Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 15:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତହୁଁ ସେ ଦିହୁଡ଼ି ଜଳାଇ ପଲେଷ୍ଟୀୟମାନଙ୍କ ବଢ଼ନ୍ତା ଦ୍ରାକ୍ଷାକ୍ଷେତ୍ର ମଧ୍ୟକୁ ସେମାନଙ୍କୁ ଛାଡ଼ିଦେଲା, ପୁଣି କଳେଇ ବିଡ଼ା ଓ ବଢ଼ନ୍ତା ଶସ୍ୟ ଉଭୟ ଓ ମଧ୍ୟ ଜୀତକ୍ଷେତ୍ରସବୁ ପୋଡ଼ି ପକାଇଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତହୁଁ ସେ ଦିହୁଡ଼ି ଜଳାଇ ପଲେଷ୍ଟୀୟମାନଙ୍କ ବଢ଼ନ୍ତା କ୍ଷେତ୍ର ମଧ୍ୟକୁ ସେମାନଙ୍କୁ ଛାଡ଼ିଦେଲା, ପୁଣି କଳେଇବିଡ଼ା ଓ ବଢ଼ନ୍ତା ଶସ୍ୟ ଉଭୟ ଓ ମଧ୍ୟ ଜୀତକ୍ଷେତ୍ରସବୁ ପୋଡ଼ି ପକାଇଲା।

Gade chapit la Kopi

ଓଡିଆ ବାଇବେଲ

5 ତହୁଁ ସେ ଦିହୁଡ଼ି ଜଳାଇ ପଲେଷ୍ଟୀୟମାନଙ୍କ ବଢ଼ନ୍ତା ଦ୍ରାକ୍ଷାକ୍ଷେତ୍ର ମଧ୍ୟକୁ ସେମାନଙ୍କୁ ଛାଡ଼ିଦେଲା, ପୁଣି କଳେଇବିଡ଼ା ଓ ବଢ଼ନ୍ତା ଶସ୍ୟ ଉଭୟ ଓ ମଧ୍ୟ ଜୀତକ୍ଷେତ୍ରସବୁ ପୋଡ଼ି ପକାଇଲା।

Gade chapit la Kopi

ପବିତ୍ର ବାଇବଲ

5 ତହୁଁ ସେ ମଶାଲ ଜଳାଇ ପଲେଷ୍ଟୀୟମାନଙ୍କ ବଢ଼ନ୍ତା କ୍ଷେତ ମଧ୍ୟକୁ ସେମାନଙ୍କୁ ଛାଡ଼ି ଦେଲେ। ଯେତେବେଳେ ସେମାନେ ଶସ୍ୟବିଡ଼ାର କ୍ଷେତ ଦେଇ, ଦ୍ରାକ୍ଷାକ୍ଷେତ୍ର ଦେଇ ଏବଂ ଅଲିଭ୍ କ୍ଷେତ ଦେଇ ଗଲେ, ସବୁକିଛି ପୋଡ଼ି ପାଉଁଶ ହୋଇଗଲା।

Gade chapit la Kopi




ବିଚାରକର୍ତ୍ତା 15:5
5 Referans Kwoze  

ଏହେତୁ ସେ ଆପଣା ଦାସମାନଙ୍କୁ କହିଲା, “ଦେଖ, ଆମ୍ଭ କ୍ଷେତ୍ର ପାଖରେ ଯୋୟାବର କ୍ଷେତ୍ର ଅଛି, ସେ ତହିଁରେ ଯବ କରିଅଛି; ଯାଅ, ତହିଁରେ ନିଆଁ ଲଗାଇ ଦିଅ।” ତହୁଁ ଅବଶାଲୋମର ଦାସମାନେ ସେହି କ୍ଷେତ୍ରରେ ନିଆଁ ଲଗାଇଦେଲେ।


ଆଉ ଅଗ୍ନି ଜ୍ୱଳି କଣ୍ଟକ ବନରେ ଲାଗିଲେ ଯଦି କାହାର କଳେଇ ଗଦା ଅବା ବଢ଼ନ୍ତା ଶସ୍ୟ କି କ୍ଷେତ ପୋଡ଼ିଯାଏ, ତେବେ ସେହି ଅଗ୍ନି ଲଗାଇବା ଲୋକ ଅବଶ୍ୟ ତହିଁର ମୂଲ୍ୟ ଦେବ।


ମାତ୍ର ସପ୍ତମ ବର୍ଷରେ ତାକୁ ବିଶ୍ରାମ ଦେବ ଓ ପଡ଼ିଆ ରଖିବ; ତହିଁରେ ତୁମ୍ଭର ଦରିଦ୍ରମାନେ ଖାଇବାକୁ ପାଇବେ; ସେମାନେ ଯାହା ଅବଶିଷ୍ଟ ରଖିବେ, ତାହା ବନ ପଶୁମାନେ ଖାଇବେ। ପୁଣି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଓ ଜୀତବୃକ୍ଷ ପ୍ରତି ମଧ୍ୟ ସେହିରୂପ କରିବ।


ତହୁଁ ଶାମ୍‍ଶୋନ୍‍ ଯାଇ ତିନି ଶହ ବିଲୁଆ ଧରି ଓ ଦିହୁଡ଼ି ନେଇ ଲାଙ୍ଗୁଳକୁ ଲାଙ୍ଗୁଳ ବାନ୍ଧିଲା, ଆଉ ଦୁଇ ଦୁଇ ଲାଙ୍ଗୁଳ ମଧ୍ୟରେ ଏକ ଏକ ଦିହୁଡ଼ି ଦେଲା।


ସେତେବେଳେ ପଲେଷ୍ଟୀୟମାନେ ପଚାରିଲେ, “ଏହା କିଏ କରିଅଛି?” ତହିଁରେ ଲୋକମାନେ କହିଲେ, “ତିମ୍ନୀୟର ଜୁଆଁଇ ଶାମ୍‍ଶୋନ୍‍, ଯେହେତୁ ସେ ତାହାର ଭାର୍ଯ୍ୟାକୁ ନେଇ ତାହାର ମିତ୍ରକୁ ଦେଲା।” ଏଥିରେ ପଲେଷ୍ଟୀୟମାନେ ଆସି ସେହି ସ୍ତ୍ରୀକୁ ଓ ତାହାର ପିତାକୁ ଅଗ୍ନିରେ ଦଗ୍ଧ କଲେ।


Swiv nou:

Piblisite


Piblisite