ଯିରିମୀୟ 17:23 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT23 ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ବରଞ୍ଚ ନ ଶୁଣିବା ପାଇଁ ଓ ଶିକ୍ଷା ଗ୍ରହଣ ନ କରିବା ପାଇଁ ଆପଣା ଆପଣା ଗ୍ରୀବା ଶକ୍ତ କଲେ। Gade chapit laପବିତ୍ର ବାଇବଲ (Re-edited) - (BSI)23 ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ବରଞ୍ଚ ନ ଶୁଣିବା ପାଇଁ ଓ ଶିକ୍ଷା ଗ୍ରହଣ ନ କରିବା ପାଇଁ ଆପଣା ଆପଣା ଗ୍ରୀବା ଶକ୍ତ କଲେ। Gade chapit laଓଡିଆ ବାଇବେଲ23 ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ବରଞ୍ଚ ନ ଶୁଣିବା ପାଇଁ ଓ ଶିକ୍ଷା ଗ୍ରହଣ ନ କରିବା ପାଇଁ ଆପଣା ଆପଣା ଗ୍ରୀବା ଶକ୍ତ କଲେ।’ Gade chapit laପବିତ୍ର ବାଇବଲ23 ମାତ୍ର ତୁମ୍ଭ ପୂର୍ବପୁରୁଷଗଣ ଆମ୍ଭ କଥାପ୍ରତି ଅବଧାନ କଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ। ସେମାନେ ଅତି ଅବାଧ୍ୟ। ତେଣୁ ସେମାନେ ଦଣ୍ଡିତ ହେଲେ। ସେମାନଙ୍କର କିଛି ମଙ୍ଗଳ ହେଲା ନାହିଁ।’” Gade chapit la |
ମାତ୍ର ସେହି ସନ୍ତାନଗଣ ଆମ୍ଭର ବିଦ୍ରୋହାଚରଣ କଲେ; ସେମାନେ ଆମ୍ଭର ବିଧିରୂପ ପଥରେ ଚାଲିଲେ ନାହିଁ ଓ ଆମ୍ଭର ଶାସନସକଳ ରକ୍ଷା କରି ପାଳନ କଲେ ନାହିଁ, ମନୁଷ୍ୟ ତାହା ପାଳନ କଲେ, ତହିଁରେ ସେ ବଞ୍ଚିବ; ସେମାନେ ଆମ୍ଭର ବିଶ୍ରାମ ଦିନସକଳ ଅପବିତ୍ର କଲେ; ତହିଁରେ ଆମ୍ଭେ ପ୍ରାନ୍ତରରେ ସେମାନଙ୍କ ବିରୁଦ୍ଧରେ ଆପଣା କ୍ରୋଧ ସାଧିବା ପାଇଁ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ।
ମାତ୍ର ଇସ୍ରାଏଲ ବଂଶ ପ୍ରାନ୍ତରରେ ଆମ୍ଭର ବିଦ୍ରୋହାଚାରୀ ହେଲେ; ସେମାନେ ଆମ୍ଭର ବିଧିରୂପ ପଥରେ ଚାଲିଲେ ନାହିଁ ଓ ଆମ୍ଭର ଶାସନସକଳ ଅଗ୍ରାହ୍ୟ କଲେ, ମନୁଷ୍ୟ ଯଦି ତାହା ପାଳନ କରେ, ତେବେ ତହିଁରେ ସେ ବଞ୍ଚିବ; ପୁଣି, ସେମାନେ ଆମ୍ଭର ବିଶ୍ରାମ ଦିନସକଳ ଅତ୍ୟନ୍ତ ଅପବିତ୍ର କଲେ; ସେତେବେଳେ ଆମ୍ଭେ ପ୍ରାନ୍ତରରେ ସେମାନଙ୍କୁ ସଂହାର କରିବା ନିମନ୍ତେ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ।
ମଧ୍ୟ ଆମ୍ଭେ ଆପଣାର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ, ପ୍ରଭାତରେ ଉଠି ସେମାନଙ୍କୁ ପଠାଇ ତୁମ୍ଭମାନଙ୍କୁ କହିଅଛୁ, ‘ତୁମ୍ଭେମାନେ ପ୍ରତ୍ୟେକେ ଏବେ ଆପଣା ଆପଣା କୁପଥରୁ ଫେର, ଆପଣମାନଙ୍କର ଆଚରଣ ସୁଧରାଅ ଓ ଅନ୍ୟ ଦେବଗଣର ସେବା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍ଗାମୀ ହୁଅ ନାହିଁ, ତହିଁରେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ଆମ୍ଭର ଦତ୍ତ ଦେଶରେ ତୁମ୍ଭେମାନେ ବାସ କରିବ;’ ମାତ୍ର ତୁମ୍ଭେମାନେ କର୍ଣ୍ଣପାତ କରି ନାହଁ, କିଅବା ଆମ୍ଭ ବାକ୍ୟରେ ମନୋଯୋଗ କରି ନାହଁ।