Biblia Todo Logo
Bib sou entènèt

- Piblisite -




ଯିରିମୀୟ 47:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 “ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଉତ୍ତର ଦିଗରୁ ଜଳ ଉଚ୍ଛୁଳୁଅଛି, ତାହା ପ୍ଲାବନକାରୀ ବଢ଼ି ହୋଇ ଦେଶ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁକୁ, ନଗର ଓ ତନ୍ନିବାସୀମାନଙ୍କୁ ମଗ୍ନ କରିବ; ତହିଁରେ ମନୁଷ୍ୟମାନେ କ୍ରନ୍ଦନ କରିବେ, ଦେଶ ନିବାସୀ ସମସ୍ତେ ହାହାକାର କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଉତ୍ତର ଦିଗରୁ ଜଳ ଉଛୁଳୁଅଛି, ତାହା ପ୍ଳାବନକାରୀ ବଢ଼ି ହୋଇ ଦେଶ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁକୁ, ନଗର ଓ ତନ୍ନିବାସୀମାନଙ୍କୁ ମଗ୍ନ କରିବ; ତହିଁରେ ମନୁଷ୍ୟମାନେ କ୍ରନ୍ଦନ କରିବେ, ଦେଶ ନିବାସୀ ସମସ୍ତେ ହାହାକାର କରିବେ।

Gade chapit la Kopi

ଓଡିଆ ବାଇବେଲ

2 “ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଉତ୍ତର ଦିଗରୁ ଜଳ ଉଛୁଳୁଅଛି, ତାହା ପ୍ଳାବନକାରୀ ବଢ଼ି ହୋଇ ଦେଶ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁକୁ, ନଗର ଓ ତନ୍ନିବାସୀମାନଙ୍କୁ ମଗ୍ନ କରିବ; ତହିଁରେ ମନୁଷ୍ୟମାନେ କ୍ରନ୍ଦନ କରିବେ, ଦେଶ ନିବାସୀ ସମସ୍ତେ ହାହାକାର କରିବେ।’”

Gade chapit la Kopi

ପବିତ୍ର ବାଇବଲ

2 ସଦାପ୍ରଭୁ କହନ୍ତି, “ଦେଖ, ଉତ୍ତର ଦିଗରୁ ଶତ୍ରୁସୈନ୍ୟ କୂଳ ଲଙ୍ଘନ କରି ନଦୀକୂଳ ଉଚ୍ଛୁଳିଲା ପରି ଆସୁଅଛି, ତାହା ପ୍ଳାବନକାରୀ ବନ୍ୟା ସଦୃଶ ସମଗ୍ର ଦେଶ, ତନ୍ମଧ୍ୟସ୍ଥ ସମସ୍ତ ବସ୍ତ୍ର, ନଗର ଓ ତନ୍ନିବାସୀମାନଙ୍କୁ ଜଳମଗ୍ନ କରିବ। ତହିଁରେ ଲୋକମାନେ କ୍ରନ୍ଦନ କରିବେ ଓ ସାହାଯ୍ୟ ପାଇଁ ହାହାକାର କରିବେ।

Gade chapit la Kopi




ଯିରିମୀୟ 47:2
32 Referans Kwoze  

ମିସର ଅତି ସୁନ୍ଦରୀ ତରୁଣୀ ଗାଭୀ; ମାତ୍ର ଉତ୍ତର ଦିଗରୁ ବିନାଶ ଆସିଅଛି, ତାହା ଆସିଅଛି।


“ଦାନ୍ ନଗରଠାରୁ ତାହାର ଅଶ୍ୱଗଣର ନାସା ଶବ୍ଦ ଶୁଣା ଯାଉଅଛି; ତାହାର ବଳିଷ୍ଠ ଅଶ୍ୱଗଣର ହିଁ ହିଁ ଶବ୍ଦରେ ସମୁଦାୟ ଦେଶ କମ୍ପୁଅଛି; କାରଣ ସେମାନେ ଆସିଅଛନ୍ତି, ଆଉ ଦେଶ ଓ ତନ୍ମଧ୍ୟସ୍ଥିତସକଳ ନଗର ଓ ତନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି;


