Biblia Todo Logo
Bib sou entènèt

- Piblisite -




ଯିରିମୀୟ 5:28 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 ସେମାନେ ଆହୁରି ଆହୁରି ମୋଟା ଓ ଚିକ୍କଣ ହୁଅନ୍ତି, ହଁ, ସେମାନେ ଦୁଷ୍କ୍ରିୟାର ସୀମା ଅତିକ୍ରମ କରନ୍ତି; ସେମାନେ ଗୁହାରି ବିଚାର କରନ୍ତି ନାହିଁ, ପିତୃହୀନମାନଙ୍କର ମଙ୍ଗଳ ନିମନ୍ତେ ସେମାନଙ୍କର ଗୁହାରି ବିଚାର କରନ୍ତି ନାହିଁ; ପୁଣି, ଦରିଦ୍ରମାନଙ୍କର ବିଚାର ସେମାନେ ନିଷ୍ପତ୍ତି କରନ୍ତି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

28 ସେମାନେ ଆହୁରି ଆହୁରି ମୋଟ ଓ ଚିକ୍କଣ ହୁଅନ୍ତି, ହଁ, ସେମାନେ ଦୁଷ୍କ୍ରିୟାର ସୀମା ଅତିକ୍ରମ କରନ୍ତି; ସେମାନେ ଗୁହାରି ବିଚାର କରନ୍ତି ନାହିଁ, ପିତୃହୀନ-ମାନଙ୍କର ମଙ୍ଗଳ ନିମନ୍ତେ ସେମାନଙ୍କର ଗୁହାରି ବିଚାର କରନ୍ତି ନାହିଁ; ପୁଣି, ଦରିଦ୍ରମାନଙ୍କର ବିଚାର ସେମାନେ ନିଷ୍ପତ୍ତି କରନ୍ତି ନାହିଁ।

Gade chapit la Kopi

ଓଡିଆ ବାଇବେଲ

28 ସେମାନେ ଆହୁରି ଆହୁରି ମୋଟା ଓ ଚିକ୍‍କଣ ହୁଅନ୍ତି, ହଁ, ସେମାନେ ଦୁଷ୍କ୍ରିୟାର ସୀମା ଅତିକ୍ରମ କରନ୍ତି; ସେମାନେ ଗୁହାରି ବିଚାର କରନ୍ତି ନାହିଁ, ପିତୃହୀନମାନଙ୍କର ମଙ୍ଗଳ ନିମନ୍ତେ ସେମାନଙ୍କର ଗୁହାରି ବିଚାର କରନ୍ତି ନାହିଁ; ପୁଣି, ଦରିଦ୍ରମାନଙ୍କର ବିଚାର ସେମାନେ ନିଷ୍ପତ୍ତି କରନ୍ତି ନାହିଁ।”

Gade chapit la Kopi

ପବିତ୍ର ବାଇବଲ

28 ସେମାନେ ଅଧିକରୁ ଅଧିକ ମୋଟା ହୁଅନ୍ତି ଏବଂ ଦୁଷ୍କର୍ମ କରିବାର ସୀମା ପାର କରି ଯାଆନ୍ତି। ସେମାନେ ଅନାଥମାନଙ୍କର ମକଦ୍ଦମାରେ ନ୍ୟାୟୋଚିତ ବିଗ୍ଭର କରନ୍ତି ନାହିଁ, କାଳେ ଅନାଥମାନେ ଉନ୍ନତି କରି ପାରନ୍ତି। ସେମାନେ ଗରିବମାନଙ୍କର ଅଧିକାର ପାଇଁ ପ୍ରତିପକ୍ଷ କରନ୍ତି ନାହିଁ।”

Gade chapit la Kopi




ଯିରିମୀୟ 5:28
24 Referans Kwoze  

ପୁଣି ବିଧବା, ପିତୃହୀନ, ବିଦେଶୀ ଓ ଦରିଦ୍ରର ପ୍ରତି ଉପଦ୍ରବ କର ନାହିଁ; ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି ମନେ ମନେ ଆପଣା ଭ୍ରାତାର ଅନିଷ୍ଟ ଚିନ୍ତା ନ କରୁ।”


ତୁମ୍ଭର ଅଧିପତିମାନେ ବିଦ୍ରୋହୀ ଓ ଚୋରମାନଙ୍କର ସଖା; ପ୍ରତ୍ୟେକେ ଲାଞ୍ଚ ଭଲ ପାʼନ୍ତି ଓ ପାରିତୋଷିକର ପଶ୍ଚାଦ୍‍ବର୍ତ୍ତୀ ହୁଅନ୍ତି; ସେମାନେ ପିତୃହୀନମାନଙ୍କର ବିଚାର କରନ୍ତି ନାହିଁ, କିଅବା ବିଧବାର ଗୁହାରି ସେମାନଙ୍କ ନିକଟକୁ ଆସେ ନାହିଁ।


ମାତ୍ର ଯିଶୁରୁଣ ଚର୍ବିରେ ଫୁଲି ପଦାଘାତ କଲା; ତୁମ୍ଭେ ଚର୍ବିରେ ଫୁଲିଅଛ, ତୁମ୍ଭେ ମୋଟା ହୋଇଅଛ, ତୁମ୍ଭେ ଚିକ୍କଣ ହୋଇଅଛ; ତହୁଁ ସେ ଆପଣା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ତ୍ୟାଗ କଲା, ପୁଣି ଆପଣା ତ୍ରାଣ ରୂପ ଶୈଳଙ୍କୁ ଲଘୁ ଜ୍ଞାନ କଲା।


