Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 2:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଆଉ ତୁମ୍ଭେମାନେ ଏହି ଦେଶନିବାସୀମାନଙ୍କ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭାଙ୍ଗି ପକାଇବ;’ ମାତ୍ର ତୁମ୍ଭେମାନେ ଆମ୍ଭ ରବ ଶୁଣି ନାହଁ, କାହିଁକି ତୁମ୍ଭେମାନେ ଏହି କର୍ମ କରିଅଛ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଆଉ ତୁମ୍ଭେମାନେ ଏହି ଦେଶ-ନିବାସୀମାନଙ୍କ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭାଙ୍ଗି ପକାଇବ; ମାତ୍ର ତୁମ୍ଭେମାନେ ଆମ୍ଭ ରବ ଶୁଣି ନାହଁ, କିହେତୁ ତୁମ୍ଭେମାନେ ଏହି କର୍ମ କରିଅଛ?

Gade chapit la Kopi

ଓଡିଆ ବାଇବେଲ

2 ଆଉ ତୁମ୍ଭେମାନେ ଏହି ଦେଶ-ନିବାସୀମାନଙ୍କ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭାଙ୍ଗି ପକାଇବ; ମାତ୍ର ତୁମ୍ଭେମାନେ ଆମ୍ଭ ରବ ଶୁଣି ନାହଁ, କାହିଁକି ତୁମ୍ଭେମାନେ ଏହି କର୍ମ କରିଅଛ ?

Gade chapit la Kopi

ପବିତ୍ର ବାଇବଲ

2 କିନ୍ତୁ ଏହାର ପ୍ରତିବଦଳରେ ତୁମ୍ଭେମାନେ ସେହି ଦେଶରେ ଲୋକମାନଙ୍କ ସହିତ କୌଣସି ନିୟମ କରିବା ଉଚିତ୍ ନୁହଁ। ତୁମ୍ଭେମାନେ ସେମାନଙ୍କର ଯଜ୍ଞବେଦି ସବୁ ଭାଙ୍ଗି ପକାଇବ। ମୁଁ ତୁମ୍ଭକୁ କହିଲି, କିନ୍ତୁ ତୁମ୍ଭେମାନେ କର୍ଣ୍ଣପାତ କଲ ନାହିଁ।

Gade chapit la Kopi




ବିଚାରକର୍ତ୍ତା 2:2
29 Referans Kwoze  

ତୁମ୍ଭେ ଆପଣା ପଥ ପରିବର୍ତ୍ତନ କରିବା ପାଇଁ କାହିଁକି ଏଣେତେଣେ ମିଥ୍ୟାରେ ଏତେ ଭ୍ରମଣ କରୁଅଛ? ତୁମ୍ଭେ ଅଶୂରର ବିଷୟରେ ଯେପରି ଲଜ୍ଜିତା ହୋଇଥିଲ, ସେପରି ମିସରର ବିଷୟରେ ହେଁ ଲଜ୍ଜିତା ହେବ।


ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭଠାରେ କେଉଁ ଅନ୍ୟାୟ ଦେଖିଲେ ଯେ, ସେମାନେ ଆମ୍ଭଠାରୁ ଦୂରକୁ ଯାଇଅଛନ୍ତି ଓ ଅସାର ପ୍ରତିମାଗଣର ପଶ୍ଚାଦ୍‍ଗମନ କରି ନିଜେ ଅସାର ହୋଇଅଛନ୍ତି?


ଆଉ, ଏବେ ଶୀହୋରର ଜଳ ପାନ କରିବା ନିମନ୍ତେ ତୁମ୍ଭେ ମିସରର ପଥରେ କାହିଁକି ଯାଉଅଛ? ଅଥବା ଫରାତ୍‍ ନଦୀର ଜଳ ପାନ କରିବା ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ?


