Biblia Todo Logo
Bib sou entènèt

- Piblisite -




ଯିରିମୀୟ 32:32 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 କାରଣ ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ, ଅର୍ଥାତ୍‍, ସେମାନେ, ସେମାନଙ୍କର ରାଜାଗଣ, ଅଧିପତିଗଣ, ଯାଜକଗଣ ଓ ଭବିଷ୍ୟଦ୍‍ବକ୍ତାଗଣ, ଆଉ ଯିହୁଦାର ଲୋକମାନେ ଓ ଯିରୂଶାଲମ ନିବାସୀମାନେ ଆମ୍ଭକୁ ବିରକ୍ତ କରିବା ପାଇଁ ନାନା ପ୍ରକାର ଦୁଷ୍କ୍ରିୟା କରିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 କାରଣ ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ, ଅର୍ଥାତ୍, ସେମାନେ, ସେମାନଙ୍କର ରାଜଗଣ, ଅଧିପତିଗଣ, ଯାଜକଗଣ ଓ ଭବିଷ୍ୟଦ୍-ବକ୍ତାଗଣ, ଆଉ ଯିହୁଦାର ଲୋକମାନେ ଓ ଯିରୂଶାଲମ ନିବାସୀମାନେ ଆମ୍ଭକୁ ବିରକ୍ତ କରିବା ପାଇଁ ନାନାପ୍ରକାର ଦୁଷ୍କ୍ରିୟା କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

32 କାରଣ ଇସ୍ରାଏଲ ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ, ଅର୍ଥାତ୍‍, ସେମାନେ,ସେମାନଙ୍କର ରାଜାଗଣ, ଅଧିପତିଗଣ, ଯାଜକଗଣ ଓ ଭବିଷ୍ୟଦ୍‍ବକ୍ତାଗଣ, ଆଉ ଯିହୁଦାର ଲୋକମାନେ ଓ ଯିରୂଶାଲମ ନିବାସୀମାନେ ଆମ୍ଭକୁ ବିରକ୍ତ କରିବା ପାଇଁ ନାନାପ୍ରକାର ଦୁଷ୍କ୍ରିୟା କରିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

32 ଆମ୍ଭେ ଯିରୁଶାଲମକୁ ଧ୍ୱଂସ କରିବା, କାରଣ ଇସ୍ରାଏଲ ଓ ଯିହୁଦାର ସନ୍ତାନଗଣ, ସେମାନଙ୍କର ରାଜାଗଣ, ଅଧିପତିଗଣ, ଯାଜକ ଓ ଭବିଷ୍ୟ‌ଦ୍‌ବକ୍ତାଗଣ ଆମ୍ଭକୁ ବିରକ୍ତ କରିବା ପାଇଁ ନାନାପ୍ରକାର ଦୁଷ୍କର୍ମ କରିଅଛନ୍ତି।

Gade chapit la Kopi




ଯିରିମୀୟ 32:32
19 Referans Kwoze  

ହେ ସଦାପ୍ରଭୁ, ମୁଖର ବିବର୍ଣ୍ଣତା ଆମ୍ଭମାନଙ୍କର, ଆମ୍ଭମାନଙ୍କ ରାଜାଗଣର, ଆମ୍ଭମାନଙ୍କ ଅଧିପତିଗଣର ଓ ଆମ୍ଭମାନଙ୍କ ପୂର୍ବପୁରୁଷଗଣର ଅଟେ, କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।


ଚୋର ଧରା ପଡ଼ିଲେ ଯେପରି ଲଜ୍ଜିତ ହୁଏ, ସେପରି ଇସ୍ରାଏଲ ବଂଶ, ସେମାନଙ୍କର ରାଜାଗଣ, ସେମାନଙ୍କର ଅଧିପତିଗଣ, ସେମାନଙ୍କର ଯାଜକଗଣ ଓ ସେମାନଙ୍କର ଭବିଷ୍ୟଦ୍‍ବକ୍ତାଗଣ ସମସ୍ତେ ଲଜ୍ଜିତ ହୋଇଅଛନ୍ତି;


ତୁମ୍ଭର ଅଧିପତିମାନେ ବିଦ୍ରୋହୀ ଓ ଚୋରମାନଙ୍କର ସଖା; ପ୍ରତ୍ୟେକେ ଲାଞ୍ଚ ଭଲ ପାʼନ୍ତି ଓ ପାରିତୋଷିକର ପଶ୍ଚାଦ୍‍ବର୍ତ୍ତୀ ହୁଅନ୍ତି; ସେମାନେ ପିତୃହୀନମାନଙ୍କର ବିଚାର କରନ୍ତି ନାହିଁ, କିଅବା ବିଧବାର ଗୁହାରି ସେମାନଙ୍କ ନିକଟକୁ ଆସେ ନାହିଁ।


ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଅତିଶୟ ଦୋଷୀ ହୋଇଅଛୁ; ଆପଣାମାନଙ୍କ ଅପରାଧ ସକାଶୁ ଆଜିର ନ୍ୟାୟ ଆମ୍ଭେମାନେ, ଆମ୍ଭମାନଙ୍କ ରାଜାଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀୟ ରାଜାଗଣ ହସ୍ତରେ, ଖଡ୍ଗରେ, ବନ୍ଦୀତ୍ୱରେ ଓ ଲୁଟରେ ଓ ମୁଖ ବିଷଣ୍ଣତାରେ ସମର୍ପିତ ହୋଇଅଛୁ।


