Biblia Todo Logo
Bib sou entènèt

- Piblisite -




ଯିରିମୀୟ 50:13 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସଦାପ୍ରଭୁଙ୍କ କୋପ ସକାଶୁ ସେ ବସତିବିଶିଷ୍ଟ ହେବ ନାହିଁ, ମାତ୍ର ସମ୍ପୂର୍ଣ୍ଣ ଧ୍ୱଂସସ୍ଥାନ ହେବ; ଯେ ପ୍ରତ୍ୟେକ ଲୋକ ବାବିଲର ନିକଟ ଦେଇ ଯିବ, ସେ ବିସ୍ମିତ ହେବ ଓ ତାହାର ସକଳ ଦଣ୍ଡ ସକାଶୁ ଶୀସ୍‍ ଶବ୍ଦ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସଦାପ୍ରଭୁଙ୍କ କୋପ ସକାଶୁ ସେ ବସତିବିଶିଷ୍ଟ ନୋହିବ, ମାତ୍ର ସମ୍ପୂର୍ଣ୍ଣ ଧ୍ଵଂସସ୍ଥାନ ହେବ; ଯେ ପ୍ରତ୍ୟେକ ଲୋକ ବାବିଲର ନିକଟ ଦେଇ ଯିବ, ସେ ବିସ୍ମିତ ହେବ ଓ ତାହାର ସକଳ ଦଣ୍ତ ସକାଶୁ ଶୀସ୍ ଶଦ୍ଦ କରିବ।

Gade chapit la Kopi

ଓଡିଆ ବାଇବେଲ

13 ସଦାପ୍ରଭୁଙ୍କ କୋପ ସକାଶୁ ସେ ବସତିବିଶିଷ୍ଟ ହେବ ନାହିଁ, ମାତ୍ର ସମ୍ପୂର୍ଣ୍ଣ ଧ୍ୱଂସସ୍ଥାନ ହେବ; ଯେ ପ୍ରତ୍ୟେକ ଲୋକ ବାବିଲର ନିକଟ ଦେଇ ଯିବ, ସେ ବିସ୍ମିତ ହେବ ଓ ତାହାର ସକଳ ଦଣ୍ଡ ସକାଶୁ ଶୀସ୍‍ ଶବ୍ଦ କରିବ।

Gade chapit la Kopi

ପବିତ୍ର ବାଇବଲ

13 ସଦାପ୍ରଭୁଙ୍କ କୋପ ଯୋଗୁଁ ତାହା ନିର୍ଜନ ସ୍ଥାନ ହେବ ଓ ସମ୍ପୂର୍ଣ୍ଣ ଧ୍ୱଂସ ସ୍ଥାନରେ ପରିଣତ ହେବ। ଯେଉଁ ଲୋକ ବାବିଲ ନିକଟ ଦେଇ ଯିବ, ସେ ବିସ୍ମିତ ହେବ ଓ ତାହାର ଦୁରାବସ୍ଥା ଦେଖି ଶୀସ୍ ଶବ୍ଦ କରିବ।

Gade chapit la Kopi




ଯିରିମୀୟ 50:13
18 Referans Kwoze  

ଏଥିରେ ସେମାନଙ୍କର ଦେଶକୁ ବିସ୍ମୟର ଓ ନିତ୍ୟ ଶୀସ୍‍ ଶବ୍ଦର ପାତ୍ର କରନ୍ତି; ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମୟାପନ୍ନ ହୋଇ ଆପଣା ମସ୍ତକ ହଲାଇବ।


ପୁଣି, “ଇଦୋମ ବିସ୍ମୟର ବିଷୟ ହେବ; ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମିତ ହେବେ ଓ ତହିଁର ସକଳ ଦଣ୍ଡ ସକାଶୁ ଶୀସ୍‍ ଶବ୍ଦ କରିବେ।


ଆଉ, ଯେଉଁ ଗୋଷ୍ଠୀଗଣ ନିଶ୍ଚିନ୍ତରେ ଅଛନ୍ତି, ସେମାନଙ୍କ ପ୍ରତି ଆମ୍ଭେ ଅତ୍ୟନ୍ତ ବିରକ୍ତ ଅଟୁ; କାରଣ ଆମ୍ଭେ ଅଳ୍ପମାତ୍ର ବିରକ୍ତ ହୁଅନ୍ତେ, ସେମାନେ କ୍ଳେଶକୁ ବୃଦ୍ଧି କଲେ।


ଯେଉଁ ନଗରୀ ନିଶ୍ଚିନ୍ତ ରୂପେ ବାସ କରି ମନେ ମନେ କହିଥିଲା, ମୁଁ ଅଛି, ମୋʼ ଛଡ଼ା ଆଉ କେହି ନାହିଁ, ସେହି ଉଲ୍ଲାସକାରିଣୀ ନଗରୀ ଏହି; ସେ କିପରି ଧ୍ୱଂସିତ ଓ ପଶୁମାନଙ୍କର ଶୟନ ସ୍ଥାନ ହୋଇଅଛି! ଯେକେହି ତହିଁର ନିକଟ ଦେଇ ଯିବ, ସେ ଶୀଷ୍‍ ଶବ୍ଦ କରି ଆପଣା ହାତ ହଲାଇବ।


