Biblia Todo Logo
Bib sou entènèt

- Piblisite -




ଯିଶାଇୟ 63:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 “ଆମ୍ଭେ ଏକାକୀ ଦ୍ରାକ୍ଷାମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲା; ଆମ୍ଭେ ଆପଣା କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ଆପଣା କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ; ଏଣୁ ସେମାନଙ୍କ ପ୍ରାଣରକ୍ତର ଛିଟା ଆମ୍ଭ ବସ୍ତ୍ରରେ ପଡ଼ିଲା ଓ ଆମ୍ଭେ ଆପଣାର ପରିହିତ ବସ୍ତ୍ରସବୁ ଦାଗଯୁକ୍ତ କରିଅଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଆମ୍ଭେ ଏକାକୀ ଦ୍ରାକ୍ଷାମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲା; ଆମ୍ଭେ ଆପଣା କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ଆପଣା କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ; ଏଣୁ ସେମାନଙ୍କ ପ୍ରାଣ-ରକ୍ତର ଛିଟା ଆମ୍ଭ ବସ୍ତ୍ରରେ ପଡ଼ିଲା ଓ ଆମ୍ଭେ ଆପଣାର ପରିହିତ ବସ୍ତ୍ରସବୁ ଦାଗଯୁକ୍ତ କରିଅଛୁ।

Gade chapit la Kopi

ଓଡିଆ ବାଇବେଲ

3 ଆମ୍ଭେ ଏକାକୀ ଦ୍ରାକ୍ଷାମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲା; ଆମ୍ଭେ ଆପଣା କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ଆପଣା କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ; ଏଣୁ ସେମାନଙ୍କ ପ୍ରାଣରକ୍ତର ଛିଟା ଆମ୍ଭ ବସ୍ତ୍ରରେ ପଡ଼ିଲା ଓ ଆମ୍ଭେ ଆପଣାର ପରିହିତ ବସ୍ତ୍ରସବୁ ଦାଗଯୁକ୍ତ କରିଅଛୁ।

Gade chapit la Kopi

ପବିତ୍ର ବାଇବଲ

3 ସେ ଉତ୍ତର କରନ୍ତି, “ଆମ୍ଭେ ଏକାକୀ ଦ୍ରାକ୍ଷା ମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲେ। ଆମ୍ଭେ ନିଜର କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ନିଜର କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ। ଏଣୁ ସେମାନଙ୍କର ପ୍ରାଣ ରକ୍ତର ଛିଟାରେ ଆମ୍ଭ ବସ୍ତ୍ର ରଞ୍ଜିତ ହେଲା ଓ ଆମ୍ଭେ ସେହି ରକ୍ତ ରଞ୍ଜିତ ବସ୍ତ୍ର ପରିଧାନ କରିଅଛୁ।

Gade chapit la Kopi




ଯିଶାଇୟ 63:3
18 Referans Kwoze  

ପୁଣି, ତୁମ୍ଭେମାନେ ଦୁଷ୍ଟମାନଙ୍କୁ ପଦ ତଳେ ଦଳି ପକାଇବ; କାରଣ ଯେଉଁ ଦିନ ଆମ୍ଭେ କାର୍ଯ୍ୟ କରିବା, ସେହି ଦିନ ସେମାନେ ତୁମ୍ଭମାନଙ୍କର ତଳିପାର ଅଧଃସ୍ଥିତ ଭସ୍ମ ହେବେ, ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି।


ସେତେବେଳେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର କାହାନ୍ତି ବୋଲି ଯେ ମୋତେ କହିଥିଲା, ମୋର ସେହି ଶତ୍ରୁ ତାହା ଦେଖିବ ଓ ଲଜ୍ଜା ତାହାକୁ ଆଚ୍ଛନ୍ନ କରିବ; ମୋର ଚକ୍ଷୁ ତାହାକୁ ଦେଖିବ; ଏବେ ସେ ପଥର କାଦୁଅ ପରି ଦଳିତ ହେବ।


ପୁଣି, ସେମାନେ ବୀରଗଣ ତୁଲ୍ୟ ହୋଇ ଯୁଦ୍ଧରେ ଆପଣାମାନଙ୍କର ଶତ୍ରୁଗଣକୁ ବାଟର କାଦୁଅରେ ଦଳି ପକାଇବେ ଓ ସେମାନେ ଯୁଦ୍ଧ କରିବେ, କାରଣ ସଦାପ୍ରଭୁ ସେମାନଙ୍କର ସହବର୍ତ୍ତୀ ଅଟନ୍ତି ଓ ଅଶ୍ୱାରୋହୀମାନେ ଲଜ୍ଜିତ ହେବେ।


