Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 15:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତହିଁରେ ଶାମ୍‍ଶୋନ୍‍ ସେମାନଙ୍କୁ କହିଲା, “ଏଥର ମୁଁ ପଲେଷ୍ଟୀୟମାନଙ୍କ ପ୍ରତି ଅନିଷ୍ଟ ବ୍ୟବହାର କଲେ ହେଁ ସେମାନଙ୍କ ବିଷୟରେ ନିର୍ଦ୍ଦୋଷ ହେବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତହିଁରେ ଶାମ୍ଶୋନ୍ ସେମାନଙ୍କୁ କହିଲା, ଏଥର ମୁଁ ପଲେଷ୍ଟୀୟମାନଙ୍କ ପ୍ରତି ଅନିଷ୍ଟ ବ୍ୟବହାର କଲେ ହେଁ ସେମାନଙ୍କ ବିଷୟରେ ନିର୍ଦ୍ଦୋଷ ହେବି।

Gade chapit la Kopi

ଓଡିଆ ବାଇବେଲ

3 ତହିଁରେ ଶାମ୍‍ଶୋନ୍‍ ସେମାନଙ୍କୁ କହିଲା, ଏଥର ମୁଁ ପଲେଷ୍ଟୀୟମାନଙ୍କ ପ୍ରତି ଅନିଷ୍ଟ ବ୍ୟବହାର କଲେ ହେଁ ସେମାନଙ୍କ ବିଷୟରେ ନିର୍ଦ୍ଦୋଷ ହେବି।

Gade chapit la Kopi

ପବିତ୍ର ବାଇବଲ

3 କିନ୍ତୁ ଶା‌ମ୍‌ଶୋନ୍ ତାଙ୍କୁ କହିଲେ, “ପଲେଷ୍ଟୀୟମାନଙ୍କୁ ଦୁଃଖ ଦେବା ପାଇଁ ଗୋଟିଏ ଭଲ କାରଣ ମିଳିଗଲା। ମୋତେ ଆଉ କୌଣସି ଲୋକ ଦୋଷାରୋପ କରି ପାରିବେ ନାହିଁ।”

Gade chapit la Kopi




ବିଚାରକର୍ତ୍ତା 15:3
5 Referans Kwoze  

ତହୁଁ ଚତୁର୍ଥ ଦିନରେ ସେମାନେ ଶାମ୍‍ଶୋନ୍‍ର ଭାର୍ଯ୍ୟାକୁ କହିଲେ, “ପ୍ରହେଳିକାର ଅର୍ଥ କହିବା ପାଇଁ ତୁମ୍ଭେ ଆପଣା ସ୍ୱାମୀକୁ ମଣାଅ, ନୋହିଲେ ଆମ୍ଭେମାନେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକୁ ଅଗ୍ନିରେ ଦଗ୍ଧ କରିବୁ। ଆଉ ତୁମ୍ଭେମାନେ ଆମ୍ଭମାନଙ୍କୁ ନିର୍ଦ୍ଧନ କରିବାକୁ ଡାକିଛ ପରା? ନୁହେଁ?”


ପୁଣି ତାହାର ପିତା କହିଲା, “ମୁଁ ନିଶ୍ଚୟ ବୋଧ କଲି ଯେ, ତୁମ୍ଭେ ତାହାକୁ ନିତାନ୍ତ ଘୃଣା କଲ; ଏଣୁ ମୁଁ ତାହାକୁ ତୁମ୍ଭ ମିତ୍ରକୁ ଦେଲି; ତାହାର ସାନ ଭଉଣୀ କି ତାହାଠାରୁ ସୁନ୍ଦରୀ ନୁହେଁ? ବିନୟ କରୁଅଛି, ତାହା ବଦଳେ ତାହାକୁ ଗ୍ରହଣ କର।”


ତହୁଁ ଶାମ୍‍ଶୋନ୍‍ ଯାଇ ତିନି ଶହ ବିଲୁଆ ଧରି ଓ ଦିହୁଡ଼ି ନେଇ ଲାଙ୍ଗୁଳକୁ ଲାଙ୍ଗୁଳ ବାନ୍ଧିଲା, ଆଉ ଦୁଇ ଦୁଇ ଲାଙ୍ଗୁଳ ମଧ୍ୟରେ ଏକ ଏକ ଦିହୁଡ଼ି ଦେଲା।


ଏହେତୁ ସେ ଆପଣା ଦାସମାନଙ୍କୁ କହିଲା, “ଦେଖ, ଆମ୍ଭ କ୍ଷେତ୍ର ପାଖରେ ଯୋୟାବର କ୍ଷେତ୍ର ଅଛି, ସେ ତହିଁରେ ଯବ କରିଅଛି; ଯାଅ, ତହିଁରେ ନିଆଁ ଲଗାଇ ଦିଅ।” ତହୁଁ ଅବଶାଲୋମର ଦାସମାନେ ସେହି କ୍ଷେତ୍ରରେ ନିଆଁ ଲଗାଇଦେଲେ।


ମାତ୍ର ପଲେଷ୍ଟୀୟମାନଙ୍କ ପ୍ରତିକୂଳରେ ଛିଦ୍ର ପାଇବା ଚେଷ୍ଟାରେ ଏହି ଘଟଣା ଯେ ସଦାପ୍ରଭୁଙ୍କ ଆଡ଼ୁ ହେଲା, ଏହା ତାହାର ପିତାମାତା ଜାଣିଲେ ନାହିଁ। ସେସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ଉପରେ କର୍ତ୍ତୃତ୍ୱ କରୁଥିଲେ।


Swiv nou:

Piblisite


Piblisite