Biblia Todo Logo
Bib sou entènèt

- Piblisite -




ଯିଶାଇୟ 63:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଯଦ୍ୟପି ଅବ୍ରହାମ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ ଓ ଇସ୍ରାଏଲ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ, ତଥାପି ତୁମ୍ଭେ ତ ଆମ୍ଭମାନଙ୍କର ପିତା; ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଅନନ୍ତ କାଳରୁ ଆମ୍ଭମାନଙ୍କର ମୁକ୍ତିଦାତା ବୋଲି ତୁମ୍ଭର ନାମ ଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଯଦ୍ୟପି ଅବ୍ରହାମ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ ଓ ଇସ୍ରାଏଲ ଆମ୍ଭମାନଙ୍କୁ ସ୍ଵୀକାର କରନ୍ତି ନାହିଁ, ତଥାପି ତୁମ୍ଭେ ତ ଆମ୍ଭମାନଙ୍କର ପିତା; ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଅନ; କାଳରୁ ଆମ୍ଭମାନଙ୍କର ମୁକ୍ତିଦାତା ବୋଲି ତୁମ୍ଭର ନାମ ଅଛି।

Gade chapit la Kopi

ଓଡିଆ ବାଇବେଲ

16 ଯଦ୍ୟପି ଅବ୍ରହାମ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ ଓ ଇସ୍ରାଏଲ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ, ତଥାପି ତୁମ୍ଭେ ତ ଆମ୍ଭମାନଙ୍କର ପିତା; ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଅନନ୍ତ କାଳରୁ ଆମ୍ଭମାନଙ୍କର “ମୁକ୍ତିଦାତା” ବୋଲି ତୁମ୍ଭର ନାମ ଅଛି।

Gade chapit la Kopi

ପବିତ୍ର ବାଇବଲ

16 ଯଦିଓ ଅବ୍ରହାମ ଆମ୍ଭକୁ ଜାଣନ୍ତି ନାହିଁ, ଓ ଇସ୍ରାଏଲର ଯାଜକ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ, ସଦାପ୍ରଭୁ ତୁମ୍ଭେ ଆମ୍ଭମାନଙ୍କର ପିତା ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ଯେ, ଆମ୍ଭକୁ ରକ୍ଷା କରିଛ।

Gade chapit la Kopi




ଯିଶାଇୟ 63:16
29 Referans Kwoze  

ମାତ୍ର ଏବେ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ ମୃତ୍ତିକା, ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ।


ଆମ୍ଭ ସମସ୍ତଙ୍କର କି ଏକ ପିତା ନାହାନ୍ତି? ଏକ ପରମେଶ୍ୱର କି ଆମ୍ଭମାନଙ୍କୁ ସୃଷ୍ଟି କରି ନାହାନ୍ତି? ଆମ୍ଭେମାନେ ଆପଣାମାନଙ୍କ ପିତାଙ୍କର ନିୟମ ଅପବିତ୍ର କରି ପ୍ରତ୍ୟେକ ଲୋକ କାହିଁକି ଆପଣା ଆପଣା ଭ୍ରାତା ପ୍ରତି ବିଶ୍ୱାସଘାତକତା କରୁଅଛୁ?


ମାତ୍ର ଆମ୍ଭେ କହିଲୁ, ଆମ୍ଭ ସନ୍ତାନଗଣ ମଧ୍ୟରେ କିପରି ତୁମ୍ଭକୁ ସ୍ଥାନ ଦେବା ଓ ମନୋରମ ଏକ ଦେଶ, ନାନା ଦେଶୀୟମାନଙ୍କର ପରମ ରତ୍ନ ସ୍ୱରୂପ ଏକ ଅଧିକାର ତୁମ୍ଭକୁ ଦାନ କରିବା? ପୁଣି, ଆମ୍ଭେ କହିଲୁ, ତୁମ୍ଭେମାନେ ଆମ୍ଭକୁ ହେ ମୋର ପିତଃ ବୋଲି ଡାକିବ ଓ ଆମ୍ଭ ପଶ୍ଚାଦ୍‍ଗମନରୁ ବିମୁଖ ହେବ ନାହିଁ।


ସଦାପ୍ରଭୁ, ଇସ୍ରାଏଲର ରାଜା ଓ ତାହାର ମୁକ୍ତିଦାତା ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ଆଦି ଓ ଆମ୍ଭେ ଅନ୍ତ, ପୁଣି ଆମ୍ଭ ଛଡ଼ା ପରମେଶ୍ୱର ଆଉ ନାହିଁ।


ହେ ମୂଢ଼ ଓ ଅଜ୍ଞାନ ଲୋକେ, ତୁମ୍ଭେମାନେ କି ସଦାପ୍ରଭୁଙ୍କୁ ଏପରି ପରିଶୋଧ କରୁଅଛ; ସେ କି ତୁମ୍ଭର କ୍ରୟକାରୀ ପିତା ନୁହନ୍ତି? ସେ ତୁମ୍ଭର ସୃଷ୍ଟି ଓ ସ୍ଥିତିକର୍ତ୍ତା ଅଟନ୍ତି।