ପ୍ରଭୁ ମୋହର ମଧ୍ୟବର୍ତ୍ତୀ ବୀର ସମସ୍ତଙ୍କୁ ଅକିଞ୍ଚନା କରିଅଛନ୍ତି; ସେ ମୋʼ ଯୁବକଗଣକୁ ଦଳି ପକାଇବା ପାଇଁ ମୋʼ ବିରୁଦ୍ଧରେ ଏକ ମହାସଭା ଆହ୍ୱାନ କରିଅଛନ୍ତି; ଦ୍ରାକ୍ଷାକୁଣ୍ଡରେ ମର୍ଦ୍ଦନ କଲା ପରି ପ୍ରଭୁ ଯିହୁଦାର କୁମାରୀକୁ ମର୍ଦ୍ଦନ କରିଅଛନ୍ତି।


ପୁଣି, ଆମ୍ଭେ ଆପଣା କ୍ରୋଧରେ ଲୋକମାନଙ୍କୁ ଦଳି ପକାଇଲୁ ଓ ଆମ୍ଭ କୋପରେ ସେମାନଙ୍କୁ ମତ୍ତ କରାଇଲୁ, ପୁଣି ଭୂମିରେ ସେମାନଙ୍କ ପ୍ରାଣରକ୍ତ ଢାଳି ପକାଇଲୁ।”


କାରଣ ଦର୍ଶନ ଉପତ୍ୟକାରେ ପ୍ରଭୁଙ୍କର, ସୈନ୍ୟାଧିପତି ସଦାପ୍ରଭୁଙ୍କର ପ୍ରେରିତ ପରାଜୟର, ଦଳନର, ବ୍ୟାକୁଳତାର ପ୍ରାଚୀର ଭଗ୍ନ ହେବାର ଓ ପର୍ବତଗଣ ପ୍ରତି ଆର୍ତ୍ତନାଦ କରିବାର ଦିନ ଏହି।


କାରଣ ଏହି ପର୍ବତରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହେବ, ଆଉ ଯେପରି କୁଟା ଖତଗଦାର ଜଳରେ ପଦ ତଳେ ଦଳିତ ହୁଏ, ସେହିପରି ମୋୟାବ ସ୍ୱ ସ୍ଥାନରେ ଦଳିତ ହେବ।


ଏଥିରେ ଯେହୂ କହିଲେ, “ତାକୁ ତଳକୁ ପକାଇଦିଅ।” ତହୁଁ ସେମାନେ ଈଷେବଲ୍‍କୁ ତଳକୁ ପକାଇଦେଲେ; ପୁଣି ତାହାର କିଛି ରକ୍ତ ପ୍ରାଚୀର ଓ ଅଶ୍ୱମାନଙ୍କ ଉପରେ ଛିଟ୍‍କି ପଡ଼ିଲା ଓ ସେ ତାକୁ ପାଦ ତଳେ ଦଳିଲେ।


ପ୍ରତ୍ୟେକ ଗର୍ବୀକୁ ଅନାଇ ତାହାକୁ ନତ କର; ଦୁଷ୍ଟମାନଙ୍କୁ ସେମାନଙ୍କ ଠିଆ ହେବା ସ୍ଥାନରେ ଦଳି ପକାଅ।


ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା; ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ।


ଇଫ୍ରୟିମର ମତ୍ତ ଲୋକମାନଙ୍କର ଦର୍ପସୂଚକ ମୁକୁଟ ପଦ ତଳେ ଦଳିତ ହେବ;


ପୁଣି, ସେ ବୁକୁପଟା ରୂପେ ଧାର୍ମିକତା ଓ ପରିତ୍ରାଣର ଟୋପର ଆପଣାର ମସ୍ତକରେ ପିନ୍ଧିଲେ; ଆଉ, ସେ ପ୍ରତିଶୋଧରୂପ ବସ୍ତ୍ର ପରିଧାନ କଲେ ଓ ଉତ୍ତରୀୟ ବସ୍ତ୍ରରୂପେ ଉଦ୍‍ଯୋଗରୂପ ବସ୍ତ୍ର ପିନ୍ଧିଲେ।


ତୁମ୍ଭେମାନେ ଦାʼ ଲଗାଅ କାରଣ ଶସ୍ୟ ପାଚିଅଛି; ତୁମ୍ଭେମାନେ ଆସି ଦଳନ କର; କାରଣ ଦ୍ରାକ୍ଷାଯନ୍ତ୍ର ପୂର୍ଣ୍ଣ ହୋଇଅଛି, କୁଣ୍ଡସବୁ ଉଚ୍ଛୁଳି ପଡ଼ୁଅଛି; କାରଣ ସେମାନଙ୍କର ଦୁଷ୍ଟତା ବଡ଼।


ସେ ଦ୍ରାକ୍ଷାଲତା ନିକଟରେ ଆପଣା ବାଛରାକୁ ଓ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗର୍ଦ୍ଦଭ ଶାବକକୁ ବାନ୍ଧିବ; ସେ ଦ୍ରାକ୍ଷାରସରେ ଆପଣା ଉତ୍ତରୀୟ ବସ୍ତ୍ର ଓ ଦ୍ରାକ୍ଷାରସରେ ଆପଣା ପରିଧେୟ ବସ୍ତ୍ର ଧୋଇବ।


Swiv nou:

Piblisite


Piblisite