Biblia Todo Logo
Bib sou entènèt

- Piblisite -




ଯିରିମୀୟ 51:62 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

62 ଆଉ କହିବ, ‘ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷୟରେ କହିଅଛ ଯେ, ତୁମ୍ଭେ ତାହା ଉଚ୍ଛିନ୍ନ କରିବ, ତହିଁ ମଧ୍ୟରେ ମନୁଷ୍ୟ କି ପଶୁ କେହି ବାସ କରିବ ନାହିଁ, ମାତ୍ର ତାହା ଚିରକାଳ ଧ୍ୱଂସସ୍ଥାନ ହେବ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

62 ଆଉ କହିବ, ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷୟରେ କହିଅଛ ଯେ, ତୁମ୍ଭେ ତାହା ଉଚ୍ଛିନ୍ନ କରିବ, ତହିଁ ମଧ୍ୟରେ ମନୁଷ୍ୟ କି ପଶୁ କେହି ବାସ କରିବ ନାହିଁ, ମାତ୍ର ତାହା ଚିରକାଳ ଧ୍ଵଂସସ୍ଥାନ ହେବ।

Gade chapit la Kopi

ଓଡିଆ ବାଇବେଲ

62 ଆଉ କହିବ, ‘ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷୟରେ କହିଅଛ ଯେ, ତୁମ୍ଭେ ତାହା ଉଚ୍ଛିନ୍ନ କରିବ, ତହିଁ ମଧ୍ୟରେ ମନୁଷ୍ୟ କି ପଶୁ କେହି ବାସ କରିବ ନାହିଁ, ମାତ୍ର ତାହା ଚିରକାଳ ଧ୍ୱଂସସ୍ଥାନ ହେବ।’

Gade chapit la Kopi

ପବିତ୍ର ବାଇବଲ

62 ଆଉ କହିବ, ‘ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷୟରେ କହିଅଛ ଯେ ତୁମ୍ଭେ ଏହାକୁ ବିନଷ୍ଟ କରିବ। ତହିଁ ମଧ୍ୟରେ ମନୁଷ୍ୟ କି ପଶୁ କେହି ବାସ କରିବେ ନାହିଁ। ମାତ୍ର ତାହା ଚିରକାଳ ଧ୍ୱଂସ ସ୍ଥାନ ହୋଇ ରହିବ।

Gade chapit la Kopi




ଯିରିମୀୟ 51:62
16 Referans Kwoze  

ସଦାପ୍ରଭୁଙ୍କ କୋପ ସକାଶୁ ସେ ବସତିବିଶିଷ୍ଟ ହେବ ନାହିଁ, ମାତ୍ର ସମ୍ପୂର୍ଣ୍ଣ ଧ୍ୱଂସସ୍ଥାନ ହେବ; ଯେ ପ୍ରତ୍ୟେକ ଲୋକ ବାବିଲର ନିକଟ ଦେଇ ଯିବ, ସେ ବିସ୍ମିତ ହେବ ଓ ତାହାର ସକଳ ଦଣ୍ଡ ସକାଶୁ ଶୀସ୍‍ ଶବ୍ଦ କରିବ।


କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ତାହା ବିରୁଦ୍ଧରେ ଉଠି ଆସୁଅଛନ୍ତି, ସେମାନେ ତାହାର ଦେଶ ଧ୍ୱଂସ କରିବେ ଓ ତହିଁ ମଧ୍ୟରେ କେହି ବାସ କରିବ ନାହିଁ; ମନୁଷ୍ୟ ଓ ପଶୁ ଉଭୟ ପଳାଇଲେ, ସେମାନେ ଚାଲିଗଲେ।


ଆମ୍ଭେ ତୁମ୍ଭକୁ ସଦାକାଳ ଧ୍ୱଂସସ୍ଥାନ କରିବା ଓ ତୁମ୍ଭର ନଗରସକଳ ନିବାସୀହୀନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।


