Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 5:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ହେ ଭାଇମାନେ, ଯେଉଁ ଭାବବାଦୀମାନେ ପ୍ରଭୁଙ୍କ ନାମରେ କଥା କହିଥିଲେ, ସେମାନଙ୍କୁ କ୍ଳେଶଭୋଗ ଓ ଧୈର୍ଯ୍ୟର ଦୃଷ୍ଟାନ୍ତ ସ୍ୱରୂପେ ଗ୍ରହଣ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ହେ ଭାଇମାନେ, ଯେଉଁ ଭାବବାଦୀମାନେ ପ୍ରଭୁଙ୍କ ନାମରେ କଥା କହିଥିଲେ, ସେମାନଙ୍କୁ କ୍ଳେଶଭୋଗ ଓ ଧୈର୍ଯ୍ୟର ଦୃଷ୍ଟାନ୍ତ ସ୍ଵରୂପେ ଗ୍ରହଣ କର।

Gade chapit la Kopi

ଓଡିଆ ବାଇବେଲ

10 ହେ ଭାଇମାନେ, ଯେଉଁ ଭାବବାଦୀମାନେ ପ୍ରଭୁଙ୍କ ନାମରେ କଥା କହିଥିଲେ, ସେମାନଙ୍କୁ କ୍ଳେଶଭୋଗ ଓ ଧୈର୍ଯ୍ୟର ଦୃଷ୍ଟାନ୍ତ ସ୍ୱରୂପେ ଗ୍ରହଣ କର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ଭାଇମାନେ, ଯେଉଁ ମଭାବବାଦୀଗଣ ପ୍ରଭୁଙ୍କ ନାମରେ ବାର୍ତ୍ତା ଦେଇଥିଲେ, ସେମାନଙ୍କୁ ସ୍ମରଣ କର। କ୍ଳେଶଭୋଗ ସମୟରେ ଧୈର୍ଯ୍ୟଶାଳୀ ଓ ସହିଷ୍ଣୁ ହେବା ପାଇଁ ସେମାନେ ତୁମର ଆଦର୍ଶ ହୁଅନ୍ତି।

Gade chapit la Kopi

ପବିତ୍ର ବାଇବଲ

10 ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ପାଇଁ ଭାବବାଣୀ କହିଥିବା ଭାବବାଦୀମାନଙ୍କ ଉଦାହରଣ ଅନୁସରଣ କର। ସେମାନେ ଅନେକ ଯାତନା ସହି ଥିଲେ ହେଁ ଧୈର୍ଯ୍ୟବାନ ଥିଲେ।

Gade chapit la Kopi




ଯାକୁବଙ୍କ ପତ୍ର 5:10
19 Referans Kwoze  

ଯେଉଁମାନେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ବାକ୍ୟ କହିଥିଲେ, ତୁମ୍ଭମାନଙ୍କ ଏପରି ନେତାମାନଙ୍କୁ ସ୍ମରଣ କର; ସେମାନଙ୍କ ଜୀବନଯାତ୍ରାର ଶେଷ ଗତି ପ୍ରତି ଦୃଷ୍ଟି ରଖି ସେମାନଙ୍କ ବିଶ୍ୱାସର ଅନୁକାରୀ ହୁଅ।


ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣମାନଙ୍କର ପିତୃ-ପୁରୁଷମାନେ ତାଡ଼ନା କରି ନ ଥିଲେ? ଯେଉଁମାନେ ସେହି ଧାର୍ମିକ ବ୍ୟକ୍ତିଙ୍କ ଆଗମନ ବିଷୟରେ ପୂର୍ବରୁ ଜଣାଇଥିଲେ, ସେମାନଙ୍କୁ ସେମାନେ ବଧ କଲେ; ଏବେ ଆପଣମାନେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରି ବଧ କରିଅଛନ୍ତି;


ସମସ୍ତ ବିଷୟ ପୁନଃସ୍ଥାପନର ଯେଉଁ ସମୟର କଥା ଅତି ପ୍ରାଚୀନକାଳରୁ ଈଶ୍ବର ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା କହିଅଛନ୍ତି, ସେହି ସମୟ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ତାହାଙ୍କୁ ନିଶ୍ଚୟ ସ୍ୱର୍ଗରେ ଗୃହୀତ ହେବାକୁ ହେବ।


ସେହି ଦିନ ଆନନ୍ଦରେ ନୃତ୍ୟ କର, କାରଣ ଦେଖ, ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ଆଉ ସେହିପରି ତ ସେମାନଙ୍କ ପିତୃ-ପୁରୁଷମାନେ ଭାବବାଦୀମାନଙ୍କ ପ୍ରତି କରୁଥିଲେ।”


