Biblia Todo Logo
Bib sou entènèt

- Piblisite -




ଯିରିମୀୟ 20:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆହୁରି, ଆମ୍ଭେ ଏହି ନଗରର ସକଳ ସମ୍ପତ୍ତି ଓ ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ଦେବା, ହଁ, ଆମ୍ଭେ ଯିହୁଦାର ରାଜାଗଣର ସକଳ ଧନଭଣ୍ଡାର ସେମାନଙ୍କ ଶତ୍ରୁଗଣର ହସ୍ତଗତ କରିବା, ସେମାନେ ସେସବୁ ଲୁଟି କରି ନେବେ ଓ ବାବିଲକୁ ଘେନିଯିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଆହୁରି, ଆମ୍ଭେ ଏହି ନଗରର ସକଳ ସମ୍ପତ୍ତି ଓ ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ଦେବା, ହଁ, ଆମ୍ଭେ ଯିହୁଦାର ରାଜଗଣର ସକଳ ଧନଭଣ୍ତାର ସେମାନଙ୍କ ଶତ୍ରୁଗଣର ହସ୍ତଗତ କରିବା, ସେମାନେ ସେସବୁ ଲୁଟି କରି ନେବେ ଓ ବାବିଲକୁ ଘେନିଯିବେ।

Gade chapit la Kopi

ଓଡିଆ ବାଇବେଲ

5 ଆହୁରି, ଆମ୍ଭେ ଏହି ନଗରର ସକଳ ସମ୍ପତ୍ତି ଓ ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ଦେବା, ହଁ, ଆମ୍ଭେ ଯିହୁଦାର ରାଜାଗଣର ସକଳ ଧନଭଣ୍ଡାର ସେମାନଙ୍କ ଶତ୍ରୁଗଣର ହସ୍ତଗତ କରିବା, ସେମାନେ ସେସବୁ ଲୁଟି କରି ନେବେ ଓ ବାବିଲକୁ ଘେନିଯିବେ।

Gade chapit la Kopi

ପବିତ୍ର ବାଇବଲ

5 ଯିରୁଶାଲମ ଅର୍ଜିତ ସକଳ ସମ୍ପତ୍ତି, ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ସେମାନଙ୍କ ଶତ୍ରୁଗଣଙ୍କ ହସ୍ତରେ ଦେବା, ଆଉ ଯିହୁଦାର ରାଜଗଣର ସକଳ ଧନଭଣ୍ଡାର ଶତ୍ରୁର ହସ୍ତଗତ କରାଇବା। ସେମାନେ ସେ ସମସ୍ତ ଲୁଟିନେଇ ବାବିଲକୁ ଘେନିଯିବେ।

Gade chapit la Kopi




ଯିରିମୀୟ 20:5
24 Referans Kwoze  

ତାହାର ଭବିଷ୍ୟଦ୍‍ବକ୍ତାମାନେ ତହିଁ ମଧ୍ୟରେ ଚକ୍ରାନ୍ତ କରନ୍ତି, ସେମାନେ ମୃଗୟା ବିଦାରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ପରି; ସେମାନେ ପ୍ରାଣୀମାନଙ୍କୁ ଗ୍ରାସ କରିଅଛନ୍ତି; ସେମାନେ ଧନ ଓ ବହୁମୂଲ୍ୟ ବସ୍ତ୍ର ହରଣ କରନ୍ତି; ସେମାନେ ତହିଁ ମଧ୍ୟରେ ଅନେକଙ୍କୁ ବିଧବା କରିଅଛନ୍ତି।


ଆମ୍ଭେ ତୁମ୍ଭର ସମ୍ପତ୍ତି ଓ ଧନଭଣ୍ଡାରସବୁ ବିନାମୂଲ୍ୟରେ ଲୁଟିତ ହେବା ପାଇଁ ଦେବା ଓ ତୁମ୍ଭର ସମୁଦାୟ ଅଞ୍ଚଳରେ ତୁମ୍ଭ ପାପସମୂହର ସକାଶେ ତାହା କରିବା।


