Biblia Todo Logo
Bib sou entènèt

- Piblisite -




ଯିଶାଇୟ 58:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ପୁଣି, ତୁମ୍ଭ ବଂଶୀୟ ଲୋକେ ପୁରାତନ ଉତ୍ସନ୍ନ ସ୍ଥାନସକଳ ପୁନଃନିର୍ମାଣ କରିବେ; ତୁମ୍ଭେ ପୂର୍ବକାଳର ଅନେକ ଭିତ୍ତିମୂଳର ଉପରେ ଗାନ୍ଥିବ; ପୁଣି, ଭଗ୍ନ ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ୟାତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ପୁଣି, ତୁମ୍ଭ ବଂଶୀୟ ଲୋକେ ପୁରାତନ ଉତ୍ସନ୍ନ ସ୍ଥାନସକଳ ପୁନର୍ନିର୍ମାଣ କରିବେ; ତୁମ୍ଭେ ପୂର୍ବ କାଳର ଅନେକ ଭିତ୍ତିମୂଳର ଉପରେ ଗାନ୍ଥିବ; ପୁଣି, ଭଗ୍ନ-ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ୟାତ ହେବ।

Gade chapit la Kopi

ଓଡିଆ ବାଇବେଲ

12 ପୁଣି, ତୁମ୍ଭ ବଂଶୀୟ ଲୋକେ ପୁରାତନ ଉତ୍ସନ୍ନ ସ୍ଥାନସକଳ ପୁନଃନିର୍ମାଣ କରିବେ; ତୁମ୍ଭେ ପୂର୍ବ କାଳର ଅନେକ ଭିତ୍ତିମୂଳର ଉପରେ ଗାନ୍ଥିବ; ପୁଣି, “ଭଗ୍ନ-ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ୟାତ ହେବ।”

Gade chapit la Kopi

ପବିତ୍ର ବାଇବଲ

12 ପୁଣି ତୁମ୍ଭ ବଂଶୀୟ ଲୋକେ ପୁରାତନ ଧ୍ୱଂସ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ, ତୁମ୍ଭେ ପୂର୍ବକାଳର ଭିତ୍ତିମୂଳ ଉପରେ ନିର୍ମାଣ କରିବ। “ପୁଣି ଭଗ୍ନ ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ୟାତ ହେବ।”

Gade chapit la Kopi




ଯିଶାଇୟ 58:12
20 Referans Kwoze  

ପୁଣି, ସେମାନେ ପୁରାତନ ଧ୍ୱଂସିତ ସ୍ଥାନସବୁ ନିର୍ମାଣ କରିବେ, ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସେମାନେ ଧ୍ୱଂସିତ ଓ ଅନେକ ପୁରୁଷ ପରମ୍ପରାର ନଷ୍ଟ ନଗରସକଳ ନୂତନ କରିବେ।


ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଯେଉଁ ଦିନ ଆମ୍ଭେ ତୁମ୍ଭମାନଙ୍କର ସକଳ ଅଧର୍ମରୁ ତୁମ୍ଭମାନଙ୍କୁ ଶୁଚି କରିବା, ସେହି ଦିନ ଆମ୍ଭେ ନଗରସକଳକୁ ବସତିବିଶିଷ୍ଟ କରାଇବା ଓ ଉତ୍ସନ୍ନ ସ୍ଥାନସକଳ ନିର୍ମିତ ହେବ।


ଏହାପରେ ମୁଁ ସେମାନଙ୍କୁ କହିଲି, “ଆମ୍ଭେମାନେ କି ପ୍ରକାର ମନ୍ଦ ଅବସ୍ଥାରେ ଅଛୁ, ଯିରୂଶାଲମ କିପରି ଉଜାଡ଼ ହୋଇ ପଡ଼ିଅଛି ଓ ତହିଁର ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ଏହା ତୁମ୍ଭେମାନେ ଦେଖୁଅଛ; ଆସ, ଆମ୍ଭେମାନେ ଯେପରି ଆଉ ନିନ୍ଦାର ପାତ୍ର ନୋହିବା, ଏଥିପାଇଁ ଯିରୂଶାଲମର ପ୍ରାଚୀର ନିର୍ମାଣ କରୁ।”


