Biblia Todo Logo
Bib sou entènèt

- Piblisite -




ଯିଶାଇୟ 63:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପୁଣି, ଆମ୍ଭେ ଅନାଇଲୁ, ଆଉ ସାହାଯ୍ୟ କରିବାକୁ କେହି ନ ଥିଲା ଓ ସହାୟ ହେବାକୁ କେହି ନ ଥିବାରୁ ଆମ୍ଭେ ଚମତ୍କୃତ ହେଲୁ; ଏନିମନ୍ତେ ଆମ୍ଭ ନିଜ ବାହୁ ଆମ୍ଭ ନିକଟକୁ ପରିତ୍ରାଣ ଆଣିଲା ଓ ଆମ୍ଭର କୋପ ଆମ୍ଭର ସହାୟତା କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପୁଣି, ଆମ୍ଭେ ଅନାଇଲୁ, ସାହାଯ୍ୟ କରିବାକୁ କେହି ନ ଥିଲା ଓ ସହାୟ ହେବାକୁ କେହି ନ ଥିବାରୁ ଆମ୍ଭେ ଚମତ୍କୃତ ହେଲୁ; ଏନିମନ୍ତେ ଆମ୍ଭ ନିଜ ବାହୁ ଆମ୍ଭ ନିକଟକୁ ପରିତ୍ରାଣ ଆଣିଲାି ଓ ଆମ୍ଭର କୋପ ଆମ୍ଭର ସହାୟତା କଲା।

Gade chapit la Kopi

ଓଡିଆ ବାଇବେଲ

5 ପୁଣି, ଆମ୍ଭେ ଅନାଇଲୁ, ଆଉ ସାହାଯ୍ୟ କରିବାକୁ କେହି ନ ଥିଲା ଓ ସହାୟ ହେବାକୁ କେହି ନ ଥିବାରୁ ଆମ୍ଭେ ଚମତ୍କୃତ ହେଲୁ; ଏନିମନ୍ତେ ଆମ୍ଭ ନିଜ ବାହୁ ଆମ୍ଭ ନିକଟକୁ ପରିତ୍ରାଣ ଆଣିଲା ଓ ଆମ୍ଭର କୋପ ଆମ୍ଭର ସହାୟତା କଲା।

Gade chapit la Kopi

ପବିତ୍ର ବାଇବଲ

5 ଆମ୍ଭେ ଅନାଇଲୁ, ମାତ୍ର ସାହାଯ୍ୟକାରୀ କେହି ନ ଥିଲେ। ସହାୟକ ନ ଥିବାରୁ ଆମ୍ଭେ ଆଶ୍ଚର୍ଯ୍ୟ ହେଲୁ। ଏଣୁ ଆମ୍ଭ ନିଜ ବାହୁ ଆମ୍ଭ ନିକଟକୁ ପରିତ୍ରାଣ ଆଣିଲା ଓ ଆମ୍ଭର କୋପ ଆମ୍ଭର ସହାୟତା କଲା।

Gade chapit la Kopi




ଯିଶାଇୟ 63:5
19 Referans Kwoze  

କାରଣ ସେମାନେ ନିଜ ଖଡ୍ଗ ଦ୍ୱାରା ଦେଶାଧିକାର ପ୍ରାପ୍ତ ହେଲେ ନାହିଁ, କିଅବା ସେମାନଙ୍କ ନିଜ ବାହୁ ସେମାନଙ୍କୁ ଉଦ୍ଧାର କଲା ନାହିଁ; ମାତ୍ର ସେମାନଙ୍କ ପ୍ରତି ତୁମ୍ଭର ଅନୁଗ୍ରହ ଥିବାରୁ ତୁମ୍ଭର ଦକ୍ଷିଣ ହସ୍ତ, ତୁମ୍ଭର ବାହୁ ଓ ତୁମ୍ଭ ମୁଖର ପ୍ରସନ୍ନତା ତାହା କରିଥିଲା।


ମାତ୍ର ଆମ୍ଭେ ଯିହୁଦା ବଂଶ ପ୍ରତି ଦୟା କରିବା ଓ ଧନୁ, ଖଡ୍ଗ, ଯୁଦ୍ଧ କି ଅଶ୍ୱଗଣ କିଅବା ଅଶ୍ୱାରୋହୀଗଣ ଦ୍ୱାରା ସେମାନଙ୍କୁ ଉଦ୍ଧାର ନ କରି ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ଉଦ୍ଧାର କରିବା।”