ପୁଣି, ବାବିଲ ଢିପିମୟ ଶୃଗାଳମାନର ବାସସ୍ଥାନ, ବିସ୍ମୟାସ୍ପଦ, ଶୀସ୍‍ ଶବ୍ଦର ବିଷୟ ଓ ନିବାସୀବିହୀନ ହେବ।


ପୁଣି, ଦେଶ କମ୍ପିତ ଓ ବେଦନାଗ୍ରସ୍ତ ହେଉଅଛି, କାରଣ ବାବିଲ ଦେଶକୁ ଧ୍ୱଂସିତ ଓ ନିବାସୀଶୂନ୍ୟ କରିବା ପାଇଁ ବାବିଲ ବିରୁଦ୍ଧରେ ସଦାପ୍ରଭୁଙ୍କର ସଂକଳ୍ପ ସଫଳ ହେଉଅଛି।


ପୁଣି, ସଦାପ୍ରଭୁ କହନ୍ତି, ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲେ ଆମ୍ଭେ ବାବିଲ ରାଜାକୁ ଓ ସେହି ଗୋଷ୍ଠୀକୁ ଓ କଲ୍‍ଦୀୟମାନଙ୍କ ଦେଶକୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ତାହା ସଦାକାଳ ଧ୍ୱଂସର ସ୍ଥାନ କରିବା।


ଏଥିପାଇଁ ଦେଖ, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ, ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍‍ନିତ୍ସରକୁ ନେଇ ଏହି ଦେଶ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଓ ତହିଁର ଚତୁର୍ଦ୍ଦିଗସ୍ଥ ଏହିସବୁ ଗୋଷ୍ଠୀ ବିରୁଦ୍ଧରେ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ଓ ସେମାନଙ୍କୁ ବିସ୍ମୟ ଓ ଶୀସ୍‍ ଶବ୍ଦର ବିଷୟ ଓ ଚିରକାଳର ଉତ୍ସନ୍ନ ସ୍ଥାନ କରିବା।


ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଏହି ନରଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସସ୍ଥାନରେ ଓ ତହିଁର ସକଳ ନଗରରେ, ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହେବ, ସେମାନେ ସେସ୍ଥାନରେ ଆପଣା ଆପଣା ପଲମାନଙ୍କୁ ବିଶ୍ରାମ କରାଇବେ।


ତାହାର ନଗରସକଳ ଧ୍ୱଂସସ୍ଥାନ ଓ ଶୁଷ୍କ ଭୂମି ଓ ପ୍ରାନ୍ତର ହୋଇଅଛି, ସେ ଦେଶ ମଧ୍ୟରେ କୌଣସି ମନୁଷ୍ୟ ବାସ କରେ ନାହିଁ, କିଅବା ତହିଁ ମଧ୍ୟଦେଇ କୌଣସି ମନୁଷ୍ୟ-ସନ୍ତାନ ଗମନାଗମନ କରେ ନାହିଁ।


ପୁଣି, ଯିରିମୀୟ ସରାୟକୁ କହିଲେ, “ଦେଖ, ତୁମ୍ଭେ ବାବିଲରେ ଉପସ୍ଥିତ ହେଲା ଉତ୍ତାରେ ଏହିସବୁ କଥା ପାଠ କରିବ,


ଏଥିପାଇଁ ତୁମ୍ଭମାନଙ୍କର ମାତା ଅତିଶୟ ଲଜ୍ଜିତା ହେବ; ତୁମ୍ଭମାନଙ୍କର ପ୍ରସବକାରିଣୀ ହତାଶା ହେବ; ଦେଖ, ସେ ଗୋଷ୍ଠୀଗଣ ମଧ୍ୟରେ ସର୍ବପଶ୍ଚାତ୍‍ ହେବ, ପ୍ରାନ୍ତର, ଶୁଷ୍କସ୍ଥାନ ଓ ମରୁଭୂମି ହେବ।


Swiv nou:

Piblisite


Piblisite