Biblia Todo Logo
Bib sou entènèt

- Piblisite -




ଯିରିମୀୟ 5:19 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଆଉ, ତୁମ୍ଭେମାନେ ଯେତେବେଳେ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର କାହିଁକି ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି,’ ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ତୁମ୍ଭେମାନେ ନିଜ ଦେଶରେ ଯେପରି ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବତାଗଣର ସେବା କରିଅଛ, ସେପରି ତୁମ୍ଭେମାନେ ବିଦେଶରେ ବିଦେଶୀୟମାନଙ୍କର ସେବା କରିବ।’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଆଉ, ତୁମ୍ଭେମାନେ ଯେତେବେଳେ କହିବ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର କିହେତୁ ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି, ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ତୁମ୍ଭେମାନେ ନିଜ ଦେଶରେ ଯେପରି ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବତାଗଣର ସେବା କରିଅଛ, ସେପରି ତୁମ୍ଭେମାନେ ବିଦେଶରେ ବିଦେଶୀୟମାନଙ୍କର ସେବା କରିବ।

Gade chapit la Kopi

ଓଡିଆ ବାଇବେଲ

19 ଆଉ, ତୁମ୍ଭେମାନେ ଯେତେବେଳେ କହିବ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର କାହିଁକି ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି,” ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, “ତୁମ୍ଭେମାନେ ନିଜ ଦେଶରେ ଯେପରି ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବତାଗଣର ସେବା କରିଅଛ, ସେପରି ତୁମ୍ଭେମାନେ ବିଦେଶରେ ବିଦେଶୀୟମାନଙ୍କର ସେବା କରିବ।”

Gade chapit la Kopi

ପବିତ୍ର ବାଇବଲ

19 ଆଉ ତୁମ୍ଭେମାନେ ଯେତେବେଳେ ଯିରିମିୟଙ୍କୁ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, କେଉଁ କାରଣରୁ ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି।’ ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ଯେଉଁପ୍ରକାରେ ତୁମ୍ଭେମାନେ ମୋତେ ପରିତ୍ୟାଗ କରିଅଛ ଏବଂ ମୂର୍ତ୍ତିଗଣର ସେବା କରିଅଛ, ସେହିପରି ଭାବରେ ତୁମ୍ଭେମାନେ ବିଦେଶରେ ବିଦେଶୀୟମାନଙ୍କର ସେବା କରିବ।’

Gade chapit la Kopi




ଯିରିମୀୟ 5:19
18 Referans Kwoze  

ଏହେତୁ ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶରୁ, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ଅଜ୍ଞାତ ଏକ ଦେଶରେ ନିକ୍ଷେପ କରିବା; ଆଉ, ସେଠାରେ ତୁମ୍ଭେମାନେ ଦିବାରାତ୍ର ଅନ୍ୟ ଦେବଗଣର ସେବା କରିବ; କାରଣ ଆମ୍ଭେ ତୁମ୍ଭମାନଙ୍କୁ କିଛିମାତ୍ର ଅନୁଗ୍ରହ କରିବା ନାହିଁ।’”


ପୁଣି ଯଦି ତୁମ୍ଭେ ମନେ ମନେ ପଚାରିବ, ମୋʼ ପ୍ରତି ଏପରି ଦଶା କାହିଁକି ଘଟିଲା? (ତେବେ ଶୁଣ,) ତୁମ୍ଭ ଅଧର୍ମର ବାହୁଲ୍ୟରୁ ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାଯାଇଅଛି ଓ ତୁମ୍ଭର ଗୋଇଠି ଦୌରାତ୍ମ୍ୟ ଭୋଗ କରୁଅଛି।


ଦାସମାନେ ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି; ସେମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ କେହି ନାହିଁ।


