Biblia Todo Logo
Bib sou entènèt

- Piblisite -




ଯିରିମୀୟ 34:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସମସ୍ତ ଅଧିପତି ଓ ସମସ୍ତ ଲୋକେ ଏହି ନିୟମରେ ଆବଦ୍ଧ ହୋଇ, ପ୍ରତ୍ୟେକେ ଆପଣା ଆପଣା ଦାସକୁ ଓ ପ୍ରତ୍ୟେକେ ଆପଣା ଆପଣା ଦାସୀକୁ ମୁକ୍ତ କରି ବିଦାୟ କରିଦେବେ, କେହି ସେମାନଙ୍କୁ ଆଉ ଦାସ୍ୟକର୍ମ କରାଇବେ ନାହିଁ ବୋଲି ସମ୍ମତ ହେଲେ, ସେମାନେ ସମ୍ମତ ହୋଇ ସେମାନଙ୍କୁ ବିଦାୟ କରିଦେଲେ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସମସ୍ତ ଅଧିପତି ଓ ସମସ୍ତ ଲୋକେ ଏହି ନିୟମରେ ଆବଦ୍ଧ ହୋଇ, ପ୍ରତ୍ୟେକେ ଆପଣା ଆପଣା ଦାସକୁ ଓ ପ୍ରତ୍ୟେକେ ଆପଣା ଆପଣା ଦାସୀକୁ ମୁକ୍ତ କରି ବିଦାୟ କରି ଦେବେ, କେହି ସେମାନଙ୍କୁ ଆଉ ଦାସ୍ୟକର୍ମ କରାଇବେ ନାହିଁ ବୋଲି ସମ୍ମତ ହେଲେ, ସେମାନେ ସମ୍ମତ ହୋଇ ସେମାନଙ୍କୁ ବିଦାୟ କରି ଦେଲେ;

Gade chapit la Kopi

ଓଡିଆ ବାଇବେଲ

10 ସମସ୍ତ ଅଧିପତି ଓ ସମସ୍ତ ଲୋକେ ଏହି ନିୟମରେ ଆବଦ୍ଧ ହୋଇ, ପ୍ରତ୍ୟେକେ ଆପଣା ଆପଣା ଦାସକୁ ଓ ପ୍ରତ୍ୟେକେ ଆପଣା ଆପଣା ଦାସୀକୁ ମୁକ୍ତ କରି ବିଦାୟ କରି ଦେବେ, କେହି ସେମାନଙ୍କୁ ଆଉ ଦାସ୍ୟକର୍ମ କରାଇବେ ନାହିଁ ବୋଲି ସମ୍ମତ ହେଲେ, ସେମାନେ ସମ୍ମତ ହୋଇ ସେମାନଙ୍କୁ ବିଦାୟ କରି ଦେଲେ;

Gade chapit la Kopi

ପବିତ୍ର ବାଇବଲ

10 ତେଣୁ ସମସ୍ତ ଅଧିପତି ଓ ସମସ୍ତ ଲୋକ ଏହି ନିୟମ ଗ୍ରହଣ କଲେ ଓ ପ୍ରତ୍ୟେକ ନିଜ ନିଜ ଦାସଦାସୀଙ୍କୁ ମୁକ୍ତ କରି ବିଦାୟ ଦେଲେ। ଏହି ନିୟମରେ ସମସ୍ତେ ସମ୍ମତ ହେଲେ ଓ ସେମାନଙ୍କୁ ଦାସ୍ୟକର୍ମ ଆଉ କରାଇଲେ ନାହିଁ।

Gade chapit la Kopi




ଯିରିମୀୟ 34:10
12 Referans Kwoze  

ତହିଁରେ ଅଧିପତିମାନେ ଓ ଲୋକ ସମସ୍ତେ ଯାଜକମାନଙ୍କୁ ଓ ଭବିଷ୍ୟଦ୍‍ବକ୍ତାଗଣଙ୍କୁ କହିଲେ, “ଏହି ମନୁଷ୍ୟ ପ୍ରାଣଦଣ୍ଡର ଯୋଗ୍ୟ ନୁହେଁ; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ସେ ଆମ୍ଭମାନଙ୍କୁ କଥା କହିଅଛି।”


ଏଥିଉତ୍ତାରେ ଯିହୁଦାର ଅଧିପତିମାନେ ଏହିସବୁ ବିଷୟ ଶୁଣି ରାଜଗୃହରୁ ସଦାପ୍ରଭୁଙ୍କ ଗୃହକୁ ଆସିଲେ ଓ ସଦାପ୍ରଭୁଙ୍କ ଗୃହର ନୂତନ ଦ୍ୱାରର ପ୍ରବେଶ ସ୍ଥାନରେ ବସିଲେ।


କାରଣ ହେରୋଦ ଯୋହନଙ୍କୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ ଆଉ ତାହାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ, ପୁଣି, ତାହାଙ୍କ କଥା ଶୁଣି ଅତିଶୟ ଉଦ୍‌ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ।


