Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 1:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଏଥିରେ ଅଦୋନୀବେଷକ୍‌ କହିଲା, “ସତୁରି ଜଣ ରାଜା ଯାହାଙ୍କର ହସ୍ତ ଓ ପାଦର ବୃଦ୍ଧାଙ୍ଗୁଳି ଛିନ୍ନ କରାଯାଇଥିଲା, ସେମାନେ ଆମ୍ଭ ମେଜ ତଳେ ଆପଣାମାନଙ୍କ ଆହାର ସାଉଣ୍ଟୁ ଥିଲେ; ମୁଁ ଯେପରି କଲି, ପରମେଶ୍ୱର ସେପରି ମୋତେ ପ୍ରତିଫଳ ଦେଲେ।” ପୁଣି, ଲୋକମାନେ ତାକୁ ଯିରୂଶାଲମକୁ ଆଣିଲେ ଓ ସେ ସେଠାରେ ମଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଏଥିରେ ଅଦୋନୀବେଷକ କହିଲା, ହସ୍ତପାଦର ଛିନ୍ନବୃଦ୍ଧାଙ୍ଗୁଳି ତିନି କୋଡ଼ି ଦଶ ରାଜା ଆମ୍ଭ ମେଜ ତଳେ ଆପଣାମାନଙ୍କ ଆହାର ସାଉଣ୍ଟୁ ଥିଲେ; ମୁଁ ଯେପରି କଲି, ପରମେଶ୍ଵର ସେପରି ମୋତେ ପ୍ରତିଫଳ ଦେଲେ। ପୁଣି, ଲୋକମାନେ ତାକୁ ଯିରୂଶାଲମକୁ ଆଣିଲେ ଓ ସେ ସେଠାରେ ମଲା।

Gade chapit la Kopi

ଓଡିଆ ବାଇବେଲ

7 ଏଥିରେ ଅଦୋନୀବେଷକ୍‌ କହିଲା, “ସତୁରି ଜଣ ରାଜା ଯାହାଙ୍କର ହସ୍ତ ଓ ପାଦର ବୃଦ୍ଧାଙ୍ଗୁଳି ଛିନ୍ନ କରାଯାଇଥିଲା, ସେମାନେ ଆମ୍ଭ ମେଜ ତଳେ ଆପଣାମାନଙ୍କ ଆହାର ସାଉଣ୍ଟୁ ଥିଲେ; ମୁଁ ଯେପରି କଲି, ପରମେଶ୍ୱର ସେପରି ମୋତେ ପ୍ରତିଫଳ ଦେଲେ।” ପୁଣି, ଲୋକମାନେ ତାକୁ ଯିରୂଶାଲମକୁ ଆଣିଲେ ଓ ସେ ସେଠାରେ ମଲା।

Gade chapit la Kopi

ପବିତ୍ର ବାଇବଲ

7 ଏହା ପରେ ଅଦୋନୀବେଷକ୍ ସେମାନଙ୍କୁ କହିଲା, “ହସ୍ତପାଦର ଛିନ୍ନା ଅଙ୍ଗୁଳି ସତୁରି ଜଣ ରାଜା ଆମ୍ଭ ମେଜ ତଳେ ନିଜର ଆହାର ସାଉଣ୍ଟୁ ଥିଲେ। ମୁଁ ଯେପରି କରିଥିଲି ପରମେଶ୍ୱର ମୋତେ ସେହିପରି ଦେଲେ।” ଏହା ପରେ ଯିହୁଦାର ଲୋକମାନେ ଅଦୋନୀବେଷ‌କ୍‌କୁ ଯିରୁଶାଲମକୁ ଆଣିଲେ ଓ ସେ ସେଠାରେ ମୃତ୍ୟୁବରଣ କଲା।

Gade chapit la Kopi




ବିଚାରକର୍ତ୍ତା 1:7
16 Referans Kwoze  

ମାତ୍ର ଶାମୁୟେଲ କହିଲେ, “ତୁମ୍ଭର ଖଡ୍ଗ ଯେପରି ସ୍ତ୍ରୀମାନଙ୍କୁ ସନ୍ତାନହୀନ କରିଅଛି, ସେପରି ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହୀନ ହେବ।” ତହୁଁ ଶାମୁୟେଲ ଗିଲ୍‍ଗଲ୍‍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଅଗାଗକୁ ଖଣ୍ଡ ଖଣ୍ଡ କରି ହାଣିଲେ।


“କେହି ଯଦି ବନ୍ଦୀ କରିନିଏ, ତାହାହେଲେ ସେ ବନ୍ଦୀ ହୋଇଯିବ; କେହି ଯଦି ଖଡ୍ଗ ଦ୍ୱାରା ବଧ କରେ, ତାହାହେଲେ ତାହାକୁ ନିଶ୍ଚୟ ଖଡ୍ଗ ଦ୍ୱାରା ବଧ କରାଯିବ।” ଏହି ସ୍ଥଳରେ ସାଧୁମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସ ଆବଶ୍ୟକ।


କାରଣ ଯେ ଦୟା କରେ ନାହିଁ, ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ।


କାରଣ ସେମାନେ ମୋଶାଙ୍କ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ;


