Biblia Todo Logo
Bib sou entènèt

- Piblisite -




ଯିରିମୀୟ 41:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଇଶ୍ମାୟେଲ ଯେଉଁ କୂପରେ ଆପଣା ଦ୍ୱାରା ହତ ଲୋକମାନଙ୍କର ଶବ ଗଦଲୀୟଙ୍କ ଶବ ନିକଟରେ ପକାଇଦେଲା, ସେହି କୂପ ଆସା ରାଜା, ଇସ୍ରାଏଲର ବାଶା ରାଜାର ଭୟରେ ପ୍ରସ୍ତୁତ କରିଥିଲେ; ପୁଣି, ନଥନୀୟର ପୁତ୍ର ଇଶ୍ମାୟେଲ ହତ ଲୋକମାନଙ୍କ ଶବରେ ତାହା ପରିପୂର୍ଣ୍ଣ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଇଶ୍ମାୟେଲ ଯେଉଁ କୂପରେ ଆପଣା ଦ୍ଵାରା ହତ ଲୋକମାନଙ୍କର ଶବ ଗଦଲୀୟର ଶବ ନିକଟରେ ପକାଇ ଦେଲା, ସେହି କୂପ ଆସା ରାଜା, ଇସ୍ରାଏଲର ବାଶା ରାଜାର ଭୟରେ ପ୍ରସ୍ତୁତ କରିଥିଲେ; ପୁଣି, ନଥନୀୟର ପୁତ୍ର ଇଶ୍ମାୟେଲ ହତ ଲୋକମାନଙ୍କ ଶବରେ ତାହା ପରିପୂର୍ଣ୍ଣ କଲା।

Gade chapit la Kopi

ଓଡିଆ ବାଇବେଲ

9 ଇଶ୍ମାୟେଲ ଯେଉଁ କୂପରେ ଆପଣା ଦ୍ୱାରା ହତ ଲୋକମାନଙ୍କର ଶବ ଗଦଲୀୟଙ୍କ ଶବ ନିକଟରେ ପକାଇ ଦେଲା, ସେହି କୂପ ଆସା ରାଜା, ଇସ୍ରାଏଲର ବାଶା ରାଜାର ଭୟରେ ପ୍ରସ୍ତୁତ କରିଥିଲେ; ପୁଣି, ନଥନୀୟର ପୁତ୍ର ଇଶ୍ମାୟେଲ ହତ ଲୋକମାନଙ୍କ ଶବରେ ତାହା ପରିପୂର୍ଣ୍ଣ କଲା।

Gade chapit la Kopi

ପବିତ୍ର ବାଇବଲ

9 ଇ‌ଶ୍‌ମାୟେଲ ସେହି କୂପକୁ ନିହତମାନଙ୍କ ଶବରେ ଗଦଲିୟର ଶବ ସହିତ ପରିପୂର୍ଣ୍ଣ କଲା। ସେହି କୂପକୁ ଆସାର ରାଜା, ଇସ୍ରାଏଲର ବାଶା ରାଜାର ଭୟରେ ପ୍ରସ୍ତୁତ କରିଥିଲା, ଯୁଦ୍ଧ ସମୟରେ ପାଣି ଯୋଗାଇବାକୁ ସେହି କୂପ ଖୋଳା ଯାଇଥିଲା।

Gade chapit la Kopi




ଯିରିମୀୟ 41:9
11 Referans Kwoze  

ଦେଖନ୍ତୁ, ସେ ଏବେ କୌଣସି ଗର୍ତ୍ତରେ କି ଅନ୍ୟ କୌଣସି ସ୍ଥାନରେ ଲୁଚି କରିଅଛନ୍ତି; ଆଉ ପ୍ରଥମେ ଏମାନଙ୍କ ମଧ୍ୟରୁ କେତେକ ପତିତ ହେଲେ ବୋଲି କେହି ଶୁଣିଲେ କହିବ ଯେ, ‘ଅବଶାଲୋମର ଅନୁଗାମୀ ଲୋକମାନଙ୍କ ମଧ୍ୟରେ ସଂହାର ହେଉଅଛି।’