ତାହାର ସକଳ ମନୋହର ବିଷୟ ଉପରେ ବିପକ୍ଷ ଆପଣା ହସ୍ତ ପ୍ରସାରିଅଛି; ହଁ, ଯେଉଁ ଅନ୍ୟ ଦେଶୀୟମାନଙ୍କୁ ତୁମ୍ଭ ସମାଜରେ ପ୍ରବେଶ କରିବା ପାଇଁ ତୁମ୍ଭେ ନିଷେଧ କରିଅଛ, ସେମାନଙ୍କୁ ସେ ତାହାର ପବିତ୍ର ସ୍ଥାନରେ ପ୍ରବେଶ କରିବାର ଦେଖିଅଛି।


ହେ ଆମ୍ଭର କ୍ଷେତ୍ରସ୍ଥ ପର୍ବତ, ତୁମ୍ଭର ସମୁଦାୟ ଅଞ୍ଚଳରେ କୃତ ପାପ ସକାଶେ ଆମ୍ଭେ ତୁମ୍ଭର ସମ୍ପତ୍ତି ଓ ସବୁ ଧନଭଣ୍ଡାର ଓ ଉଚ୍ଚସ୍ଥଳୀସକଳ ଲୁଟିତ ହେବା ପାଇଁ ଦେବା।


ପୁଣି, ବର୍ଷର ପରିବର୍ତ୍ତନ ସମୟରେ ନବୂଖଦ୍‍ନିତ୍ସର ରାଜା ଲୋକ ପଠାଇ ତାଙ୍କୁ ଓ ତାଙ୍କ ସଙ୍ଗେ ସଦାପ୍ରଭୁଙ୍କ ଗୃହର ମନୋହର ପାତ୍ରସବୁ ବାବିଲକୁ ଆଣିଲା ଓ ତାଙ୍କର ଭାଇ ସିଦିକୀୟଙ୍କୁ ଯିହୁଦା ଓ ଯିରୂଶାଲମ ଉପରେ ରାଜା କଲା।


ପୁଣି, ପ୍ରଭୁ ଯିହୁଦାର ରାଜା ଯିହୋୟାକୀମ୍‍କୁ ଓ ପରମେଶ୍ୱରଙ୍କ ଗୃହର କେତେକ ପାତ୍ର ତାହାର ହସ୍ତରେ ସମର୍ପି ଦେଲେ; ତହିଁରେ ସେ ଶିନୀୟର ଦେଶରେ ଥିବା ଆପଣା ଦେବ ମନ୍ଦିରକୁ ସେହି ସବୁ ନେଇଗଲା ଓ ପାତ୍ରସକଳ ସେ ଆପଣା ଦେବତାର ଭଣ୍ଡାର ଗୃହରେ ରଖିଲା।


ବିପକ୍ଷ ଲୋକ ଓ ଶତ୍ରୁ ଯେ ଯିରୂଶାଲମର ଦ୍ୱାରସମୂହରେ ପ୍ରବେଶ କରିବ, ଏହା ପୃଥିବୀସ୍ଥ ରାଜାଗଣ କିଅବା ଜଗନ୍ନିବାସୀ ସମସ୍ତେ ବିଶ୍ୱାସ କଲେ ନାହିଁ।


ନିଜ ଦୁଃଖ ଓ ଦୁର୍ଗତିର ସମୟରେ, ଯିରୂଶାଲମ ଆପଣା ପୂର୍ବକାଳର ମନୋହର ବିଷୟସବୁ ସ୍ମରଣ କରୁଅଛି। ଯେତେବେଳେ ତାହାର ଲୋକମାନେ ବିପକ୍ଷର ହସ୍ତରେ ପଡ଼ିଲେ ଓ କେହି ତାହାର ସାହାଯ୍ୟ କଲେ ନାହିଁ, ସେତେବେଳେ ବିପକ୍ଷଗଣ ତାହାକୁ ଦେଖି ତାହାର ଉତ୍ସନ୍ନତାରେ ଉପହାସ କଲେ।


