Biblia Todo Logo
Bib sou entènèt

- Piblisite -




ଯିରିମୀୟ 50:42 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

42 ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ; ସେମାନଙ୍କର ରବ ସମୁଦ୍ର ପରି ଗର୍ଜ୍ଜନ କରେ ଓ ସେମାନେ ଅଶ୍ୱାରୋହଣ କରନ୍ତି; ଗୋ ବାବିଲର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

42 ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ; ସେମାନଙ୍କର ରବ ସମୁଦ୍ର ପରି ଗର୍ଜନ କରେ ଓ ସେମାନେ ଅଶ୍ଵାରୋହଣ କରନ୍ତି; ଗୋ ବାବିଲର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

42 ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ; ସେମାନଙ୍କର ରବ ସମୁଦ୍ର ପରି ଗର୍ଜ୍ଜନ କରେ ଓ ସେମାନେ ଅଶ୍ୱାରୋହଣ କରନ୍ତି; ଗୋ ବାବିଲର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

42 ସେମାନେ ଧନୁ ଓ ବର୍ଚ୍ଛା ଧରିଛନ୍ତି, ସେମାନେ ନିଷ୍ଠୁର ଓ ନିର୍ଦ୍ଦୟ। ସେମାନେ ସମୁଦ୍ର ପରି ଗର୍ଜନ କରୁଛନ୍ତି। ସେମାନେ ଅଶ୍ୱାରୋହଣ କରି ଅଗ୍ରସର ହେଉଛନ୍ତି। ହେ ବାବିଲ, ସେମାନେ ସମସ୍ତେ ସୁସଜ୍ଜିତ ହୋଇ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି।

Gade chapit la Kopi




ଯିରିମୀୟ 50:42
23 Referans Kwoze  

ପୁଣି, ସେମାନେ ସେହି ଦିନ ସମୁଦ୍ରର ଗର୍ଜ୍ଜନ ତୁଲ୍ୟ ଲୋକମାନଙ୍କ ଉପରେ ଗର୍ଜ୍ଜନ କରିବେ; ତହିଁରେ ଯଦି କେହି ଦେଶ ପ୍ରତି ଅନାଇବ, ତେବେ ଦେଖ, ଅନ୍ଧକାର ଓ ସଙ୍କଟ, ପୁଣି, ସେହି ସ୍ଥାନର ଦୀପ୍ତି ମେଘମାଳାରେ ଅନ୍ଧକାରମୟ ହେବ।


ତାହାର ବଳବାନ ଅଶ୍ୱଗଣର ଖୁରା ଶବ୍ଦରେ, ରଥସମୂହର ବେଗ ଗମନରେ ଓ ଚକ୍ରର ଘର ଘର ଶବ୍ଦରେ ପିତୃଗଣ ଦୁର୍ବଳହସ୍ତ ହେବାରୁ ଆପଣା ସନ୍ତାନଗଣ ପ୍ରତି ଫେରି ଅନାଇବେ ନାହିଁ;


“ଦାନ୍ ନଗରଠାରୁ ତାହାର ଅଶ୍ୱଗଣର ନାସା ଶବ୍ଦ ଶୁଣା ଯାଉଅଛି; ତାହାର ବଳିଷ୍ଠ ଅଶ୍ୱଗଣର ହିଁ ହିଁ ଶବ୍ଦରେ ସମୁଦାୟ ଦେଶ କମ୍ପୁଅଛି; କାରଣ ସେମାନେ ଆସିଅଛନ୍ତି, ଆଉ ଦେଶ ଓ ତନ୍ମଧ୍ୟସ୍ଥିତସକଳ ନଗର ଓ ତନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି;


ଆମ୍ଭେ ଆପଣା ଲୋକମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ଆପଣା ଅଧିକାର ଅପବିତ୍ର କଲୁ ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲୁ; ତୁମ୍ଭେ ସେମାନଙ୍କ ପ୍ରତି କିଛି ଦୟା ପ୍ରକାଶ କଲ ନାହିଁ; ତୁମ୍ଭେ ବୃଦ୍ଧ ଲୋକ ଉପରେ ତୁମ୍ଭର ଯୁଆଳି ବଡ଼ ଭାରୀ କରି ଥୋଇଲ।


ଯେଣୁ ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ରକ୍ତପାତ କରିଥିଲେ, ଆଉ ତୁମ୍ଭେ ସେମାନଙ୍କୁ ପାନ କରିବା ନିମନ୍ତେ ରକ୍ତ ଦେଇଅଛ, ସେମାନେ ସେଥିର ଯୋଗ୍ୟ।”


କାରଣ ଯେ ଦୟା କରେ ନାହିଁ, ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ।


ହେ ଧନୁରେ ଗୁଣଦାୟୀ ଲୋକ ସମସ୍ତେ, ତୁମ୍ଭେମାନେ ବାବିଲର ବିରୁଦ୍ଧରେ ଚାରିଆଡ଼େ ସୈନ୍ୟ ସଜାଅ; କୁଣ୍ଠିତ ନ ହୋଇ ତାହା ପ୍ରତି ତୀର ନିକ୍ଷେପ କର; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି।


