Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 4:11 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେସମୟରେ କେନୀୟ ହେବର କେନୀୟମାନଙ୍କଠାରୁ, ଅର୍ଥାତ୍‍, ମୋଶାଙ୍କ ପତ୍ନୀ-ଭ୍ରାତା ହୋବବ୍‍ର ସନ୍ତାନମାନଙ୍କଠାରୁ ପୃଥକ ହୋଇ କେଦଶ ନିକଟବର୍ତ୍ତୀ ସାନନ୍ନୀମରେ ଥିବା ଅଲୋନ ବୃକ୍ଷ ପର୍ଯ୍ୟନ୍ତ ତମ୍ବୁ ସ୍ଥାପନ କରିଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେସମୟରେ କେନୀୟ ହେବର କେନୀୟ-ମାନଙ୍କଠାରୁ, ଅର୍ଥାତ୍, ମୋଶାଙ୍କ ପନିୀ-ଭ୍ରାତା ହୋବବ୍ର ସନ୍ତାନମାନଙ୍କଠାରୁ ପୃଥକ୍ ହୋଇ କେଦଶ ନିକଟବର୍ତ୍ତୀ ସାନନ୍ନୀମରେ ଥିବା ଅଲୋନ ବୃକ୍ଷ ପର୍ଯ୍ୟନ୍ତ ତମ୍ଵୁ ସ୍ଥାପନ କରିଥିଲା।

Gade chapit la Kopi

ଓଡିଆ ବାଇବେଲ

11 ସେସମୟରେ କେନୀୟ ହେବର କେନୀୟମାନଙ୍କଠାରୁ, ଅର୍ଥାତ୍‍, ମୋଶାଙ୍କ ପତ୍ନୀ-ଭ୍ରାତା ହୋବବ୍‍ର ସନ୍ତାନମାନଙ୍କଠାରୁ ପୃଥକ୍‍ ହୋଇ କେଦଶ ନିକଟବର୍ତ୍ତୀ ସାନନ୍ନୀମରେ ଥିବା ଅଲୋନ୍‍ ବୃକ୍ଷ ପର୍ଯ୍ୟନ୍ତ ତମ୍ବୁ ସ୍ଥାପନ କରିଥିଲା।

Gade chapit la Kopi

ପବିତ୍ର ବାଇବଲ

11 ବର୍ତ୍ତମାନ ହେବର ନାମକ ଜଣେ ଲୋକ କେନୀୟରୁ ଥିଲେ। ସେ ଅନ୍ୟ କେନୀୟଙ୍କୁ ପରିତ୍ୟାଗ କଲେ। ସେମାନେ ହେବରର ବଂଶଧରଗଣ ଯେ କି ମୋଶାର ଶ୍ୱଶୁର ଥିଲେ। ହେବର, ସାନନ୍ନୀମ ନାମକ ଗୋଟିଏ ସ୍ଥାନ କେଦଶ ପାଖରେ ତାଙ୍କର ତମ୍ବୁ ଅଲୋନବୃକ୍ଷ ଦ୍ୱାରା ସ୍ଥାପନ କଲେ।

Gade chapit la Kopi




ବିଚାରକର୍ତ୍ତା 4:11
13 Referans Kwoze  

ଏଥିଉତ୍ତାରେ ମୋଶାଙ୍କର ପତ୍ନୀ-ଭ୍ରାତା କେନୀୟର ସନ୍ତାନମାନେ ଯିହୁଦା-ସନ୍ତାନମାନଙ୍କ ସହିତ ଖର୍ଜ୍ଜୁରପୁରରୁ ଅରାଦର ଦକ୍ଷିଣ ଦିଗସ୍ଥିତ ଯିହୁଦା ପ୍ରାନ୍ତରକୁ ଉଠିଯାଇ ସେ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ବାସ କଲେ।


ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍‍, ସାନନ୍ନୀମ ନିକଟସ୍ଥ ଅଲୋନଠାରୁ ଅଦାମୀ ନେକ୍‍ବ ଓ ଯବ୍‍ନୀୟେଲ ଦେଇ ଲକ୍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରାନ୍ତ ଥିଲା।


ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁର ମିଦୀୟନୀୟ ରୁୟେଲର ପୁତ୍ର ହୋବବ୍‍କୁ କହିଲେ, “ସଦାପ୍ରଭୁ ଯେଉଁ ସ୍ଥାନ ବିଷୟରେ କହିଅଛନ୍ତି, ‘ଆମ୍ଭେ ତାହା ତୁମ୍ଭମାନଙ୍କୁ ଦେବା,’ ସେହି ସ୍ଥାନକୁ ଆମ୍ଭେମାନେ ଯାତ୍ରା କରୁଅଛୁ; ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆସ, ତହିଁରେ ଆମ୍ଭେମାନେ ତୁମ୍ଭର ମଙ୍ଗଳ କରିବା; କାରଣ ସଦାପ୍ରଭୁ ଇସ୍ରାଏଲ ବିଷୟରେ ମଙ୍ଗଳ କଥା କହିଅଛନ୍ତି।”


