Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 10:15 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଏଥିରେ ଇସ୍ରାଏଲ ସନ୍ତାନମାନେ ସଦାପ୍ରଭୁଙ୍କୁ କହିଲେ, “ଆମ୍ଭେମାନେ ପାପ କରିଅଛୁ; ତୁମ୍ଭକୁ ଯାହା କିଛି ଭଲ ଦିଶେ, ତାହା ଆମ୍ଭମାନଙ୍କ ପ୍ରତି କର ପଛେ, ମାତ୍ର ଆମ୍ଭେମାନେ ବିନୟ କରୁଅଛୁ, ଆଜି ଆମ୍ଭମାନଙ୍କୁ ରକ୍ଷା କର।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଏଥିରେ ଇସ୍ରାଏଲ-ସନ୍ତାନମାନେ ସଦାପ୍ରଭୁଙ୍କୁ କହିଲେ, ଆମ୍ଭେମାନେ ପାପ କରିଅଛୁ; ତୁମ୍ଭକୁ ଯାହା କିଛି ଭଲ ଦିଶେ, ତାହା ଆମ୍ଭମାନଙ୍କ ପ୍ରତି କର ପଛେ, ମାତ୍ର ଆମ୍ଭେମାନେ ବିନୟ କରୁଅଛୁ, ଆଜି ଆମ୍ଭମାନଙ୍କୁ ରକ୍ଷା କର।

Gade chapit la Kopi

ଓଡିଆ ବାଇବେଲ

15 ଏଥିରେ ଇସ୍ରାଏଲ ସନ୍ତାନମାନେ ସଦାପ୍ରଭୁଙ୍କୁ କହିଲେ, ଆମ୍ଭେମାନେ ପାପ କରିଅଛୁ; ତୁମ୍ଭକୁ ଯାହା କିଛି ଭଲ ଦିଶେ, ତାହା ଆମ୍ଭମାନଙ୍କ ପ୍ରତି କର ପଛେ, ମାତ୍ର ଆମ୍ଭେମାନେ ବିନୟ କରୁଅଛୁ, ଆଜି ଆମ୍ଭମାନଙ୍କୁ ରକ୍ଷା କର।

Gade chapit la Kopi

ପବିତ୍ର ବାଇବଲ

15 କିନ୍ତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ କହିଲେ, “ଆମେ ପାପ କରିଛୁ। ତୁମ୍ଭର ଯାହା ଇଚ୍ଛା ଆମ୍ଭମାନଙ୍କୁ ଦଣ୍ତ ଦିଅ। କିନ୍ତୁ ବର୍ତ୍ତମାନ ଆମ୍ଭମାନଙ୍କୁ ଉଦ୍ଧାର କର।”

Gade chapit la Kopi




ବିଚାରକର୍ତ୍ତା 10:15
16 Referans Kwoze  

ତହିଁରେ ଶାମୁୟେଲ କିଛି ଗୁପ୍ତ ନ କରି ତାଙ୍କୁ ସବୁ କଥା ଜଣାଇଲେ। ତହୁଁ ସେ କହିଲେ, “ସେ ତ ସଦାପ୍ରଭୁ; ଯାହା ତାହାଙ୍କ ଦୃଷ୍ଟିରେ ଭଲ, ତାହା ସେ କରନ୍ତୁ।”


ମାତ୍ର ‘ତୁମ୍ଭଠାରେ ଆମ୍ଭର ସନ୍ତୋଷ ନାହିଁ,’ ଯଦି ସେ ଏପରି କହିବେ, ତେବେ ଦେଖ, ମୁଁ ଉପସ୍ଥିତ ଅଛି, ଯାହା ତାହାଙ୍କୁ ଭଲ ଦିଶେ, ତାହା ସେ ମୋʼ ପ୍ରତି କରନ୍ତୁ।”


ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ; ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ, ସେ ଦୟା ପାଇବ।


ତହିଁରେ ଦାଉଦ ଗାଦ୍‍କୁ କହିଲେ, “ମୁଁ ବଡ଼ ଅକଳରେ ପଡ଼ିଲି, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ହସ୍ତରେ ପଡ଼ୁ; କାରଣ ତାହାଙ୍କ ଦୟା ପ୍ରଚୁର; ମାତ୍ର ମୁଁ ମନୁଷ୍ୟ ହସ୍ତରେ ନ ପଡ଼େ।”