ଏଣୁ ଇସ୍ରାଏଲ ଲୋକମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ; (କାରଣ ଲୋକମାନେ ବଡ଼ କଷ୍ଟ ଭୋଗ କଲେ), ଏହେତୁ ଲୋକମାନେ ଗୁମ୍ଫାରେ ଓ କଣ୍ଟାବଣରେ ଓ ଶୈଳରେ ଓ ଦୁର୍ଗମ ସ୍ଥାନରେ ଓ ଗାତରେ ଆପଣାମାନଙ୍କୁ ଲୁଚାଇଲେ।


ତେଣୁ ମିଦୀୟନୀୟମାନଙ୍କ ହସ୍ତ ଇସ୍ରାଏଲ ବିରୁଦ୍ଧରେ ପ୍ରବଳ ହେଲା; ପୁଣି ମିଦୀୟନୀୟମାନଙ୍କ ସକାଶୁ ଇସ୍ରାଏଲ-ସନ୍ତାନଗଣ ପର୍ବତସ୍ଥ ଗୋହିରୀ ଓ ଗୁମ୍ଫା ଓ ଦୁର୍ଗମ ସ୍ଥାନମାନଙ୍କରେ ବସା କଲେ।


ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ; ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା।


ପୁଣି, ସେ ପଥ ନିକଟସ୍ଥ ମେଷଶାଳାରେ ଉପସ୍ଥିତ ହୁଅନ୍ତେ, ସେଠାରେ ଗୋଟିଏ ଗୁମ୍ଫା ଥିଲା; ପୁଣି, ଶାଉଲ ପାଦ ଢାଙ୍କିବା ପାଇଁ ତହିଁ ଭିତରକୁ ଗଲେ। ସେହି ସମୟରେ ଦାଉଦ ଓ ତାଙ୍କର ଲୋକମାନେ ସେହି ଗୁମ୍ଫାର ଅନ୍ତର୍ଭାଗରେ ଥିଲେ।


ସେହିପରି ଯେଉଁ ଇସ୍ରାଏଲ ଲୋକମାନେ ଇଫ୍ରୟିମର ପର୍ବତମୟ ଦେଶରେ ଲୁଚି ରହିଥିଲେ, ସେସମସ୍ତେ ମଧ୍ୟ ପଲେଷ୍ଟୀୟମାନଙ୍କ ପଳାୟନ ସମ୍ବାଦ ଶୁଣି ଯୁଦ୍ଧସ୍ଥଳରେ ସେମାନଙ୍କ ପଛେ ପଛେ ଦୌଡ଼ି ଲାଗି ରହିଲେ।


ତହୁଁ ସେ ଦୁହେଁ ପଲେଷ୍ଟୀୟମାନଙ୍କ ପ୍ରହରୀ-ଦଳ ନିକଟରେ ଆପଣାମାନଙ୍କୁ ଦେଖାଇଲେ; ଏଥିରେ ପଲେଷ୍ଟୀୟମାନେ କହିଲେ, “ଏହି ଦେଖ, ଏବ୍ରୀୟ ଲୋକମାନେ ଯେଉଁ ଯେଉଁ ଗାଡ଼ରେ ଲୁଚିଥିଲେ, ସେଠାରୁ ଏବେ ବାହାରି ଆସୁଅଛନ୍ତି।”


ମାତ୍ର ତୁମ୍ଭେ ଘୃଣିତ ଶାଖା ତୁଲ୍ୟ, ଖଡ୍ଗବିଦ୍ଧ ଓ ଗର୍ତ୍ତର ପ୍ରସ୍ତର ମଧ୍ୟରେ ନିକ୍ଷିପ୍ତ ହତ ଲୋକ ଦ୍ୱାରା ଆଚ୍ଛାଦିତ ହୋଇ, ଆପଣା କବରଠାରୁ ଦୂରରେ ନିକ୍ଷିପ୍ତ ହୋଇଅଛ; ତୁମ୍ଭେ ପଦଦଳିତ ଶବ ତୁଲ୍ୟ ହୋଇଅଛ।


Swiv nou:

Piblisite


Piblisite