ପୁଣି, ଆମ୍ଭେ ଆପଣା ଲୋକ ଇସ୍ରାଏଲର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ତହିଁରେ ସେମାନେ ଧ୍ୱଂସିତ ନଗରସବୁ ପୁନଃନିର୍ମାଣ କରି ତହିଁ ମଧ୍ୟରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁରୁ ଦ୍ରାକ୍ଷାରସ ପାନ କରିବେ; ଆହୁରି, ସେମାନେ ଉଦ୍ୟାନ ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ।


ସେଦିନ ଆମ୍ଭେ ଦାଉଦର ପତିତ ତମ୍ବୁ ପୁନର୍ବାର ଉତ୍ଥାପନ କରିବା ଓ ତହିଁର ଫଟା ସ୍ଥାନସବୁ ବନ୍ଦ କରିବା; ପୁଣି, ତାହାର ଉଜାଡ଼ ସ୍ଥାନସବୁ ପୁନର୍ବାର ଉଠାଇବା ଓ ପୂର୍ବକାଳର ନ୍ୟାୟ ତାହା ନିର୍ମାଣ କରିବା;


ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ନଗର ହନନେଲର ଦୁର୍ଗଠାରୁ କୋଣ ଦ୍ୱାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବ, ଏପରି ସମୟ ଆସୁଅଛି।


କାରଣ ସଦାପ୍ରଭୁ ସିୟୋନକୁ ସାନ୍ତ୍ୱନା କରିଅଛନ୍ତି; ସେ ତାହାର ଉତ୍ସନ୍ନ ସ୍ଥାନସବୁକୁ ସାନ୍ତ୍ୱନା କରିଅଛନ୍ତି; ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିଅଛନ୍ତି; ଆନନ୍ଦ ଓ ଉଲ୍ଲାସ, ଧନ୍ୟବାଦ ଓ ସଙ୍ଗୀତ ଧ୍ୱନି ତହିଁ ମଧ୍ୟରେ ହେବ।


ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଗ୍ରାହ୍ୟ ସମୟରେ ତୁମ୍ଭକୁ ଉତ୍ତର ଦେଇଅଛୁ ଓ ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କରିଅଛୁ; ପୁଣି, ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ, ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ୱରୂପ ନିଯୁକ୍ତ କରିବା;


ଏଥିପାଇଁ ତୁମ୍ଭେ ଜ୍ଞାତ ହୁଅ ଓ ବୁଝ ଯେ, ଯିରୂଶାଲମକୁ ପୁନଃସ୍ଥାପନ ଓ ନିର୍ମାଣ କରିବାର ଆଜ୍ଞା ପ୍ରକାଶ ହେବା ସମୟଠାରୁ ଅଧିପତି, ଅଭିଷିକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସାତ ସପ୍ତାହ ହେବ; ପୁଣି, ସଙ୍କଟ କାଳରେ ହିଁ ତାହା ଛକ ଓ ପରିଖା ସହିତ ତିନି କୋଡ଼ି ଦୁଇ ସପ୍ତାହ ପୁନଃନିର୍ମିତ ହେବ।


ଏହେତୁ ହେ ଇସ୍ରାଏଲର ପର୍ବତଗଣ, ପ୍ରଭୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ଇସ୍ରାଏଲର ଯେସକଳ ପର୍ବତ ଓ ଉପପର୍ବତଗଣ, ଜଳପ୍ରବାହ ଓ ଉପତ୍ୟକାସକଳ, ଧ୍ୱଂସ ଶୂନ୍ୟସ୍ଥାନସକଳ ଓ ତ୍ୟକ୍ତ ନଗରସମୂହ, ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀୟମାନଙ୍କର ଅବଶିଷ୍ଟାଂଶର ପ୍ରତି ଲୁଟିତ ଦ୍ରବ୍ୟ ଓ ହାସ୍ୟାସ୍ପଦ ହୋଇଅଛି, ସେହି ସବୁକୁ ସଦାପ୍ରଭୁ ଏହି କଥା କହନ୍ତି;


