ପିତା ପୁତ୍ରଙ୍କୁ ସ୍ନେହ କରନ୍ତି, ପୁଣି, ଆପେ ଯାହା ଯାହା କରନ୍ତି, ସେହିସବୁ ତାହାଙ୍କୁ ଦେଖାନ୍ତି, ଆଉ ତୁମ୍ଭେମାନେ ଯେପରି ଚମତ୍କୃତ ହୁଅ, ଏଥିନିମନ୍ତେ ସେ ତାହାଙ୍କୁ ଏହାଠାରୁ ଆହୁରି ମହତ‍ ମହତ‍ କର୍ମ ଦେଖାଇବେ।


ଏଥିରେ ସେ ସ୍ତ୍ରୀ ଏଲୀୟଙ୍କୁ କହିଲା, “ତୁମ୍ଭେ ଯେ ପରମେଶ୍ୱରଙ୍କ ଲୋକ ଓ ତୁମ୍ଭ ମୁଖରେ ସଦାପ୍ରଭୁଙ୍କ ବାକ୍ୟ ଯେ ସତ୍ୟ, ଏହା ଏବେ ମୁଁ ଜାଣିଲି।”


ଯୀଶୁ ଏହି ପ୍ରକାରେ ଗାଲିଲୀର କାନ୍ନାରେ ଆଶ୍ଚର୍ଯ୍ୟକର୍ମ ଆରମ୍ଭ କରି ଆପଣା ମହିମା ପ୍ରକାଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କଠାରେ ବିଶ୍ୱାସ କଲେ।


ଯୀଶୁ ସେମାନଙ୍କୁ କହିଲେ, “ଈଶ୍ବର ଯଦି ତୁମ୍ଭମାନଙ୍କର ପିତା ହୋଇଥାଆନ୍ତେ, ତାହାହେଲେ ତୁମ୍ଭେମାନେ ମୋତେ ପ୍ରେମ କରନ୍ତ; କାରଣ ମୁଁ ଈଶ୍ବରଙ୍କଠାରୁ ଆସିଅଛି; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ସେ ମୋତେ ପ୍ରେରଣ କଲେ।”


ସେ ଦିନ ତୁମ୍ଭେମାନେ ମୋତେ କିଛି ପଚାରିବ ନାହିଁ। ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭେମାନେ ପିତାଙ୍କୁ କିଛି ମାଗିବ, ତେବେ ମୋʼ ନାମରେ ସେ ତୁମ୍ଭମାନଙ୍କୁ ତାହା ଦେବେ।


ସେ ଦିନ ତୁମ୍ଭେମାନେ ମୋʼ ନାମରେ ମାଗିବ; ଆଉ, ମୁଁ ଯେ ତୁମ୍ଭମାନଙ୍କ ସପକ୍ଷରେ ପିତାଙ୍କୁ ନିବେଦନ କରିବି, ଏହା ମୁଁ ତୁମ୍ଭମାନଙ୍କୁ କହୁ ନାହିଁ;


ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ କଅଣ ଏବେ ବିଶ୍ୱାସ କରୁଅଛ?


Swiv nou:

Piblisite


Piblisite