Biblia Todo Logo
Bib sou entènèt

- Piblisite -




ଯୋହନ 10:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଯେତେ ଜଣ ମୋʼ ପୂର୍ବରେ ଆସିଅଛନ୍ତି, ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷସବୁ ସେମାନଙ୍କ କଥା ଶୁଣିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଯେତେ ଜଣ ମୋʼ ପୂର୍ବରେ ଆସିଅଛନ୍ତି, ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷସବୁ ସେମାନଙ୍କ କଥା ଶୁଣିଲେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

8 ଯେତେ ଜଣ ମୋ' ପୂର୍ବରେ ଆସିଅଛନ୍ତି, ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷସବୁ ସେମାନଙ୍କ କଥା ଶୁଣିଲେ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ଯେଉଁମାନେ ମୋ’ ଆଗରୁ ଆସିଛନ୍ତି, ସେମାନେ ଚୋର ଓ ଡକାଇତ। ମେଷମାନେ ସେମାନଙ୍କ କଥା ଶୁଣି ନାହାନ୍ତି।

Gade chapit la Kopi

ପବିତ୍ର ବାଇବଲ

8 ମୋ’ ପୂର୍ବରୁ ଯେଉଁ ଲୋକମାନେ ଆସିଥିଲେ, ସେମାନେ ଗ୍ଭେର ଓ ଡକାୟତ। ମେଷମାନେ ସେମାନଙ୍କ କଥା ଶୁଣିଲେ ନାହିଁ।

Gade chapit la Kopi




ଯୋହନ 10:8
11 Referans Kwoze  

“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲର ପାଳକମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ଓ ସେହି ପାଳକମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଇସ୍ରାଏଲର ଯେଉଁ ପାଳକମାନେ ଆପଣାମାନଙ୍କୁ ପାଳନ କରୁଅଛନ୍ତି, ସେମାନେ ସନ୍ତାପର ପାତ୍ର! ମେଷଗଣକୁ ପାଳନ କରିବାର କି ପାଳକମାନଙ୍କର କର୍ତ୍ତବ୍ୟ ନୁହେଁ?


“ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ସ୍ଥାନରେ ଚଢ଼ି ପ୍ରବେଶ କରେ, ସେ ଚୋର ଓ ଡକାଇତ;


ସଦାପ୍ରଭୁ କହନ୍ତି, “ଯେଉଁ ପାଳକମାନେ ଆମ୍ଭ ଚରାସ୍ଥାନର ମେଷମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର!”


କାରଣ ଏଥିପୂର୍ବେ ଥିଉଦା ଉଠି ନିଜକୁ ଜଣେ ମହାପୁରୁଷ ବୋଲି କହିଲା, ଆଉ ପ୍ରାୟ ଚାରି ଶହ ଲୋକ ତାହା ସହିତ ଯୋଗ ଦେଲେ; ସେ ହତ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ଓ ବିଫଳ ହେଲେ।


ମୋʼ ମେଷସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି,


କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ୱର ଚିହ୍ନନ୍ତି ନାହିଁ।”


କାରଣ ଦେଖ, ଆମ୍ଭେ ଦେଶ ମଧ୍ୟରେ ଏକ ପାଳକ ଉତ୍ପନ୍ନ କରାଇବା, ସେ ଉଚ୍ଛିନ୍ନ ଲୋକମାନଙ୍କର ତତ୍ତ୍ୱାବଧାନ କରିବ ନାହିଁ, କିଅବା, ଭଗ୍ନାଙ୍ଗମାନଙ୍କୁ ସୁସ୍ଥ କରିବ ନାହିଁ; ଅଥବା ସୁସ୍ଥମାନଙ୍କୁ ଚରାଇବ ନାହିଁ, ମାତ୍ର ସେ ହୃଷ୍ଟପୁଷ୍ଟ ମେଷଗଣର ମାଂସ ଭୋଜନ କରିବ ଓ ସେମାନଙ୍କର ଖୁରା ଖଣ୍ଡ ଖଣ୍ଡ କରି ବିଦୀର୍ଣ୍ଣ କରିବ।


ତାହାର ମଧ୍ୟସ୍ଥିତ ଅଧିପତିଗଣ ଗର୍ଜ୍ଜନକାରୀ ସିଂହ ସଦୃଶ୍ୟ; ତାହାର ବିଚାରକର୍ତ୍ତାଗଣ ସନ୍ଧ୍ୟାକାଳୀନ କେନ୍ଦୁଆ ତୁଲ୍ୟ; ସେମାନେ ସକାଳ ବେଳାକୁ କିଛି ରଖନ୍ତି ନାହିଁ।


Swiv nou:

Piblisite


Piblisite