Biblia Todo Logo
Bib sou entènèt

- Piblisite -




ଯିରିମୀୟ 23:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏଣୁକରି ସେମାନଙ୍କର ପଥ ଅନ୍ଧକାରାବୃତ ଖସଡ଼ା ସ୍ଥାନ ହେବ; ସେମାନେ ତାଡ଼ିତ ହୋଇ ତହିଁରେ ପଡ଼ିବେ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନଙ୍କୁ ପ୍ରତିଫଳ ଦେବାର ବର୍ଷ ଆଣିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଏଣୁକରି ସେମାନଙ୍କର ପଥ ଅନ୍ଧକାରାବୃତ ଖସଡ଼ା ସ୍ଥାନ ହେବ; ସେମାନେ ତାଡ଼ିତ ହୋଇ ତହିଁରେ ପଡ଼ିବେ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍, ସେମାନଙ୍କୁ ପ୍ରତିଫଳ ଦେବାର ବର୍ଷ ଆଣିବା।

Gade chapit la Kopi

ଓଡିଆ ବାଇବେଲ

12 ଏଣୁକରି ସେମାନଙ୍କର ପଥ ଅନ୍ଧକାରାବୃତ ଖସଡ଼ା ସ୍ଥାନ ହେବ; ସେମାନେ ତାଡ଼ିତ ହୋଇ ତହିଁରେ ପଡ଼ିବେ;” କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନଙ୍କୁ ପ୍ରତିଫଳ ଦେବାର ବର୍ଷ ଆଣିବା।

Gade chapit la Kopi

ପବିତ୍ର ବାଇବଲ

12 ତେଣୁ ସେମାନଙ୍କର ପଥ ଅନ୍ଧକାର ଓ ଖସଡ଼ା ହେବ। ସେମାନେ ସେହି ଅନ୍ଧାର ମଧ୍ୟରେ ରହିବେ।” କାରଣ ସଦାପ୍ରଭୁ କହନ୍ତି, “ମୁଁ ସେମାନଙ୍କ ଉପରେ ଅମଙ୍ଗଳ ଓ ପ୍ରତିଫଳ ଆଣିବି।”

Gade chapit la Kopi




ଯିରିମୀୟ 23:12
18 Referans Kwoze  

ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅନ୍ଧକାର ଉପସ୍ଥିତ କରିବା ପୂର୍ବେ ଓ ଅନ୍ଧକାରମୟ ପର୍ବତରେ ତୁମ୍ଭମାନଙ୍କ ଚରଣ ଝୁଣ୍ଟିବା ପୂର୍ବେ; ପୁଣି, ତୁମ୍ଭେମାନେ ଆଲୁଅର ଅପେକ୍ଷା କରୁ କରୁ ସେ ତାହା ମୃତ୍ୟୁୁଚ୍ଛାୟାରେ ଓ ଘୋର ଅନ୍ଧକାରରେ ପରିଣତ କରିବା ପୂର୍ବେ, ତୁମ୍ଭେମାନେ ତାହାଙ୍କୁ ଗୌରବ ଦିଅ।


ସେମାନଙ୍କର ଅବଶିଷ୍ଟ କେହି ରହିବେ ନାହିଁ; କାରଣ ଆମ୍ଭେ ଅନାଥୋତ୍‍ ଲୋକମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନଙ୍କର ପ୍ରତିଫଳ ପ୍ରାପ୍ତିର ବର୍ଷ ଆଣିବା।”


ପୁଣି, ଦୁଷ୍ଟମାନଙ୍କର ବାଟ ଅନ୍ଧକାର ତୁଲ୍ୟ; ସେମାନେ କାହିଁରେ ଝୁଣ୍ଟି ପଡ଼ନ୍ତି, ତାହା ଜାଣନ୍ତି ନାହିଁ।


