Biblia Todo Logo
Bib sou entènèt

- Piblisite -




ଯିରିମୀୟ 49:33 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

33 ପୁଣି, ହାସୋର ଶୃଗାଳମାନଙ୍କର ବସତି ଓ ସଦାକାଳ ଉତ୍ସନ୍ନ ସ୍ଥାନ ହେବ; କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ, କିଅବା କୌଣସି ମନୁଷ୍ୟ-ସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

33 ପୁଣି, ହାତ୍ସୋର ଶୃଗାଳମାନଙ୍କର ବସତି ଓ ସଦାକାଳ ଉତ୍ସନ୍ନ-ସ୍ଥାନ ହେବ; କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ, କିଅବା କୌଣସି ମନୁଷ୍ୟସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

33 “ପୁଣି, ହାସୋର ଶୃଗାଳମାନଙ୍କର ବସତି ଓ ସଦାକାଳ ଉତ୍ସନ୍ନ ସ୍ଥାନ ହେବ; କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ, କିଅବା କୌଣସି ମନୁଷ୍ୟସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ

33 “ହା‌‌‌ତ୍‌‌‌ସୋର ଶୃଗାଳମାନଙ୍କର ବାସସ୍ଥାନ ହେବ। କୌଣସି ଲୋକ ସେଠାରେ ବାସ କରିବେ ନାହିଁ, କିଅବା କୌଣସି ମନୁଷ୍ୟ ସନ୍ତାନ ତା’ ମଧ୍ୟରେ ପ୍ରବାସ କରିବେ ନାହିଁ। ତାହା ଚିରକାଳ ନିର୍ଜନ ସ୍ଥାନ ହୋଇ ରହିବ।”

Gade chapit la Kopi




ଯିରିମୀୟ 49:33
13 Referans Kwoze  

ପୁଣି, ବାବିଲ ଢିପିମୟ ଶୃଗାଳମାନର ବାସସ୍ଥାନ, ବିସ୍ମୟାସ୍ପଦ, ଶୀସ୍‍ ଶବ୍ଦର ବିଷୟ ଓ ନିବାସୀବିହୀନ ହେବ।


କୋଳାହଳର ରବ, ଦେଖ ତାହା ଉପସ୍ଥିତ ହେଉଅଛି, ଆଉ ଯିହୁଦାର ନଗରସବୁ ଉଚ୍ଛିନ୍ନ ଓ ଶୃଗାଳମାନଙ୍କର ବାସସ୍ଥାନ କରିବା ପାଇଁ ଉତ୍ତର ଦେଶରୁ ମହାଚହଳ ଆସୁଅଛି।


ପୁଣି, ଆମ୍ଭେ ଯିରୂଶାଲମକୁ ଢିପି ଓ ଶୃଗାଳଗଣର ବାସସ୍ଥାନ କରିବା; ଆଉ, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ୱଂସସ୍ଥାନ କରିବା।”


ମାତ୍ର ଏଷୌକୁ ଆମ୍ଭେ ଅପ୍ରେମ କଲୁ ଓ ତାହାର ପର୍ବତଗଣକୁ ଧ୍ୱଂସର ସ୍ଥାନ କଲୁ, ଆଉ ତାହାର ଅଧିକାର ପ୍ରାନ୍ତରସ୍ଥ ଶୃଗାଳମାନଙ୍କର ସ୍ଥାନ କଲୁ।”


ଏଥିପାଇଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚୟ ମୋୟାବ ସଦୋମର ତୁଲ୍ୟ ଓ ଅମ୍ମୋନ-ସନ୍ତାନଗଣ ହମୋରାର ତୁଲ୍ୟ, ବିଛୁଆତି ଗଛର ଆଶ୍ରୟ ଓ ଲବଣର ଆକର ଓ ଚିରକାଳ ଧ୍ୱଂସସ୍ଥାନ ହେବ; ଆମ୍ଭ ଲୋକମାନଙ୍କର ଶେଷାଂଶ ସେମାନଙ୍କୁ ଲୁଟିବେ ଓ ଆମ୍ଭ ଗୋଷ୍ଠୀର ଅବଶିଷ୍ଟାଂଶ ସେମାନଙ୍କୁ ଅଧିକାର କରିବେ।”


ସେ ମହା ଶଦ୍ଦ କରି ଉଚ୍ଚସ୍ୱରରେ କହିଲେ, “ମହାନଗରୀ ବାବିଲ ପତିତ, ଅଧଃପତିତ ହୋଇଅଛି, ତାହା ଭୂତମାନଙ୍କ ବାସସ୍ଥାନ ପୁଣି, ଅଶୁଚି ଆତ୍ମାମାନଙ୍କର ଏବଂ ଅଶୁଚି ଓ ଘୃଣ୍ୟ ପକ୍ଷୀମାନଙ୍କର ଆଶ୍ରୟ-ସ୍ଥାନ ହୋଇଅଛି।


ଆହୁରି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ସେହି ନଗରକୁ ଝିଙ୍କ ପକ୍ଷୀର ଅଧିକାର ଓ ଜଳାଶୟ କରିବା ଓ ଆମ୍ଭେ ସଂହାରରୂପ ଝାଡୁ ଦ୍ୱାରା ତାହାକୁ ଝାଡ଼ି ପକାଇବା।”


Swiv nou:

Piblisite


Piblisite