Biblia Todo Logo
Bib sou entènèt

- Piblisite -




ଯିରିମୀୟ 2:21 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ତଥାପି ଆମ୍ଭେ ତୁମ୍ଭକୁ ସର୍ବତୋଭାବେ ପ୍ରକୃତ ବୀଜରୁ ଉତ୍ପନ୍ନ ଉତ୍ତମ ଦ୍ରାକ୍ଷାଲତା କରି ରୋପଣ କରିଥିଲୁ; ତେବେ ତୁମ୍ଭେ କିପରି ଆମ୍ଭ ନିକଟରେ ବିଜାତୀୟ ଦ୍ରାକ୍ଷାଲତାରୁ ଉତ୍ପନ୍ନ ବିକୃତ ଚାରା ହେଲ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ତଥାପି ଆମ୍ଭେ ତୁମ୍ଭକୁ ସର୍ବତୋଭାବେ ପ୍ରକୃତ ବୀଜରୁ ଉତ୍ପନ୍ନ ଉତ୍ତମ ଦ୍ରାକ୍ଷାଲତା କରି ରୋପଣ କରିଥିଲୁ; ତେବେ ତୁମ୍ଭେ କିରୂପେ ଆମ୍ଭ ନିକଟରେ ବିଜାତୀୟ ଦ୍ରାକ୍ଷାଲତାରୁ ଉତ୍ପନ୍ନ ବିକୃତ ଚାରା ହେଲ?

Gade chapit la Kopi

ଓଡିଆ ବାଇବେଲ

21 ତଥାପି ଆମ୍ଭେ ତୁମ୍ଭକୁ ସର୍ବତୋଭାବେ ପ୍ରକୃତ ବୀଜରୁ ଉତ୍ପନ୍ନ ଉତ୍ତମ ଦ୍ରାକ୍ଷାଲତା କରି ରୋପଣ କରିଥିଲୁ; ତେବେ ତୁମ୍ଭେ କିପରି ଆମ୍ଭ ନିକଟରେ ବିଜାତୀୟ ଦ୍ରାକ୍ଷାଲତାରୁ ଉତ୍ପନ୍ନ ବିକୃତ ଚାରା ହେଲ ?

Gade chapit la Kopi

ପବିତ୍ର ବାଇବଲ

21 ହେ ଯିହୁଦା, ମୁଁ ତୁମ୍ଭକୁ ସ୍ୱତନ୍ତ୍ର ବୀଜରୁ ଉତ୍ପନ୍ନ ଏକ ଦ୍ରାକ୍ଷାଲତା କରି ରୋପଣ କରିଥିଲି। ତେବେ ତୁମ୍ଭେ କାହିଁକି ବନ୍ୟ ଦ୍ରାକ୍ଷାଲତା ହେଲ?

Gade chapit la Kopi




ଯିରିମୀୟ 2:21
27 Referans Kwoze  

ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ରରେ ଯାହା କରି ନାହିଁ, ଏପରି କେଉଁ ଅଧିକ କର୍ମ ତହିଁ ପ୍ରତି କରାଯାଇ ପାରନ୍ତା? ଏନିମନ୍ତେ ମୁଁ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷା କଲେ, ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା କାହିଁକି?


ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିବାସ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛ, ପ୍ରଭୁ, ତୁମ୍ଭର ହସ୍ତ ଯେଉଁ ଧର୍ମଧାମ ସ୍ଥାପନ କରିଅଛି, ତୁମ୍ଭେ ସେମାନଙ୍କୁ ଆଣି ଆପଣାର ସେହି ଅଧିକାର-ପର୍ବତରେ ରୋପଣ କରିବ।


“ମୁଁ ପ୍ରକୃତ ଦ୍ରାକ୍ଷାଲତା, ପୁଣି, ମୋହର ପିତା କୃଷକ।


ତୁମ୍ଭେ ଅନ୍ୟ ଗୋଷ୍ଠୀୟମାନଙ୍କୁ ସ୍ୱହସ୍ତରେ ତଡ଼ିଦେଇ ସେମାନଙ୍କୁ ରୋପଣ କରିଥିଲ; ତୁମ୍ଭେ ଜନବୃନ୍ଦକୁ ନାଶ କରି ସେମାନଙ୍କୁ ବିସ୍ତାରିତ କରିଥିଲ।


ତୁମ୍ଭେ ମିସରରୁ ଗୋଟିଏ ଦ୍ରାକ୍ଷାଲତା ଆଣିଲ; ତୁମ୍ଭେ ଗୋଷ୍ଠୀୟମାନଙ୍କୁ ତଡ଼ିଦେଇ ତାହା ରୋପଣ କଲ।


ସେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ସ୍ନେହ କରିବାରୁ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ହିଁ ମନୋନୀତ କଲେ,


ଏହାପରେ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ। “ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗଲେ।


ଏଥିଉତ୍ତାରେ ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତରେ କହିବାକୁ ଲାଗିଲେ। “ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହାର ଚାରିଆଡ଼େ ବାଡ଼ ଦେଲେ ଓ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ନିର୍ମାଣ କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ ଭାଗରେ ଦେଇ ବିଦେଶକୁ ଗମନ କଲେ।


କାରଣ ସେମାନଙ୍କ ଦ୍ରାକ୍ଷାଲତା ସଦୋମର ଦ୍ରାକ୍ଷାଲତାରୁ ଓ ହମୋରାର କ୍ଷେତ୍ରରୁ ଜାତ ସେମାନଙ୍କ ଦ୍ରାକ୍ଷାଫଳ ବିଷମୟ ଦ୍ରାକ୍ଷାଫଳ, ସେମାନଙ୍କ ପେଣ୍ଡା ତିକ୍ତ;


“ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଜଣେ ଗୃହକର୍ତ୍ତା ଥିଲେ, ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ଚାରିଆଡ଼େ ବାଡ଼ ଦେଲେ ଓ ତହିଁ ମଧ୍ୟରେ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ତିଆରି କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଇ ବିଦେଶକୁ ଚାଲିଗଲେ।


ସିୟୋନର ଶୋକାର୍ତ୍ତ ଲୋକମାନଙ୍କ ପାଇଁ ନିରୂପଣ କରିବାକୁ, ଅର୍ଥାତ୍‍, ଭସ୍ମର ପରିବର୍ତ୍ତେ ଭୂଷଣ, ଦୁଃଖର ପରିବର୍ତ୍ତେ ସୁଖରୂପ ତୈଳ, ଅବସନ୍ନ ଆତ୍ମାର ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି; ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ଧର୍ମରୂପ ବୃକ୍ଷ ଓ ତାହାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।


ମଧ୍ୟ ତୁମ୍ଭର ଲୋକ ସମସ୍ତେ ଧାର୍ମିକ ହେବେ, ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ଦେଶ ଅଧିକାର କରିବେ, ସେମାନେ ଆମ୍ଭର ଗୌରବାର୍ଥେ ଆମ୍ଭର ରୋପିତ ଶାଖା ଓ ଆମ୍ଭର ହସ୍ତକୃତ କର୍ମ ଅଟନ୍ତି।


ମାତ୍ର ହେ ଆମ୍ଭର ଦାସ ଇସ୍ରାଏଲ, ଆମ୍ଭର ମନୋନୀତ ଯାକୁବ, ଆମ୍ଭର ବନ୍ଧୁ ଅବ୍ରହାମର ବଂଶ;


ବିଶ୍ୱସ୍ତ ନଗରୀ କିପରି ବେଶ୍ୟା ହୋଇଅଛି! ସେ ନ୍ୟାୟ-ବିଚାରରେ ପୂର୍ଣ୍ଣା ଥିଲା। ଧର୍ମ ତାହା ମଧ୍ୟରେ ବାସ କଲା, ମାତ୍ର ଏବେ ହତ୍ୟାକାରୀମାନେ ଅଛନ୍ତି।


ତୁମ୍ଭେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ, ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖନିର୍ଗତ ଶାସନସକଳ ସ୍ମରଣ କର।


ଯିହୋଶୂୟଙ୍କର ଜୀବନଯାଏ ଓ ଯେଉଁ ପ୍ରାଚୀନମାନେ ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କ କୃତ ସମସ୍ତ କାର୍ଯ୍ୟ ଜ୍ଞାତ ଥିଲେ, ସେମାନଙ୍କ ମଧ୍ୟରୁ ଯିହୋଶୂୟଙ୍କ ଉତ୍ତାରେ ଯେଉଁମାନେ ଜୀବିତ ଥିଲେ, ସେମାନଙ୍କ ଜୀବନଯାଏ ଇସ୍ରାଏଲ ସଦାପ୍ରଭୁଙ୍କର ସେବା କଲେ।


ହାୟ, ସୁବର୍ଣ୍ଣ କିପରି ମଳିନ ହୋଇଅଛି! ଅତ୍ୟନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହୋଇଅଛି! ପବିତ୍ର ସ୍ଥାନର ପ୍ରସ୍ତରସବୁ ପ୍ରତ୍ୟେକ ଦାଣ୍ଡର ମୁଣ୍ଡରେ ନିକ୍ଷିପ୍ତ ହୋଇଅଛି।


