Biblia Todo Logo
Bib sou entènèt

- Piblisite -




ଯିରିମୀୟ 29:31 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

31 “ତୁମ୍ଭେ ନିର୍ବାସିତ ସମସ୍ତ ଲୋକ ପ୍ରତି ଏହି କଥା କହି ପଠାଅ, ନିହିଲାମୀୟ ଶମୟୀୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ‘ଆମ୍ଭେ ଶମୟୀୟକୁ ନ ପଠାଇଲେ ହେଁ ସେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛି ଓ ମିଥ୍ୟା କଥାରେ ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

31 ତୁମ୍ଭେ ନିର୍ବାସିତ ସମସ୍ତ ଲୋକ ପ୍ରତି ଏହି କଥା କହି ପଠାଅ, ନିହିଲାମୀୟ ଶମୟୀୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଶମୟୀୟକୁ ନ ପଠାଇଲେ ହେଁ ସେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛି ଓ ମିଥ୍ୟା କଥାରେ ତୁମ୍ଭମାନଙ୍କର ବିଶ୍ଵାସ ଜନ୍ମାଇଅଛି;

Gade chapit la Kopi

ଓଡିଆ ବାଇବେଲ

31 ତୁମ୍ଭେ ନିର୍ବାସିତ ସମସ୍ତ ଲୋକ ପ୍ରତି ଏହି କଥା କହି ପଠାଅ, “ନିହିଲାମୀୟ ଶମୟୀୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ‘ଆମ୍ଭେ ଶମୟୀୟକୁ ନ ପଠାଇଲେ ହେଁ ସେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛି ଓ ମିଥ୍ୟା କଥାରେ ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି,’

Gade chapit la Kopi

ପବିତ୍ର ବାଇବଲ

31 “ହେ ଯିରିମିୟ, ତୁମ୍ଭେ ନିର୍ବାସିତ ସମସ୍ତ ଲୋକଙ୍କୁ ଏହି ସମ୍ବାଦ ଦିଅ, ‘ନିହିଲାମୀୟ ଶମୟିୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଶମୟିୟଙ୍କୁ ଭବିଷ୍ୟ‌ଦ୍‌ବକ୍ତା ପ୍ରଗ୍ଭର ପାଇଁ ପଠାଇ ନାହୁଁ। ମାତ୍ର ସେ ମିଥ୍ୟା କହି ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି।

Gade chapit la Kopi




ଯିରିମୀୟ 29:31
11 Referans Kwoze  

କାରଣ ସେମାନେ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପ୍ରେରଣ କରି ନାହୁଁ।


କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ; ସେହିପରି ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ; ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି, ଆପଣାମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ।


“ଆମ୍ଭେ ଏହି ଭବିଷ୍ୟଦ୍‍ବକ୍ତାମାନଙ୍କୁ ପଠାଇଲୁ ନାହିଁ, ତଥାପି ସେମାନେ ଦୌଡ଼ିଲେ; ଆମ୍ଭେ ସେମାନଙ୍କୁ କଥା କହିଲୁ ନାହିଁ, ତଥାପି ସେମାନେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।


ଏଥିରେ ସେ ତାହାକୁ କହିଲା, “ମୁଁ ମଧ୍ୟ ତୁମ୍ଭ ପରି ଜଣେ ଭବିଷ୍ୟଦ୍‍ବକ୍ତା; ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଏକ ଦୂତ ମୋତେ ଏହି କଥା କହିଲେ, ଯେପରି ସେ ଅନ୍ନ ଭୋଜନ ଓ ଜଳ ପାନ କରିବ, ଏଥିପାଇଁ ତୁମ୍ଭେ ତାହାକୁ ଫେରାଇ ଆପଣା ସଙ୍ଗେ ଗୃହକୁ ଆଣ।” ମାତ୍ର ସେ ତାହାକୁ ମିଥ୍ୟା କହିଲା।


ଏହେତୁ ଆମ୍ଭ ଦ୍ୱାରା ଯିରୂଶାଲମରୁ ବାବିଲକୁ ପ୍ରେରିତ ନିର୍ବାସିତ ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।


ତହିଁ ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।


Swiv nou:

Piblisite


Piblisite