ଏବେ ଦେଖନ୍ତୁ, ଆମ୍ଭେମାନେ ଆପଣଙ୍କ ହସ୍ତରେ ଅଛୁ, ଆମ୍ଭମାନଙ୍କ ପ୍ରତି ଯାହା କରିବା ଆପଣଙ୍କ ଦୃଷ୍ଟିରେ ଉତ୍ତମ ଓ ନ୍ୟାୟ, ତାହା କରନ୍ତୁ।”


କେଜାଣି ପରମେଶ୍ୱର ଫେରି ଦୁଃଖିତ ହୋଇ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେବେ, ତହିଁରେ ଆମ୍ଭେମାନେ ବିନଷ୍ଟ ହେବା ନାହିଁ।”


ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରମାନଙ୍କ ନିମନ୍ତେ ଆପଣାମାନଙ୍କୁ ବଳବାନ କରୁ; ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ, ସେ ତାହା କରନ୍ତୁ।”


ଆଉ, ମୁଁ କହିଲି, ମୁଁ ତୁମ୍ଭ ଦୃଷ୍ଟିଗୋଚରରୁ ଦୂରୀକୃତ ହୋଇଅଛି; ତଥାପି ମୁଁ ପୁନର୍ବାର ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ଦୃଷ୍ଟିପାତ କରିବି।


ସେ ମନୁଷ୍ୟମାନଙ୍କ ସାକ୍ଷାତରେ ଗାନ କରି କହେ, ‘ମୁଁ ପାପ କରିଅଛି ଓ ନ୍ୟାୟର ବିପରୀତ କରିଅଛି ଓ ତାହା ମୋହର ଲାଭଜନକ ହୋଇ ନାହିଁ।


ଏହିରୂପେ ଦାଉଦ ଲୋକମାନଙ୍କୁ ଗଣନା କରାଇଲା ଉତ୍ତାରେ ତାଙ୍କ ହୃଦୟ ତାଙ୍କୁ ଆଘାତ କଲା। ତହୁଁ ଦାଉଦ ସଦାପ୍ରଭୁଙ୍କୁ କହିଲେ, “ଏହି କର୍ମ କରିବାରେ ମୁଁ ମହାପାପ କରିଅଛି; ମାତ୍ର ଏବେ ହେ ସଦାପ୍ରଭୋ, ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର; କାରଣ ମୁଁ ଅତି ମୂର୍ଖର କର୍ମ କରିଅଛି।”


ସେତେବେଳେ ଦାଉଦ ନାଥନଙ୍କୁ କହିଲେ, “ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି।” ଏଥିରେ ନାଥନ ଦାଉଦଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ପାପ ମଧ୍ୟ ଦୂର କରିଅଛନ୍ତି; ତୁମ୍ଭେ ମରିବ ନାହିଁ।


ସେତେବେଳେ ସେମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, ‘ଆମ୍ଭେମାନେ ପାପ କରିଅଛୁ, ଯେହେତୁ ଆମ୍ଭେମାନେ ସଦାପ୍ରଭୁଙ୍କୁ ତ୍ୟାଗ କରି ବାଲ୍‍ ଦେବଗଣର ଓ ଅଷ୍ଟାରୋତ୍‍ ଦେବୀଗଣର ପୂଜା କରିଅଛୁ; ମାତ୍ର ଏବେ ଆମ୍ଭମାନଙ୍କ ଶତ୍ରୁଗଣ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କର, ତହିଁରେ ଆମ୍ଭେମାନେ ତୁମ୍ଭର ସେବା କରିବା।’


ତହୁଁ ସେମାନେ ମିସ୍ପାରେ ଏକତ୍ରିତ ହୋଇ ଜଳ କାଢ଼ିଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଢାଳି ସେହି ଦିନ ଉପବାସ କରି ସେହିଠାରେ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ।” ଏଉତ୍ତାରେ ଶାମୁୟେଲ ମିସ୍ପାରେ ଇସ୍ରାଏଲ-ସନ୍ତାନଗଣର ବିଚାର କଲେ।


ହେ ସଦାପ୍ରଭୋ, ସଙ୍କଟ ସମୟରେ ସେମାନେ ତୁମ୍ଭର ଅନ୍ୱେଷଣ କରିଅଛନ୍ତି, ତୁମ୍ଭର ଶାସ୍ତି ସେମାନଙ୍କ ଉପରେ ଥିବା ବେଳେ ସେମାନେ ପ୍ରାର୍ଥନା ଢାଳି ପକାଇଲେ।


Swiv nou:

Piblisite


Piblisite