Biblia Todo Logo
Bib sou entènèt

- Piblisite -




ଯିରିମୀୟ 44:19 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ପୁଣି, “ଆମ୍ଭେମାନେ ଯେଉଁ ସମୟରେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲୁ ଓ ପେୟ-ନୈବେଦ୍ୟ ଢାଳିଲୁ, ସେତେବେଳେ ଆପଣା ଆପଣା ସ୍ୱାମୀର ଅନୁମତି ବିନା କି ତାହାର ପୂଜା ନିମନ୍ତେ ପିଷ୍ଟକ ପ୍ରସ୍ତୁତ କଲୁ ଓ ତାହା ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଢାଳିଲୁ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ପୁଣି, ଆମ୍ଭେମାନେ ଯେଉଁ ସମୟରେ ଆକାଶ-ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇଲୁ ଓ ପେୟ-ନୈବେଦ୍ୟ ଢାଳିଲୁ, ସେତେବେଳେ ଆପଣା ଆପଣା ସ୍ଵାମୀର (ଅନୁମତି) ବିନା କି ତାହାର ପୂଜା ନିମନ୍ତେ ପିଷ୍ଟକ ପ୍ରସ୍ତୁତ କଲୁ ଓ ତାହା ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଢାଳିଲୁ?

Gade chapit la Kopi

ଓଡିଆ ବାଇବେଲ

19 ପୁଣି, ଆମ୍ଭେମାନେ ଯେଉଁ ସମୟରେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲୁ ଓ ପେୟ ନୈବେଦ୍ୟ ଢାଳିଲୁ, ସେତେବେଳେ ଆପଣା ଆପଣା ସ୍ୱାମୀର ଅନୁମତି ବିନା କି ତାହାର ପୂଜା ନିମନ୍ତେ ପିଷ୍ଟକ ପ୍ରସ୍ତୁତ କଲୁ ଓ ତାହା ଉଦ୍ଦେଶ୍ୟରେ ପେୟ ନୈବେଦ୍ୟ ଢାଳିଲୁ ?”

Gade chapit la Kopi

ପବିତ୍ର ବାଇବଲ

19 ତା'ପରେ ସେହି ସ୍ତ୍ରୀମାନେ ଯିରିମିୟଙ୍କୁ କହିଲେ, “ଆମ୍ଭେମାନେ ଆମ୍ଭମାନଙ୍କ ସ୍ୱାମୀମାନଙ୍କର ଅନୁମତିରେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପ ଜଳାଇଲୁ, ପେୟନୈବେଦ୍ୟ ଢାଳିଲୁ ଓ ପୂଜା ନିମନ୍ତେ ପିଠା ପ୍ରସ୍ତୁତ କଲୁ।”

Gade chapit la Kopi




ଯିରିମୀୟ 44:19
14 Referans Kwoze  

ଆମ୍ଭକୁ ବିରକ୍ତ କରିବା ପାଇଁ ଆକାଶର ରାଣୀ ଉଦ୍ଦେଶ୍ୟରେ ପିଷ୍ଟକ ପାକ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ବାଳକମାନେ କାଠ ସାଉଣ୍ଟନ୍ତି, ପିତୃଗଣ ଅଗ୍ନି ଜ୍ୱଳାନ୍ତି, ସ୍ତ୍ରୀମାନେ ମଇଦା ଚକଟନ୍ତି।


ସେତେବେଳେ ଯେଉଁମାନେ, ଆପଣା ସ୍ତ୍ରୀମାନେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାନ୍ତି ବୋଲି ଜାଣିଲେ, ସେମାନେ ଓ ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନଙ୍କର ମହାସମାଜ, ଅର୍ଥାତ୍‍, ମିସରର ପଥ୍ରୋଷ ପ୍ରଦେଶରେ ବାସକାରୀ ସମସ୍ତ ଲୋକ ଯିରିମୀୟଙ୍କୁ ଉତ୍ତର ଦେଇ କହିଲେ,


ପୁଣି ସେ ଆହାବଙ୍କର ବଂଶ ତୁଲ୍ୟ ଇସ୍ରାଏଲର ରାଜାମାନଙ୍କ ପଥରେ ଗମନ କଲେ; କାରଣ ସେ ଆହାବଙ୍କର କନ୍ୟାକୁ ବିବାହ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।


ଯେପରି ଏହି ଆହାବ ଆପଣା ଭାର୍ଯ୍ୟା ଈଷେବଲ୍‍ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ଆପଣାକୁ ବିକ୍ରୟ କଲେ, ସେପରି ଆଉ କେହି କରିବ ନାହିଁ।


ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି, ଆପଣା ସଙ୍ଗସ୍ଥ ସ୍ୱାମୀଙ୍କୁ ଦିଅନ୍ତେ, ସେ ମଧ୍ୟ ଖାଇଲେ।


ମନ୍ଦ ଲୋକ ହାତ ଧରାଧରି ହେଲେ ହେଁ ଅଦଣ୍ଡିତ ନୋହିବେ, ମାତ୍ର ଧାର୍ମିକର ବଂଶ ରକ୍ଷାପ୍ରାପ୍ତ ହେବେ।


ତହିଁରେ ଯିରିମୀୟ ସମସ୍ତ ଲୋକଙ୍କୁ, ଅର୍ଥାତ୍‍, ସେହି ପ୍ରତ୍ୟୁତ୍ତରକାରୀ ପୁରୁଷ ଓ ସ୍ତ୍ରୀ ସମସ୍ତଙ୍କୁ କହିଲେ,


ମାତ୍ର ତାହାର ସ୍ୱାମୀ ତାହା ଶୁଣିବା ଦିନ ଯଦି ତାହାକୁ ନିଷେଧ କରେ, ତେବେ ସେ ତାହାର ମାନତ ଓ ଯଦ୍ଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ମୁଖନିର୍ଗତ ସେହି ଚଞ୍ଚଳ ବାକ୍ୟ ବ୍ୟର୍ଥ କରିବ। ତହିଁରେ ସଦାପ୍ରଭୁ ତାହାକୁ କ୍ଷମା କରିବେ।


ମାତ୍ର ତାହାର ସ୍ୱାମୀ ଯଦି ଶୁଣିବା ଦିନ ତାହାସବୁ ରହିତ ଓ ବ୍ୟର୍ଥ କରେ, ତେବେ ତାହାର ମାନତ ବିଷୟରେ ଓ ତାହାର ପ୍ରାଣର ବନ୍ଧନ ବିଷୟରେ ଯେସବୁ କଥା ତାହାର ମୁଖରୁ ନିର୍ଗତ ହୋଇଥିଲା, ସେସବୁ ସ୍ଥିର ହେବ ନାହିଁ; ତାହାର ସ୍ୱାମୀ ସେସବୁ ବ୍ୟର୍ଥ କଲା, ଏଣୁ ସଦାପ୍ରଭୁ ତାହାକୁ କ୍ଷମା କରିବେ।


Swiv nou:

Piblisite


Piblisite