ତଥାପି ତୁମ୍ଭେ କହିଲ, ‘ଆମ୍ଭେ ନିର୍ଦ୍ଦୋଷ; ଅବଶ୍ୟ ଆମ୍ଭଠାରୁ ତାହାଙ୍କର କ୍ରୋଧ ଫେରିଅଛି।’ ତୁମ୍ଭେ କହୁଅଛ, ‘ଆମ୍ଭେ ପାପ କରି ନାହୁଁ,’ ଏହେତୁ ଦେଖ, ଆମ୍ଭେ ତୁମ୍ଭର ବିଚାର କରିବା।


କାରଣ ଆମ୍ଭର ଲୋକମାନେ ଦୁଇଟି ଦୋଷ କରିଅଛନ୍ତି; ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ଯେ ଆମ୍ଭେ, ଆମ୍ଭକୁ ପରିତ୍ୟାଗ କରିଅଛନ୍ତି, ପୁଣି ଆପଣାମାନଙ୍କ ନିମନ୍ତେ ନାନା କୂପ ଖୋଳିଅଛନ୍ତି, ସେସବୁ ଭଗ୍ନ କୂପ, ଜଳଧାରଣ କରି ନ ପାରେ।


ଇସ୍ରାଏଲ କି ଦାସ? ସେ କି ଗୃହଜାତ ଜନ୍ମରୁ ଦାସ? ତେବେ ସେ କାହିଁକି ଲୁଟିତ ଦ୍ରବ୍ୟ ହୋଇଅଛି?


ମାତ୍ର ସଦାପ୍ରଭୁ କହନ୍ତି, “ସେସମୟରେ ହେଁ ଆମ୍ଭେ ତୁମ୍ଭମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ନାହିଁ।


ତୁମ୍ଭେମାନେ ଯାକୁବ ବଂଶକୁ ଏ କଥା ଜଣାଅ ଓ ଯିହୁଦା ମଧ୍ୟରେ ପ୍ରଚାର କରି କୁହ,


ଆହୁରି, ସଦାପ୍ରଭୁ କହନ୍ତି, “କାରଣ ଏହି, ଆମ୍ଭେ ସେମାନଙ୍କ ସମ୍ମୁଖରେ ଆପଣାର ଯେଉଁ ବ୍ୟବସ୍ଥା ରଖିଲୁ, ତାହା ସେମାନେ ତ୍ୟାଗ କରିଅଛନ୍ତି ଓ ଆମ୍ଭର ବାକ୍ୟ ପାଳନ କରି ନାହାନ୍ତି, କିଅବା ତଦନୁସାରେ ଆଚରଣ କରି ନାହାନ୍ତି;


ଏହା ଯେ ବୁଝିପାରେ, ଏପରି ଜ୍ଞାନୀ ମନୁଷ୍ୟ କିଏ ଅଛି? ଓ ଏହା ବ୍ୟକ୍ତ କରିବା ପାଇଁ ସଦାପ୍ରଭୁଙ୍କର ମୁଖ ଯାହାକୁ ଜ୍ଞାତ କରାଇଅଛି, ଏପରି ବ୍ୟକ୍ତି କିଏ? ଦେଶ କି ନିମନ୍ତେ ବିନଷ୍ଟ ଓ ପ୍ରାନ୍ତର ତୁଲ୍ୟ ଦଗ୍ଧ ହେଲା ଯେ, କେହି ତହିଁର ମଧ୍ୟଦେଇ ଗତାୟାତ କରେ ନାହିଁ?


ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ଅଧିକାର ଦେଲୁ, ତୁମ୍ଭେ ଆପେ ତହିଁରୁ କ୍ଷାନ୍ତ ହେବ। ଆଉ, ଆମ୍ଭେ ତୁମ୍ଭ ଅଜ୍ଞାତ ଦେଶରେ ତୁମ୍ଭକୁ ତୁମ୍ଭ ଶତ୍ରୁଗଣର ସେବା କରାଇବା; କାରଣ ତୁମ୍ଭେମାନେ ଆମ୍ଭ କ୍ରୋଧରୂପ ଅଗ୍ନି ପ୍ରଜ୍ୱଳିତ କରିଅଛ, ତାହା ସଦାକାଳ ଜ୍ୱଳିବ।”


Swiv nou:

Piblisite


Piblisite