ତହିଁରେ ଅଧିପତିମାନେ ରାଜାକୁ କହିଲେ, “ଆମ୍ଭେମାନେ ବିନୟ କରୁଅଛୁ, ଏହି ଲୋକର ପ୍ରାଣଦଣ୍ଡର ଆଜ୍ଞା ହେଉ; କାରଣ ସେ ଏହି ପ୍ରକାର କଥା କହି ଏହି ନଗରରେ ଥିବା ଅବଶିଷ୍ଟ ଯୋଦ୍ଧାମାନଙ୍କ ହସ୍ତ ଓ ସକଳ ଲୋକଙ୍କ ହସ୍ତ ଦୁର୍ବଳ କରୁଅଛି; ପୁଣି, ଏ ବ୍ୟକ୍ତି ଏହି ଲୋକମାନଙ୍କର ମଙ୍ଗଳ ନୁହେଁ, କେବଳ ଅମଙ୍ଗଳର ଚେଷ୍ଟା କରୁଅଛି।”


ସେ ରାଜଗୃହକୁ ଓହ୍ଲାଇ ଲେଖକର କୋଠରିକୁ ଗଲା; ଆଉ ଦେଖ, ସେ ସ୍ଥାନରେ, ଅଧିପତି ସମସ୍ତେ, ଅର୍ଥାତ୍‍, ଇଲୀଶାମା ଲେଖକ, ଶମୟୀୟର ପୁତ୍ର ଦଲୟିୟ, ଅକ୍‍ବୋରର ପୁତ୍ର ଇଲ୍‍ନାଥନ୍‍, ଶାଫନ୍‍ର ପୁତ୍ର ଗମରୀୟ, ହନାନୀୟର ପୁତ୍ର ସିଦିକୀୟ ଓ ସମସ୍ତ ଅଧିପତି ଉପବିଷ୍ଟ ଥିଲେ।


ଆହୁରି, ପ୍ରଭୁ କହିଲେ, “ଏହି ଲୋକମାନେ ଆମ୍ଭର ନିକଟବର୍ତ୍ତୀ ହୁଅନ୍ତି ଓ ସେମାନେ ଆପଣା ଆପଣା ମୁଖରେ ଓ ଓଷ୍ଠାଧରରେ ଆମ୍ଭର ସମ୍ମାନ କରନ୍ତି, ମାତ୍ର ସେମାନେ ଆପଣା ଆପଣା ଅନ୍ତଃକରଣ ଆମ୍ଭଠାରୁ ଦୂରରେ ରଖିଅଛନ୍ତି ଓ ଆମ୍ଭ ବିଷୟକ ସେମାନଙ୍କର ଯେଉଁ ଭୟ, ତାହା ମନୁଷ୍ୟଠାରୁ ଶିକ୍ଷିତ ଆଜ୍ଞା ଅଟେ।


ମାତ୍ର ତହିଁ ଉତ୍ତାରେ ସେମାନେ ଫେରି ଯେଉଁ ଦାସଦାସୀମାନଙ୍କୁ ମୁକ୍ତ କରି ବିଦାୟ କରି ଦେଇଥିଲେ, ସେମାନଙ୍କୁ ପୁନର୍ବାର ଅଣାଇ ଆପଣାମାନଙ୍କ ଦାସଦାସୀ ହେବା ନିମନ୍ତେ ବଶୀଭୂତ କଲେ।


ଅର୍ଥାତ୍‍, ଯିହୁଦାର ଅଧିପତିଗଣକୁ ଓ ଯିରୂଶାଲମର ଅଧିପତିଗଣକୁ, ନପୁଂସକଗଣକୁ ଓ ଯାଜକମାନଙ୍କୁ ଓ ଦେଶର ସମସ୍ତ ଲୋକଙ୍କୁ, ଯେଉଁମାନେ ଗୋବତ୍ସର ଦୁଇ ଖଣ୍ଡର ମଧ୍ୟଦେଇ ଗମନ କଲେ, ସେମାନଙ୍କୁ ଆମ୍ଭେ ସମର୍ପଣ କରିବା;


ତୁମ୍ଭେ ଏବ୍ରୀୟ ଦାସ କ୍ରୟ କଲେ, ସେ ଛଅ ବର୍ଷ ସେବା କରିବ; ପୁଣି, ସପ୍ତମ ବର୍ଷରେ ସେ ବିନାମୂଲ୍ୟରେ ମୁକ୍ତ ହୋଇଯିବ।


ପୁଣି, ତୁମ୍ଭେମାନେ ପଚାଶତମ ବର୍ଷକୁ ପବିତ୍ର ରୂପେ ମାନ୍ୟ କରିବ, ଆଉ ସମୁଦାୟ ଦେଶରେ ତହିଁର ସମସ୍ତ ନିବାସୀମାନଙ୍କ ପ୍ରତି ମୁକ୍ତି ଘୋଷଣା କରିବ; ତାହା ତୁମ୍ଭମାନଙ୍କ ନିମନ୍ତେ ଯୋବେଲ (ମହା ଉଲ୍ଲାସ ଉତ୍ସବ) ହେବ ଓ ତୁମ୍ଭେମାନେ ପ୍ରତି ଜଣ ଆପଣା ଆପଣା ଅଧିକାରକୁ ଫେରିଯିବ ଓ ପ୍ରତି ଜଣ ଆପଣା ଆପଣା ବଂଶ ନିକଟକୁ ଫେରିଯିବ।


Swiv nou:

Piblisite


Piblisite