Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 16:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏଥିଉତ୍ତାରେ ଦଲୀଲା ଶାମ୍‍ଶୋନ୍‍କୁ କହିଲା, “ତୁମ୍ଭେ ମୋତେ ଉପହାସ କଲ ଓ ତୁମ୍ଭେ ମୋତେ ମିଥ୍ୟା କହିଲ; ଏବେ ତୁମ୍ଭେ କାହିଁରେ ବନ୍ଧା ଯାଇପାର, ତାହା ମୋତେ କୁହ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଏ ଉତ୍ତାରେ ଦଲୀଲା ଶାମ୍ଶୋନ୍କୁ କହିଲା, ତୁମ୍ଭେ ମୋତେ ଉପହାସ କଲ ଓ ତୁମ୍ଭେ ମୋତେ ମିଥ୍ୟା କହିଲ; ଏବେ ତୁମ୍ଭେ କାହିଁରେ ବନ୍ଧା ଯାଇପାର, ତାହା ମୋତେ କୁହ?

Gade chapit la Kopi

ଓଡିଆ ବାଇବେଲ

10 ଏଥିଉତ୍ତାରେ ଦଲୀଲା ଶାମ୍‍ଶୋନ୍‍କୁ କହିଲା, ତୁମ୍ଭେ ମୋତେ ଉପହାସ କଲ ଓ ତୁମ୍ଭେ ମୋତେ ମିଥ୍ୟା କହିଲ; ଏବେ ତୁମ୍ଭେ କାହିଁରେ ବନ୍ଧା ଯାଇପାର, ତାହା ମୋତେ କୁହ ?

Gade chapit la Kopi

ପବିତ୍ର ବାଇବଲ

10 ଏହା ପରେ ଦଲୀଲା ଶା‌ମ୍‌ଶୋ‌ନଙ୍କୁ କହିଲା, “ତୁମ୍ଭେ ମୋତେ ବୋକା ବନେଇଲ ଓ ମିଥ୍ୟା କହିଲ। ଏବେ ତୁମ୍ଭେ କେଉଁଥିରେ ବନ୍ଧାଯାଇପାର କୁହ।”

Gade chapit la Kopi




ବିଚାରକର୍ତ୍ତା 16:10
10 Referans Kwoze  

ତେବେ ଦଲୀଲା ଶାମ୍‍ଶୋନ୍‍କୁ କହିଲା, “ତୁମ୍ଭେ ଏପର୍ଯ୍ୟନ୍ତ ମୋତେ ଉପହାସ କରିଅଛ ଓ ମିଥ୍ୟା କହିଅଛ; ତୁମ୍ଭେ କାହିଁରେ ବନ୍ଧା ଯାଇପାର, ତାହା ମୋତେ କୁହ।” ତହିଁରେ ସେ ତାହାକୁ କହିଲା, “ଯେବେ ତୁମ୍ଭେ ବୁଣା ଯାଉଥିବା ବସ୍ତ୍ରରେ ମୋର ମସ୍ତକ କେଶର ସାତ ବେଣୀ ବୁଣିବ, ତେବେ ହୋଇପାରେ।”


କିନ୍ତୁ ଯୀଶୁ ତାହାକୁ କହିଲେ, “ହେ ଯିହୂଦା, ଚୁମ୍ବନ ଦ୍ୱାରା କି ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ?”


ପୁଣି, ସେମାନେ ଲୋକମାନଙ୍କ ପରି ତୁମ୍ଭ ନିକଟକୁ ଆସନ୍ତି ଓ ଆମ୍ଭ ଲୋକଙ୍କ ପରି ତୁମ୍ଭ ସମ୍ମୁଖରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି, ମାତ୍ର ତାହା ପାଳନ କରନ୍ତି ନାହିଁ; କାରଣ ସେମାନେ ମୁଖରେ ବହୁତ ପ୍ରେମ ଦେଖାନ୍ତି, ମାତ୍ର ସେମାନଙ୍କର ଅନ୍ତଃକରଣ ସେମାନଙ୍କର ଲାଭର ଅନୁଗାମୀ ହୁଏ।


ଅକାରଣରେ ତୁମ୍ଭ ପ୍ରତିବାସୀ ବିପକ୍ଷରେ ସାକ୍ଷୀ ହୁଅ ନାହିଁ ଓ ତୁମ୍ଭ ଓଷ୍ଠ ଦ୍ୱାରା ପ୍ରତାରଣା କର ନାହିଁ।


ତହିଁରେ ଶାମ୍‍ଶୋନ୍‍ ତାହାକୁ କହିଲା, “ଯାହା କେବେ ଶୁଷ୍କ ହୋଇ ନାହିଁ, ଏପରି ସାତୋଟି କଞ୍ଚା ତନ୍ତରେ ଯେବେ ସେମାନେ ମୋତେ ବାନ୍ଧିବେ, ତେବେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକ ପରି ହୋଇଯିବି।”


ସେସମୟରେ ତାହାର ଅନ୍ତଃପୁରରେ ଲୋକମାନେ ଛକି ବସିଲେ। ଏଥିରେ ସେ ତାହାକୁ କହିଲା, “ଶାମ୍‍ଶୋନ୍‍, ପଲେଷ୍ଟୀୟମାନେ ତୁମ୍ଭକୁ ଧରିଲେ।” ତହିଁରେ ଅଗ୍ନି ବାସନା ବାଜିଲେ ଯେପରି ଛଣପଟ ସୁତୁଲି ଛିଣ୍ଡିଯାଏ, ସେପରି ସେ ସବୁ ତନ୍ତ ଛିଣ୍ଡାଇ ପକାଇଲା। ଏହିରୂପେ ତାହାର ବଳର ରହସ୍ୟ ଜଣାଗଲା ନାହିଁ।


ତହିଁରେ ସେ ତାହାକୁ କହିଲା, “ଯେଉଁ ରଜ୍ଜୁରେ କୌଣସି କର୍ମ କରାଯାଇ ନାହିଁ, ଏପରି ନୂତନ ରଜ୍ଜୁରେ ମୋତେ ବାନ୍ଧିଲେ, ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକର ସମାନ ହୋଇଯିବି।”


ଏହି ପ୍ରକାରେ ସେମାନେ ଚାରି ଥର ମୋʼ ନିକଟକୁ ଲୋକ ପଠାଇଲେ; ମାତ୍ର ମୁଁ ସେମାନଙ୍କୁ ସେହି ପ୍ରକାର ଉତ୍ତର ଦେଲି।


Swiv nou:

Piblisite


Piblisite