ସେମାନଙ୍କ ପଥ ଅନ୍ଧକାରମୟ ଓ ଖସଡ଼ା ହେଉ, ପୁଣି, ସଦାପ୍ରଭୁଙ୍କ ଦୂତ ସେମାନଙ୍କ ପଛେ ଗୋଡ଼ାଉନ୍ତୁ।


ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତିଃ ତୁମ୍ଭମାନଙ୍କ ମଧ୍ୟରେ ଅଛି। ଅନ୍ଧକାର ଯେପରି ତୁମ୍ଭମାନଙ୍କୁ ଗ୍ରାସ ନ କରେ, ଏଥିନିମନ୍ତେ ତୁମ୍ଭମାନଙ୍କ ନିକଟରେ ଜ୍ୟୋତିଃ ଥାଉ ଥାଉ ଗମନାଗମନ କର; ଯେ ଅନ୍ଧକାରରେ ଗମନାଗମନ କରେ, ସେ କେଉଁଠାକୁ ଯାଉଅଛି, ତାହା ଜାଣେ ନାହିଁ।


ପୁଣି, ସେମାନେ ଭୂମି ଆଡ଼େ ନିରୀକ୍ଷଣ କରିବେ, ଆଉ ଦେଖ, ସଙ୍କଟ ଓ ଅନ୍ଧକାର, ଯାତନାରୂପ ତିମିର; ପୁଣି, ସେମାନେ ନିବିଡ଼ ଅନ୍ଧକାରକୁ ତାଡ଼ିତ ହେବେ।


ନିଶ୍ଚୟ ତୁମ୍ଭେ ସେମାନଙ୍କୁ ଖସଡ଼ା ସ୍ଥାନରେ ରଖୁଅଛ; ତୁମ୍ଭେ ସେମାନଙ୍କୁ ସର୍ବନାଶରେ ପକାଉଅଛ।


ଏବେ ଯାଅ, ଆମ୍ଭେ ଯେଉଁ ଦେଶ ବିଷୟରେ ତୁମ୍ଭକୁ କହିଅଛୁ, ସେହି ଦେଶକୁ ଲୋକମାନଙ୍କୁ ନେଇଯାଅ; ଦେଖ, ଆମ୍ଭ ଦୂତ ତୁମ୍ଭ ଆଗେ ଆଗେ ଗମନ କରିବେ; ମାତ୍ର ଆମ୍ଭେ ପ୍ରତିଫଳ ଦେବା ଦିନରେ ସେମାନଙ୍କ ପାପର ପ୍ରତିଫଳ ସେମାନଙ୍କୁ ଦେବା।”


ସେମାନେ ଆପଣା ଆପଣା ଲଜ୍ଜା ସ୍ୱରୂପ ଫେଣ ଉଦ୍ଗାରକାରୀ ସମୁଦ୍ରର ଉତ୍ତାଳ ତରଙ୍ଗ ସଦୃଶ; ସେମାନେ ଭ୍ରମଣକାରୀ ତାରା ତୁଲ୍ୟ; ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ଅନନ୍ତକାଳ ରଖାଯାଇଅଛି।


କିନ୍ତୁ ଯେ ଆପଣା ଭାଇକୁ ଘୃଣା କରେ, ସେ ଅନ୍ଧକାରରେ ଅଛି, ପୁଣି, ଅନ୍ଧକାରରେ ଭ୍ରମଣ କରି କେଉଁଆଡ଼େ ଯାଉଅଛି, ତାହା ଜାଣେ ନାହିଁ, କାରଣ ଅନ୍ଧକାର ତାହାର ଚକ୍ଷୁକୁ ଅନ୍ଧ କରିଅଛି।