ଦେଖ, ଏମାନେ ଦୁଷ୍ଟ ଲୋକ; ପୁଣି, ସେମାନେ ସର୍ବଦା ନିର୍ବିଘ୍ନରେ ଥାଇ ଧନ ବୃଦ୍ଧି କରନ୍ତି।


ଯଦି ତୁମ୍ଭେମାନେ ବିଦେଶୀ, ପିତୃହୀନ ଓ ବିଧବା ପ୍ରତି ଉପଦ୍ରବ ନ କର ଓ ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ ନ କର, କିଅବା ଆପଣା ଆପଣାର କ୍ଷତି ନିମନ୍ତେ ଅନ୍ୟ ଦେବଗଣର ପଶ୍ଚାଦ୍‍ଗାମୀ ନ ହୁଅ;


ପ୍ରକୃତରେ ଶୁଣାଯାଉଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର ଅଛି, ଆଉ ଏପରି ବ୍ୟଭିଚାର, ଯାହାକି ଅଣଯିହୁଦୀମାନଙ୍କ ମଧ୍ୟରେ ସୁଦ୍ଧା ହୁଏ ନାହିଁ, ଏପରିକି ଜଣେ ଆପଣା ପିତାର ଭାର୍ଯ୍ୟାକୁ ରଖିଅଛି।


“ହେ ଶମରୀୟାର ପର୍ବତବାସିନୀ ବାଶନର ଗାଭୀସବୁ, ତୁମ୍ଭେମାନେ ଏହି ବାକ୍ୟ ଶୁଣ, ତୁମ୍ଭେମାନେ ଦରିଦ୍ରଗଣ ପ୍ରତି ଉପଦ୍ରବ କରୁଅଛ, ଦୀନହୀନମାନଙ୍କୁ ଦଳି ପକାଉଅଛ, ତୁମ୍ଭେମାନେ ଆପଣା ଆପଣା କର୍ତ୍ତାକୁ କହୁଅଛ, ‘ଆଣ, ଆମ୍ଭେମାନେ ପାନ କରିବା।’


ହେ ସଦାପ୍ରଭୁ, ମୁଁ ଯେତେବେଳେ ତୁମ୍ଭ ସଙ୍ଗେ ପ୍ରତିବାଦ କରେ, ତୁମ୍ଭେ ଧାର୍ମିକ ଅଟ; ତଥାପି ବିଚାର ବିଷୟରେ ମୁଁ ତୁମ୍ଭ ସଙ୍ଗେ ବାଦାନୁବାଦ କରିବି; ଦୁଷ୍ଟ ଲୋକମାନଙ୍କର ପଥ କାହିଁକି କୁଶଳଯୁକ୍ତ ହୁଏ? ଅତି ବିଶ୍ୱାସଘାତକ ସମସ୍ତେ କାହିଁକି ନିରାପଦରେ ଥାʼନ୍ତି?


ତୁମ୍ଭେ ପ୍ରେମର ଚେଷ୍ଟାରେ କିପରି ଆପଣା ପଥ ସଜାଡ଼ୁଅଛ! ଏହି କାରଣରୁ ଦୁଷ୍ଟା ସ୍ତ୍ରୀମାନଙ୍କୁ ହିଁ ତୁମ୍ଭେ ଆପଣା ପଥ ଶିଖାଇଅଛ।


ସେମାନଙ୍କ ଅନ୍ତଃକରଣ ମେଦ ପରି ସ୍ଥୂଳ ମାତ୍ର ମୁଁ ତୁମ୍ଭ ବ୍ୟବସ୍ଥାରେ ଆମୋଦ କରେ।


ସେ ଲୋକମାନଙ୍କ ମଧ୍ୟରୁ ଦୁଃଖୀମାନଙ୍କର ବିଚାର କରିବେ, ସେ ଦୀନହୀନମାନଙ୍କର ସନ୍ତାନମାନଙ୍କୁ ଉଦ୍ଧାର କରିବେ ଓ ଉପଦ୍ରବକାରୀକୁ ଚୂର୍ଣ୍ଣ କରିବେ।


ଡକାୟତମାନଙ୍କର ତମ୍ବୁ ନିରାପଦ ହୁଏ ଓ ପରମେଶ୍ୱରଙ୍କୁ ବିରକ୍ତ କରିବା ଲୋକେ ନିର୍ବିଘ୍ନରେ ରହନ୍ତି; ପରମେଶ୍ୱର ସେମାନଙ୍କ ହସ୍ତରେ ବହୁତ ଦିଅନ୍ତି।


ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ନ୍ୟାୟବିଚାର ଓ ଧାର୍ମିକତା ବ୍ୟବହାର କର ଓ ଲୁଟିତ ଲୋକକୁ ଉପଦ୍ରବୀର ହସ୍ତରୁ ଉଦ୍ଧାର କର; ପୁଣି, ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ୟାୟ ଓ ଉପଦ୍ରବ କର ନାହିଁ, କିଅବା ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ କର ନାହିଁ।


ଯେହେତୁ ସେମାନଙ୍କ ମରଣରେ କୌଣସି ବନ୍ଧନ ନାହିଁ; ମାତ୍ର ସେମାନଙ୍କ ବଳ ଦୃଢ଼ ଥାଏ।


ଗର୍ବୀ ଲୋକର ଗୃହ ସଦାପ୍ରଭୁ ଉପାଡ଼ି ପକାଇବେ; ମାତ୍ର ବିଧବାର ସୀମା ସେ ସ୍ଥିର କରିବେ;


Swiv nou:

Piblisite


Piblisite