ହେ ଯିରୂଶାଲମର ଉତ୍ସନ୍ନ ସ୍ଥାନସକଳ, ଉଚ୍ଚ ଆନନ୍ଦଧ୍ୱନି କର, ଏକତ୍ର ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି, ସେ ଯିରୂଶାଲମକୁ ମୁକ୍ତ କରିଅଛନ୍ତି।


ଆମ୍ଭେ କୋରସ୍‍ ବିଷୟରେ କହୁ, ‘ସେ ଆମ୍ଭ ପଲର ପାଳକ ଓ ଆମ୍ଭର ଇଷ୍ଟ ସାଧନ କରିବ;’ ସେ ଯିରୂଶାଲମ ବିଷୟରେ କହିବ, ‘ତାହା ପୁନଃନିର୍ମିତ ହେବ’ ଓ ମନ୍ଦିରକୁ କହିବ, ‘ତୁମ୍ଭର ଭିତ୍ତିମୂଳ ସ୍ଥାପିତ ହେବ।’”


ଏଥିଉତ୍ତାରେ ମୁଁ ପ୍ରାଚୀର ଗଢ଼ିଅଛି ଓ ତହିଁ ମଧ୍ୟରେ ଆଉ ଭଗ୍ନ ସ୍ଥାନ ନାହିଁ, ଏହି ସମ୍ବାଦ ସନ୍‍ବଲ୍ଲଟ୍‍ ଓ ଟୋବୀୟ ଓ ଆରବୀୟ ଗେଶମ୍‍ ଓ ଆମ୍ଭମାନଙ୍କ ଅନ୍ୟାନ୍ୟ ଶତ୍ରୁମାନେ ଜାଣିଲେ; ଏହି ସମୟରେ ମୁଁ ନଗର-ଦ୍ୱାରସବୁରେ କବାଟ ଝୁଲାଇ ନ ଥିଲି।


ପୁଣି, ମୁଁ ରାଜାଙ୍କୁ କହିଲି, “ଯେବେ ମହାରାଜଙ୍କର ସନ୍ତୋଷ ହୁଏ ଓ ଆପଣଙ୍କ ଦାସ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ଯିହୁଦା ଦେଶକୁ, ମୋହର ପିତୃଲୋକଙ୍କ କବର-ନଗରକୁ ମୋତେ ପଠାଇବା ପାଇଁ ଆଜ୍ଞା କରନ୍ତୁ, ତହିଁରେ ମୁଁ ତାହା ନିର୍ମାଣ କରିବି।”


ଯେଉଁମାନେ ଆପଣାମାନଙ୍କ ନିମନ୍ତେ ଉଜାଡ଼ ସ୍ଥାନ ନିର୍ମାଣ କରିଥିଲେ, ଏପରି ରାଜା ଓ ପୃଥିବୀର ମନ୍ତ୍ରୀଗଣ ସହିତ ଥାʼନ୍ତି;


ଏଥିପାଇଁ ଉଚ୍ଚ ଭିତ୍ତିର ପତନଶୀଳ ଯେଉଁ ଟୋଲା ଫାଟ, ହଠାତ୍‍ ଏକାବେଳେ ଭାଙ୍ଗି ପଡ଼େ, ତାହାରି ତୁଲ୍ୟ ଏହି ଅପରାଧ ତୁମ୍ଭମାନଙ୍କ ପ୍ରତି ହେବ।


ତୁମ୍ଭେମାନେ ପ୍ରାଚୀରର ଭଗ୍ନସ୍ଥାନର ଉପରକୁ ଯାଇ ନାହଁ, କିଅବା ସଦାପ୍ରଭୁଙ୍କ ଦିନରେ ସଂଗ୍ରାମରେ ଠିଆ ହେବା ନିମନ୍ତେ ଇସ୍ରାଏଲ ବଂଶ ପାଇଁ ବେଢ଼ା ଦୃଢ଼ କରି ନାହଁ।


ତୁମ୍ଭ ବେଢ଼ାର ନିର୍ମାଣ ଦିନ ଉପସ୍ଥିତ! ସେହି ଦିନ ବିଧାନ ଦୂରକୁ ଅନ୍ତରିତ ହେବ।


Swiv nou:

Piblisite


Piblisite