ତହିଁରେ ସଦାପ୍ରଭୁ ମୋତେ କହିଲେ, “ଉତ୍ତର ଦିଗରୁ ଏହି ଦେଶ ନିବାସୀ ସମସ୍ତଙ୍କ ଉପରେ ଅମଙ୍ଗଳ ମାଡ଼ି ଆସିବ।


ଆଉ ସେ ମୋତେ କହିଲେ, ଯେଉଁ ଜଳରାଶି ନିକଟରେ ତୁମ୍ଭେ ବେଶ୍ୟାକୁ ଉପବିଷ୍ଟା ଥିବାର ଦେଖିଲ, ସେହି ଜଳରାଶି ବିଭିନ୍ନ ଗୋଷ୍ଠୀ, ଜନତା, ଜାତି ଓ ଭାଷାବାଦୀ ଲୋକଙ୍କୁ ବୁଝାଏ।


ତତ୍ପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ଯେଉଁ ମହା ବେଶ୍ୟା ବହୁ ଜଳରାଶି ନିକଟରେ ଉପବିଷ୍ଟ,


ଏବେ ଦେଖ, ହେ ଧନୀମାନେ, ତୁମ୍ଭମାନଙ୍କର ଆସନ୍ନ ଦୁର୍ଦ୍ଦଶା ନିମନ୍ତେ କ୍ରନ୍ଦନ ଓ ହାହାକାର କର।


କିନ୍ତୁ କେହି ଯଦି ତୁମ୍ଭମାନଙ୍କୁ କହେ, ଏହା ବଳି ସ୍ୱରୂପେ ଉତ୍ସର୍ଗୀକୃତ ହୋଇଅଛି, ତେବେ ଯେ ଏହା ଜଣାଇଲା, ତାହାର ସକାଶେ ଓ ବିବେକ ସକାଶେ ତାହା ଭୋଜନ କର ନାହିଁ;


କାରଣ ପୃଥିବୀ ଓ ସେଥିରେ ଥିବା ସମସ୍ତ ବିଷୟ ପ୍ରଭୁଙ୍କର।


ମାତ୍ର ସେ ପ୍ଲାବନକାରୀ ବନ୍ୟା ଦ୍ୱାରା ସେହି ସ୍ଥାନ ନିଃଶେଷ ରୂପେ ସଂହାର କରିବେ ଓ ଆପଣା ଶତ୍ରୁଗଣକୁ ଅନ୍ଧକାରକୁ ତଡ଼ି ଦେବେ।


ଆଉ, ପ୍ଲାବନରୂପ ସୈନ୍ୟଦଳ ଦ୍ୱାରା ସେମାନେ ତାହା ସମ୍ମୁଖରୁ ବହି ଯିବେ ଓ ଭଗ୍ନ ହେବେ; ହଁ, ନିୟମର ଅଧିପତି ମଧ୍ୟ ଭଗ୍ନ ହେବ।


ସେ କିପରି ଭଗ୍ନ ହୋଇଅଛି! ଲୋକେ କିପରି ବିଳାପ କରୁଅଛନ୍ତି! ମୋୟାବ ଲଜ୍ଜାରେ କିପରି ପୃଷ୍ଠ ଫେରାଇଅଛି! ଏହିରୂପେ ମୋୟାବ ଆପଣା ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କର ହାସ୍ୟାସ୍ପଦ ଓ ଭୟସ୍ଥାନ ହେବ।”


ବାବିଲର ରାଜା ନବୂଖଦ୍‍ନିତ୍ସର ମିସର ଦେଶକୁ ଆସି ତାହା ପରାସ୍ତ କରିବା ବିଷୟରେ ସଦାପ୍ରଭୁ ଯିରିମୀୟଙ୍କୁ ଯେଉଁ କଥା କହିଲେ, ତାହା ଏହି, ଯଥା,


ତହିଁରେ ଲୋକମାନେ ପଶ୍ଚିମ ଦିଗରୁ ସଦାପ୍ରଭୁଙ୍କ ନାମକୁ ଓ ସୂର୍ଯ୍ୟୋଦୟ ସ୍ଥାନରୁ ଲୋକମାନେ ତାହାଙ୍କର ପ୍ରତାପକୁ ଭୟ କରିବେ; କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଚାଳିତ ପ୍ରବଳ ସ୍ରୋତ ପରି ଶତ୍ରୁ ମାଡ଼ି ଆସିବ।