ସଦାପ୍ରଭୁ ସର୍ବଦେଶୀୟମାନଙ୍କ ଦୃଷ୍ଟିରେ ଆପଣା ପବିତ୍ର ବାହୁ ଅନାବୃତ କରିଅଛନ୍ତି ଓ ପୃଥିବୀର ଆଦ୍ୟନ୍ତସ୍ଥିତ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିତ୍ରାଣ ଦେଖିବେ।


ଆମ୍ଭେ ଯେତେବେଳେ ଆସିଲୁ କାହିଁକି କେହି ଉପସ୍ଥିତ ନ ଥିଲା? ଆମ୍ଭେ ଯେତେବେଳେ ଡାକିଲୁ କାହିଁକି କେହି ଉତ୍ତର ଦେବାକୁ ନ ଥିଲା? ଆମ୍ଭର ହସ୍ତ କି କିଛି ଛୋଟ ହୋଇଅଛି ଯେ, ତାହା ମୁକ୍ତ କରି ନ ପାରେ? କିଅବା ଉଦ୍ଧାର କରିବା ପାଇଁ କି ଆମ୍ଭର ପରାକ୍ରମ ନାହିଁ? ଦେଖ, ଆମ୍ଭେ ଧମକରେ ସମୁଦ୍ରକୁ ଶୁଷ୍କ କରୁ, ଆମ୍ଭେ ନଦ-ନଦୀକୁ ପ୍ରାନ୍ତର କରୁ; ସେଠାସ୍ଥିତ ମତ୍ସ୍ୟ ଜଳ ଅଭାବରେ ତୃଷାର୍ତ୍ତ ହୋଇ ମରିଯାଇ ଦୁର୍ଗନ୍ଧ ହୁଏ।


ଆମ୍ଭେ ଅନାଇଲା ବେଳେ କେହି ନାହିଁ; ଆମ୍ଭେ ପଚାରିଲା ବେଳେ ଯେ ପଦେ ଉତ୍ତର ଦେଇ ପାରେ, ସେମାନଙ୍କ ମଧ୍ୟରେ ଏପରି ମନ୍ତ୍ରଣାଦାତା ସୁଦ୍ଧା କେହି ନାହିଁ।


ଦେଖ, ପ୍ରଭୁ ସଦାପ୍ରଭୁ ପରାକ୍ରମୀର ତୁଲ୍ୟ ଆସିବେ ଓ ତାହାଙ୍କର ବାହୁ ତାହାଙ୍କ ପାଇଁ କର୍ତ୍ତୃତ୍ୱ କରିବ; ଦେଖ, ତାହାଙ୍କ ସଙ୍ଗେ ତାହାଙ୍କର ପୁରସ୍କାର ଅଛି ଓ ତାହାଙ୍କ ଆଗରେ ତାହାଙ୍କର ପ୍ରତିଫଳ ଅଛି।


ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; କାରଣ ସେ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି; ତାହାଙ୍କ ଦକ୍ଷିଣ ହସ୍ତ ଓ ତାହାଙ୍କ ପବିତ୍ର ବାହୁ ତାହାଙ୍କ ପକ୍ଷରେ ପରିତ୍ରାଣ ସାଧନ କରିଅଛି।


କିନ୍ତୁ ଯିହୁଦୀ ହେଉ ବା ଗ୍ରୀକ୍‍ ହେଉ, ଯେଉଁମାନେ ଆହୂତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ବରଙ୍କ ଶକ୍ତି ଓ ଈଶ୍ବରଙ୍କ ଜ୍ଞାନସ୍ୱରୂପ ଅଟନ୍ତି।


ଦେଖ, ସମୟ ଆସୁଅଛି, ହଁ, ଆସିଲାଣି, ଯେତେବେଳେ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକେ ଆପଣା ଆପଣା ଘରକୁ ପଳାଇଯିବ, ଆଉ ମୋତେ ଏକାକୀ ପରିତ୍ୟାଗ କରିବ; ତଥାପି ମୁଁ ଏକାକୀ ନୁହେଁ, କାରଣ ପିତା ମୋʼ ସାଙ୍ଗରେ ଅଛନ୍ତି।