ପୁଣି, କଲ୍‍ଦୀୟମାନେ ରାଜାର ଗୃହ ଓ ଲୋକମାନଙ୍କର ଗୃହସବୁ ଅଗ୍ନିରେ ଦଗ୍ଧ କଲେ, ଆଉ ଯିରୂଶାଲମର ପ୍ରାଚୀରସବୁ ଭାଙ୍ଗି ପକାଇଲେ।


ସିଦିକୀୟଙ୍କ ରାଜତ୍ଵର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନରେ ନଗରର ଏକ ସ୍ଥାନ ଭଗ୍ନ ହେଲା। ଏହିରୂପେ ଯିରୂଶାଲମ ହସ୍ତଗତ ହୁଅନ୍ତେ,


ଧ୍ୱଂସକାରୀମାନେ ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଗିରିସକଳର ଉପରକୁ ଆସିଅଛନ୍ତି; କାରଣ ସଦାପ୍ରଭୁଙ୍କ ଖଡ୍ଗ ଦେଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଗ୍ରାସ କରୁଅଛି; କୌଣସି ପ୍ରାଣୀର ଶାନ୍ତି ନାହିଁ।


ବିନାଶ ଉପରେ ବିନାଶ ପ୍ରଚାରିତ ହେଉଅଛି; କାରଣ ସମୁଦାୟ ଦେଶ ଉଚ୍ଛିନ୍ନ ହୋଇଅଛି; ଅକସ୍ମାତ୍‍ ମୋହର ତମ୍ବୁ, ଏକ ନିମିଷ ମଧ୍ୟରେ ମୋହର ଆବରଣସବୁ ଉଚ୍ଛିନ୍ନ ହେଲା।


ମାତ୍ର ଲଜ୍ଜାସ୍ପଦ ବସ୍ତୁ ଆମ୍ଭମାନଙ୍କର ବାଲ୍ୟକାଳରୁ ଆମ୍ଭମାନଙ୍କ ପୂର୍ବପୁରୁଷଗଣର ଶ୍ରମଫଳ, ସେମାନଙ୍କ ଗୋମେଷାଦି ପଲ ସେମାନଙ୍କର ପୁତ୍ର ଓ କନ୍ୟାଗଣଙ୍କୁ ଗ୍ରାସ କରିଅଛି।


ଦେଖ, ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ସଞ୍ଚିତ ସମସ୍ତ ଦ୍ରବ୍ୟ ବାବିଲକୁ ନିଆଯିବାର ସମୟ ଆସୁଅଛି; ସଦାପ୍ରଭୁ କହନ୍ତି, କିଛି ଛଡ଼ାଯିବ ନାହିଁ।


ଏହିସବୁ ବନ୍ଧ ଦେଖ, ସେମାନେ ଜୟ କରିବା ପାଇଁ ନଗରକୁ ଆସିଅଛନ୍ତି; ପୁଣି, ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ସକାଶୁ ନଗର ବିରୁଦ୍ଧରେ ଯୁଦ୍ଧକାରୀ କଲ୍‍ଦୀୟମାନଙ୍କ ହସ୍ତରେ ତାହା ଦତ୍ତ ହେଉଅଛି; ଆଉ, ତୁମ୍ଭେ ଯାହା କହିଅଛ, ତାହା ସଫଳ ହେଉଅଛି; ପୁଣି ଦେଖ, ତୁମ୍ଭେ ଏହା ଦେଖୁଅଛ।


ଯଦ୍ୟପି ସେ ଆପଣା ଭ୍ରାତୃଗଣ ମଧ୍ୟରେ ଫଳବାନ ହୁଏ, ତଥାପି ପୂର୍ବୀୟ ବାୟୁ ସଦାପ୍ରଭୁଙ୍କର ଶ୍ୱାସ ପ୍ରାନ୍ତରରୁ ଆସିବ, ତହିଁରେ ତାହାର ନିର୍ଝର ଶୁଷ୍କ ହେବ ଓ ତାହାର ଜଳାକାର ଶୁଖିଯିବ; ସେ ତାହାର ଯାବତୀୟ ମନୋହର ପାତ୍ରର ଭଣ୍ଡାର ଲୁଟ କରିବେ।


Swiv nou:

Piblisite


Piblisite