ଓ କେଦଶ ଓ ଇଦ୍ରିୟୀ ଓ ଐନ-ହାସୋର


ସେହି ସମୟରେ ମୋଶା ଆପଣା ଶ୍ୱଶୁର ଯିଥ୍ରୋ ନାମକ ମିଦୀୟନୀୟ ଯାଜକଙ୍କର ମେଷପଲ ଚରାଉଥିଲେ; ଦିନକରେ ସେ ପ୍ରାନ୍ତରର ପଶ୍ଚାଦ୍‍ ଭାଗରେ ମେଷପଲ ଘେନି ହୋରେବ ନାମକ ପରମେଶ୍ୱରଙ୍କ ପର୍ବତରେ ଉପସ୍ଥିତ ହେଲେ।


ଆଉ ସେ ଲୋକ ପଠାଇ କେଦଶ-ନପ୍ତାଲିରୁ ଅବୀନୋୟମର ପୁତ୍ର ବାରକ୍‍କୁ ଡକାଇ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କି ଆଜ୍ଞା ଦେଇ କହି ନାହାନ୍ତି, ଯେ ତାବୋର ପର୍ବତକୁ ଯାଅ, ପୁଣି ଆପଣା ସଙ୍ଗେ ନପ୍ତାଲି-ସନ୍ତାନ ଓ ସବୂଲୂନ-ସନ୍ତାନଗଣର ଦଶ ହଜାର ଲୋକଙ୍କୁ କଢ଼ାଇ ନିଅ?


ତହୁଁ ସେ କେନୀୟମାନଙ୍କ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, “ତୁମ୍ଭର ନିବାସ ସ୍ଥାନ ଅତି ଦୃଢ଼ ଓ ତୁମ୍ଭର ବସା ଶୈଳ ଉପରେ ସ୍ଥାପିତ।


ଏଥିଉତ୍ତାରେ ପରମେଶ୍ୱର ମୋଶାଙ୍କ ନିମନ୍ତେ ଓ ଆପଣା ଲୋକ ଇସ୍ରାଏଲ ନିମନ୍ତେ ଯେଉଁ ଯେଉଁ କର୍ମ କରିଅଛନ୍ତି, ବିଶେଷରେ ସଦାପ୍ରଭୁ ଇସ୍ରାଏଲ ବଂଶକୁ ମିସରଠାରୁ କିପରି ବାହାର କରି ଆଣିଅଛନ୍ତି, ଏହିସବୁ କଥା ମୋଶାଙ୍କର ଶ୍ୱଶୁର ମିଦୀୟନୀୟ ଯାଜକ ଯିଥ୍ରୋ ଶୁଣିବାକୁ ପାଇଲେ।


ଏଥିଉତ୍ତାରେ ସେମାନେ ଆପଣା ପିତା ରୁୟେଲ ନିକଟକୁ ଯାଆନ୍ତେ, ସେ ସେମାନଙ୍କୁ ପଚାରିଲା, “ଆଜି ତୁମ୍ଭେମାନେ ଏତେ ଶୀଘ୍ର କିପରି ଆସିଲ?”


ଲୋକମାନେ ସୀଷରାକୁ କହିଲେ ଯେ, ବାରକ୍‍ (ଅବୀନୋୟମର ପୁତ୍ର) ତାବୋର ପର୍ବତ ଉପରକୁ ଯାଇଅଛି।


ପୁଣି, ଶାଉଲ କେନୀୟମାନଙ୍କୁ କହିଲେ, “ଯାଅ, ଚାଲିଯାଅ, ଅମାଲେକୀୟମାନଙ୍କ ମଧ୍ୟରୁ ବାହାର ହୁଅ, କେଜାଣି ମୁଁ ସେମାନଙ୍କ ସହିତ ତୁମ୍ଭମାନଙ୍କୁ ବିନାଶ କରିବି; କାରଣ ମିସରରୁ ଇସ୍ରାଏଲ ସନ୍ତାନମାନେ ବାହାରି ଆସିବା ବେଳେ, ତୁମ୍ଭେମାନେ ସେସମସ୍ତଙ୍କ ପ୍ରତି ଦୟା କରିଥିଲ।” ତହିଁରେ କେନୀୟମାନେ ଅମାଲେକୀୟମାନଙ୍କ ମଧ୍ୟରୁ ବାହାରିଗଲେ।


ଏଥିରେ “ଆଜି ତୁମ୍ଭେମାନେ କେଉଁ ସ୍ଥାନ ଆକ୍ରମଣ କଲ” ବୋଲି ଆଖୀଶ୍‍ ପଚାରନ୍ତେ, ଦାଉଦ କହନ୍ତି, “ଯିହୁଦାର ଦକ୍ଷିଣାଞ୍ଚଳ ଓ ଯିରହମେଲୀୟମାନଙ୍କ ଦକ୍ଷିଣାଞ୍ଚଳ ଓ କେନୀୟମାନଙ୍କ ଦକ୍ଷିଣାଞ୍ଚଳ।”


ଆଉ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ ଗଲେ ଏହା ହେବ, ନିଶ୍ଚୟ ଏହା ହେବ ଯେ, ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଯେକୌଣସି ମଙ୍ଗଳ କରିବେ, ତାହା ଆମ୍ଭେମାନେ ତୁମ୍ଭ ପ୍ରତି କରିବୁ।”


Swiv nou:

Piblisite


Piblisite