“ପୁତ୍ର ଆପଣା ପିତାକୁ ଓ ଦାସ ଆପଣା ମୁନିବକୁ ସମାଦର କରେ; ମାତ୍ର ଆମ୍ଭେ ଯଦି ପିତା ଅଟୁ, ତେବେ ଆମ୍ଭର ସମାଦର କାହିଁ? ଓ ଆମ୍ଭେ ଯଦି ମୁନିବ ଅଟୁ, ତେବେ ଆମ୍ଭ ପ୍ରତି ଭୟ କାହିଁ? ହେ ଆମ୍ଭ ନାମର ଅବଜ୍ଞାକାରୀ ଯାଜକଗଣ, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭମାନଙ୍କୁ ଏହା କହନ୍ତି। ପୁଣି, ତୁମ୍ଭେମାନେ କହୁଅଛ, ‘ଆମ୍ଭେମାନେ କାହିଁରେ ତୁମ୍ଭ ନାମ ଅବଜ୍ଞା କରିଅଛୁ।’


ହେ କୀଟ ସ୍ୱରୂପ ଯାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ; ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।


ସେମାନେ କ୍ରନ୍ଦନ କରୁ କରୁ ଆମ୍ଭ ଦ୍ୱାରା ଆନୀତ ହେବେ, ଆମ୍ଭେ ସେମାନଙ୍କୁ ସଜଳ ନଦୀମାନର ନିକଟ ଦେଇ ସଳଖ ପଥରେ ଗମନ କରାଇବା, ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ; କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ।


ତୁମ୍ଭମାନଙ୍କର ମୁକ୍ତିଦାତା, ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ସକାଶେ ବାବିଲକୁ ଲୋକ ପଠାଇଅଛୁ ଓ ଆମ୍ଭେ ସେସମସ୍ତଙ୍କୁ ପଳାତକଗଣ ତୁଲ୍ୟ ଆଣିବା; କଲ୍‍ଦୀୟମାନଙ୍କୁ ହିଁ ସେମାନଙ୍କର ଆନନ୍ଦଗାନର ନୌକାରେ ଆଣିବା।


ତାହାର ସନ୍ତାନଗଣ ସମ୍ଭ୍ରମ ପ୍ରାପ୍ତ ହେଲେ, ସେ ତାହା ଜାଣେ ନାହିଁ; ପୁଣି, ସେମାନେ ଅବନତ ହେଲେ, ସେ ସେମାନଙ୍କ ବିଷୟ ବୋଧ ପାଏ ନାହିଁ।


ଏହେତୁ ଦାଉଦ ସମଗ୍ର ସମାଜ ସାକ୍ଷାତରେ ସଦାପ୍ରଭୁଙ୍କର ଧନ୍ୟବାଦ କଲେ; ଆଉ ଦାଉଦ କହିଲେ, “ହେ ସଦାପ୍ରଭୋ, ଆମ୍ଭମାନଙ୍କ ପିତା ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ସଦାକାଳ ଧନ୍ୟ।


ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ‘ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ।


ଯେ ମୋଶାଙ୍କ ଡାହାଣରେ ଆପଣାର ପ୍ରତାପାନ୍ୱିତ ବାହୁ ଗମନ କରାଇଲେ, ଯେ ଆପଣା ନିମନ୍ତେ ଅନନ୍ତକାଳସ୍ଥାୟୀ ନାମ ସ୍ଥାପନାର୍ଥେ, ସେମାନଙ୍କ ସମ୍ମୁଖରେ ଜଳକୁ ବିଭକ୍ତ କଲେ,


କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି; ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା; ସେ ସମୁଦାୟ ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ।


ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି; ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ, କିଅବା ସେମାନେ ଆଉ କୌଣସି ଫଳ ପାଆନ୍ତି ନାହିଁ; କାରଣ ସେମାନଙ୍କ ବିଷୟକ ସ୍ମରଣ ବିସ୍ମୃତ ହୁଏ।


ପୁଣି, ତୁମ୍ଭେ ଫାରୋକୁ କହିବ, ସଦାପ୍ରଭୁ କହନ୍ତି, “ଇସ୍ରାଏଲ ଆମ୍ଭର ପୁତ୍ର; ଆମ୍ଭର ଜ୍ୟେଷ୍ଠ ପୁତ୍ର;


ତୁମ୍ଭେମାନେ ତୁମ୍ଭମାନଙ୍କ ପିତାର କର୍ମସବୁ କରୁଅଛ।” ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ବ୍ୟଭିଚାରରୁ ଜାତ ହୋଇ ନାହୁଁ; ଆମ୍ଭମାନଙ୍କର ଏକମାତ୍ର ପିତା, ସେ ଈଶ୍ବର।


ହେ ଆକାଶମଣ୍ଡଳ, ଶୁଣ, ହେ ପୃଥିବୀ, କର୍ଣ୍ଣପାତ କର, କାରଣ ସଦାପ୍ରଭୁ କହିଅଛନ୍ତି; “ଆମ୍ଭେ ସନ୍ତାନଗଣକୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସେମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି।


କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ।


ଏହେତୁ ଅବ୍ରହାମର ମୁକ୍ତିକର୍ତ୍ତା ସଦାପ୍ରଭୁ ଯାକୁବ ବଂଶ ବିଷୟରେ ଏହିପରି କହନ୍ତି; “ଯାକୁବ ଏବେ ଲଜ୍ଜିତ ହେବ ନାହିଁ, କିଅବା ତାହାର ମୁଖ ମଳିନ ହେବ ନାହିଁ।


ମାତ୍ର ହେ ଆମ୍ଭର ଦାସ ଇସ୍ରାଏଲ, ଆମ୍ଭର ମନୋନୀତ ଯାକୁବ, ଆମ୍ଭର ବନ୍ଧୁ ଅବ୍ରହାମର ବଂଶ;


ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମ ପ୍ରତି ଓ ତୁମ୍ଭମାନଙ୍କ ପ୍ରସବକାରିଣୀ ସାରା ପ୍ରତି ଦୃଷ୍ଟି କର; କାରଣ ସେ ଏକାକୀ ଥିବା ବେଳେ ଆମ୍ଭେ ତାହାକୁ ଆହ୍ୱାନ କଲୁ ଓ ଆମ୍ଭେ ଆଶୀର୍ବାଦ କରି ତାହାକୁ ବହୁବଂଶ କଲୁ।


ତୁମ୍ଭେ ଅନ୍ୟଦେଶୀୟମାନଙ୍କର ଦୁଗ୍ଧ ପାନ କରିବ ଓ ରାଜାଗଣର ସ୍ତନ ଚୁଷିବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା ଅଟୁ, ଏହା ତୁମ୍ଭେ ଜାଣିବ।


ତଥାପି ଇସ୍ରାଏଲ-ସନ୍ତାନଗଣର ସଂଖ୍ୟା ସମୁଦ୍ରର ବାଲୁକା ତୁଲ୍ୟ ଅପରିମେୟ ଓ ଅସଂଖ୍ୟ ହେବ; ପୁଣି, ଯେଉଁ ସ୍ଥଳରେ ସେମାନଙ୍କୁ, “ତୁମ୍ଭେମାନେ ଆମ୍ଭର ଲୋକ ନୁହଁ” ବୋଲି କୁହାଯାଇଥିଲା, ସେହି ସ୍ଥଳରେ ସେମାନଙ୍କୁ କୁହାଯିବ ଯେ, “ତୁମ୍ଭେମାନେ ଜୀବିତ ପରମେଶ୍ୱରଙ୍କର ସନ୍ତାନଗଣ ଅଟ।”


ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ ଅଟ; ତୁମ୍ଭେମାନେ ମୃତ ଲୋକମାନଙ୍କ ନିମନ୍ତେ ଆପଣା ଆପଣା ଶରୀରରେ କଟାକଟି କରିବ ନାହିଁ, କିଅବା ଆପଣାମାନଙ୍କ ଭ୍ରୂଲତାର ମଧ୍ୟସ୍ଥଳ କ୍ଷୌର କରିବ ନାହିଁ।


ସଦାପ୍ରଭୁ, ଇସ୍ରାଏଲର ଧର୍ମସ୍ୱରୂପ ଓ ତାହାର ନିର୍ମାଣକର୍ତ୍ତା ଏହି କଥା କହନ୍ତି, “ଆଗାମୀ ଘଟଣାର ବିଷୟ ଆମ୍ଭକୁ ପଚାର; ତୁମ୍ଭେମାନେ ଆମ୍ଭ ସନ୍ତାନଗଣର ବିଷୟରେ ଓ ଆମ୍ଭ ହସ୍ତକୃତ କର୍ମ ବିଷୟରେ ଆମ୍ଭକୁ ଆଦେଶ ଦିଅ।


ପୁଣି, ଯେ ତୁମ୍ଭ ନାମରେ ପ୍ରାର୍ଥନା କରେ, ଯେ ତୁମ୍ଭକୁ ଧରିବା ପାଇଁ ଆପଣାକୁ ଉତ୍ତେଜିତ କରେ, ଏପରି କେହି ନାହିଁ; କାରଣ ତୁମ୍ଭେ ଆମ୍ଭମାନଙ୍କଠାରୁ ଆପଣା ମୁଖ ଲୁଚାଇଅଛ ଓ ଆମ୍ଭମାନଙ୍କର ଅପରାଧ ଦ୍ୱାରା ଆମ୍ଭମାନଙ୍କୁ କ୍ଷୟ କରିଅଛ।


ଉପପର୍ବତସମୂହରୁ, ପର୍ବତମାନର ଉପରିସ୍ଥ କୋଳାହଳରୁ ଅପେକ୍ଷିତ ଉପକାର ନିତାନ୍ତ ବ୍ୟର୍ଥ; ନିତାନ୍ତ ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କଠାରେ ଇସ୍ରାଏଲର ପରିତ୍ରାଣ ଅଛି।


Swiv nou:

Piblisite


Piblisite