Biblia Todo Logo
Bib sou entènèt

- Piblisite -




ଯିରିମୀୟ 2:14 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଇସ୍ରାଏଲ କି ଦାସ? ସେ କି ଗୃହଜାତ ଜନ୍ମରୁ ଦାସ? ତେବେ ସେ କାହିଁକି ଲୁଟିତ ଦ୍ରବ୍ୟ ହୋଇଅଛି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଇସ୍ରାଏଲ କି ଦାସ? ସେ କି ଗୃହଜାତ କିଙ୍କର? ସେ କାହିଁକି ଲୁଟଦ୍ରବ୍ୟ ହୋଇଅଛି?

Gade chapit la Kopi

ଓଡିଆ ବାଇବେଲ

14 ଇସ୍ରାଏଲ କି ଦାସ ? ସେ କି ଗୃହଜାତ ଜନ୍ମରୁ ଦାସ ? ତେବେ ସେ କାହିଁକି ଲୁଟିତ ଦ୍ରବ୍ୟ ହୋଇଅଛି ?

Gade chapit la Kopi

ପବିତ୍ର ବାଇବଲ

14 “ଇସ୍ରାଏଲୀୟମାନେ କ’ଣ କ୍ରୀତଦାସ? ସେମାନେ କ’ଣ ଆଜନ୍ମ କିଙ୍କର? ତେବେ ସେମାନେ କାହିଁକି ଲୁଣ୍ଠିତ ଦ୍ରବ୍ୟ ସ୍ୱରୂପ ହୋଇଅଛନ୍ତି?

Gade chapit la Kopi




ଯିରିମୀୟ 2:14
7 Referans Kwoze  

ପୁଣି, ତୁମ୍ଭେ ଫାରୋକୁ କହିବ, ସଦାପ୍ରଭୁ କହନ୍ତି, “ଇସ୍ରାଏଲ ଆମ୍ଭର ପୁତ୍ର; ଆମ୍ଭର ଜ୍ୟେଷ୍ଠ ପୁତ୍ର;


ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଯେଉଁ ପତ୍ର ଦ୍ୱାରା ତୁମ୍ଭମାନଙ୍କ ମାତାକୁ ତ୍ୟାଗ କରିଅଛୁ, ତାହାର ସେହି ଛାଡ଼ପତ୍ର କାହିଁ? ଅଥବା ଆମ୍ଭ ବ୍ୟବସାୟୀମାନଙ୍କ ମଧ୍ୟରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରୟ କରିଅଛୁ?” “ଦେଖ, ତୁମ୍ଭେମାନେ ନିଜ ଅପରାଧ ସକାଶୁ ବିକ୍ରୀତ ହୋଇଥିଲ ଓ ତୁମ୍ଭମାନଙ୍କ ଅଧର୍ମ ସକାଶୁ ତୁମ୍ଭମାନଙ୍କର ମାତା ତ୍ୟକ୍ତା ହୋଇଥିଲା।


ମୁଁ ଦାସଦାସୀଗଣ କ୍ରୟ କଲି ଓ ମୋହର ଗୃହରୁ ଜାତ ଦାସଗଣ ଥିଲେ; ଆହୁରି ମୋʼ ପୂର୍ବେ ଯିରୂଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମୋହର ଗୋମେଷାଦି ପଶୁପଲ ଅଧିକ ଥିଲେ;


ପୁଣି, ଅବ୍ରାମ କହିଲେ, “ଦେଖ, ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ, ଏଣୁ ମୋʼ ଗୃହଜାତ କୌଣସି ଲୋକ ମୋହର ଉତ୍ତରାଧିକାରୀ ହେବ।”


ଆଉ ଦେଶଜାତ ଲୋକ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ଲୋକ ପ୍ରତି ଗୋଟିଏ ବିଧି ହେବ।”


ଆଉ, ତୁମ୍ଭେମାନେ ଯେତେବେଳେ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର କାହିଁକି ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି,’ ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ତୁମ୍ଭେମାନେ ନିଜ ଦେଶରେ ଯେପରି ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବତାଗଣର ସେବା କରିଅଛ, ସେପରି ତୁମ୍ଭେମାନେ ବିଦେଶରେ ବିଦେଶୀୟମାନଙ୍କର ସେବା କରିବ।’”


ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ଅଧିକାର ଦେଲୁ, ତୁମ୍ଭେ ଆପେ ତହିଁରୁ କ୍ଷାନ୍ତ ହେବ। ଆଉ, ଆମ୍ଭେ ତୁମ୍ଭ ଅଜ୍ଞାତ ଦେଶରେ ତୁମ୍ଭକୁ ତୁମ୍ଭ ଶତ୍ରୁଗଣର ସେବା କରାଇବା; କାରଣ ତୁମ୍ଭେମାନେ ଆମ୍ଭ କ୍ରୋଧରୂପ ଅଗ୍ନି ପ୍ରଜ୍ୱଳିତ କରିଅଛ, ତାହା ସଦାକାଳ ଜ୍ୱଳିବ।”


Swiv nou:

Piblisite


Piblisite