ଯେଣୁ ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ରକ୍ତପାତ କରିଥିଲେ, ଆଉ ତୁମ୍ଭେ ସେମାନଙ୍କୁ ପାନ କରିବା ନିମନ୍ତେ ରକ୍ତ ଦେଇଅଛ, ସେମାନେ ସେଥିର ଯୋଗ୍ୟ।”


ଆପେ ଲୁଟିତ ନୋହିଲେ ହେଁ ଲୁଟୁଅଛ ଯେ ତୁମ୍ଭେ; ପୁଣି, ଲୋକମାନେ ତୁମ୍ଭ ପ୍ରତି ବିଶ୍ୱାସଘାତକତା ନ କଲେ ହେଁ ବିଶ୍ୱାସଘାତକତା କରୁଅଛ ଯେ ତୁମ୍ଭେ, ତୁମ୍ଭେ ସନ୍ତାପର ପାତ୍ର! ତୁମ୍ଭେ ଲୁଟିବାର ସମାପ୍ତ କଲା ଉତ୍ତାରେ ଲୁଟିତ ହେବ ଓ ବିଶ୍ୱାସଘାତକତା କରିବାର ସମାପ୍ତ କଲା ଉତ୍ତାରେ ଲୋକମାନେ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିବେ।


ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର କିଛି ରକ୍ତ ଘେନି ହାରୋଣର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ ଓ ତାହାର ପୁତ୍ରଗଣର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ, ସେମାନଙ୍କ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଷ୍ଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଷ୍ଠି ଉପରେ ଲଗାଇବ, ପୁଣି, ବେଦି ଉପରେ ଚାରିଆଡ଼େ ରକ୍ତ ଛିଞ୍ଚିବ।


ମାତ୍ର ଅଦୋନୀବେଷକ୍‌ ପଳାଇଗଲା; ତହୁଁ ସେମାନେ ତାହା ପଛେ ଗୋଡ଼ାଇ ତାକୁ ଧରିଲେ ଏବଂ ତାହାର ହସ୍ତ ଓ ପାଦର ବୃଦ୍ଧାଙ୍ଗୁଳି ଛେଦନ କଲେ।


ଯେପରି ଯିରୁବ୍ବାଲ୍‍ର ସତୁରି ପୁତ୍ରଙ୍କ ପ୍ରତି ନିଷ୍ଠୁରତାର ପ୍ରତିଫଳ ଘଟେ ଓ ସେମାନଙ୍କୁ ବଧ କରିଥିଲା ଯେ ସେମାନଙ୍କ ଭାଇ ଅବୀମେଲକ୍‍ ଉପରେ ଏବଂ ଭାଇମାନଙ୍କୁ ବଧ କରିବାରେ ତାହାର ସାହାଯ୍ୟକାରୀ ଶିଖିମ ନିବାସୀ ଲୋକଙ୍କ ଉପରେ ସେହି ରକ୍ତପାତର ଅପରାଧ ବର୍ତ୍ତେ।


ପୁଣି ପରମେଶ୍ୱର ଶିଖିମ ନିବାସୀ ଲୋକମାନଙ୍କୁ ସମସ୍ତ ଦୁଷ୍କର୍ମର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇଲେ ଓ ଯିରୁବ୍ବାଲ୍‌ଙ୍କ ପୁତ୍ର ଯୋଥମ୍‍ର ଅଭିଶାପ ସେମାନଙ୍କ ଉପରେ ଫଳିଲା।


ଏହେତୁ ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ବଧ କରିଅଛ ଓ ଅଧିକାର ମଧ୍ୟ ଆତ୍ମସାତ୍‍ କରିଅଛ?” ଆହୁରି ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସ୍ଥାନରେ କୁକ୍କୁରମାନେ ନାବୋତର ରକ୍ତ ଚାଟି ଖାଇଲେ, ସେହି ସ୍ଥାନରେ କୁକ୍କୁରମାନେ ତୁମ୍ଭର ରକ୍ତ ମଧ୍ୟ ଚାଟି ଖାଇବେ।”


ଦେଖ, ଯେଉଁମାନେ ତୁମ୍ଭକୁ କ୍ଳେଶ ଦିଅନ୍ତି, ସେହି ସମସ୍ତଙ୍କ ପ୍ରତି ସେହି ସମୟରେ ଆମ୍ଭେ ଉପଯୁକ୍ତ ବ୍ୟବହାର କରିବା; ପୁଣି, ଆମ୍ଭେ ଆଘାତ ପ୍ରାପ୍ତ ଲୋକଙ୍କୁ ପରିତ୍ରାଣ କରିବା ଓ ଯେ ତାଡ଼ିତା ହୋଇଥିଲା, ତାହାକୁ ସଂଗ୍ରହ କରିବା; ଆଉ, ଯେଉଁମାନଙ୍କର ଲଜ୍ଜା ସମୁଦାୟ ପୃଥିବୀରେ ବ୍ୟାପିଥିଲା, ଆମ୍ଭେ ସେମାନଙ୍କୁ ପ୍ରଶଂସାର ଓ ଯଶର ପାତ୍ର କରିବା।


Swiv nou:

Piblisite


Piblisite