ପୁଣି, ବାବିଲ ଢିପିମୟ ଶୃଗାଳମାନର ବାସସ୍ଥାନ, ବିସ୍ମୟାସ୍ପଦ, ଶୀସ୍‍ ଶବ୍ଦର ବିଷୟ ଓ ନିବାସୀବିହୀନ ହେବ।


ପୁଣି, ସଦାପ୍ରଭୁ କହନ୍ତି, ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲେ ଆମ୍ଭେ ବାବିଲ ରାଜାକୁ ଓ ସେହି ଗୋଷ୍ଠୀକୁ ଓ କଲ୍‍ଦୀୟମାନଙ୍କ ଦେଶକୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ତାହା ସଦାକାଳ ଧ୍ୱଂସର ସ୍ଥାନ କରିବା।


ଆମ୍ଭେ ଏହି ନଗରକୁ ବିସ୍ମୟର ଓ ଶୀସ୍‍ ଶବ୍ଦର ପାତ୍ର କରିବା; ଆଉ, ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ତହିଁ ପ୍ରତି ଘଟିତ ସକଳ ଉତ୍ପାତ ସକାଶୁ ବିସ୍ମିତ ହୋଇ ଶୀସ୍‍ ଶବ୍ଦ କରିବ।


ଲୋକମାନେ ତାହା ପ୍ରତି ହାତତାଳି ମାରିବେ ଓ ଶୀଷ୍‍ ମାରି ତାହାକୁ ସ୍ୱ ସ୍ଥାନରୁ ଦୂର କରିବେ।


ତହିଁରେ ସଦାପ୍ରଭୁ ସେହି ଦେଶ ପ୍ରତି ଯେଉଁ ଆଘାତ କରିବେ ଓ ଯେଉଁ ରୋଗରେ ତାକୁ ରୋଗଗ୍ରସ୍ତ କରିବେ, ତାହା ଭବିଷ୍ୟତ ପୁରୁଷ, ତୁମ୍ଭ ଉତ୍ତାରେ ଉତ୍ପନ୍ନ ତୁମ୍ଭ ସନ୍ତାନସନ୍ତତି ଓ ଦୂର ଦେଶରୁ ଆଗତ ବିଦେଶୀମାନେ ଦେଖିବେ;


ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଆଜ୍ଞା ଦ୍ୱାରା ସେମାନଙ୍କୁ ଏହି ନଗରକୁ ପୁନର୍ବାର ଅଣାଇବା; ତହିଁରେ ସେମାନେ ନଗର ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କରି ଅଗ୍ନିରେ ଦଗ୍ଧ କରିବେ; ପୁଣି, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ୱଂସସ୍ଥାନ କରିବା।”


କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ତାହା ବିରୁଦ୍ଧରେ ଉଠି ଆସୁଅଛନ୍ତି, ସେମାନେ ତାହାର ଦେଶ ଧ୍ୱଂସ କରିବେ ଓ ତହିଁ ମଧ୍ୟରେ କେହି ବାସ କରିବ ନାହିଁ; ମନୁଷ୍ୟ ଓ ପଶୁ ଉଭୟ ପଳାଇଲେ, ସେମାନେ ଚାଲିଗଲେ।


ଆଉ, ଲୋକମାନେ କୋଣ କିଅବା ଭିତ୍ତିମୂଳ ନିମନ୍ତେ ତୁମ୍ଭଠାରୁ ପ୍ରସ୍ତର ନେବେ ନାହିଁ; ମାତ୍ର ସଦାପ୍ରଭୁ କହନ୍ତି, ତୁମ୍ଭେ ଚିରକାଳ ଧ୍ୱଂସସ୍ଥାନ ହୋଇ ରହିବ।


ପୁଣି, ଦେଶ କମ୍ପିତ ଓ ବେଦନାଗ୍ରସ୍ତ ହେଉଅଛି, କାରଣ ବାବିଲ ଦେଶକୁ ଧ୍ୱଂସିତ ଓ ନିବାସୀଶୂନ୍ୟ କରିବା ପାଇଁ ବାବିଲ ବିରୁଦ୍ଧରେ ସଦାପ୍ରଭୁଙ୍କର ସଂକଳ୍ପ ସଫଳ ହେଉଅଛି।


ଆଉ କହିବ, ‘ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷୟରେ କହିଅଛ ଯେ, ତୁମ୍ଭେ ତାହା ଉଚ୍ଛିନ୍ନ କରିବ, ତହିଁ ମଧ୍ୟରେ ମନୁଷ୍ୟ କି ପଶୁ କେହି ବାସ କରିବ ନାହିଁ, ମାତ୍ର ତାହା ଚିରକାଳ ଧ୍ୱଂସସ୍ଥାନ ହେବ।’


ଗୋଷ୍ଠୀଗଣର ମଧ୍ୟବର୍ତ୍ତୀ ବଣିକମାନେ ତୁମ୍ଭ ଉଦ୍ଦେଶ୍ୟରେ ଶୀଷ୍‍ ଶବ୍ଦ କରନ୍ତି; ତୁମ୍ଭେ ଭୟଙ୍କର ହୋଇଅଛ, ପୁଣି, ତୁମ୍ଭେ ଆଉ କେବେ ସ୍ଥାପିତ ହେବ ନାହିଁ।’”


Swiv nou:

Piblisite


Piblisite