ସଦାପ୍ରଭୁ ସେହି ଦୁଷ୍ଟମାନଙ୍କର ଯଷ୍ଟି ଓ ଶାସନକର୍ତ୍ତାମାନଙ୍କ ରାଜଦଣ୍ଡ ଭାଙ୍ଗି ପକାଇଅଛନ୍ତି।


ସେମାନଙ୍କର ତୀର ତୀକ୍ଷ୍ଣ ଓ ସେମାନଙ୍କର ଧନୁସବୁ ଗୁଣଦିଆ; ସେମାନଙ୍କ ଅଶ୍ୱଗଣର ଖୁରା ଚକ୍‍ମକି ପଥର ପରି ଓ ସେମାନଙ୍କ ରଥର ଚକ୍ର ଘୂର୍ଣ୍ଣିବାୟୁ ପରି;


ନିୟମ ପ୍ରତି ଦୃଷ୍ଟି ରଖ; କାରଣ ପୃଥିବୀର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ୟର ବସତିରେ ପରିପୂର୍ଣ୍ଣ।


ଗୋଷ୍ଠୀସବୁ ଗର୍ଜ୍ଜନ କଲେ, ରାଜ୍ୟସବୁ ବିଚଳିତ ହେଲେ; ସେ ଆପଣା ରବ ଉଚ୍ଚାରଣ କଲେ, ପୃଥିବୀ ତରଳି ଗଲା।


ଆଗୋ ବାବିଲର ଅନୂଢ଼ା କନ୍ୟେ, ତୁମ୍ଭେ ଓହ୍ଲାଇ ଧୂଳିରେ ବସ; ଆଗୋ କଲ୍‍ଦୀୟର କନ୍ୟେ, ସିଂହାସନ ବିନା, ଭୂମିରେ ବସ; କାରଣ ତୁମ୍ଭେ ଆଉ କୋମଳା ଓ ସୁକୁମାରୀ ବୋଲି ଖ୍ୟାତା ନ ହେବ।


ତୁମ୍ଭର ପ୍ରେମକାରୀ ସମସ୍ତେ ତୁମ୍ଭକୁ ପାସୋରିଅଛନ୍ତି; ସେମାନେ ତୁମ୍ଭକୁ ଖୋଜନ୍ତି ନାହିଁ; କାରଣ ତୁମ୍ଭର ଅଧର୍ମ ବହୁଳ ଓ ତୁମ୍ଭର ପାପ ବୃଦ୍ଧି ହେବା ସକାଶୁ ଆମ୍ଭେ ତୁମ୍ଭକୁ ଶତ୍ରୁ ତୁଲ୍ୟ ଆଘାତ କରିଅଛୁ ଓ ନିର୍ଦ୍ଦୟ ଲୋକ ତୁଲ୍ୟ ଶାସ୍ତି ଦେଇଅଛୁ।


କାରଣ ଦେଖ, ଆମ୍ଭେ ଉତ୍ତର ଦେଶରୁ ମହା ମହାଗୋଷ୍ଠୀର ସମାଜକୁ ଉତ୍ତେଜିତ କରି ବାବିଲ ବିରୁଦ୍ଧରେ ସେମାନଙ୍କୁ ଗମନ କରାଇବା; ଆଉ, ସେମାନେ ତାହା ବିରୁଦ୍ଧରେ ଆପଣାମାନଙ୍କୁ ସଜାଇବେ; ତହିଁରେ ତାହା ଶତ୍ରୁର ହସ୍ତଗତ ହେବ; ସେମାନଙ୍କର ତୀର ନିପୁଣ ବୀର ପୁରୁଷର ତୀର ପରି ହେବ, କୌଣସି ତୀର ବିଫଳ ହେବ ନାହିଁ।


ତୁମ୍ଭେମାନେ ଦେଶରେ ଧ୍ୱଜା ସ୍ଥାପନ କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତୂରୀ ବଜାଅ, ଗୋଷ୍ଠୀୟମାନଙ୍କୁ ତାହା ବିରୁଦ୍ଧରେ ପ୍ରସ୍ତୁତ କର, ଆରାରାଟ୍‍, ମିନ୍ନି ଓ ଅସ୍କିନସ୍‍, ଏହିସବୁ ରାଜ୍ୟକୁ ତାହାର ବିରୁଦ୍ଧରେ ଏକତ୍ର ଡାକ, ତାହାର ବିରୁଦ୍ଧରେ ସେନାପତି ବର୍ଗଙ୍କୁ ନିଯୁକ୍ତ କର ଓ କର୍କଶ ପତଙ୍ଗ ପରି ଅଶ୍ୱଗଣକୁ ପଠାଅ।


ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସୋର, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ସମୁଦ୍ର ଯେପରି ତରଙ୍ଗ ଉଠାଏ, ସେହିପରି ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅନେକ ଗୋଷ୍ଠୀଙ୍କୁ ଉଠାଇବା।


ପର୍ବତଗଣର ଶୃଙ୍ଗରେ ରଥସମୂହର ଶବ୍ଦ ତୁଲ୍ୟ ସେମାନେ କୁଦନ୍ତି, ନଡ଼ାଗ୍ରାସକାରୀ ଅଗ୍ନିଶିଖାର ଶବ୍ଦ ତୁଲ୍ୟ, ସେମାନେ ଯୁଦ୍ଧାର୍ଥେ ଶ୍ରେଣୀବଦ୍ଧ ବଳବତୀ ଗୋଷ୍ଠୀ ତୁଲ୍ୟ।


Swiv nou:

Piblisite


Piblisite