ପୁଣି, ତୁମ୍ଭର ଯେଉଁ ଦାସ ଭବିଷ୍ୟଦ୍‍ବକ୍ତାଗଣ ଆମ୍ଭମାନଙ୍କର ରାଜାଗଣକୁ, ଆମ୍ଭମାନଙ୍କର ଅଧିପତିଗଣକୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣକୁ ଓ ଦେଶସ୍ଥ ଲୋକସମୂହକୁ ତୁମ୍ଭ ନାମରେ କଥା କହିଲେ, ସେମାନଙ୍କ ପ୍ରତି ଆମ୍ଭେମାନେ କର୍ଣ୍ଣପାତ କରି ନାହୁଁ।


ଦେଖ, ଇସ୍ରାଏଲର ଅଧିପତିଗଣ ପ୍ରତ୍ୟେକେ ଆପଣା ଆପଣା ପରାକ୍ରମ ଅନୁସାରେ ରକ୍ତପାତ କରିବା ନିମନ୍ତେ ତୁମ୍ଭ ମଧ୍ୟରେ ରହିଅଛନ୍ତି।


ମାତ୍ର ଆମ୍ଭମାନଙ୍କ ମୁଖରୁ ଯେ ପ୍ରତ୍ୟେକ ବାକ୍ୟ ନିର୍ଗତ ହୋଇଅଛି, ତଦନୁସାରେ ଅବଶ୍ୟ କାର୍ଯ୍ୟ କରିବୁ, ଅର୍ଥାତ୍‍, ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସମସ୍ତ ପଥରେ ଆମ୍ଭେମାନେ ଯେପରି କରିଅଛୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷମାନେ, ଆମ୍ଭମାନଙ୍କର ରାଜାଗଣ ଓ ଅଧିପତିଗଣ ଯେପରି କରିଅଛନ୍ତି, ସେପରି ଆମ୍ଭେମାନେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବୁ ଓ ପେୟ-ନୈବେଦ୍ୟ ଢାଳିବୁ; କାରଣ ସେସମୟରେ ଆମ୍ଭେମାନେ ପ୍ରଚୁର ଆହାର ପାଇ ସୁଖରେ ଥିଲୁ, କୌଣସି ଅମଙ୍ଗଳ ଦେଖିଲୁ ନାହିଁ।


“ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ପଥରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ତୁମ୍ଭମାନଙ୍କର ରାଜାଗଣ, ଓ ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜ୍ୱଳାଇଲେ, ସଦାପ୍ରଭୁ କି ତାହା ସ୍ମରଣ କଲେ ନାହିଁ ଓ ତାହା କି ତାଙ୍କ ମନରେ ପଡ଼ିଲା ନାହିଁ?


ହେ ପ୍ରଭୁ, ବିନୟ କରେ, ତୁମ୍ଭର ସମସ୍ତ ଧାର୍ମିକତାନୁସାରେ, ତୁମ୍ଭର ନଗର ଯିରୂଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କ୍ରୋଧ ଓ କୋପ ନିବୃତ୍ତ ହେଉ; କାରଣ ଆମ୍ଭମାନଙ୍କର ପାପ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣର ଅଧର୍ମ ସକାଶୁ ଯିରୂଶାଲମ ଓ ତୁମ୍ଭର ଲୋକମାନେ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକଙ୍କର ନିନ୍ଦାର ପାତ୍ର ହୋଇଅଛନ୍ତି।


ଦର୍ଶନ ଉପତ୍ୟକା ବିଷୟକ ଭାବବାଣୀ। ଏବେ ତୁମ୍ଭର କʼଣ ହେଉଅଛି ଯେ, ତୁମ୍ଭେ ସମସ୍ତେ ଗୃହର ଛାତ ଉପରକୁ ଯାଇଅଛ?


ସେମାନେ ଯିହୁଦାର ନଗର ଓ ଯିରୂଶାଲମର ସଡ଼କସବୁରେ ଯାହା କରୁଅଛନ୍ତି, ତାହା କି ତୁମ୍ଭେ ଦେଖୁ ନାହଁ?


ହେ ପ୍ରଭୁ ଧାର୍ମିକତା ତୁମ୍ଭର ଅଟେ, ମାତ୍ର ଆଜିକାର ନ୍ୟାୟ ମୁଖର ବିବର୍ଣ୍ଣତା ଆମ୍ଭମାନଙ୍କର; ତୁମ୍ଭ ବିରୁଦ୍ଧରେ କୃତ ସତ୍ୟ-ଲଙ୍ଘନ ସକାଶୁ ଯିହୁଦାର ଲୋକ ଓ ଯିରୂଶାଲମ ନିବାସୀଗଣ ଓ ତୁମ୍ଭ ଦ୍ୱାରା ତାଡ଼ିତ ସକଳ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇସ୍ରାଏଲ ଲୋକ (ବିବର୍ଣ୍ଣତାର ପାତ୍ର)।


Swiv nou:

Piblisite


Piblisite