Biblia Todo Logo
Bib sou entènèt

- Piblisite -




ଯିରିମୀୟ 12:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ମାତ୍ର ଯଦି ସେମାନେ ଶୁଣିବେ ନାହିଁ, ତେବେ ଆମ୍ଭେ ସେହି ଗୋଷ୍ଠୀକୁ ଉତ୍ପାଟନ କରିବା, ଉତ୍ପାଟନ କରି ତାହା ନଷ୍ଟ କରିବା, ଏହା ସଦାପ୍ରଭୁ କହନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ମାତ୍ର ଯେବେ ସେମାନେ ଶୁଣିବେ ନାହିଁ, ତେବେ ଆମ୍ଭେ ସେହି ଗୋଷ୍ଠୀକି ଉତ୍ପାଟନ କରିବା, ଉତ୍ପାଟନ କରି ତାହା ନଷ୍ଟ କରିବା, ଏହା ସଦାପ୍ରଭୁ କହନ୍ତି।

Gade chapit la Kopi

ଓଡିଆ ବାଇବେଲ

17 ମାତ୍ର ଯଦି ସେମାନେ ଶୁଣିବେ ନାହିଁ, ତେବେ ଆମ୍ଭେ ସେହି ଗୋଷ୍ଠୀକି ଉତ୍ପାଟନ କରିବା, ଉତ୍ପାଟନ କରି ତାହା ନଷ୍ଟ କରିବା,” ଏହା ସଦାପ୍ରଭୁ କହନ୍ତି।

Gade chapit la Kopi

ପବିତ୍ର ବାଇବଲ

17 ମାତ୍ର ଯେବେ କୌଣସି ଗୋଷ୍ଠୀ ଆମ୍ଭର ବାର୍ତ୍ତା ଶୁଣିବେ ନାହିଁ, ତେବେ ଆମ୍ଭେ ସେହି ଗୋଷ୍ଠୀକୁ ମୃତ ଉଦ୍ଭିଦ ସଦୃଶ ଉତ୍ପାଟନ କରି ଫିଙ୍ଗିଦେବା।” ଏହା ସଦାପ୍ରଭୁ କହନ୍ତି।

Gade chapit la Kopi




ଯିରିମୀୟ 12:17
15 Referans Kwoze  

କାରଣ ଯେଉଁ ଦେଶ ଓ ରାଜ୍ୟ ତୁମ୍ଭର ସେବା ନ କରିବ, ତାହା ବିନଷ୍ଟ ହେବ, ହଁ, ସେହି ଦେଶସକଳ ନିଃଶେଷ ରୂପେ ଧ୍ୱଂସିତ ହେବ।


ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ, ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ଡ ଦେବେ,


କିନ୍ତୁ ମୋହର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ଶାସନ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋହର ସାକ୍ଷାତରେ ହତ୍ୟା କର।’”


ଆଉ, ସେ ଉତ୍ପନ୍ନ ହେଲେ ତାହାର ରାଜ୍ୟ ଭଗ୍ନ ହେବ ଓ ଆକାଶର ଚାରି ଦିଗରେ ବିଭକ୍ତ ହେବ; ମାତ୍ର ତାହାର ବଂଶ ନିମନ୍ତେ କିଅବା ତାହାର କର୍ତ୍ତୃତ୍ୱାନୁଯାୟୀ ଶାସନ ନିମନ୍ତେ ନୋହିବ; କାରଣ ସେମାନଙ୍କ ନିମନ୍ତେ ନୁହେଁ, ମାତ୍ର ଅନ୍ୟମାନଙ୍କ ନିମନ୍ତେ ତାହାର ରାଜ୍ୟ ଉତ୍ପାଟିତ ହେବ।


ମାତ୍ର କୋପରେ ସେ ଉତ୍ପାଟିତ ହେଲା, ଭୂମିରେ ନିକ୍ଷିପ୍ତ ହେଲା ଓ ପୂର୍ବୀୟ ବାୟୁ ତାହାର ଫଳ ଶୁଷ୍କ କଲା; ତାହାର ଦୃଢ଼ ଶାଖାସବୁ ଭଗ୍ନ ଓ ଶୁଷ୍କ ହେଲା; ଅଗ୍ନି ସେହି ସବୁକୁ ଗ୍ରାସ କଲା।


ଆଉ, ଆମ୍ଭେ ଯେପରି ସେମାନଙ୍କୁ ଉତ୍ପାଟନ, ଭଗ୍ନ, ନିପାତ ଓ ବିନାଶ କରିବାକୁ ଓ କ୍ଳେଶ ଦେବାକୁ ଜଗି ରହିଲୁ; ସେପରି ସେମାନଙ୍କୁ ନିର୍ମାଣ ଓ ରୋପଣ କରିବା ପାଇଁ ଜଗି ରହିବା, ଏହା ସଦାପ୍ରଭୁ କହନ୍ତି।


ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ ଓ ଅଧଃପତନ ଓ ବିନାଶର କଥା କହିବା;


ମାତ୍ର ଆମ୍ଭେ ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣକୁ ଯେଉଁ ଯେଉଁ ବାକ୍ୟ ଓ ବିଧି ଆଜ୍ଞା କଲୁ, ସେହି ସବୁ କି ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ସ୍ପର୍ଶ କଲା ନାହିଁ? ତେବେ ସେମାନେ ଫେରି କହିଲେ, ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ଆଚରଣ ଓ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ଯେରୂପ କରିବେ ବୋଲି ମନସ୍ଥ କଲେ, ସେହିପରି ବ୍ୟବହାର ଆମ୍ଭମାନଙ୍କ ପ୍ରତି ସେ କରିଅଛନ୍ତି।”


ଦେଖ, ଯେଉଁମାନେ ତୁମ୍ଭ ପ୍ରତି କୁପିତ ଅଛନ୍ତି, ସେମାନେ ସମସ୍ତେ ଲଜ୍ଜିତ ଓ ବିବ୍ରତ ହେବେ; ଯେଉଁମାନେ ତୁମ୍ଭ ସଙ୍ଗେ ବିରୋଧ କରନ୍ତି, ସେମାନେ ଅବସ୍ତୁ ତୁଲ୍ୟ ହୋଇ ବିନଷ୍ଟ ହେବେ।


ପୁଣି, ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଆଶେରା ମୂର୍ତ୍ତିସକଳ ଉତ୍ପାଟନ କରିବା ଓ ତୁମ୍ଭର ନଗରସବୁ ବିନଷ୍ଟ କରିବା।


Swiv nou:

Piblisite


Piblisite