“ଆମ୍ଭେ ଏକାକୀ ଦ୍ରାକ୍ଷାମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲା; ଆମ୍ଭେ ଆପଣା କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ଆପଣା କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ; ଏଣୁ ସେମାନଙ୍କ ପ୍ରାଣରକ୍ତର ଛିଟା ଆମ୍ଭ ବସ୍ତ୍ରରେ ପଡ଼ିଲା ଓ ଆମ୍ଭେ ଆପଣାର ପରିହିତ ବସ୍ତ୍ରସବୁ ଦାଗଯୁକ୍ତ କରିଅଛୁ।


ହେ ସଦାପ୍ରଭୁଙ୍କ ବାହୁ, ଜାଗ, ଜାଗ, ବଳ ପରିଧାନ କର, ଯେପରି ପୂର୍ବକାଳରେ, ପ୍ରାଚୀନ କାଳର ବଂଶାନୁକ୍ରମେ ସମୟରେ, ସେହିପରି ଜାଗ। ଯେ ରାହବକୁ ଖଣ୍ଡ ଖଣ୍ଡ କରି କାଟିଲେ, ଯେ ନାଗକୁ ବିଦ୍ଧ କଲେ, ସେ କି ତୁମ୍ଭେ ନୁହଁ?


ମୋʼ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ; କାରଣ ସଙ୍କଟ ସନ୍ନିକଟ; ସାହାଯ୍ୟକାରୀ କେହି ନାହିଁ।


ନିନ୍ଦା ମୋହର ହୃଦୟ ଭଗ୍ନ କରିଅଛି ଓ ମୁଁ ସମ୍ପୂର୍ଣ୍ଣ ଭାରାକ୍ରାନ୍ତ ହୋଇଅଛି; ପୁଣି, କେହି ଦୟା କରିବ ବୋଲି ମୁଁ ଅପେକ୍ଷା କଲି, ମାତ୍ର କେହି ନ ଥିଲା ଓ ସାନ୍ତ୍ୱନାକାରୀମାନଙ୍କର ଅପେକ୍ଷା କଲି, ମାତ୍ର କାହାକୁ ପାଇଲି ନାହିଁ।


ଆମ୍ଭର ଧର୍ମ ନିକଟବର୍ତ୍ତୀ, ଆମ୍ଭର ପରିତ୍ରାଣ ନିର୍ଗତ ହୋଇଅଛି ଓ ଆମ୍ଭର ବାହୁ ଗୋଷ୍ଠୀବର୍ଗର ବିଚାର କରିବ; ଦ୍ୱୀପଗଣ ଆମ୍ଭର ଅପେକ୍ଷାରେ ରହିବେ ଓ ଆମ୍ଭର ବାହୁରେ ପ୍ରତ୍ୟାଶା ରଖିବେ।


ପୁଣି, ଆମ୍ଭେ ଯେପରି ଦେଶ ବିନଷ୍ଟ ନ କରୁ, ଏଥିପାଇଁ ଯେ ପ୍ରାଚୀର ଦୃଢ଼ କରି ପାରିବ ଓ ଫାଟ ସ୍ଥାନରେ ଆମ୍ଭ ସମ୍ମୁଖରେ ଦେଶର ସପକ୍ଷରେ ଠିଆ ହେବ, ଏପରି ଏକ ପୁରୁଷ ଆମ୍ଭେ ଅନ୍ଵେଷଣ କଲୁ, ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ।


କିଏ ମୋହର ସପକ୍ଷ ହୋଇ କୁକର୍ମକାରୀମାନଙ୍କ ବିରୁଦ୍ଧରେ ଉଠିବ? କିଏ ମୋହର ସପକ୍ଷ ହୋଇ ଅଧର୍ମାଚାରୀମାନଙ୍କ ବିରୁଦ୍ଧରେ ଠିଆ ହେବ?


ସେ ସେମାନଙ୍କ ହୃଦୟକୁ କ୍ଳେଶରେ ଅବନତ କଲେ; ସେମାନେ ପତିତ ହେଲେ ଓ ସାହାଯ୍ୟ କରିବାକୁ କେହି ନ ଥିଲା।


Swiv nou:

Piblisite


Piblisite