ସେ କହିଲେ, “ତୁମ୍ଭେ ଯାକୁବ ନାମରେ ଆଉ ବିଖ୍ୟାତ ହେବ ନାହିଁ, ମାତ୍ର ଇସ୍ରାଏଲ ନାମରେ ବିଖ୍ୟାତ ହେବ; କାରଣ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ସହିତ ଯୁଦ୍ଧ କରି ଜୟୀ ହୋଇଅଛ।”


ଯେହେତୁ ତାହାର ଭବିଷ୍ୟତ ସନ୍ତାନଗଣ ଓ ପରିବାରବର୍ଗ ଯେପରି ନ୍ୟାୟ ଓ ଧର୍ମାଚରଣ କରିବାକୁ ସଦାପ୍ରଭୁଙ୍କ ପଥରେ ଚାଲିବେ, ଏଥିପାଇଁ ସେମାନଙ୍କୁ ସେ ଯେପରି ଆଜ୍ଞା ଦେବ, ଏହି ଅଭିପ୍ରାୟରେ ଆମ୍ଭେ ତାହାକୁ ନିର୍ଦ୍ଧାରଣ କରିଅଛୁ; ତହିଁରେ ସଦାପ୍ରଭୁ ଅବ୍ରହାମଙ୍କ ବିଷୟରେ ଆପଣା କଥିତ ବାକ୍ୟ ସିଦ୍ଧ କରିବେ।”


ସେହି ଦିନରେ ଏକ ଦ୍ରାକ୍ଷାକ୍ଷେତ୍ର ଅଛି, ତୁମ୍ଭେମାନେ ତହିଁର ଉଦ୍ଦେଶ୍ୟରେ ଗାନ କର।


ଯେହେତୁ ତୁମ୍ଭର ରୋପଣକର୍ତ୍ତା ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳର କଥା କହିଅଛନ୍ତି; ଇସ୍ରାଏଲ ବଂଶର ଓ ଯିହୁଦା ବଂଶର ଦୁଷ୍ଟତା ଏଥିର କାରଣ, ସେମାନେ ବାଲ୍‍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଆମ୍ଭକୁ ବିରକ୍ତ କରିବା ସକାଶୁ ଆପଣାମାନଙ୍କ ନିମନ୍ତେ ଆପେ ତାହା ସମ୍ପନ୍ନ କରିଅଛନ୍ତି।”


ତୁମ୍ଭେ ତାହା ସମ୍ମୁଖରେ ସ୍ଥାନ ପ୍ରସ୍ତୁତ କଲ, ତହିଁରେ ତାହା ବଦ୍ଧମୂଳ ହୋଇ ଦେଶସାରା ବ୍ୟାପିଗଲା।


ତୁମ୍ଭେମାନେ ତାହାର ଦ୍ରାକ୍ଷଲତା ଦେଇ ଯାଇ ସେମାନଙ୍କୁ ବିନାଶ କର; ମାତ୍ର ନିଃଶେଷ ରୂପେ ବିନାଶ କର ନାହିଁ; ତାହାର ଶାଖାସବୁ ଦୂର କର; କାରଣ ସେସବୁ ସଦାପ୍ରଭୁଙ୍କର ନୁହେଁ।


ସଦାପ୍ରଭୁ ତୁମ୍ଭକୁ ମନୋହର ଫଳରେ ସୁନ୍ଦର ହରିତ୍‍ବର୍ଣ୍ଣ ଜୀତବୃକ୍ଷ ବୋଲି ନାମ ଦେଲେ; ଲୋକସମୂହର ମହାଶବ୍ଦ ସହକାରେ, ସେ ତହିଁ ଉପରେ ଅଗ୍ନି ଜ୍ୱଳାଇ ଅଛନ୍ତି ଓ ତହିଁର ଶାଖାସବୁ ଭଗ୍ନ ହୋଇଅଛି।


“ହେ ମନୁଷ୍ୟ-ସନ୍ତାନ, ଦ୍ରାକ୍ଷାଲତାର ଗଛ, ବନସ୍ଥ ବୃକ୍ଷଗଣ ମଧ୍ୟରେ ସ୍ଥିତ ଦ୍ରାକ୍ଷାଲତାର ଶାଖା, ଅନ୍ୟ ସକଳ ଗଛ ଅପେକ୍ଷା କାହିଁରେ ଅଧିକ?


Swiv nou:

Piblisite


Piblisite