ସେମାନଙ୍କ ମଧ୍ୟରେ ସବୁଠାରୁ ଉତ୍ତମ ଲୋକ କାନକୋଳି ବୃକ୍ଷ ତୁଲ୍ୟ; ସବୁଠାରୁ ସରଳ ଲୋକ କଣ୍ଟାବାଡ଼ ଅପେକ୍ଷା ମନ୍ଦ; ତୁମ୍ଭ ପ୍ରହରୀଗଣର ଦିନ ଓ ତୁମ୍ଭର ଦଣ୍ଡ ଉପସ୍ଥିତ; ଏବେ ସେମାନଙ୍କର ବ୍ୟାକୁଳତା ଜନ୍ମିବ।


ତାହାର ବୃଷସବୁକୁ ବଧ କର; ସେସବୁ ବଧ ସ୍ଥାନକୁ ଯାଉନ୍ତୁ; ସେମାନେ ସନ୍ତାପର ପାତ୍ର! କାରଣ ସେମାନଙ୍କର ଦିନ, ସେମାନଙ୍କ ପ୍ରତିଫଳର ସମୟ ଉପସ୍ଥିତ ହେଲା।


ଯେ ତ୍ରାସରୁ ପଳାଏ, ସେ ଖାତରେ ପଡ଼ିବ ଓ ଯେ ଖାତରୁ ଉଠି ରକ୍ଷା ପାଏ, ସେ ଫାନ୍ଦରେ ଧରା ପଡ଼ିବ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ତାହାର ଉପରେ, ହଁ, ମୋୟାବର ଉପରେ ପ୍ରତିଫଳ ଦାନର ବର୍ଷ ଆଣିବା।


ସେ ଆଲୁଅରୁ ଅନ୍ଧାରକୁ ତଡ଼ାଯିବ ଓ ଜଗତରୁ ଘଉଡ଼ାଯିବ।


ସେମାନଙ୍କ ପାଦ ଖସି ପଡ଼ିବା ବେଳେ ସମୁଚିତ ଦଣ୍ଡ ଓ ପ୍ରତିଫଳ ଦେବା ଆମ୍ଭର କର୍ମ; କାରଣ ସେମାନଙ୍କ ବିପଦର ଦିନ ସନ୍ନିକଟ ଓ ସେମାନଙ୍କ ପାଇଁ ଯାହା ନିରୂପିତ, ତାହା ଶୀଘ୍ର ଆସୁଅଛି।”


ସେମାନେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ; ସେମାନେ ଅନ୍ଧକାରରେ ଏଣେତେଣେ ଭ୍ରମଣ କରନ୍ତି; ପୃଥିବୀର ସକଳ ଭିତ୍ତିମୂଳ ବିଚଳିତ ହୁଏ।


ହେ ସଦାପ୍ରଭୁ, ଦେଖ, ନିରୀକ୍ଷଣ କର, ତୁମ୍ଭେ କାହା ପ୍ରତି ଏପ୍ରକାର ବ୍ୟବହାର କରିଅଛ? ସ୍ତ୍ରୀଲୋକେ କି ଆପଣା ଗର୍ଭଫଳକୁ, ହସ୍ତରେ ଲାଳିତ ଶିଶୁମାନଙ୍କୁ ଭୋଜନ କରିବେ? ଯାଜକ ଓ ଭବିଷ୍ୟଦ୍‍ବକ୍ତା କି ପ୍ରଭୁଙ୍କର ପବିତ୍ର ସ୍ଥାନରେ ହତ ହେବେ?


ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରିଅଛନ୍ତି ବୋଲି କʼଣ ଲଜ୍ଜିତ ହେଲେ? ନା, ସେମାନେ କିଛି ହିଁ ଲଜ୍ଜିତ ହେଲେ ନାହିଁ, କିଅବା ମୁଖ ବିବର୍ଣ୍ଣ କଲେ ନାହିଁ; ଏହେତୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ; ସଦାପ୍ରଭୁ କହନ୍ତି, ସେମାନଙ୍କ ପ୍ରତିଫଳ ପ୍ରାପ୍ତିର ସମୟରେ ସେମାନେ ନିପାତିତ ହେବେ।


Swiv nou:

Piblisite


Piblisite