ଏହେତୁ ଇସ୍ରାଏଲ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ପୁଣି ସେ କହିଲେ, “ଆମ୍ଭେ ଏହି ଲୋକମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ନିୟମ ଆଜ୍ଞା କରିଥିଲୁ, ତାହା ଏମାନେ ଲଙ୍ଘନ କରିଅଛନ୍ତି ଓ ଆମ୍ଭର ରବ ଶୁଣୁ ନାହାନ୍ତି।


ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସେମାନଙ୍କୁ ଗ୍ରାସ କରିବ; ତୁମ୍ଭର ଚକ୍ଷୁ ସେମାନଙ୍କୁ ଦୟା କରିବ ନାହିଁ; କିଅବା ତୁମ୍ଭେ ସେମାନଙ୍କ ଦେବଗଣକୁ ସେବା କରିବ ନାହିଁ, କାରଣ ତାହା ତୁମ୍ଭର ଫାନ୍ଦ ସ୍ୱରୂପ ହେବ।


ତହୁଁ ମୋଶା ହାରୋଣଙ୍କୁ କହିଲେ, “ଏହି ଲୋକମାନେ ତୁମ୍ଭ ପ୍ରତି କʼଣ କଲେ ଯେ, ତୁମ୍ଭେ ସେମାନଙ୍କ ଉପରେ ଏପରି ମହାପାପ ବର୍ତ୍ତାଇଅଛ?”


ସେ କହିଲେ, “ତୁମ୍ଭେ କଅଣ କରିଅଛ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଅଛି।


କାରଣ, ଈଶ୍ବରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ; ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ବରଙ୍କ ସୁସମାଚାରର ଅନାଜ୍ଞାବହ, ସେମାନଙ୍କର ଶେଷ ଦଶା ଅବା କଅଣ ନ ହେବ!


ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ, ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ଡ ଦେବେ,


ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ନିକଟକୁ ଏକ ଭବିଷ୍ୟଦ୍‍ବକ୍ତା ପ୍ରେରଣ କଲେ; ତହୁଁ ସେ ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ମିସରରୁ ଆଣିଲୁ ଓ ଦାସଗୃହରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲୁ;


ଏହେତୁ ଫାରୋ ଅବ୍ରାମଙ୍କୁ ଡାକି କହିଲେ, “ତୁମ୍ଭେ ଆମ୍ଭ ସହିତ ଏ କି ବ୍ୟବହାର କଲ?


ତହିଁରେ ଇସ୍ରାଏଲୀୟ ଲୋକମାନେ ସେହି ହିବ୍ବୀୟମାନଙ୍କୁ ଉତ୍ତର କଲେ, “କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ; ଆମ୍ଭେମାନେ କିପରି ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ?”


ପୁଣି ଆମ୍ଭେ ତୁମ୍ଭମାନଙ୍କୁ କହିଲୁ, ‘ଆମ୍ଭେ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର; ତୁମ୍ଭେମାନେ ଯେଉଁ ଇମୋରୀୟମାନଙ୍କ ଦେଶରେ ବାସ କରୁଅଛ, ସେମାନଙ୍କ ଦେବତାଗଣକୁ ଭୟ କରିବ ନାହିଁ;’ ମାତ୍ର ତୁମ୍ଭେମାନେ ଆମ୍ଭ ରବ ଶୁଣି ନାହଁ।”


ତହୁଁ ଗିଦିୟୋନ୍‍ ତହିଁରେ ଏକ ଏଫୋଦ ବନାଇ ଆପଣାର ଅଫ୍ରା ନାମକ ନଗରରେ ରଖିଲେ; ଆଉ ସମସ୍ତ ଇସ୍ରାଏଲ ତହିଁର ପଶ୍ଚାଦ୍‍ଗମନ କରି ସେଠାରେ ବ୍ୟଭିଚାରୀ ହେଲେ; ପୁଣି ତାହା ଗିଦିୟୋନ୍‍ଙ୍କ ପ୍ରତି ଓ ତାଙ୍କର ବଂଶ ପ୍ରତି ଫାନ୍ଦ ସ୍ୱରୂପ ହେଲା।


Swiv nou:

Piblisite


Piblisite