ଆମ୍ଭେ ବ୍ୟର୍ଥରେ ତୁମ୍ଭ ସନ୍ତାନଗଣକୁ ଆଘାତ କରିଅଛୁ; ସେମାନେ ଶାସ୍ତି ଗ୍ରାହ୍ୟ କଲେ ନାହିଁ; ତୁମ୍ଭମାନଙ୍କର ନିଜ ଖଡ୍ଗ, ବିନାଶକ ସିଂହ ତୁଲ୍ୟ ତୁମ୍ଭମାନଙ୍କର ଭବିଷ୍ୟଦ୍‍ବକ୍ତାଗଣଙ୍କୁ ଗ୍ରାସ କରିଅଛି।


ସେତେବେଳେ ହିଜକୀୟ ଯିଶାଇୟଙ୍କୁ କହିଲା, “ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ କହିଅଛ, ତାହା ଉତ୍ତମ।” ସେ ଆହୁରି କହିଲା, “କାରଣ ମୋʼ ସମୟରେ ଶାନ୍ତି ଓ ସତ୍ୟତା ବିରାଜିତ ହେବ।”


ମାତ୍ର ସେମାନେ ପରମେଶ୍ୱରଙ୍କ ଦୂତଗଣକୁ ପରିହାସ କଲେ, ତାହାଙ୍କର ବାକ୍ୟ ତୁଚ୍ଛ କଲେ ଓ ତାହାଙ୍କ ଭବିଷ୍ୟଦ୍‍ବକ୍ତାଗଣକୁ ବିଦ୍ରୂପ କଲେ; ଏଣୁ ଆପଣା ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉତ୍ଥିତ ହେଲା, ଶେଷରେ ଆଉ ପ୍ରତିକାର ନୋହିଲା।


“ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେହିପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ।


ତହିଁରେ ଅଧିପତିମାନେ ଓ ଲୋକ ସମସ୍ତେ ଯାଜକମାନଙ୍କୁ ଓ ଭବିଷ୍ୟଦ୍‍ବକ୍ତାଗଣଙ୍କୁ କହିଲେ, “ଏହି ମନୁଷ୍ୟ ପ୍ରାଣଦଣ୍ଡର ଯୋଗ୍ୟ ନୁହେଁ; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ସେ ଆମ୍ଭମାନଙ୍କୁ କଥା କହିଅଛି।”


ମାତ୍ର ଯେବେ ସେମାନେ ଆମ୍ଭ ସଭାରେ ଠିଆ ହୋଇଥାʼନ୍ତେ, ତେବେ ଆମ୍ଭ ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇଥାʼନ୍ତେ ଓ ସେମାନଙ୍କ କୁପଥରୁ, ସେମାନଙ୍କ କୁକ୍ରିୟାରୁ ସେମାନଙ୍କୁ ଫେରାଇଥାʼନ୍ତେ।


ହେ ଭାଇମାନେ, ତୁମ୍ଭେମାନେ ପରସ୍ପରର ଗ୍ଳାନି କର ନାହିଁ; ଯେ ଭାଇର ଗ୍ଳାନି କରେ କିମ୍ବା ଭାଇର ବିଚାର କରେ, ସେ ବ୍ୟବସ୍ଥାର ଗ୍ଲାନି କରେ ଓ ସେଥିର ବିଚାର କରେ; କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥାର ବିଚାର କର, ତାହାହେଲେ ତୁମ୍ଭେ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ।


ଅତଏବ, ହେ ଭାଇମାନେ, ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। ଦେଖ, କୃଷକ କ୍ଷେତ୍ରର ବହୁମୂଲ୍ୟ ଫଳ ପାଇବା ନିମନ୍ତେ ଧୈର୍ଯ୍ୟ ଧରି ଆଦ୍ୟ ଓ ଶେଷ ବୃଷ୍ଟି ନ ହେବା ପର୍ଯ୍ୟନ୍ତ ଅପେକ୍ଷାରେ ରହେ।


ହେ ଭାଇମାନେ, ତୁମ୍ଭେମାନେ ଯେପରି ଦଣ୍ଡପ୍ରାପ୍ତ ନ ହୁଅ, ଏଥିନିମନ୍ତେ ପରସ୍ପର ବିରୁଦ୍ଧରେ ବଚସା ନ କର, ଦେଖ, ବିଚାରକର୍ତ୍ତା ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇଅଛନ୍ତି।


ତୁମ୍ଭମାନଙ୍କ ମଧ୍ୟରେ କଅଣ କେହି ଦୁଃଖଭୋଗ କରୁଅଛି? ସେ ପ୍ରାର୍ଥନା କରୁ। କେହି କଅଣ ଆନନ୍ଦିତ ଅଟେ? ସେ ସ୍ତବଗାନ କରୁ।


Swiv nou:

Piblisite


Piblisite