ପୁଣି, ଆମ୍ଭେ ନ୍ୟାୟ ବିଚାରକୁ ପରିମାଣ ରଜ୍ଜୁ ଓ ଧାର୍ମିକତାକୁ ଓଳମ କରିବା; ଆଉ, ଶିଳାବୃଷ୍ଟି ମିଥ୍ୟାରୂପ ଆଶ୍ରୟକୁ ବିନାଶ କରିବ ଓ ଜଳରାଶି ଲୁଚିବା ସ୍ଥାନକୁ ମଗ୍ନ କରିବ।”


ଦର୍ଶନ ଉପତ୍ୟକା ବିଷୟକ ଭାବବାଣୀ। ଏବେ ତୁମ୍ଭର କʼଣ ହେଉଅଛି ଯେ, ତୁମ୍ଭେ ସମସ୍ତେ ଗୃହର ଛାତ ଉପରକୁ ଯାଇଅଛ?


କାରଣ ମୋୟାବର ଚତୁର୍ଦ୍ଦିଗସ୍ଥ ସୀମାକୁ କ୍ରନ୍ଦନର ଶବ୍ଦ ଯାଇଅଛି; ତହିଁର ହାହାକାର ଇଗ୍ଲୟିମ୍‍ ପର୍ଯ୍ୟନ୍ତ ଓ ତହିଁର ହାହାକାର ବେରେଲୀମ୍‍ ପର୍ଯ୍ୟନ୍ତ ଯାଇଅଛି।


ହେ ନଗର-ଦ୍ୱାର, ହାହାକାର କର; ହେ ନଗର, କ୍ରନ୍ଦନ କର; ହେ ପଲେଷ୍ଟୀୟେ, ତୁମ୍ଭର ସମୁଦାୟ ତରଳି ଯାଇଅଛି; କାରଣ ଉତ୍ତର ଦିଗରୁ ଧୂମ ଆସୁଅଛି ଓ କେହି ଆପଣା ନିରୂପିତ ସମୟରେ ଦୂରରେ ଠିଆ ହେଉ ନାହିଁ।”


ସମୁଦ୍ର ଓ ତହିଁର ପୂର୍ଣ୍ଣତା, ଜଗତ ଓ ତନ୍ନିବାସୀ ସମସ୍ତେ ଗର୍ଜ୍ଜନ କରନ୍ତୁ;


ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କର; ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ;


ଆମ୍ଭେ କ୍ଷୁଧିତ ହେଲେ, ତୁମ୍ଭକୁ ଜଣାଇବା ନାହିଁ; କାରଣ ଜଗତ ଓ ତହିଁର ପୂର୍ଣ୍ଣତା ଆମ୍ଭର।


ପୃଥିବୀ ଓ ତହିଁର ପୂର୍ଣ୍ଣତା, ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର।


ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଉତ୍ତର ଦେଶରୁ ଏକ ଜନବୃନ୍ଦ ଆସୁଅଛନ୍ତି ଓ ପୃଥିବୀର ପ୍ରାନ୍ତଭାଗରୁ ଏକ ମହାଗୋଷ୍ଠୀ ଉତ୍ତେଜିତ ହେବେ।


ସମସ୍ତ ଜାତିଗଣ ତୁମ୍ଭ ଅପମାନର କଥା ଶୁଣିଅଛନ୍ତି, ତୁମ୍ଭର କାତରୋକ୍ତିରେ ପୃଥିବୀ ପରିପୂର୍ଣ୍ଣ; କାରଣ ବୀର ବୀର ଉପରେ ଝୁଣ୍ଟି ପଡ଼ିଅଛି; ସେ ଦୁହେଁ ଏକତ୍ର ପଡ଼ିଅଛନ୍ତି।”


ମିସରର କନ୍ୟା ଲଜ୍ଜିତା ହେବ; ସେ ଉତ୍ତର ଦେଶୀୟ ଲୋକମାନଙ୍କ ହସ୍ତରେ ସମର୍ପିତା ହେବ।”


Swiv nou:

Piblisite


Piblisite